ପ୍ରେମ ମାନେନା ସୀମାରେଖା, ବିଦେଶୀଙ୍କୁ ମନଦେଇ ବିବାହ କରିଛନ୍ତି ଏସବୁ ଅଭିନେତ୍ରୀ

ବମ୍ବେ: ପ୍ରେମ ମାନେନା କୌଣସି ବାଧାବିଘ୍ନ, ସୀମାରେଖା। ବଲିଉଡ୍‌ର କେତେକ ଅଭିନେତ୍ରୀଙ୍କ କ୍ଷେତ୍ରରେ ଉକ୍ତିଟି ବେଶ୍‌ ପ୍ରଯୁଜ୍ୟ । ସେ ବବ୍‌ଲି ପ୍ରିୟଙ୍କା ଚୋପ୍ରା ହୁଅନ୍ତୁ ଅଥବା ପ୍ରୀତି ଜିଣ୍ଟା, ମାଧୁରୀ ଦିକ୍ଷୀତ୍‌ ସମସ୍ତେ ବିଦେଶୀଙ୍କୁ ମନଦେଇ ବିବାହ କରିଛନ୍ତି।

ପ୍ରିୟଙ୍କା-ନିକ୍‌ ୨୦୧୮ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ନିକ୍‌ ପିସିଙ୍କଠାରୁ ବୟସରେ ଛୋଟ ହୋଇଥିବାକୁ ନେଇ ଏହା ଚର୍ଚ୍ଚାରେ ରହିଥିଲା। ଯୋଧପୁରର ଉମ୍ମେଦ ଭବନରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା।

ଡିମ୍ପଲ ଗର୍ଲ ପ୍ରୀତି ଜିଣ୍ଟା ଆମେରିକା ବ୍ୟବସାୟୀ ଜେନେ ଗୁଡଇନଫଙ୍କୁ ୨୦୧୮ରେ ବିବାହ କରିଥିଲେ। ଏବେ ଉଭୟ ଆମେରିକାରେ ରହୁଛନ୍ତି। ତେବେ ବିବାହ ପୂର୍ବରୁ ଉଭୟ ପାଞ୍ଚ ବର୍ଷ ଧରି ଡେଟ୍‌ କରିଥିବା କୁହାଯାଏ।

ଅଭିନେତ୍ରୀ ସେଲିନା ଜେଟଲୀ ଅଷ୍ଟ୍ରିଆର ହୋଟେଲ ବ୍ୟବସାୟୀ ପିଟର ହଗ୍‌ଙ୍କୁ ବିବାହ କରିଛନ୍ତି। ଦୁବାଇରେ ଉଭୟ ପରସ୍ପରକୁ ଭେଟିଥିଲେ। ଏହାପରେ ୨୦୧୦ରେ ନିର୍ବନ୍ଧ ଏବଂ ୨୦୧୧ରେ ଉଭୟ ବିବାହ କରିଥିଲେ।

ଧକ୍‌ ଧକ୍‌ ଗର୍ଲ ମାଧୁରୀ ଦିକ୍ଷୀତ୍‌ ୟୁଏସ୍‌ର ଡାକ୍ତର ଶ୍ରୀରାମ ନେନେଙ୍କୁ ବିବାହ କରି ସମସ୍ତଙ୍କୁ ଚମକାଇ ଦେଇଥିଲେ। ୧୯୯୯ରେ ଉଭୟ ବିବାହ କରିଥିଲେ।

ଅକ୍ଷୟ କୁମାର-ଟ୍ୱିଙ୍କିଲଙ୍କ କ୍ଷେତ୍ରରେ ସମାନ ଘଟଣା ଘଟିଛି। ଅକ୍ଷୟଙ୍କ ପାଖରେ କାନାଡାର ନାଗରିକତା ରହିଛି। ଏପରିସ୍ଥଳେ ଏବେ ସେ ଭାରତୀୟ ନାଗରିକତା ପାଇଁ ଆପ୍ଲାଏ କରିଛନ୍ତି। କିନ୍ତୁ ସେ ଜଣେ ବିଦେଶୀ ହୋଇଥିବାରୁ ଭୋଟ ଦେଇ ପାରନ୍ତି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବଲିଉଡ୍‌ରେ ସଫଳତାର ସହ ୩୦ ବର୍ଷ ପୂରଣ କଲେ ଅଜୟ: ପ୍ରଥମ ସିନେମାରେ ଅକ୍ଷୟଙ୍କୁ କରିଥିଲେ ରିପ୍ଲେସ୍‌

ସିଂଘମ୍‌ ଷ୍ଟାର ଅଜୟ ଦେବ୍‌ଗନ୍‌ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ସଫଳତାର ସହ ୩୦ ବର୍ଷ ପୂରଣ କରିଛନ୍ତି। ‘ତାନାଜୀ: ଦି ଅନସଙ୍ଗ ଓ୍ବାରିୟର’ ଅଜୟଙ୍କ କ୍ୟାରିୟରର ୧୦୦ତମ...

ତାରାଙ୍କ ପ୍ରେମରେ ସିଦ୍ଧାର୍ଥ

ମାୟାନଗରୀର କଳାକାରଙ୍କ ମଧ୍ୟରେ ରୋମାନ୍ସ ତଥା ବ୍ରେକ୍‌ଅପ୍‌ ଖବର ସବୁବେଳେ ଲାଗିରହିଥାଏ। କିଏ କାହା ସହ ଡେଟ୍‌ କଲା କିମ୍ବା କାହାର ବ୍ରେକ୍‌ଅପ୍‌ ହେଲା, ଏସବୁ...

ଅଭିନୟ ପ୍ରେମୀ ରୋହନ

‘ଯାତ୍ରା ଏମିତି ଏକ କ୍ଷେତ୍ର ଯେଉଁଠି ପୁରସ୍କାର ସଙ୍ଗେ ସଙ୍ଗେ ମିଳିଥାଏ। ସେଥିପାଇଁ ଅପେକ୍ଷା କରିବାକୁ ପଡ଼େନା।’ ଏକଥା କହନ୍ତି ସିରିଏଲ୍‌ରୁ ଯାତ୍ରାକୁ ଆସି ନିଜ...

ପରଦାରେ ଇନ୍ଦିରା ଗାନ୍ଧୀ ହେବେ ଏହି ଅଭିନେତ୍ରୀ

ଆକ୍ସନ ପିରିୟଡ ଡ୍ରାମା ଫିଲ୍ମ ‘କେଜିଏଫ ଚ୍ୟାପ୍ଟର ୧’ ସୁପରହିଟ ହେବା ପରେ ଏବେ ଏହାର ସିକ୍ୱେଲ ନିର୍ମାଣ ଚାଲିଛି। ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନ...

ବିରାଟ କୋହଲି-ଅନୁଷ୍କାଙ୍କ ପିଲା ବିଷୟରେ ଏମିତି କହିଥିଲେ ଶର୍ମିଲା ଟାଗୋର

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଖୁବ୍‌ଶୀଘ୍ର ମା’ବାପା ହେବାକୁ ଯାଉଛନ୍ତି। ବିରାଟ ଅନୁଷ୍କାଙ୍କ ସହ ଏକ...

ଅବସର ନେବେ ଅମିତାଭ !

ମୁମ୍ବାଇ: ବଲିଉଡ୍‌ ବିଗ୍‌ ବି ଅମିତାଭ ବଚ୍ଚନ ଅବସର ନେବେ ବୋଲି ତାଙ୍କ ବ୍ଲଗ୍‌ ମାଧ୍ୟମରେ ସୂଚନା ଦେଇଛନ୍ତି। ୧୯୬୯ରୁ ‘ସାତ ହିନ୍ଦୁସ୍ତାନୀ’ ମାଧ୍ୟମରେ ବଲିଉଡ୍‌ରେ...

ସ୍ମୃତି @ ୬୦

ଡ. ରଜନୀ ରଞ୍ଜନ। ପେସା ଅଧ୍ୟାପନା, ହେଲେ ନିଶା ସଂଳାପ ରଚନା। ଓଲିଉଡ୍‌ର ଜଣେ ଆଗଧାଡ଼ିର ସଂଳାପକାର ଭାବରେ ସାଉଁଟିଛନ୍ତି ଅନେକ ପ୍ରଶଂସା। ଚଳିତ ମାସ...

କରୀନାଙ୍କ ଚାଟ୍‌ ଶୋ’ରେ ଖାସ୍‌ ଅତିଥି, ଯାହାଙ୍କ ଉପରୁ ଦର୍ଶକଙ୍କ ନଜର ହଟି ନ ଥିଲା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଏକ ରେଡିଓ ଶୋ’ର ହୋଷ୍ଟ କରୁଛନ୍ତି। ଯାହାର ନାମ ‘ଇସ୍କ’। କରୀନାଙ୍କ ଏହି ଶୋ’କୁ କେହି ନା କେହି...

Coronavirus Update


Archives

Model This Week

Why Dharitri