ଫିକା ଫିକା ରଜ

ରଜ ପାଳନକୁ ନେଇ ଓଡ଼ିଶାବାସୀଙ୍କ ମନରେ ଥିବା ଉତ୍ସାହକୁ ଏବର୍ଷ ଫିକା କରିଦେଇଛି କରୋନା। ତିନିଦିନ ଧରି ବେଶ୍‌ ଧୁମ୍‌ଧାମ୍‌ରେ ପାଳନ ହେଉଥିବା ଏହି ପର୍ବର ଆଜି ହେଉଛି ଶେଷଦିନ। ହେଲେ ରୋଗ ବ୍ୟାପିବା ଭୟ ସାଙ୍ଗକୁ ସାମାଜିକ ଦୂରତା ରଖିବାର କଟକଣା ଭିତରେ ନା ଦେଖିବାକୁ ମିଳୁଛି ଭଳିକି ଭଳି ନୂତନ ବସ୍ତ୍ର ପିନ୍ଧି ସଜେଇ ହୋଇ ଏକାଠି ବୁଲୁଥିବା କୁଆଁରୀମାନଙ୍କୁ ନା ଶୁଭୁଛି ରଜ ଦୋଳିର କଟମଟ…

ବର୍ତ୍ତମାନ କରୋନା ମହାମାରୀ ଚାରିଆଡେ ଭୟର ବାତାବରଣ ଖେଳାଇ ସାରିଛି। ଏମିତିରେ ସମ୍ପୂର୍ଣ୍ଣ ଫିକା ପଡିଛି ରଜପର୍ବ। ଏଥର ନା ଅଛି ନୂଆ ନୂଆ ପୋଷାକ ପିନ୍ଧି ବାହାରେ ବୁଲିବା, ସାମୂହିକ ରଜ ଉତ୍ସବ ପାଳିବା, ଏକାଠି ଦୋଳି ଖେଳିବାର ମଜା ନା ପରସ୍ପରକୁ ପିଠା ଆଉ ପାନ ଖୁଆବାର ଆନନ୍ଦ। ତେବେ ପ୍ରଥମ ଥର ଲାଗି ଏଭଳି ରଜ ପାଳନର ଅନୁଭୂତି ସମ୍ପର୍କରେ ଯାହା କୁହନ୍ତି ଏମାନେ…

ରଜରେ ଗାଁ ଦାଣ୍ଡ ଖାଁ ଖାଁ: ପ୍ରତିବର୍ଷ ରଜ ଉତ୍ସବକୁ ସମସ୍ତେ ଅପେକ୍ଷା କରିଥାଉ । କାରଣ ଆମ ଅଞ୍ଚଳରେ ରଜ ଉତ୍ସବକୁ ସାମୂହିକ ଭାବରେ ଧୁମ୍‌ଧାମ୍‌ରେ ପାଳନ କରାଯାଏ । ଏହି ଅବସରରେ ଗାଁ ମୁଣ୍ଡରେ ବିଭିନ୍ନ ପ୍ରକାରର ଦୋଳି ବସେ ଓ ମିନା ବଜାର ବସେ । ଏହି ଦିନରେ ରଜବତୀ ବିଭାଘର ମୁଖ୍ୟ ଆକର୍ଷଣ ହୋଇଥାଏ । ମାଟିରେ ପ୍ରସ୍ତୁତ ରଜବତୀଙ୍କ ବିଭାଘର ଦେଖିବାକୁ ଆଖପାଖ ଅଞ୍ଚଳର ଲୋକମାନେ ଆସିଥାନ୍ତି । ଆମ ଘରକୁ ମଧ୍ୟ ବାହାରେ ଥିବା ଘରର ସମସ୍ତ ସଦସ୍ୟ ଫେରିଥାନ୍ତି ଏବଂ କୁଣିଆ ମଧ୍ୟ ଆସିଥାନ୍ତି । ଘର ପରିପୂର୍ଣ୍ଣ ଲାଗିଥାଏ। ପିଠାପଣା ସହିତ ସ୍ବତନ୍ତ୍ର ଖାଦ୍ୟ ପ୍ରସ୍ତୁତ କରାଯାଏ । ଛୋଟଠାରୁ ବଡ ପର୍ଯ୍ୟନ୍ତ ସମସ୍ତେ ନୂଆ ପୋଷାକ ପିନ୍ଧିଥାନ୍ତି ।
ହେଲେ କରୋନା କଟକଣା ପାଇଁ ସାମାଜିକ ଦୂରତ୍ୱ ନିୟମ ପାଳନ କରିବା ପାଇଁ ଚଳିତବର୍ଷ ରଜ ଉତ୍ସବ ପାଳନ ହେଉନାହିଁ । ଏଣୁ ରଜରେ ଘର ଓ ଗାଁ ସବୁ ଖାଁ ଖାଁ ଲାଗୁଛି। ପିଠାପଣା ହୋଇଛି ଓ ପିଲାମାନେ ନୂଆ ପୋଷାକ ବି ପିନ୍ଧିଛନ୍ତି ହେଲେ ସେ ରଜର ମଜା କିନ୍ତୁ ନାହିଁ।
– ସସ୍ମିତା ସାହୁ( ହର୍ଷପୁର,
ରାଇସୁଆଁ, କେନ୍ଦୁଝର)
ଆର ବର୍ଷ ରଜକୁ ଅପେକ୍ଷା: ଓଡିଆ ଘରେ ସବୁ ବେଳେ ପର୍ବପର୍ବାଣି ଲାଗି ରହିଥାଏ। ହେଲେ ସେସବୁ ମଧ୍ୟରେ ରଜ ପର୍ବର ମଜା ଟିକେ ସ୍ବତନ୍ତ୍ର। ଗତ ବର୍ଷ ସାଙ୍ଗସାଥୀମାନେ ମିଶି ଏକାଠି ରଜ ପାଳନ କରିଥିଲୁ। ହେଲେ ଏଥର ଦୀର୍ଘ ୨ ମାସରୁ ଊର୍ଦ୍ଧ୍ୱ ହେଲାଣି ମହାମାରୀ କରୋନା ଲାଗି ଘରୁ ବାହାରକୁ ଯିବା କିମ୍ବା କାହା ସହ ଭେଟିବା ବନ୍ଦ ହୋଇଯାଇଛି। ସ୍ବାସ୍ଥ୍ୟ ହିଁ ସମ୍ପଦ, ତେଣୁ ପ୍ରଥମେ ନିଜ ତଥା ପରିବାରର ସ୍ବାସ୍ଥ୍ୟକୁ ଆଖି ଆଗରେ ରଖି ସରକାରଙ୍କ ନିୟମ ପାଳନ କରୁଛୁ। ଯଦିଓ ଏମିତିରେ ରଜ ମଉଜ ଫିକା ଲାଗୁଛି, ତଥାପି ମନ ଦୁଃଖ ନ କରି ଶୀଘ୍ର ବିଶ୍ୱରୁ ଏହି ସଂକଟ ଦୂର ହୋଇଗଲେ ଆର ବର୍ଷକୁ ପୁଣି ଭଲରେ ରଜ ପାଳନ ହେବ ବୋଲି ଆଶା ରଖିଛି। ଘରେ ରହି ପିଠାପଣା ଓ ପାନ ଖାଇ ପରିବାରବର୍ଗଙ୍କ ସହିତ ପାଳୁଛି।
– ପୌଲମି ପାତ୍ର (ଗୃହିଣୀ, ବାରିପଦା)
କରୋନା ପାଇଁ ଫିକା ରଜ ମଉଜ: ଭଦ୍ରକ ଜିଲା ବନ୍ତ ବ୍ଲକରେ ନିମପଡ଼ା କପାଳୀ କ୍ଷେତ୍ର, ଆଗରପଡ଼ା ରାମଗଡ ମେଳନ ପଡିଆ, ଟିକିରା ସାଳନ୍ଦୀ ନଦୀ କୂଳ ଓ ଗଣିଜାଙ୍ଗଠାରେ ରଜ ମହୋସତ୍ବ ପ୍ରତିବର୍ଷ ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ ହୁଏ। ରଜର ୭ ଦିନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୁଏ। ପାଣିବୁହା ଠାରୁ ଶେଷ ରଜ ପର୍ଯ୍ୟନ୍ତ ମହୋସତ୍ବ ପଡ଼ିଆ ଲୋକାରଣ୍ୟ ରୁହେ। ଆମେ ସେଠାରେ ମିନାବଜାର ସାଙ୍ଗକୁ ରାମ ଦୋଳି, ଡ୍ରାଗନ ଆଦିରେ ବସିବାଠାରୁ ଚାଟ, ଗୁପଚୁପ, ୬୪ ମସଲାର ପାନ ଖାଇବାର ମଜା ନେଉ। ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ। ନାମୀଦାମୀ କଣ୍ଠଶିଳ୍ପୀମାନଙ୍କୁ ନେଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅର୍କେଷ୍ଟ୍ରା ପରିବେଷଣ ହୁଏ। ଏଥର କିନ୍ତୁ କରୋନା ମହାମାରୀ ପାଇଁ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା କଟକଣା ଯୋଗୁଁ ରଜ ପର୍ବ ଫିକା ପଡିଛି । ଖାଁ ଖାଁ ଲାଗୁଛି ରଜ ମହୋସତ୍ବ ପଡିଆ ସବୁ। ରଜରେ ମଉଜ କରିବା ପାଇଁ ଆମର ଗୋଟେ ବର୍ଷର ଦୀର୍ଘ ଅପେକ୍ଷା ପାଣି ଫୋଟକା ପରି ମିଳେଇ ଗଲା। ଏଥର କେବଳ ଘରେ ରହି ରଜ ପାଳନ କରୁଛୁ।
-ଶୁଭଶ୍ରୀ ରାଉତ(ସରମରା, ଭଦ୍ରକ)
ଏଭଳି ରଜ ପାଳିବାରେ ନାହିଁ ଆନନ୍ଦ: ପ୍ରତିଥର ଭଳି ଏଥର ବି ରଜ ପର୍ବ ଲାଗି ନୂଆ ଡ୍ରେସ କିଣା ହୋଇଛି, ଘରେ ପିଠାପଣା ହୋଇଛି, କିନ୍ତୁ ଘର ଭିତରେ ଏହି ପର୍ବ ପାଳିବାରେ ସେ ଆନନ୍ଦ ନାହିଁ। ସାଙ୍ଗସାଥୀଙ୍କ ସହ ବୁଲିବା, ଏକାଠି ରଜଗୀତ ଗାଇ ଦୋଳି ଖେଳିବା ସହ ଭଳିକି ଭଳି ଢଙ୍ଗରେ ଫଟୋ ଉଠାଇବାର ମଜାକୁ ବହୁତ ମିସ୍‌ କରୁଛି। ତା’ଛଡା ବିଭିନ୍ନ ସ୍ଥାନରେ ପାଳନ ହେଉଥିବା ରଜ ମହୋତ୍ସବ ବି କରୋନା କଟକଣା କାରଣରୁ ବାତିଲ ହୋଇଥିବାରୁ ସେ ସବୁ ଦେଖିବାରୁ ବି ବଞ୍ଚତ୍ତ ହେବାକୁ ପଡିଛି। ତେଣୁ ଘରେ ରହି ଭଉଣୀମାନଙ୍କ ସହ ତାସ, ଲୁଡୁ, ଚେସ୍‌, କ୍ୟାରମ ଖେଳରେ ରଜପର୍ବ ପାଳୁଛି।
-ମୀତାଞ୍ଜଳି ବେହେରା(ଛାତ୍ରୀ, ଭଦ୍ରକ)
ଲକ୍‌ଡାଉନ୍‌ରେ ରଜ ଏକ ଭିନ୍ନ ଅନୁଭୂତି: ରଜ ପର୍ବରେ ପାଦରେ ଅଳତା, ହାତରେ ମେହେନ୍ଦୀ ସାଙ୍ଗକୁ ନୂଆ ବସ୍ତ୍ର ପିନ୍ଧି ଦୋଳି ଖେଳର ଆନନ୍ଦ ନେବାକୁ କାହାକୁ ବା ଭଲ ନ ଲାଗେ। ହେଲେ ସବୁବେଳେ ପରିସ୍ଥିତି ସମାନ ନ ଥାଏ। ଠିକ୍‌ ଯେମିତି ଏବର୍ଷ କରୋନା ନାମକ ବିଶ୍ୱବ୍ୟାପୀ ମହାମାରୀ ସଭିଙ୍କ ଖୁସିରେ ଯେପରି ଗ୍ରହଣ ଲଗାଇଦେଇଛି। ଲକ୍‌ଡାଉନ୍‌ ଲାଗି ବାହାରେ ବୁଲିବା, ଏକାଠି ରଜ ପାଳିବାରେ ବ୍ରେକ୍‌ ଲାଗିଛି। କେବଳ ଅନ୍‌ଳାଇନ୍‌ରେ ସମସ୍ତଙ୍କୁ ଓ୍ବିଶ୍‌ ଜଣାଇଛି। ତେବେ ଅପରପକ୍ଷେ ଦେଖିବାକୁ ଗଲେ ପ୍ରଥମ ଥର ଲାଗି ଘରେ ରହି କେବଳ ପରିବାର ସଦସ୍ୟଙ୍କ ସହ ରଜ ପାଳିବାରେ ଏକ ଭିନ୍ନ ମଜା ରହିଛି।
– ସାଗରିକା ରଥ, ରାମେଶ୍ୱର, ଖୋର୍ଦ୍ଧା

 


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

ବଜାରରେ ମିଳୁଛି ନକଲି ଶାଗୁଦାନା: ହୋଇଯାନ୍ତୁ ସାବଧାନ

ନୂଆପଡ଼ା,୧ା୧ (ମକାରୁ ବେମାଲ):ନୂଆପଡ଼ା ସହରରେ ପ୍ଲାଷ୍ଟିକ ଶାଗୁଦାନା ବିକ୍ରୟ ହେଉଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଟାନୱାଟ ପଞ୍ଚାୟତ ଝିଲମିଲା ଗାଁର ଜ୍ୟୋତିର୍ମୟ ପୁହାଣ ନୂଆପଡ଼ା...

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri