ପ୍ଲାଷ୍ଟିକ୍‌ ଗୋଡ୍‌ ଖଁଜ୍‌ବାକେ ଟଁକା ଅଭାବ୍‌: ଜୀବନ୍‌ ଜୀବ୍‌କାରୁ ବଁଚିତ୍‌ ଭିନ୍ନକ୍ଷମ ଆଦିତ୍ୟ

ଜାମଟିକ୍ରା, ୨୬।୮ (ଡି.ଏନ୍‌.ଏ):  ବରଗଡ଼ ଜିଲା କୁରୁଆଁ ପଁଚେତ୍‌ ବାଉଁସେନପାଲି ଗାଁର ଅଭିମନ୍ୟୁ ମିର୍ଦ୍ଧାକଁର ପୁଓ ଆଦିତ୍ୟ ମିର୍ଦ୍ଧା(୨୬)। ୨୦୧୭ରେ ତାକର ଡେବ୍‌ରି ଗୋଡ଼ରେ କର୍କଟ ରୋଗ୍‌ ହେଇଥିବାର ଜନାପଡ଼ିଥିଲା। ଡାକ୍‌ତର ଆଦିତ୍ୟର ଜୀବନ୍‌ ବଁଚାବାକେ ଯାଇ ତାକର ଗୋଡ଼୍‌ କାଟ୍‌ଲେ। ସେଦିନ୍‌ଠାନୁ ସେ ଭିନ୍ନକ୍ଷମ ପାଲଟିଯାଇଛନ୍‌। ହେଲେ କାହାରି ଉପରେ ବୋଝ୍‌ ହେବାର ବଦଲା ସେ ନିଜେ କମେଇ ଖାଏବାର ମଜବୁତ୍‌ ମନବଲ ରଖିଛନ୍‌। ହେଲେ ତାହାକୁ ଭାଏଗ୍‌ ସାଥ୍‌ ନାଇଁ ଦେବାର।
ସୂଚନା ଅନ୍‌ସାରେ ବାଉଁସେନପାଲିର ଅଭିମନ୍ୟୁ ମିର୍ଦ୍ଧାକଁର ପରିବାର କହେଲେ ମାଏକିନା.ଉର୍ବଶୀ, ଦୁଇ ପୁଓ ଆଦିଦ୍ୟ ଆର ଆଶିଷ। ଆଦିତ୍ୟ ବଡ଼ ହେଇଥିଲାବେଲେ ତାକର ସାନ ଭାଇ ଆଶିଷ ଏହେଦେ ଯୁକ୍ତ ତିନ୍‌ରେ ପାଠ୍‌ ପଢ଼ୁଛନ୍‌। ପରିବାରଟା ନିହାତି ଗରିବ୍‌ ହେଇଥିଲାବେଲେ ଅଭିମନ୍ୟୁ ଗୁଟେ ମିଲ୍‌ରେ ଶ୍ରମିକ୍‌ ହିସାବେ କାମ୍‌ କରୁଛନ୍‌। ସେନ୍‌ତା ଆଦିତ୍ୟ ଟ୍ରାକ୍ଟର ଆର ଧାନ କଟା ମେଶିନ ଚଲେଇ ଦୁଇ ପଏସା କମଉଥିଲେ। ହେଲେ ୨୦୧୭ ସାଲେ କେହେନ୍‌ସି କାରନ୍‌ରୁ ଆଦିତ୍ୟକଁର ଡେବ୍‌ରି ଗୋଡ଼ରେ ବହୁତ୍‌ ଦରଦ୍‌ ହେଲା। ଘରର ଲୋକ୍‌ ଆସର ପାସର ଡାକ୍‌ତରଖାନାରେ ଦେଖେଇ ଉଷୋକଷା କଲେ, ହେଲେ କିଛି ଲାଭ ନାଇଁହେଲା। ପରିବାର ଲୋକ୍‌ ତାହାକୁ ୨୦୧୭ ସେପ୍ଟେମ୍ବରରେ ବୁର୍ଲା ଡାକ୍‌ତରଖାନାରେ ଦେଖାଲେ। ସେଠାନେ ପରୀକ୍ଷା ନିରୀକ୍ଷାରୁ ଜନାପଡ଼ଲା ଯେ ଆଦିତ୍ୟକଁର ଗୁଡ଼େ କ୍ୟାନସର ହେଇଛେ। ଇ କଥା ଶୁନି ମା’ବାପ୍‌ ମୁଡ଼େ ଚଡକ୍‌ ପଡ଼ିଥିଲା। ଶେଷେ ପରିବାର ଲୋକ୍‌ ଧାରଉଧାର କରି ଆଦିତ୍ୟକେ ଚିକିଛା ଲାଗି ଭୁବନେଶ୍ୱରର ଗୁଟେ ଘରୋଇ ଡାକ୍‌ତରଖାନାରେ ଭରତି କଲେ। ହେଲେ ସେଠାନେ ଆଦିତ୍ୟକଁର ଜୀବନ୍‌ ବଁଚାବାର ଲାଗି ଡାକ୍‌ତର ଜୁଲାଇ ୧୨, ୨୦୧୮ରେ ତାକର ଗୋଡ଼୍‌ ଜଂଘ୍‌ଠାନୁ ଅପରେଶନ କରି କାଟିଦେଲେ। ଏହେଦେ ସେ ଆଶାବାଡ଼ି ଧରି ଚାଲବୁଲ କରୁଛନ୍‌, ଭିନ୍ନକ୍ଷମ ଭତା ବାବ୍‌ଦେ ୫ଶହ ଟଁକା ପାଉଛନ୍‌। ଏତେ ହେଲା ଉତାରୁ ବି ଆଦିତ୍ୟ ତାକର ମନ୍‌ବଲ ନାଇଁ ହରେଇ। ଏଭେ ବି ସେ କମେଇ ଖାଏବାର ମଜବୁତ୍‌ ମନ୍‌ବଲ ରଖିଛନ୍‌। ଏହେଦେ ସେ ଭିନ୍ନକ୍ଷମ ହେବାର ଲାଗି ତାହାକୁ ଗାଡ଼ିଚଲା ଲାଇସେନ୍ସ ନାଇଁ ମିଲିପାରବାର। ଯଦି ମୋତେ ଲାଇସେନ୍ସ ମିଲିପାରତା ତ ମୁଇଁ ଗାଡ଼ି ଚଲେଇ ଫେନ୍‌ ଦୁଇ ପଏସା କମେଇ ପାରତି ବଲି କହିଛନ୍‌। ଇଥିରଲାଗି ସେ ଗୁଟେ ପ୍ଲାଷ୍ଟିକ୍‌ ଗୋଡ଼୍‌ ଲଗାବାକେ ଚାହୁଁଛନ୍‌। ହେଲେ ଟଁକା ପଏସାର ବଡ଼ଭାରି ଅଭାବ ଲାଗି ସେ ପ୍ଲାଷ୍ଟିକ୍‌ ଗୋଡ଼୍‌ ଖଁଜି ନାଇଁପାରବାର। ଯଦି କେହେନ୍‌ସି ସରକାରୀ, ବେସରକାରୀ ସଂସ୍ଥା କି ସହୁରୁଦ୍‌ ଲୋକ୍‌ ସାହାଯ୍‌ର ହାତ୍‌ ବଢ଼ାଲେ ମୁଇଁ ଆଘର ଲେଖେଁ ଚାଲବୁଲ କରିପାରବାର ସଂଗେ କମେଇ ଖାଇପାରତି ବଲି ସେ କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ, ଅଡିଓ ଭାଇରାଲ୍‌ ପରେ ଚହଳ, ଥାନାରେ…

ଠାକୁରମୁଣ୍ଡା,୨୦ା୨(ତାରାକାନ୍ତ ପଟ୍ଟନାୟକ)- ଠାକୁରମୁଣ୍ଡା ଥାନା ଅଧୀନ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀଙ୍କୁ ଜଣେ ଅଧ୍ୟାପକ ପ୍ରେମ ନିବେଦନ ସହ ଶାରୀରିକ ସମ୍ପର୍କ ପାଇଁ…

କାମ ସାରି ଫେରିବା ବେଳେ ଖଣ୍ଡା-କାତିରେ ଆକ୍ରମଣ କରି ହତ୍ୟା, ୮ଜଣଙ୍କୁ ଆଜୀବନ କାରାଦଣ୍ଡରେ…

ଛତ୍ରପୁର,୨୦ା୨(ଦିଲୀପ ସାମଲ)- ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଦୟାପଲ୍ଲୀ ଗ୍ରାମର ୨୦୧୨ର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଶୁକ୍ରବାର ପ୍ରକାଶ ପାଇଛି। ଛତ୍ରପୁର ଅତିରିକ୍ତ ଜିଲା…

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri