ପ୍ରୋ-ମିନେରାଲ କାରଖାନା ଚାଲୁ କରିବାକୁ ଦାବି: ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ପଞ୍ଚାୟତବାସୀ

ଝୁମ୍ପୁରା, ୮ା୨(ଡି.ଏନ.ଏ.)-ଝୁମ୍ପୁରା ବ୍ଲକ ବସନ୍ତପୁର ପଞ୍ଚାୟତରେ ଅବସ୍ଥିତ ପ୍ରୋ-ମିନେରାଲ କାରଖାନା ଚଳାଇବାକୁ ବସନ୍ତପୁର, ନୟାଗଡ ଏବଂ ମଲଦା ପଞ୍ଚାୟତବାସୀ ଦାବି କରିଛନ୍ତି। ପଞ୍ଚାୟତବାସୀଙ୍କ ଜୀବନଜୀବିକା କଥାକୁ ଚିନ୍ତା କରି ପଦକ୍ଷେପ ନେବାକୁ ପଞ୍ଚାୟତବାସୀଙ୍କ ପକ୍ଷରୁ ଗିରିଧାରୀ ବେହେରା, ଦାସ ମହାକୁଡ, ବିପିନ ମହାକୁଡ, ଧନେଶ୍ୱର ବେହେରା, ନିରନ ବେହେରା, ଚକ୍ର ମୁଣ୍ଡା, ଶୁକ୍ରା ମୁଣ୍ଡା,ଦଲ ନାଏକ, ସୁନିଆ ମୁଣ୍ଡା, ଅରୁଣ ମହାକୁଡ, କୁନା ମହାକୁଡ, ଚନ୍ଦ୍ର ମୁଣ୍ଡା ପ୍ରମୁଖ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଦାବିପତ୍ରରେ ୫୦୦ରୁ ଊର୍ଦ୍ଧ୍ୱ ପଞ୍ଚାୟତବାସୀଙ୍କ ଦସ୍ତଖତ ରହିଛି। ଏମାନଙ୍କ ମଧ୍ୟରେ ଅଧିକାଂଶ ଲୋକ କାରଖାନା ପାଇଁ ଜମି ଯୋଗାଇ ଦେଇଥିଲେ।
ବସନ୍ତପୁର ପଞ୍ଚାୟତବାସୀ ଦାବିପତ୍ରରେ ଦର୍ଶାଇଛନ୍ତି ଯେ, ୮ବର୍ଷ ପୂର୍ବରୁ ଏହି ପଞ୍ଚାୟତରେ ପ୍ରୋ-ମିନେରାଲ କାରଖାନା ତିଆରି ହୋଇଥିଲା। ବସନ୍ତପୁର ପଞ୍ଚାୟତକୁ ଲାଗି ଯୋଡା ଖଣିମଣ୍ଡଳ ରହିଛି। ଏ ଅଞ୍ଚଳରେ କେବଳ ଖଣି ରହିଥିବା ବେଳେ, ପ୍ରୋ ମିନେରାଲ ଏକମାତ୍ର କାରଖାନା ରହିଛି। ତେବେ କିଛି ବର୍ଷ କାରଖାନା ଚାଲିବା ପରେ ୪ବର୍ଷ ହେଲା ବନ୍ଦ ରହିଛି। କାରଖାନା ବନ୍ଦ ହେବା ଫଳରେ ପ୍ରତ୍ୟହ ଓ ପରୋକ୍ଷ ଭାବେ ଜୀବନଜୀବିକା ଚଳାଉଥିବା ପାଖାପାଖି ୧୫୦୦ ପରିବାର ବହୁ ଅସୁବିଧା ଦେଇ ଗତି କରୁଛନ୍ତି। ଏବେ ପ୍ରୋ-ମିନେରାଲ କାରଖାନାକୁ ଆଦିତ୍ୟ ବିର୍ଲାଗ୍ରୁପ ନେଇ ବନ୍ଦ ପଡିଥିବା କାରଖାନାର ପୁନରୁଦ୍ଧାର କାମ ଚାଲୁ ରଖିଛି। ଏହି ମରାମତି କାମରେ ଏହି ଅଞ୍ଚଳର ୨୦୦ରୁ ଊର୍ଦ୍ଧ୍ୱ ଲୋକ କାମ କରୁଛନ୍ତି। ତେବେ କାରଖାନା ଚାଲିବା ନେଇ ଏହି ଅଞ୍ଚଳବାସୀଙ୍କ ଆଶା ଉଜ୍ଜୀବିତ ହୋଇଛି। କାରଖାନା ବନ୍ଦ ହେଲେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୧୫୦୦ରୁ ଊର୍ଦ୍ଧ୍ୱ ପରିବାରର ଜୀବନଜୀବିକା ଉଜୁଡିଯିବ। ପ୍ରୋ-ମିନେରାଲ କାରଖାନା ଚଳାଇବା ଦାବି ନେଇ ବସନ୍ତପୁର ପଞ୍ଚାୟତବାସୀ ଜିଲାପାଳଙ୍କୁ ଭେଟିବା ସହିତ କେନ୍ଦୁଝର ପୋଲିସ ଆରକ୍ଷୀ ଅଧୀକ୍ଷକ, ଚମ୍ପୁଆ ଉପଜିଲାପାଳ, ଯୋଡା ଖଣି ଉପନିର୍ଦ୍ଦେଶକ, ଭୁବନେଶ୍ୱର ଓଡିଶା ଖଣି ନିର୍ଦ୍ଦେଶକ, ଭୁବନେଶ୍ୱର ଖଣି ଓ ଷ୍ଟିଲ ସେକ୍ରେଟାରୀଙ୍କୁ ଦାବିପତ୍ର ପଠାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ନିଯୁକ୍ତି ପାଇବେ ୪୫ ହଜାର ଶିକ୍ଷକ, ଏହାସହ…

କେନ୍ଦୁଝର,୧୨ା୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର):ଶିକ୍ଷକମାନେ କେବଳ ପାଠ ପଢ଼ାନ୍ତି ତାହା ନୁହେଁ, ସେମାନେ ଛାତ୍ରୀଛାତ୍ରଙ୍କ ଚରିତ୍ର ଗଢ଼ନ୍ତି ଓ ଠିକ୍‌ ଜୀବନମାର୍ଗ ଦେଖାନ୍ତି। କେନ୍ଦୁଝର ଜିଲା ବୋଦାପଳାସାସ୍ଥିତ…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

କେନ୍ଦୁଝରରେ ଖରିଫ ଧାନ ସଂଗ୍ରହରେ ଐତିହାସିକ ସଫଳତା : ଚାଷୀ ସଂଖ୍ୟା , ଉତ୍ପାଦନରେ ନୂଆ ମାଇଲଷ୍ଟୋନ

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଚଳିତ ବର୍ଷ ଖରିଫ ଧାନ ସଂଗ୍ରହରେ ଐତିହାସିକ ରେକର୍ଡ ସୃଷ୍ଟି ହୋଇଛି। ଭାଜପା ରାଜ୍ୟ ସ୍ବତନ୍ତ୍ର ନିମନ୍ତ୍ରିତ କାର୍ଯ୍ୟକାରିଣୀ ସଦସ୍ୟ…

ଭାଉଜଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଦିଅର, ଗର୍ଭବତୀ ହେବାରୁ…

ପାଟଣା,୧୧ା୪(ବୀରକିଶୋର ଦାଶ):କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ପୋଲିସ ସମ୍ପର୍କୀୟ ବିଧବା ଭାଉଜଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ଭାଉଜ ଗର୍ଭବତୀ ହେବା ପରେ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ତାଲିକା ଘୋଷଣା: ମହେଶ୍ୱର ସାହୁଙ୍କୁ ମିଳିଲା ଗୁୁରୁଦାୟିତ୍ୱ

ବଞ୍ଚୋ,୧୦।୪(ପ୍ରଦୋଷ ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି (ଭାଜପା) ଓଡ଼ିଶା ରାଜ୍ୟ ସଭାପତି ମନମୋହନ ସାମଲ ଶୁକ୍ରବାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ…

ବହୁ ପ୍ରତୀକ୍ଷାର ଅନ୍ତ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଖୋଲିଲା ଶାଳପଡ଼ା ଓଭରବ୍ରିଜ୍‌

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଦୀର୍ଘଦିନର ପ୍ରତୀକ୍ଷା ପରେ ଶେଷରେ ଶାଳପଡ଼ା ଓଭରବ୍ରିଜ ଶୁକ୍ରବାର ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଆସନ୍ତା ୧୨ ତାରିଖର ଗସ୍ତକୁ ଦୃଷ୍ଟିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri