ପ୍ରେମ ସମ୍ପର୍କରେ ଫାଟ: ମାତ୍ର ଏକ ବର୍ଷ ବି ଚାଲିପାରିଲାନି ଏସବୁ ଅଭିନେତାଙ୍କ ବିବାହ

ବମ୍ବେ: ସର୍ବଦା ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ବି-ଟାଉନ୍‌ର ସେଲିବ୍ରିଟିମାନେ। ବିଶେଷକରି ସେମାନଙ୍କ ସମ୍ପର୍କକୁ ନେଇ ଅଧିକ ଆଲୋଚନା ହୋଇଥାଏ। ବଲିଉଡ୍‌ରେ ଏଭଳି କିଛି କଳାକାର ଅଛନ୍ତି ଯେଉଁମାନେ କିଛି ଦିନ ଡେଟ୍‌ କରିବା ପରେ ବିବାହ କରିଥିଲେ ହେଁ ମାତ୍ର ଏକ ବର୍ଷ ମଧ୍ୟରେ ଅଲଗା ହୋଇଛନ୍ତି। ସେମାନଙ୍କ ଭିତରେ ରହିଛନ୍ତି ଚଳଚ୍ଚିତ୍ର ‘ମକଡି’ର ନାୟିକା ଶ୍ୱେତା ବସୁ ପ୍ରସାଦ-ରୋହିତ ମିତ୍ତଲ, କରନ୍‌ ସିଂ ଗ୍ରୋଭର-ଶ୍ରଦ୍ଧା ନିଗମ, ପୁଲକିତ ସମ୍ରାଟ-ଶ୍ୱେତା ରୋହିରା, ସାରା ଖାନ୍‌-ଅଲି ମର୍ଚାଣ୍ଟ, ମନ୍ଦନା କରିମୀ-ଗୌରବ ଗୁପ୍ତା, ଚାହତ ଖାନ୍ନା-ଭରତ ନରସିଂଘାନୀଙ୍କ ଭଳି କଳାକାର।

ଗତବର୍ଷ ଗୋପନୀୟ ଭାବେ ବିବାହ କରିଥିବା ଶ୍ୱେତା ନିକଟରେ ସ୍ବାମୀ ରୋହିତଙ୍କଠାରୁ ଅଲଗା ହେବାର ନିଷ୍ପତ୍ତି ନେଇଛନ୍ତି। ଏକ ଇନ୍‌ଷ୍ଟା ପୋଷ୍ଟରେ ସେ ଏହାର ସୂଚନା ଦେଇଛନ୍ତି। ଉଭୟ ପାରସ୍ପରିକ ବୁଝାମଣାରେ ଅଲଗା ହେଉଥିବା ସେ କହିଛନ୍ତି।

ଏବେ ବିପାଶାଙ୍କ ଜୀବନସାଥୀ ପାଲଟିଥିବା କରନ୍‌ ଟେଲିଭିଜନ ଅଭିନେତ୍ରୀ ଶ୍ରଦ୍ଧାଙ୍କୁ ଭଲପାଇ ବସିଥିଲେ। ଅନେକ ଦିନ ଡେଟ୍‌ କରିବା ପରେ ଉଭୟ ବିବାହ ମଧ୍ୟ କରିଥିଲେ। ହେଲେ ବିବାହର ମାତ୍ର ଦଶ ମାସ ପରେ ଉଭୟ ଅଲଗା ହୋଇଯାଇଥିଲେ। ତେବେ ଏହା ପଛରେ କରନ୍‌ଙ୍କ ଅନ୍ୟମାନଙ୍କ ସହ ସମ୍ପର୍କରେ ରହିବାକୁ କୁହାଯାଉଥିଲା।

ସଲମାନଙ୍କ ରାକ୍ଷୀ ଭଉଣୀ ଶ୍ୱେତାଙ୍କୁ ବିବାହ କରିବାର ଏକ ବର୍ଷ ପୂର୍ବରୁ ବିଚ୍ଛେଦ ଘଟିଥିଲା। ୨୦୧୪ରେ ଉଭୟ ବିବାହ କରିବା ପରେ ୨୦୧୫ରେ ଛାଡ଼ପତ୍ର ଦେଇଥିଲେ। ସାରା ଖାନ୍‌ ଅଭିନେତା ଅଲୀଙ୍କୁ ବିବାହ କରିଥିଲେ। ବିଗ୍‌ ବସ୍‌ ଘରେ ବିବାହ କରିବାର ଦୁଇ ମାସ ପରେ ଉଭୟ ଅଲଗା ହୋଇଯାଇଥିଲେ। ସେହିଭଳି ମନ୍ଦନା ସ୍ବାମୀ ତଥା ବ୍ୟବସାୟୀ ଗୌରବଙ୍କଠାରୁ ୬ ମାସ ପରେ ଅଲଗା ହୋଇଥିବା ବେଳେ ଚାହତ ମାତ୍ର ଆଠ ମାସ ପରେ ସ୍ବାମୀ ଭରତଙ୍କଠାରୁ ଅଲଗା ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୭୦୦ ରନ୍‌ କରିଲେ ବି ହାରିଯିବ ତିଳକ ବର୍ମାଙ୍କ ଦଳ! ବୈଭବଙ୍କ ଦଳ ହେବ ଚାମ୍ପିଅନ, ଜାଣନ୍ତୁ ରୋଚକ ନିୟମ

ଚେନ୍ନାଇ,୯।୯: ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ଖେଳାଯାଉଛି। ସେପ୍ଟେମ୍ବର ୬ରୁ ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଆରମ୍ଭ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଟେନସନ୍‌ରେ ପଡ଼ିଲେ ଗୌତମ ଗମ୍ଭୀର! ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୯: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ପୂର୍ବରୁ ଭାରତୀୟ ଦଳ ସାମ୍ନାରେ ଏକ ବଡ଼ ପ୍ରଶ୍ନ ଠିଆ ହୋଇଛି। ଅଭିଷେକ ଶର୍ମାଙ୍କ ସହ ଇନିଂସ ଓପନ କରିବେ…

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବ୍ୟକ୍ତିଙ୍କ ମୃତ୍ୟୁ

ପାଟଣା, ୯।୯ (ବୀର କିଶୋର ଦାଶ): ପାଟଣା ଥାନା ଅନ୍ତର୍ଗତ ମୂଷାଖୋରୀ ପଞ୍ଚାୟତର ମୂଷାନାଳି ଗ୍ରାମରେ ବିଦ୍ୟୁତ୍ ଆଘାତ ଲାଗି ବୁଧବାର ସକାଳେ ଦୟାନିଧି ମହାନ୍ତ (୪୮)ଙ୍କ…

ଭଦ୍ରକ-ଧାମରା ରେଳପଥ ଅବରୋଧ ଡିପିସିଏଲ୍‌ର ଅନ୍ୟାୟ: ଅନୀତି ବିରୋଧରେ ଜନଆକ୍ରୋଶ

ତିହିଡ଼ି, ୯।୯ (ସଞ୍ଜିତ ବଳ): ଭଦ୍ରକ-ଧାମରା ରେଳପଥର ତିହିଡ଼ି ବ୍ଲକ ଅଧୀନ ପୀରହାଟ ଥାନା ଅନ୍ତର୍ଗତ ଗୁରୁଦାସପୁରଠାରେ ବୁଧବାର ସକାଳଠାରୁ ରେଳପଥ ଅବରୋଧ କରାଯାଇଛି। ଧାମରା ପୋର୍ଟ…

PM ମୋଦିଙ୍କ ସାର୍ବଜନୀନ ଜୀବନର ୨୫ ବର୍ଷ: ନୀତିନ ନବୀନ କହିଲେ- ଅକ୍ଟୋବର ୨ରେ…

ନୂଆଦିଲ୍ଲୀ,୯।୯: ଭାରତୀୟ ଜନତା ପାର୍ଟି (BJP) ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାର୍ବଜନୀନ ଜୀବନର ୨୫ ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା ମାସରେ ‘ସେବା ସଂକଳ୍ପ ଅଭିଯାନ’…

BJP ଅଫିସ୍‌ରେ ଆତଙ୍କ! AC ତଳୁ ବାହାରିଲା ୫ ଫୁଟ୍‌ର କିଙ୍ଗ କୋବ୍ରା, ତା’ପରେ…

ସୀତାପୁର,୯।୯: ଉତ୍ତରପ୍ରଦେଶର ସୀତାପୁରରେ ବୁଧବାର ସକାଳେ BJP କାର୍ଯ୍ୟାଳୟରେ ଦେଖିବାକୁ ମିଳିଥିଲା ଆତଙ୍କଜନକ ଦୃଶ୍ୟ। କାର୍ଯ୍ୟାଳୟରେ ଥିବା କର୍ମଚାରୀମାନେ ପ୍ରାୟ ୫ ଫୁଟ ଲମ୍ବର ଏକ କିଙ୍ଗ…

ସ୍କୁଲରେ ତାଲା ପକାଇଲେ ଅଭିଭାବକ:ବାତ୍ୟା ଆଶ୍ରୟସ୍ଥଳୀରେ ପାଠପଢ଼ିଲେ ଛାତ୍ରୀଛାତ୍ର

ମହାକାଳପଡ଼ା,୯।୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳବର୍ତ୍ତୀ ସୁନିତି ପଞ୍ଚାୟତ ଅନ୍ତର୍ଗତ ଓଲ୍ଡ ଫିଲ୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଭିଭାବକମାନେ ତାଲା ପକାଇବା ଘଟଣାକୁ…

ପ୍ରଧାନ ଶିକ୍ଷକଙ୍କ ବଦଳି ନିଷ୍ପତ୍ତି ପ୍ରତ୍ୟାହାର ଦାବି: ଧାରଣାରେ ବସିଲେ ଅଭିଭାବକ

ବରୀ,୯।୯(ମହେନ୍ଦ୍ର ସ୍ବାଇଁ):ସରକାର ଶିକ୍ଷା ବ୍ୟବସ୍ଥାର ସୁଦୃଢ଼ୀକରଣ ଉପରେ ଗୁରୁତ୍ୱ ଦେଉଥିବାବେଳେ ବରୀ ଶିକ୍ଷାମଣ୍ଡଳ ଅଧୀନସ୍ଥ କୃଷ୍ଣନଗର ପ୍ରାଥମିକ ବିଦ୍ୟାଳୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri