ଫନୀ ଦେଇଛି ଦୁଃଖ: ଟିଭିରୁ ଜାଣିହେବନି ନିର୍ବାଚନ ଫଳାଫଳ

ପୁରୀ ଅଫିସ, ୨୨।୫: ୨୩ ସକାଳୁ ଆରମ୍ଭ ହେବ ଭୋଟ ଗଣତି। ନିର୍ବାଚନ ଫଳାଫଳ କଣ ହେବ, କାହା ସପକ୍ଷରେ ଯିବ ମତଦାନ ତାହାକୁ ସମସ୍ତେ ଚାହିଁ ରହିଛନ୍ତି। ବିଭିନ୍ନ ସ୍ଥାନରେ ଏବେ ନିର୍ବାଚନ ଫଳାଫଳକୁ ନେଇ ଚର୍ଚ୍ଚା ଆଲୋଚନା ଚାଲିଛି। ତେବେ ଫଳାଫଳ ଜାଣିବା ପାଇଁ ଜନସାଧାରଣ ମୁଖ୍ୟତଃ ଟିଭି ଉପରେ ନିର୍ଭର କରିଥାନ୍ତି। ଟିଭିରେ ବିଭିନ୍ନ ରାଉଣ୍ଡର ଫଳାଫଳ ଆସିଥାଏ। କିଏ କେଉଁ ରାଉଣ୍ଡରେ ଆଗେଇଛନ୍ତି ଏବଂ କିଏ ପଛରେ ପଡିଯାଇଛନ୍ତି ତାହା ଜଣାପଡିଥାଏ। ହେଲେ ଏଥର ପୁରୀ ଜିଲାବାସୀ ଏଥିରୁ ବଞ୍ଚତ୍ତ ହେବେ। ଟିଭିରୁ ଗଣତିର ଫଳାଫଳ ଜାଣିପାରିବେ ନାହିଁ। ଏହାକୁ ନେଇ ଲୋକେ ନିରାଶ ହୋଇପଡିଛନ୍ତି। ଫନୀ ଏମିତି ଦୁଃଖ ଦେଇଛି ବୋଲି କୁହାଯାଉଛି। ବାତ୍ୟାରେ ପୁରୀ ଜିଲାରେ ବ୍ୟାପକ କ୍ଷତି ଘଟିଛି। ବହୁ ସଂଖ୍ୟାରେ ଘର, ଗଛ ଭାଙ୍ଗି ପଡିଥିବା ବେଳେ ବ୍ୟାପକ ମାତ୍ରାରେ ବିଦ୍ୟୁତ୍‌ ଖୁଣ୍ଟ ପ୍ରଭାବିତ ହୋଇଛି। ବିଦ୍ୟୁତ୍‌ ସେବାକୁ ସ୍ବାଭାବିକ କରିବା ଲାଗି ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର କାମ ଚାଲିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସବୁ ଅଞ୍ଚଳକୁ ବିଦ୍ୟୁତ୍‌ ଯୋଗାଣ ହୋଇପାରି ନାହିଁ। ପୁରୀ ସହରରେ ମଧ୍ୟ ଅର୍ଦ୍ଧାଧିକ ଉପଭୋକ୍ତା ବିଦ୍ୟୁତ୍‌ ସେବାରୁ ବଞ୍ଚତ୍ତ ଅଛନ୍ତି। ଯେଉଁ କେତେଜଣଙ୍କ ଘରକୁ ବିଦ୍ୟୁତ୍‌ ସଂଯୋଗ ହୋଇଥିଲେ ବି ସେମାନଙ୍କ ଘରେ ଏ ପର୍ଯ୍ୟନ୍ତ ଟିଭି ଚାଲୁନାହିଁ। କାରଣ ବିଭିନ୍ନ କମ୍ପାନୀର କେବୁଲ ନେଟୱର୍କ ଏବେ ସୁଦ୍ଧା kକାର୍ଯ୍ୟକ୍ଷମ କରିନାହିଁ। ହାତଗଣତି କେତେଜଣ ଡିଟୁଏଚ୍‌ ଉପଭୋକ୍ତଙ୍କ ଘରେ ଟିଭି ଚାଲୁଥିବା ଜଣାପଡିଛି। ମୋଟାମୋଟି ଜିଲାର ସିଂହଭାଗ ଲୋକେ ଟେଲିଭିଜନ ଦେଖିପାରୁ ନାହାନ୍ତି। ତେଣୁ ଟିଭିରୁ ନିର୍ବାଚନ ଫଳାଫଳ ଜାଣି ନ ପାରିବା ନେଇ ଅନେକ ନିରାଶ ହୋଇପଡିଛନ୍ତି। ହାତରେ ମୋବାଇଲ ଥିଲେ ବି ଟେଲିଫୋନ ସେବା ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ସ୍ବାଭାବିକ ହୋଇପାରି ନାହିଁ। ସେହିପରି ମୋବାଇଲ ଚାର୍ଜ କରିବା ମଧ୍ୟ ଅନେକଙ୍କ ପାଇଁ ବଡ଼ ସମସ୍ୟା ହୋଇଛି। ଏ ସମ୍ପର୍କରେ ପୁରୀର ପ୍ରତାପ ଶତପଥୀ କହିଛନ୍ତି, ୩ ତାରିଖରୁ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଛି। ଏ ପର୍ଯ୍ୟନ୍ତ ଆମ ଘରକୁ ବିଦ୍ୟୁତ୍‌ ସଂଯୋଗ ହୋଇପାରି ନାହିଁ। ସେହିପରି କେବୁଲ ନେଟୱର୍କ ମଧ୍ୟ ଏ ପର୍ଯ୍ୟନ୍ତ ସ୍ବାଭାବିକ ହୋଇପାରି ନାହିଁ। ୨୦ ତାରିଖ ସୁଦ୍ଧା ପୁରୀ ସହରକୁ ସମ୍ପୂର୍ଣ୍ଣ ଭାବେ ବିଦ୍ୟୁତ୍‌ ଯୋଗାଣ ହେବ ବୋଲି ସରକାର କହିଥିଲେ। ଆଶା ଥିଲା ଟିଭିରେ ନିର୍ବାଚନ ଫଳାଫଳ ଦେଖିବି। କିନ୍ତୁ ଏ ପର୍ଯ୍ୟନ୍ତ ବିଦ୍ୟୁତ୍‌ ସଂଯୋଗ ହୋଇ ନ ଥିବା ବେଳେ କେବୁଲ ତାର ବି ଲାଗିପାରି ନାହିଁ। ଭୋଟ ଫଳାଫଳ ଦେଖିବା ଲାଗି ମନରେ ଉତ୍କଣ୍ଠା ଥିଲେ ମଧ୍ୟ ନିରାଶ ହେବାକୁ ପଡିବ। କେବଳ ପ୍ରତାପ ନୁହଁନ୍ତି ପୁରୀ ସହରର ପ୍ରାୟ ସବୁ ଲୋକଙ୍କ ମୁହଁରୁ ଏହା ଶୁଣିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri