Posted inଜାତୀୟ

ପ୍ରୟାଗରାଜକୁ ପୂରିଲା ବର୍ଷେ

ପ୍ରୟାଗରାଜ,୧୮।୧୦: ଧାର୍ମିକ ଓ ରାଜନୈତିକ ସ୍ତରରେ ଦେଶରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଆହ୍ଲାବାଦର ନାମ ପରିବର୍ତ୍ତନକୁ ଶୁକ୍ରବାର ବର୍ଷେ ପୂରିଛି। ୨୦୧୮ ଅକ୍ଟୋବର ୧୮ରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହାର ନାମ ପରିବର୍ତ୍ତନ କରି ପ୍ରୟାଗରାଜ ରଖିଥିଲେ। ଏହାର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଅଖିଳ ଭାରତୀୟ ଆଖଡା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରି ଧନ୍ୟବାଦ ଜଣାଇଛନ୍ତି। ଏଥିପାଇଁ ନରେନ୍ଦ୍ର ଗିରି ଯୋଗୀଙ୍କୁ ‘ବ୍ରହ୍ମା’ ବୋଲି ସମ୍ବୋଧନ କରିଛନ୍ତି। ଏଥିସହ ସେ କହିଛନ୍ତି, ନାମ ପରିବର୍ତ୍ତନ କରି ଆଦିତ୍ୟନାଥ ଭଲ କାମ କରିଛନ୍ତି। ଆଜି ପ୍ରୟାଗରାଜରେ ଯେଉଁ ବିକାଶର ଗଙ୍ଗା ପ୍ରବାହିତ ହେଉଛି ତାହା କେବଳ ଯୋଗୀଙ୍କ ନିର୍ଭିକତା ନିଷ୍ପତ୍ତି ଯୋଗୁଁ ସମ୍ଭବ ହୋଇପାରିଛି। ତାଙ୍କ ଯୋଗୁ ଏଠାରେ ବହୁ ବିକଶିତ କାର୍ଯ୍ୟ ମଧ୍ୟ ହୋଇଛି। ଅନ୍ୟପଟେ ଆହ୍ଲାବାଦର ହାଇକୋର୍ଟ, ଜଙ୍କସନ୍‌ ଓ ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ କରିବାକୁ ନରେନ୍ଦ୍ର ଗିରି ପ୍ରଧାନମନ୍ତ୍ରୀ ମୋଦି ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଦ୍‌-ଉଲ୍‌-ଜୁହା ଅବସରରେ ଶ୍ରୀନଗରରେ ମିଠା ବାଣ୍ଟିଲେ ପୋଲିସ

ଶ୍ରୀନଗର,୧୨।୮: ଜମ୍ମୁ-କଶ୍ମୀରରେ ସୋମବାର କଡ଼ା ସୁରକ୍ଷା ବଳୟରେ ଇଦ୍‌-ଉଲ୍‌-ଜୁହା ପାଳନ କରାଯାଇଛି। ଅନୁଚ୍ଛେଦ ୩୭୦ ହଟିବା ପରେ ଘାଟିରେ ୧୪୪ ଧାରା ଲାଗୁ ରହିବା ସହ...

ଅଭିଷେକଙ୍କ ଘରେ ପହଞ୍ଚିଲା ସିବିଆଇ

କୋଲକାତା,୧୪।୬: କୋଇଲା ଦୁର୍ନୀତି ମାମଲାରେ ମଙ୍ଗଳବାର କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ(ସିବିଆଇ) ଟିମ୍‌ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ଟିଏମସି ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ...

ରାଞ୍ଚି ପହଞ୍ଚିଲେ ରାଜ୍ୟପାଳ ରମେଶ ବୈସ, ମୁଖ୍ୟମନ୍ତ୍ରୀ ହେମନ୍ତଙ୍କ ସଦସ୍ୟତାକୁ ନେଇ ଯେ କୌଣସି ମୁହୂର୍ତ୍ତରେ ହୋଇପାରେ ନିଷ୍ପତ୍ତି

ରାଞ୍ଚି,୯ ।୯: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାନସଭା ସଦସ୍ୟତା ଶେଷ ହେବା ଆଶଙ୍କା ମଧ୍ୟରେ ଝାଡ଼ଖଣ୍ଡରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ସମୟରେ ରାଜ୍ୟପାଳ ରମେଶ...

‘ ସମ୍ମାନଠାରୁ ମର୍ଯ୍ୟାଦା ବଡ଼ ’

ନୂଆଦିଲ୍ଲୀ,୧୭ା୨- ସମାଜରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସମ୍ମାନର ଅଧିକାର ଆଗରେ ମହିଳାଙ୍କ ମର୍ଯ୍ୟାଦାକୁ ବଳି ପକାଯାଇ ପାରିବ ନାହିଁ। ସାମ୍ବାଦିକା ପ୍ରିୟା ରମାନୀଙ୍କୁ ଆପରାଧିକ ମାନହାନି ମାମଲାରେ...

ଗଣବଳାତ୍କାର ପରେ ମହିଳାଙ୍କ ଜିଭ କାଟିଦେଲେ

ଲକ୍ଷ୍ନୌ୍‌,୨୭।୯: ପଶ୍ଚିମ ଉତ୍ତରପ୍ରଦେଶର ହଥରାସ୍‌ରେ ଜଣେ ଅନୁସୂଚିତ ଜାତିର ମହିଳା(୨୦)ଙ୍କୁ ଗ୍ରାମର ୪ ଜଣ ଉଚ୍ଚଜାତିର ଯୁବକ ଅମାନୁଷିକ ଭାବେ ଗଣବଳାତ୍କାର କରିବା ପରେ ଜିଭ...

ଦଳ ନୁହେଁ ଦେଶ ବଡ଼: ମୋଦି

ନୂଆଦିଲ୍ଲୀ,୬।୪: ଦଳ ନୁହେଁ ଭାଜପା ପାଇଁ ସବୁବେଳେ ଦେଶ ହିଁ ବଡ଼ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଜପାର ୪୧ ତମ ସ୍ଥାପନା ଦିବସ ଅବସରରେ...

ନିଖୋଜ ବିମାନକୁ ଖୋଜିବେ ପର୍ବତାରୋହୀ

ଗୁଆହାଟି,୧୦।୬: ଭାରତୀୟ ବାୟୁସେନା ବିମାନ ଏଏନ୍‌-୩୨ ନିଖୋଜ ହେବାର ୮ ଦିନ ବିତିଯାଇଥିଲେ ମଧ୍ୟ ଏବେ ପର୍ଯ୍ୟନ୍ତ ତା’ର ପତ୍ତା ମିଳିପାରିନାହିଁ। ସୋମବାର ପାଗ ଖରାପ...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୯ ଜୀବନ, ଅନେକ ଆହତ

ବେଙ୍ଗାଲୁରୁ,୨୫।୮: ବେଙ୍ଗାଲୁରୁଠାରୁ ୭୦ କିଲୋମିଟର ଦୂରରେ ଥିବା ତୁମାକୁରୁ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗୁରୁବାର ସକାଳେ ଏକ ଭୟଙ୍କର ଦୁର୍ଘଟଣାରେ ୯...

Advertisement
Archives

Model This Week