Posted inଖେଳ

ଫିଜିଓଙ୍କ ରୁମ୍‌ରେ ନିଜକୁ ବନ୍ଦକରି ରଖିଥିଲେ ସଚିନ

ନୂଆଦିଲ୍ଲୀ,୧ା୫- ଟେଷ୍ଟ ହେଉ କିମ୍ବା ଦିନିକିଆ କ୍ରିକେଟ, ସଚିନ ତେନ୍ଦୁଲକର ଓ ଶେନ ୱର୍ନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିିତା ବେଶ୍‌ ଚର୍ଚ୍ଚିତ। ଦିନଥିଲା ସଚିନ-ୱର୍ନ ମୁକାବିଲା ଦେଖିବାକୁ ଦର୍ଶକମାନେ ଉତ୍କଣ୍ଠାର ସହ ଅପେକ୍ଷା କରୁଥିଲେ। ୧୯୯୮ ସିରିଜର କଥା । ଏକ ଟେଷ୍ଟରେ ମାତ୍ର ୪ରନ କରି ୱର୍ନଙ୍କ ବଲ୍‌ରେ ଆଉଟ ହେବାପରେ ସଚିନ ନିଜକୁ ଦୀର୍ଘ ସମୟ ଫିଜିଓଙ୍କ ରୁମ୍‌ରେ ନିଜକୁ ବନ୍ଦକରି ରଖିଥିଲେ । ପରବର୍ତ୍ତୀ ଇନିଂସରେ ସେ ଚମତ୍କାର ଖେଳିଥିଲେ। ଅତୀତକୁ ମନେପକାଇ ଏହା ପ୍ରକାଶ କରିଛନ୍ତି ସଚିନଙ୍କ ପୂର୍ବତନ ଟିମ୍‌ମେଟ୍‌ ତଥା କ୍ରିକେଟ ଭାଷ୍ୟକାର ଭିଭିଏସ୍‌ ଲକ୍ଷ୍ମଣ। ୧୯୯୮ରେ ମାର୍କ ଟେଲରଙ୍କ ଅଷ୍ଟ୍ରେଲିଆ ଭାରତ ଭ୍ରମଣରେ ଆସିଥାଏ। ଏହି ସିରିଜରେ ଚର୍ଚ୍ଚାର ଶିରୋନାମାରେ ରହିଥିଲେ ବିଶ୍ୱର ଆଗଧାଡ଼ିର ବ୍ୟାଟ୍ସମ୍ୟାନ ସଚିନ ଓ ଚମତ୍କାରୀ ବୋଲର ୱର୍ନ। ସେତେବେଳେ ମହମ୍ମଦ ଆଝାରୁଦ୍ଦିନଙ୍କ ନେତୃତ୍ୱାଧୀନ ଭାରତ ଘରୋଇ ପରିବେଶରେ ବେଶ୍‌ ପ୍ରଭାବୀ ପ୍ରଦର୍ଶନ କରୁଥାଏ। ୧୯୮୭ରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନଠାରୁ ହାରିବାପରେ ଘରୋଇ ପରିବେଶରେ ଭାରତକୁ ଆଉ କୌଣସି ଦଳ ହରାଇପାରି ନ ଥାନ୍ତି। ୧୯୯୬ରେ ଟେଲରଙ୍କ ଅଷ୍ଟ୍ରେଲିଆ ଭାରତ ଆସି ନୂଆଦିଲ୍ଲୀରେ ଏକ ଟେଷ୍ଟ ଖେଳିଥିଲେ ହେଁ ପରାଜିତ ହୋଇଥିଲା। ତେଣୁ ୧୯୯୮ ସିରିଜ ମୁଖ୍ୟତଃ ୱର୍ନଙ୍କ କୌଶଳ ଓ ସଚିନଙ୍କ ଅସାଧାରଣ ବ୍ୟାଟିଂ ଉପରେ ପର୍ଯ୍ୟବସିିତ ଥିଲା। ପ୍ରଥମ ଟେଷ୍ଟ ଚେନ୍ନାଇର ଚେପକ୍‌ରେ ଖେଳାଯାଇଥିଲା। ଭାରତର ଟପ୍‌-୩ ବ୍ୟାଟ୍ସମ୍ୟାନ ଭଲ ଖେଳି ଅର୍ଦ୍ଧଶତକ ହାସଲ କଲାପରେ ସଚିନଙ୍କ ଉପରେ ସମସ୍ତଙ୍କ ନଜର ରହିଥିଲା। ୱର୍ନଙ୍କ ବଲ୍‌ରେ ଚୌକା ମାରି ସଚିନ ଇନିଂସ ଆରମ୍ଭ କରିଥିଲେ। ମାତ୍ର ପରବର୍ତ୍ତୀ ବଲ୍‌କୁ ମିଡ୍‌ଅନ୍‌ ଉପରେ ବଡ଼ ଶଟ୍‌ ମାରିବା ଚକ୍କରରେ ମାର୍କ ଟେଲରଙ୍କ ଦ୍ୱାରା କ୍ୟାଚ ହୋଇ ପ୍ୟାଭିଲିୟନ ଫେରିଥିଲେ। ଏହାକୁ ସହଜରେ ହଜମ କରିପାରି ନ ଥିଲେ ସଚିନ। ସେ ପଡ଼ିଆରୁ ଆସି ସିଧା ଫିଜିଓଙ୍କ ରୁମ୍‌ରେ ନିଜକୁ ବନ୍ଦକରି ରଖିଥିଲେ। ପାଖାପାଖି ୧ଘଣ୍ଟା ପରେ ସେଠାରୁ ବାହାରିବା ବେଳକୁ ତାଙ୍କ ଆଖି ଲାଲ ହୋଇଯାଇଥିଲା। ଭାବପ୍ରବଣ ହୋଇ ପଡ଼ିଥିବା ସଚିନ ଏପରି ଆଉଟ୍‌ରେ ଖୁସି ନ ଥିଲେ। ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ଅଗ୍ରଣୀ ନେଇଥିବାରୁ ଭାରତ ଦ୍ୱିତୀୟ ଇନିଂସରେ ବଡ଼ ସ୍କୋର କରିବା ଆବଶ୍ୟକ ହେଉଥିଲା। ନିଜ ତ୍ରୁଟିକୁ ବୁଝିପାରିଥିବା ସଚିନ ଖେଳିଥିଲେ ଅନ୍ୟତମ ଶ୍ରେଷ୍ଠ ଇନିଂସ। ସେ ୱର୍ନ ଏବଂ ଅନ୍ୟ ବୋଲରଙ୍କ ବଲ୍‌କୁ ପଡ଼ିଆର ଚତୁର୍ଦ୍ଦିଗକୁ ଶଟ୍‌ମାନ ମାରି ୧୫୫ ରନରେ ଅପରାଜିତ ରହିଥିଲେ। ୱର୍ନଙ୍କ ସମସ୍ତ କୌଶଳ ସଚିନଙ୍କ ଆଗରେ ଫେଲ୍‌ ମାରିଥିଲା। ପରେ ଅନୀଲ କୁମ୍ବଲେ ଓ ଭେଙ୍କଟପତି ରାଜୁଙ୍କ କ୍ବାଲିଟି ସ୍ପିନକୁ ମୁକାବିଲା କରି ନ ପାରି ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ ଶୀଘ୍ର ଆଉଟ ହୋଇ ଯାଇଥିଲା। ଭାରତ ଏହି ଟେଷ୍ଟ ଓ ସିରିଜ ଜିତିଥିଲା। ”ମୁଁ ଦେଖିବାରେ ସଚିନ-ୱର୍ନଙ୍କ ମଧ୍ୟରେ ଏହା ସବୁଠାରୁ ଶ୍ରେଷ୍ଠ ଲଢ଼େଇ ଥିଲା“ ବୋଲି କହିଛନ୍ତି ଲକ୍ଷ୍ମଣ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

ଅମ୍ପାୟରଙ୍କ ଗୋଟିଏ ଆଙ୍ଗୁଠି, ଭାଙ୍ଗିଗଲା ଦିଲ୍ଲୀର ସ୍ବପ୍ନ! ଖଳନାୟକ ପାଲଟିଛି କ୍ରିକେଟର ‘ଡେଡ ବଲ’ ନିୟମ

ନୂଆଦିଲ୍ଲୀ,୯।୪: କ୍ରିକେଟ ଅନିଶ୍ଚିତତାର ଖେଳ ଭାବରେ ଜଣାଶୁଣା, କିନ୍ତୁ ଯେତେବେଳେ ଅମ୍ପାୟାର ନିଷ୍ପତ୍ତିରୁ ଅନିଶ୍ଚିତତା ସୃଷ୍ଟି ହୁଏ, ଖେଳର ରୋମାଞ୍ଚ ବିବାଦରେ ପରିଣତ ହୁଏ। ଗତକାଲି ରାତିରେ…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

ସ୍ମୃତି-ପଲାଶଙ୍କ ମଧ୍ୟରେ ହୋଇଗଲା ପ୍ୟାଚ୍‌ଅପ୍‌! ଖୁବ୍‌ଶୀଘ୍ର ହେବ ବିବାହ, ଏହି VIDEO ବଢାଉଛି ଚର୍ଚ୍ଚା

ମୁମ୍ବାଇ,୯।୪: ସଂଗୀତକାର ପଳାଶ ମୁଛଲ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ମଧ୍ୟ ପ୍ୟାଚ୍‌ଅପ୍‌ ହୋଇଯାଇଛି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri