ଫସର ଫାଟିଲା ଯୋଜନା: ପିସିସି ସଭାପତି ପରିବର୍ତ୍ତନର ସମ୍ଭାବନା ନାହିଁ ବୋଲି କହିଲେ ଜିତେନ୍ଦ୍ର ସିଂହ

ଭୁବନେଶ୍ୱର,୧୦।୧୧(ବ୍ୟୁରୋ): ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ପରିବର୍ତ୍ତନକୁ ନେଇ କିଛି ଦିନ ତଳେ କଂଗ୍ରେସର କିଛି ନେତା ଏକାଠି ହୋଇଥିଲେ। ହେଲେ ଏବେ ସେମାନଙ୍କୁ ଶକ୍ତ ଧକ୍କା ଲାଗିଛି। ବର୍ତ୍ତମାନ ସଭାପତି ଥିବା ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇବା ଲାଗି ସେମାନେ କରିଥିବା ସବୁ ଯୋଜନା ଫେଲ ମାରିଛି। କାରଣ ଏବେ ପିସିସିରେ ପରିବର୍ତ୍ତନର ସମ୍ଭାବନା ନ ଥିବା କହିଛନ୍ତି ପିସିସି ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ। ବର୍ତ୍ତମାନ ନିରଞ୍ଜନ ହିଁ ପିସିସି ସଭାପତି ରହିବେ ବୋଲି ସେ କହିଛନ୍ତି। କେବଳ ସେତିକି ନୁହେଁ ରାଜ୍ୟ କଂଗ୍ରେସର ସ୍ଥିତିକୁ ନେଇ ଅଯଥା ବୟାନବାଜି ନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏଥିସହ ବାହାରେ ବୟାନବାଜି କଲେ କର୍ମୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ଯଦି କିଛି ଅଭିଯୋଗ କର୍ମୀଙ୍କର ଥାଏ ତେବେ ସେମାନେ ତାଙ୍କ ସହ ନଚେତ ଦଳ ଅଧ୍ୟକ୍ଷାଙ୍କ ସହ ଆଲୋଚନା କରିବାକୁ ସେ ପରାମର୍ଶ ଦେଇଛନ୍ତି।
ପ୍ରକାଶଯୋଗ୍ୟ, ନିରଞ୍ଜନଙ୍କ ବିରୋଧରେ ସମର୍ଥନ ଯୋଗାଡ଼ ପାଇଁ କଂଗ୍ରେସର କିଛି ଅସନ୍ତୁଷ୍ଟ ନେତା ମେଳି କରିଥିଲେ। ସେମାନେ ହେମାନନ୍ଦ ବିଶ୍ୱାଳଙ୍କୁ ଭେଟିବା ସହ ଏହି ପଦ ପାଇଁ ବାରବାଟି-କଟକ ବିଧାୟକ ମହମ୍ମଦ ମୋକିମଙ୍କ ନାମକୁ ପ୍ରସ୍ତାବ କରିବାକୁ ଅନୁରୋଧ କରିଥିଲେ। ଏହାର ପ୍ରତିକ୍ରିୟାରେ ହେମାନନ୍ଦ ଯାହା କହିବା କଥା ହାଇକମାଣ୍ଡଙ୍କୁ କହିବି ବୋଲି ମତ ରଖିଥିଲେ। ହେଲେ ଏବେ ଏଭଳି କିଛି ସମ୍ଭବ ନୁହେଁ ବୋଲି ଜିତେନ୍ଦ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆକାଶ ପାଠକଙ୍କର ବିଏମଡବ୍ଲ୍ୟୁ କାର୍‌ ଜବତ

ଭୁବନେଶ୍ୱର,୬।୧(ବ୍ୟୁରୋ): ଆକାଶ ପାଠକଙ୍କର ବିଏମଡବ୍ଲ୍ୟୁ କାରକୁ ଇଡି ଶୁକ୍ରବାର ଜବତ କରିଛି। ଟାଟା କମ୍ପାନୀରେ ଚାକିରି ଦେବା ନାଁରେ ଠକେଇ ମାମଲାରେ ସେ ଗିରଫ ହୋଇଥିଲେ...

ଆପୋସ ସମାଧାନ କରି ଅଦାଲତଙ୍କୁ ଜଣାଅ

କଟକ ଅଫିସ,୨।୯: ରାଜ୍ୟରେ ବେସରକାରୀ ସ୍କୁଲ ଫି’ ବୃଦ୍ଧି ପ୍ରସଙ୍ଗରେ ଆଗତ ମାମଲାର ମଙ୍ଗଳବାର ଶୁଣାଣି କରି ଆପୋସ ସମାଧାନ ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ...

ବଜେଟରେ ଜନଜାତି ସ୍ବାସ୍ଥ୍ୟ, କୃଷିକୁ ଗୁରୁତ୍ୱ ଦିଆଯାଉ

ଭୁବନେଶ୍ୱର,୧୩ା୧(ବ୍ୟୁରୋ): କରୋନା କାଳରେ ସମଗ୍ର ବିଶ୍ୱରେ ଜନସାଧାରଣଙ୍କ ସ୍ବାସ୍ଥ୍ୟ, ଜୀବିକା ଓ ଅର୍ଥନୀତି ପ୍ରଭାବିତ ହୋଇଛି। ତେବେ ସବୁଠାରୁ ଅଧିକ ଆଦିବାସୀ ଓ ପ୍ରବାସୀ ଶ୍ରମିକମାନେ...

ବନୀକରଣ ପାଇଁ ରାଜ୍ୟ ସରକାର କାମ୍ପା ପାଣ୍ଠିରୁ ପାଇଛନ୍ତି ୨୬୪୪ କୋଟି, ଖର୍ଚ୍ଚ କରିଛନ୍ତି ୨୫୪୮ କୋଟି

ଭୁବନେଶ୍ୱର, ୩୦।୭(ବ୍ୟୁରୋ): କ୍ଷତି ପୂରକ ବନୀକରଣ ପାଣ୍ଠି ପରିଚାଳନା ଏବଂ ଯୋଜନା କର୍ତ୍ତୃପକ୍ଷ(କାମ୍ପା) ୨୦୦୯ରୁ ରାଜ୍ୟରେ କାର୍ଯ୍ୟକାରୀ ହେଉଛି। ସେବେଠାରୁ ରାଜ୍ୟକୁ କେନ୍ଦ୍ର ସରକାର ଆଡ୍‌ହକ୍‌...

କରୋନା ମୁକାବିଲା ଲାଗି ବୈଷୟିକ କମିଟି ଗଠିତ

ଭୁବନେଶ୍ୱର, ୨୦ା୮(ବ୍ୟୁରୋ): ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହୁଛି। ଯଦିଓ ଅଧିକ ନମୁନା ପରୀକ୍ଷା ହେଉଥିବାରୁ ସଂକ୍ରମିତ ଅଧିକ ଚିହ୍ନଟ ହେଉଛନ୍ତି, ତଥାପି...

ଡିବିରି ଆଲୁଅରେ ଦିନକାଟୁଛନ୍ତି ଗ୍ରାମବାସୀ

ଭବାନୀପାଟଣା,୧ା୫(ସ୍ବ.ପ୍ର): ଦେଶ ସ୍ବାଧୀନ ହେବାର ୭୫ ବର୍ଷ ବିତିଲାଣି। ଏହା ଭିତରେ ସରକାରଙ୍କ ମାଳ ମାଳ ଯୋଜନା ହୋଇଛି। ହେଲେ ଏବେ ବି ବିଜୁଳି ଭଳି...

ଶ୍ରୀମନ୍ଦିର ହେରିଟେଜ କରିଡ଼ର: ଦିଅଁଙ୍କ ବାହାର ବିଜେ ପାଇଁ ସ୍ବତନ୍ତ୍ର ପରିକ୍ରମା ମାର୍ଗ

ପୁରୀ ଅଫିସ,୧୧ା୧: ଶ୍ରୀମନ୍ଦିର ପରମ୍ପରାରେ କୌଣସି ପରିବର୍ତ୍ତନ ହେବ ନାହିଁ। ପୂର୍ବରୁ ଯେଉଁପରି ଭାବେ ସିଂହଦ୍ୱାର ସମ୍ମୁଖରେ ତିନିରଥ ରହୁଥିଲେ ଏବଂ ମହାପ୍ରଭୁ ରଥାରୂଢ଼ ହେବା...

ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୪।୧୧(ବ୍ୟୁରୋ): ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଅଧିକ ଘନୀଭୂତ ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ବାତ୍ୟା(ସାଇକ୍ଲୋନିକ ଷ୍ଟର୍ମ) ରୂପ ନେବାର...

Advertisement
Archives

Model This Week