ପ୍ଲାଷ୍ଟିକ ଆବର୍ଜନା ପରିଚାଳନା:ସର୍ବଭାରତୀୟ ସ୍ତରରେ ପୁରୀ ପୁରସ୍କୃତ

ପୁରୀ ଅଫିସ,୧୩ା୧: ପୁରୀକୁ ସ୍ବଚ୍ଛ ଓ ପରିଷ୍କାର ରଖିବା ଲାଗି ଜିଲା ପ୍ରଶାସନ ପକ୍ଷରୁ ଏକାଧିକ ପଦକ୍ଷେପ ଗ୍ରହଣ କରାଯାଇଛି। ‘ମୋ ବିଚ୍‌’ ହେଉ ଅବା ‘ମୋ ପୁରୀ ସ୍ବଚ୍ଛ ପୁରୀ’ ଭଳି କାର୍ଯ୍ୟକ୍ରମ ପାଇଁ ଧୀରେ ଧୀରେ ଜାତୀୟସ୍ତରରେ ସଫଳତା ସାଉଣ୍ଟୁଛି ପୁରୀ। ନିକଟରେ ଭାରତର ଦ୍ୱିତୀୟ ସ୍ବଚ୍ଛ ବେଳାଭୂମି ମାନ୍ୟତା ପାଇଥିବା ପୁରୀ ପୁଣି ସ୍ବଚ୍ଛତା ପାଇଁ ସର୍ବଭାରତୀୟ ସ୍ତରରେ ସମ୍ମାନିତ ହୋଇଛି। ନୂଆଦିଲ୍ଲୀଠାରେ ଆୟୋଜିତ ବାହ୍ୟ ମଳମୁକ୍ତ ସମ୍ପର୍କିତ କର୍ମଶାଳାରେ ରବିବାର ପ୍ଲାଷ୍ଟିକ ଆବର୍ଜନା ପରିଚାଳନା କ୍ଷେତ୍ରରେ ପୁରୀ ପୁରସ୍କୃତ ହୋଇଛି।
ନୂଆଦିଲ୍ଲୀର ହୋଟେଲ ପ୍ରାଇଡ ପ୍ଲାଜା ଏରୋ ସିଟିରେ ବାହ୍ୟ ମଳମୁକ୍ତ ସମ୍ପର୍କିତ ଜାତୀୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ପ୍ଲାଷ୍ଟିକ ଆବର୍ଜନା ପରିଚାଳନା କ୍ଷେତ୍ରରେ ପୁରୀ ଜିଲା ପକ୍ଷରୁ ଯେଉଁ ସନ୍ଦର୍ଭ ଉପସ୍ଥାପନ କରାଯାଇଥିଲା ତାହା ବେଶ୍‌ ଆଦୃତି ଲାଭ କରିଥିଲା। ଏଥିପାଇଁ ପୁରୀକୁ କେନ୍ଦ୍ର ସରକାରଙ୍କ ଜଳ ଶକ୍ତି ମନ୍ତ୍ରଣାଳୟ (ଜଳ ସମ୍ପଦ ମନ୍ତ୍ରଣାଳୟ) ଏବଂ ସ୍ବଚ୍ଛ ଭାରତ ମିଶନ ଗ୍ରାମୀଣ ପକ୍ଷରୁ ପୁରସ୍କୃତ କରାଯାଇଛି। କର୍ମଶାଳାରେ ଅତିଥି ଭାବେ ଯୋଗଦେଇଥିବା ବଲିଉଡ୍‌ ଅଭିନେତା ଅମୀର ଖାନ୍‌ଙ୍କଠାରୁ ପୁରୀ ପୌରସଂସ୍ଥାର ଅତିରିକ୍ତ ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ବାଇଁ ପୁରସ୍କାର ଗ୍ରହଣ କରିଛନ୍ତି। କର୍ମଶାଳାରେ ଅତିରିକ୍ତ ନିର୍ବାହୀ ଅଧିକାରୀ ସ୍ବାଇଁ ପ୍ଲାଷ୍ଟିକ ଆବର୍ଜନା ପରିଚାଳନା ନେଇ ଜିଲା ପ୍ରଶାସନ ଯେଉଁ ପଦକ୍ଷେପ ଗ୍ରହଣ କରିିଛି ତାହା ଉପସ୍ଥାପନ କରିଥିଲେ। ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ପ୍ରସ୍ତୁତ ଏହି ସନ୍ଦର୍ଭକୁ ପଞ୍ଚାୟତିରାଜ ବିଭାଗ ଅନୁମୋଦନ କରି କେନ୍ଦ୍ର ସରକାରଙ୍କୁ ସୁପାରିସ କରିଥିଲା। ପ୍ଲାଷ୍ଟିକ ଆବର୍ଜନା ପରିଚାଳନା କ୍ଷେତ୍ରରେ ଏହା ସର୍ବୋକୃଷ୍ଟ ବୋଲି ବିବେଚିତ ହେବା ସହ ଏହାକୁ ସମସ୍ତେ ଉଚ୍ଚ ପ୍ରଶଂସା କରିଥିଲେ।
ଗତ ଗାନ୍ଧୀଜୟନ୍ତୀଠାରୁ ପୁରୀକୁ ଶତ ପ୍ରତିଶତ ପ୍ଲାଷ୍ଟିକମୁକ୍ତ କରିବା ଲାଗି ଜିଲାପାଳ ବଲୱନ୍ତ ସିଂଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ବିଭିନ୍ନ ପଦକ୍ଷେପ ନିଆଯାଇଛି। ମୋ ବିଚ୍‌ କାର୍ଯ୍ୟକ୍ରମରେ ବେଳାଭୂମି ସଫେଇ କରାଯାଉଛି। ଏଥିରେ ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ, ସ୍କୁଲ ଛାତ୍ରୀଛାତ୍ର, ବୁଦ୍ଧିଜୀବୀ ସମସ୍ତେ ସାମିଲ ହେଉଛନ୍ତି। ସେହିପରି ସହରକୁ ସ୍ବଚ୍ଛ ରଖିବା ଲାଗି ଆରମ୍ଭ ହୋଇଛି ମୋ ପୁରୀ ସ୍ବଚ୍ଛ ପୁରୀ କାର୍ଯ୍ୟକ୍ରମ। ସହରର ପ୍ରତ୍ୟେକ ୱାର୍ଡରେ ବୁଲୁଛି ସ୍ବଚ୍ଛ ସବାରି ଗାଡ଼ିି। ଏହି ଗାଡ଼ିି ମାଧ୍ୟମରେ ପ୍ରତ୍ୟେକ ଘରୁ ଆବର୍ଜନା ସଂଗ୍ରହ କରାଯାଉଛି। ରାସ୍ତାଘାଟରେ ଯେପରି ଅଳିଆ ଆବର୍ଜନା ନ ପଡ଼ିବ ସେଥିଲାଗି ପଦକ୍ଷେପ ନିଆଯାଇଥିବାବେଳେ ଜରିମାନା ବ୍ୟବସ୍ଥା ବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri