ଫିକା ପଡିଲା ପହିଲି ରଜ

ଭଦ୍ରକ ଅଫିସ, ୧୪ା୬-ଭଦ୍ରକ ଜିଲାରେ ସପ୍ତାହର ଦୁଇଦିନ ଶଟ୍‌ଡାଉନ ଥିବାରୁ ପହିଲି ରଜ ଫିକା ପଡ଼ିଛି । ଆଉ କିଏ ଘର ଭିତରେ ରଜ ପାଳିଛି ତ କିଏ କରୋନା ଯୋଦ୍ଧାଙ୍କୁ ଉପହାର ଦେଇଛି। ଆଉ କିଏ ଅଭାବ ଅନାଟନରେ ଥିବା ପରିବାରର ଟିକି ଟିକି ଝିଅଙ୍କୁ ଡ୍ରେସ ବାଣ୍ଟିଛି। କରୋନା କଟକଣା ଭିତରେ ପହିଲି ରଜକୁ ନିରାଡ଼ମ୍ବର ଭାବେ ପାଳନ କରୁଛନ୍ତି ସମସ୍ତେ। ଶଟ୍‌ଡାଉନ କଟକଣା ମଧ୍ୟରେ ଫିକା ପଡ଼ିଛି ପହିଲି ରଜ। ଏହା ଭିତରେ ଗାଁ ର ଝିଅ ମାନେ ହାତରେ ମେହେନ୍ଦି ଓ ପାଦରେ ଅଳତା ଲଗାଇଛନ୍ତି । ନୂଆ ଡ୍ରେସ ମଧ୍ୟ ପିନ୍ଧିଛନ୍ତି ପିଠା, ମିଠା , ଆମ୍ବ , ପଣସ ଖାଇ ରଜ ମନାଇଛନ୍ତି । କିନ୍ତୁ କଟକଣା ଯୋଗୁ ସାଙ୍ଗଙ୍କ ସହ ଗାଁ ବୁଲିନାହାନ୍ତି। ଗାଁ ମୁଣ୍ଡରେ ସାମୂହିକ ଭାବେ ଦୋଳି ଖେଳ ହେଉନି। ଘର ବାଡ଼ିରେ ଛୋଟିଆ ବାଉଁଶ ଦୋଳିଟିଏ ବାନ୍ଧି ଯିଏ ଯେମିତି ରଜ ଦୋଳିର ପରମ୍ପରାକୁ ବଜାୟ ରଖିଛନ୍ତି । ମାସ୍କ ପିନ୍ଧି ଓ ସାମାଜିକ ଦୂରତା ବଜାୟ ରଖି ଦୋଳି ଖେଳ ଚାଲିଛି। ଅନ୍ୟପକ୍ଷରେ କେତେଜଣ ବ୍ୟକ୍ତି ଆର୍ଥିକ ଅନଗ୍ରସର ପରିବାରର କୁନି କୁନି ପିଲାଙ୍କୁ ଡ୍ରେସ ବାଣ୍ଟି ରଜପର୍ବ ପାଳନ କରିଛନ୍ତି।

ଫଟୋ- ଘର ବାଡ଼ିରେ ବନ୍ଧା ହୋଇଥିବା ଦୋଳିରେ ମଜା ଉଠାଉଛନ୍ତି କୁଆଁରୀ ମାନେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ଶ୍ରୀମନ୍ଦିରରେ ପହିଲି ଭୋଗ

ପୁରୀ ଅଫିସ,୧୬।୧୨: ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ସୋମବାର ଶ୍ରୀମନ୍ଦିରରେ ଆରମ୍ଭ ହେବ ମହାପ୍ରଭୁଙ୍କ ପହିଲି ଭୋଗ ନୀତି। ମକର ସଂକ୍ରାନ୍ତି ପୂର୍ବଦିନ ପଯର୍‌ୟନ୍ତ ପ୍ରତ୍ୟହ...

ଦାୟିତ୍ୱ ନେଲେ ଡିଜିପି ଅଭୟ: ୬ ଦିଗ ଉପରେ ଦେବେ ପ୍ରାଧାନ୍ୟ

କଟକ ଅଫିସ, ୧୦।୧୨:ରାଜ୍ୟରେ ଆଉ ଚାଲିବନି ମାଫିଆ ରାଜ। ଏମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ୧୯୮୬ ବ୍ୟାଚ୍‌ ଓଡ଼ିଶା କ୍ୟାଡର ଆଇପିଏସ୍‌ ଅଫିସର...

ଓଲଟିଲା ଟ୍ରକ୍‌ : ଚକାତଳେ ହେଲ୍‌ପରଙ୍କ ଜୀବନଗଲା, ଡ୍ରାଇଭର ଗୁରୁତର

ଯୋଡ଼ା,୧୪।୧୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ଥାନା ଅନ୍ତର୍ଗତ ୨ନଂ. ରାଜ୍ୟ ରାଜପଥ ଡିବି ସିଂ ଛକ ନିକଟସ୍ଥ ରାସ୍ତାରେ ଏକ ୧୨ ଚକିଆ ଟ୍ରକ ଭାରସାମ୍ୟ...

ଏଥର ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ଼ ପକାଇପାରିବେନି ଶ୍ରଦ୍ଧାଳୁ

ପୁରୀ ଅଫିସ,୨୮।୧: ଚଳିତ ବର୍ଷ ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ଗତବର୍ଷ ଭଳି ମଧ୍ୟ ଶ୍ରଦ୍ଧାଳୁ ବୁଡ଼ ପକାଇ ପାରିବେ ନାହିଁ। ଠାକୁରଙ୍କ ମହାସ୍ନାନ ପରେ କେବଳ...

ହାତବାନ୍ଧି ବସିଛନ୍ତି ମତ୍ସ୍ୟଜୀବୀ

ପୁରୀ ଅଫିସ,୨୪ା୩: ପୁରୀ ପେଣ୍ଠକଟାର ମତ୍ସ୍ୟଜୀବୀଙ୍କ ଭାତହାଣ୍ଡି ହେଉଛି ସମୁଦ୍ର। ସମୁଦ୍ରରୁ ମାଛ ମାରି ପରିବାର ପ୍ରତିପୋଷଣ କରିଥାନ୍ତି। ହେଲେ କରୋନା ଏବେ ସେମାନଙ୍କ ପାଇଁ...

ଅତିଥି ଅଧ୍ୟାପକ ଚୟନରେ ଅନିୟମିତତା ଅଭିଯୋଗ : ତଦନ୍ତ ପାଇଁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ

ପୁରୀ ଅଫିସ,୫ା୮: ପୁରୀ ସରକାରୀ ମହିଳା ମହାବିଦ୍ୟାଳୟରେ ଅତିଥି ଅଧ୍ୟାପକ ଚୟନ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ କେତେଜଣ ପ୍ରାର୍ଥୀ ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା...

ସିଭି ରମଣ ଛାତ୍ରୀଛାତ୍ରଙ୍କ ସଫଳତା

ଭୁବନେଶ୍ୱର,୮ା୧୨ ମଧ୍ୟପ୍ରଦେଶ ସରକାରଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିବା ଭୋପାଳ ସ୍ମାର୍ଟ ସିଟି ହାକାଥନରେ ସିଭି ରମଣ ଇଞ୍ଜିନିୟରିଂ କଲେଜର ଛାତ୍ରୀଛାତ୍ର ସଫଳତା ହାସଲ କରିଛନ୍ତି। ଡ୍ରୋନ...

ସାକାର ହେଉନି ଚାଷୀଙ୍କ ସ୍ବପ୍ନ

ବଇଣ୍ଡା,୩ା୪(ପରିକ୍ଷିତ ସାହୁ) ଜଳସେଚନ ପ୍ରକଳ୍ପ ନିର୍ମାଣ ହେଲେ ହସି ଉଠିବ ଜମି। ବର୍ଷ ସାରା ଫଳିବ ସୁନାର ଫସଲ। ଦୂର ହେବ ଚାଷୀଙ୍କ ଦୁରବସ୍ଥା। ଦୀର୍ଘବର୍ଷ...

Advertisement
Archives

Model This Week