Posted inଖେଳ

ପ୍ରିମିୟର ଲିଗ୍‌: ମାଞ୍ଚେଷ୍ଟର ସିଟିର ପ୍ରଥମ ପରାଜୟ

ଲଣ୍ଡନ,୧୫।୯(ଏଏଫ୍‌ପି)- ଜାନୁୟାରୀ ପରେ ପ୍ରିମିୟର ଲିଗ୍‌ରେ ମାଞ୍ଚେଷ୍ଟର ସିଟ୍‌ ତା’ର ପ୍ରଥମ ପରାଜୟ ବରଣ କରିଛି। ଶନିବାର ଅନୁଷ୍ଠିତ ମୁକାବିଲାରେ ନରଓ୍ବିଚ୍‌ ସିଟି ୩-୨ ଗୋଲରେ ମାଞ୍ଚେଷ୍ଟର ସିଟିକୁ ହରାଇଛି। ନରଓ୍ବିଚ୍‌ ତରଫରୁ କେନି ମ୍ୟାକଲିନ୍‌ ୧୮ ତମ ମିନିଟ୍‌ରେ ପ୍ରଥମ ଗୋଲ ସ୍କୋର କରିଥିଲେ। ଏହାପରେ ଟୋଡ କାଣ୍ଟଓ୍ବେଲ୍‌ ୨୮ତମ ମିନିଟ୍‌ରେ ଗୋଲ ଦେଇ ଦଳକୁ ୨-୦ରେ ଅଗ୍ରଣୀ କରାଇଥିଲେ। ଏହାପରେ ମାଞ୍ଚେଷ୍ଟର ତରଫରୁ ୪୫ତମ ମିନିଟ୍‌ରେ ସର୍ଗିଓ ଅଗୁଏରୋ ଗୋଲ ସ୍କୋର କରିଥିଲେ। ତେବେ ୫୦ତମ ମିନିଟ୍‌ରେ ଟିମୁ ପୁକ୍କି ନରଓ୍ବିଚ୍‌ ପାଇଁ ତୃତୀୟ ଗୋଲ ଦେଇଥିଲେ। ଶେଷରେ ରୋଡ୍ରିଗୋ ଡେର୍ନାଣ୍ଡିଜ୍‌ କାସକାଣ୍ଟ ୮୮ତମ ମିନିଟ୍‌ରେ ଗୋଲ ଦେଇ ପରାଜୟ ବ୍ୟବଧାନକୁ କମାଇଥିଲେ। ଏହି ପରାଜୟ ମାଞ୍ଚେଷ୍ଟର ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ପ୍ରିମିୟର ଲିଗ୍‌ ତାଲିକାରେ ମାଞ୍ଚେଷ୍ଟର ୫ଟି ମ୍ୟାଚ୍‌ ଖେଳି ୩ ବିଜୟ, ଗୋଟିଏ ଡ୍ର ଓ ଗୋଟିଏ ପରାଜୟ ସହ ୧୦ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି। ଅନ୍ୟପଟେ ଲିଭରପୁଲ ୫ଟି ମ୍ୟାଚ୍‌ ଖେଳି ୫ଟି ବିଜୟ ସହ ୧୫ ପଏଣ୍ଟ ହାସଲ କରି ଶୀର୍ଷରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

IRS ଅଫିସରଙ୍କ ନାଁରେ ସଙ୍ଗୀନ ଅଭିଯୋଗ, କେହି ନଥିବା ବେଳେ ଯୁବତୀଙ୍କୁ ସରକାରୀ କ୍ୱାର୍ଟର୍ସରେ ବଳାତ୍କାର

ଭୁବନେଶ୍ୱର,୨୨।୨: ଆଇଆରଏସ୍ ଅଫିସରଙ୍କ ବିରୋଧରେ ବଳାତ୍କାର ଅଭିଯୋଗ । ସତ୍‌ସଙ୍ଗ ବିହାର ସରକାରୀ କ୍ବାର୍ଟର୍ସରେ ବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି । ଏହାସହ ବଳାତ୍କାର ସମୟରେ ଭିଡିଓ…

ଅର୍ଚ୍ଚିତାଙ୍କ ପାଇଁ ସ୍ପେଶାଲ ମେସେଜ ଲେଖିଲେ ସବ୍ୟସାଚୀ, କହିଲେ ମୁଁ ତୁମକୁ ଇର୍ଷା କରେ…

ଭୁବନେଶ୍ୱର,୨୨।୨: ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର ସ୍ତ୍ରୀଙ୍କ ପାଇଁ ଲେଖିଛନ୍ତି ସ୍ପେଶାଲ ମେସେଜ୍‌। ଇନଷ୍ଟାରେ ସେ ଏକ ଭାବପ୍ରବଣ ପୋଷ୍ଟ କରିଛନ୍ତି। ଯାହାକୁ ନେଇ ସୋସିଆଲ ମିଡିଆରେ…

ଚଳନ୍ତା ଟ୍ରେନ୍‌ରେ ମହିଳାଙ୍କ ପ୍ରସବ ବେଦନା, ତାପରେ ହଠାତ୍ ହେଲା…

ଭୁବନେଶ୍ୱର,୨୨।୨(ତ୍ରିନାଥ ମହାନ୍ତି): ଦୂରୋନ୍ତ ଏକ୍ସପ୍ରେସ୍‌ରେ ବେଙ୍ଗାଲୁରୁରୁ ହାଓଡ଼ା ଯାଉଥିଲେ ଜଣେ ଗର୍ଭବତୀ। ଶନିବାର ସକାଳ ୧୦ଟାରେ ଚଳନ୍ତା ଟ୍ରେନରେ ଗର୍ଭବତୀ କାତ୍ରିନା କୁଲୁ ପ୍ରସବଜନିତ ଯନ୍ତ୍ରଣା ପାଇଥିଲେ। ଚଳନ୍ତା…

ପୁଣି ନକ୍ସଲ ଖଞ୍ଜିଥିବା ଲ୍ୟାଣ୍ଡ ମାଇନ ବିସ୍ଫୋରଣ: କୋବ୍ରା ବାଟାଲିୟନର ଦୁଇ ଯବାନ ଗୁରୁତର

ବଣାଇଁ,୨୨।୨(ପ୍ରଦୀପ ତ୍ରିପାଠୀ): ଶନିବାର ଝାରଖଣ୍ଡ ପଶ୍ଚିମ ସିଂହଭୂମ ଜିଲାର ସାରାଣ୍ଡା ଜଙ୍ଗଲ ଅଞ୍ଚଳରେ ନକ୍ସଲ ବିରୋଧୀ ଅଭିଯାନ ସମୟରେ ପୁଣି ଲ୍ୟାଣ୍ଡ ମାଇନ ବିସ୍ଫୋରଣ ଘଟିଥିବା ଜଣାପଡ଼ଛି…

୪୪,୨୦୦ କୋଟିର ୧୦ ପ୍ରକଳ୍ପକୁ ଏଚ୍‌ଏଲ୍‌ସିଏରେ ମଞ୍ଜୁରୀ, ସୃଷ୍ଟିହେବ ୯ ହଜାର ନିଯୁକ୍ତି

ଭୁବନେଶ୍ୱର,୨୨।୨ (ଅନୁରାଧା ମହାରାଣା): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଶନିବାର ଲୋକସେବା ଭବନଠାରେ ୪୪ତମ ହାଇ ଲେଭଲ କ୍ଲିୟରାନ୍ସ ଅଥରିଟି(ଏଚ୍‌ଏଲ୍‌ସିଏ) ବୈଠକରେ ୪୪,୨୦୦ କୋଟି ଟଙ୍କାର…

ଝାରସୁଗୁଡାରେ ରକ୍ତାକ୍ତ ରାଜପଥ: ଟ୍ରଲର-ବୋଲେରୋ ମୁହାଁମୁହିଁ ଧକ୍କା, ୫ ପୋଲିସ କର୍ମଚାରୀ ମୃତ

ଝାରସୁଗୁଡା,୨୨।୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ସଦର ଥାନା ସମ୍ମୁଖରେ ରବିବାର ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଟ୍ରେଲର ଏବଂ ପୋଲିସ…

ସ୍ୱଂୟ ସହାୟକ ଦ୍ୱାରା କରାଯାଇଥିବା ଫୁଲ ଚାଷ ଦେଖିଲେ ଜିଲାପାଳ, ପାହାଡ଼ ଚଢ଼ି….

ପଟ୍ଟାଙ୍ଗି,୨୨।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା କୋଟିଆ ପଞ୍ଚାୟତକୁ ଜିଲାପାଳ ମନୋଜ ସତ୍ୟବାନ୍ ମହାଜନ୍ ଗସ୍ତ କରି ପଞ୍ଚାୟତର ବିଭିନ୍ନ କାର୍ଯ୍ୟକ୍ରମ…

ବଗିଚାରେ କାମ କରୁଥିବା ବେଳେ ୨ ଜଣଙ୍କୁ ଦଳିଦେଲା ଦନ୍ତା, ଜଣଙ୍କୁ ଦଳିଲା….

ଦିଗପହଣ୍ଡି,୨୨।୨(ଅଶେଷ ନାଥ ମିଶ୍ର): ଜଲମେରିପଲ୍ଲୀରେ ୨ ଜଣଙ୍କୁ ଦଳିଦେଲା ଦନ୍ତା । ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ପଞ୍ଚାୟତ ଜଲମେରିପଲ୍ଲୀ ଗ୍ରାମର ସିମାଞ୍ଚଳ ରାଉତଙ୍କ ସ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri