ପ୍ରାକ୍ଟିକାଲରେ କମ୍‌ ମାର୍କ ପାଇଁ କଲେଜ ଘେରିଲେ ଛାତ୍ରୀ

ଜୟପୁର,୨୬ା୬(ନି.ପ୍ର./ଡି.ଏନ୍‌.ଏ.): ଥିଓରିରେ ୮୦ ପ୍ରତିଶତ ମାର୍କ ରଖିଥିବା ଜଣେ ଛାତ୍ରୀଙ୍କୁ ଗୃହ ବିଜ୍ଞାନର ପ୍ରାକ୍ଟିକାଲରେ ମାତ୍ର ୧୨ ମାର୍କ ମିଳିଛି। ଜୟପୁର ସରକାରୀ ମହିଳା ମହାବିଦ୍ୟାଳୟରେ ଏଭଳି ବ୍ୟତିକ୍ରମ ଛାତ୍ରୀମାନଙ୍କୁ ଅସନ୍ତୁଷ୍ଟ କରିଛି। ବୁଧବାର ସେମାନେ କଲେଜ ଘେରାଉ କରି ଅଧ୍ୟକ୍ଷାଙ୍କୁ ଲିଖିତ ଅଭିଯୋଗ ଦେଇଛନ୍ତି। ଏହାର ନକଲ ଉଚ୍ଚଶିକ୍ଷା ମନ୍ତ୍ରୀ, ସଚିବ, ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷଙ୍କୁ ମଧ୍ୟ ପଠାଯାଇଛି। ପିଲାଙ୍କ ଅଭିଭାବକ କଲେଜ ଅଧ୍ୟକ୍ଷାଙ୍କୁ ଭେଟି ଅଭିଯୋଗ ଜଣାଇଛନ୍ତି।
ସୂଚନା ଅନୁଯାୟୀ, ଯୁକ୍ତ ୨ କଳାରେ କଲେଜରେ ପ୍ରଥମ ହୋଇଥିବା ଛାତ୍ରୀ ରେଶମା ପାତ୍ର ୮୦ ପ୍ରତିଶତ ମାର୍କ ଆଣିଥିବା ବେଳେ ପ୍ରାକ୍ଟିକାଲରେ ମାତ୍ର ୧୨ ମାର୍କ ଆଣିଛନ୍ତି । ଯେଉଁମାନେ ଥିଓରିରେ ୩ ମାର୍କ ଆଣି ଫେଲ୍‌ ହୋଇଛନ୍ତି, ସେମାନଙ୍କୁ ପ୍ରାକ୍ଟିକାଲରେ ଅଧିକ ମାର୍କ ମିଳିଛି। ପ୍ରାକ୍ଟିକାଲ ଦିନ ବିନା ପ୍ରଶ୍ନପତ୍ରରେ ହୋଇଥିବା ବେଳେ ଇନଭିଜିଲେଟରଙ୍କ ଅନୁପସ୍ଥିତିରେ ପରୀକ୍ଷା କରାଯାଇଥିଲା। ଗୃହ ବିଜ୍ଞାନର ଜନୈକା ଅଧ୍ୟାପିକା ପରୀକ୍ଷା ପୂର୍ବରୁ ‘ପ୍ରାକ୍ଟିକାଲ ମାର୍କ ମୋ ହାତରେ ରହିଛି, କାହାକୁ ବି ୨୦ ମାର୍କ ଦେବିନାହିଁ’ ବୋଲି ଧମକ ଦେଉଥିବା ଛାତ୍ରୀମାନେ କହିଛନ୍ତି। ରେଗୁଲାର ଓ ଏକ୍ସ ରେଗୁଲାର ମିଶି ପ୍ରାକ୍ଟିକାଲରେ ୨୧୫ ଜଣ ଛାତ୍ରୀ ପରୀକ୍ଷା ଦେଇଥିଲେ। ଅଧିକାଂଶ ପରୀକ୍ଷାର୍ଥୀଙ୍କୁ ମାତ୍ର ୧୨, ୧୫, ୨୦ ମାର୍କ ମିଳିଛି। ଏହିପରି ଅର୍ପିତା ମହାପାତ୍ର, ମୌସୁମୀ ପାତ୍ର ଓ ଅନ୍ୟ ୧୫ରୁ ଊର୍ଦ୍ଧ୍ୱ ଛାତ୍ରୀଙ୍କ ମଧ୍ୟ ପ୍ରାକ୍ଟିକାଲରେ ମାର୍କ କମ ରହିଥିବା ସେମାନଙ୍କ ଅଭିଭାବକ ଅଭିଯୋଗ କରିଛନ୍ତି । ପିଲାଙ୍କୁ ଜାଣିଶୁଣି ହତାଶ କରାଯାଉଥିବା ବିଷୟ ଜଣେ ଛାତ୍ରୀଙ୍କ ଅଭିଭାବକ ବିଜୟ କୁମାର ମହାନ୍ତି ପ୍ରକାଶ କରିଛନ୍ତି । ଏନେଇ ଅଧ୍ୟକ୍ଷା ମନୋରମା ଦେବୀଙ୍କ ପ୍ରତିକ୍ରିୟା ମାଗିବା ପରେ ସେ କହିଥିଲେ, ଥିଓରିରେ ଜଣେ ଭଲ କଲେ ପ୍ରାକ୍ଟିକାଲରେ ମଧ୍ୟ ଭଲ କରିବେ, ସେମିତି କିଛି ମାନେ ନାହିଁ। ଯାହା ମାର୍କ ଦିଆଯାଇଛି, ପରୀକ୍ଷା ଯୋଗ୍ୟତା ଅନୁଯାୟୀ ଦିଆଯାଇଛି । ମାର୍କ ଉପରେ ଅଧ୍ୟକ୍ଷାଙ୍କର କୌଣସି କର୍ତ୍ତୃତ୍ୱ ନଥାଏ। ସେମାନଙ୍କ ସନ୍ଦେହ ହେଲେ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିପାରିବେ ବୋଲି ଅଧ୍ୟକ୍ଷା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯିବାକୁ ପଡିବନି RTO: ଏଣିକି ଘରେ ବସି ରିନ୍ୟୁ ହେବ ଡ୍ରାଇଭିଂ ଲାଇସେନ୍ସ, ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨।୧: ଯଦି ଆପଣଙ୍କର ଡ୍ରାଇଭିଂ ଲାଇସେନ୍ସ (DL) ୨୦୨୬ରେ ଶେଷ ହେବାକୁ ଯାଉଛି, ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଭାରତରେ ଆପଣଙ୍କର ଡ୍ରାଇଭିଂ...

ନାଟ୍ୟ ନର୍ତ୍ତନ ଡ୍ୟାନ୍ସ ଫେଷ୍ଟିଭାଲ: ସଫଳତା ଆଣିଲେ….

ଖଡ଼ିଆଳ,୨ା୧ (ସୁଜିତ କୁମାର ପ୍ରଧାନ):  ନୂଆପଡ଼ା ଜିଲା ଖଡିଆଳ ସହରର ଲାଲ ସାହେବ ପଡ଼ାରେ ଥିବା ଧର୍ମେଶ ଡ୍ୟାନ୍ସ ଏକାଡେମୀ ପୁଣି ଏକ ସଫଳତା ହାସଲ...

ଇତିହାସ ରଚିଲା Dhurandhar: ଟିକସ ଛାଡ଼ ଘୋଷଣା କଲେ…

ମୁମ୍ବାଇ,୨।୧: ଫିଲ୍ମ “ଧୁରନ୍ଧର” ଡିସେମ୍ବର ୫, ୨୦୨୫ରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମଟି ସାରା ବିଶ୍ୱରେ ହିଟ ହୋଇଥିଲା ଏବଂ ବକ୍ସ ଅଫିସରେ ଉଲ୍ଲେଖନୀୟ ପ୍ରଦର୍ଶନ...

ଏନ୍‌ଏସ୍‌ଏସ୍‌ ଅର୍ଥ ୧୦ ତାରିଖ ସୁଦ୍ଧା ଖର୍ଚ୍ଚ କର ଯଦି ନ ହୁଏ ତେବେ…

ଭଞ୍ଜନଗର,୨ା୧(ବାବୁଲା ପ୍ରଧାନ): ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌) ଅର୍ଥ ନିର୍ଦ୍ଧାରିତ ସମୟ ମଧ୍ୟରେ କିଭଳି ଖର୍ଚ୍ଚ ହେବ ସେନେଇ ଅନଲାଇନ ମାଧ୍ୟମରେ ଏକ ସମୀକ୍ଷା ବୈଠକ...

ବିସିସିଆଇରୁ ଏତେ ଟଙ୍କା ପେନସନ ପାଆନ୍ତି ଏମଏସ ଧୋନୀ, ପ୍ରତି ମାସରେ ଆସୁଛି…

ନୂଆଦିଲ୍ଲୀ,୨।୧: ଭାରତକୁ ଦୁଇଟି ବିଶ୍ୱକପ ବିଜୟୀ କରାଇଥିବା ମହେନ୍ଦ୍ର ସିଂ ଧୋନୀ ହୁଏତ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି, କିନ୍ତୁ ଭାରତୀୟ କ୍ରିକେଟ ସହିତ ତାଙ୍କର...

ଜବ୍‌ କାର୍ଡ ଦେଖାଇ ଖାଇଗଲେ ୫୫ ଲକ୍ଷ ଟଙ୍କା, ବନ୍ଧାହେଲେ ଫରେଷ୍ଟର

ଭବାନୀପାଟଣା,୨ା୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଥୁଆମୂଳ ରାମପୁର ରେଞ୍ଜର ପୂର୍ବତନ ଫରେଷ୍ଟର ଜୟ କୁମାର ଜୁଆଡ଼ଙ୍କୁ ୫୫ଲକ୍ଷ ଟଙ୍କା ଆତ୍ମସାତ୍‌...

ମୁମ୍ବାଇ ଇଣ୍ଡିଆନ୍ସ ଲଞ୍ଚ କଲା ନୂଆ ଜର୍ସି, ଗତ ସିଜନଠାରୁ କେତେ ଭିନ୍ନ, ଜାଣନ୍ତୁ…

ନୂଆଦିଲ୍ଲୀ,୨।୧: ମୁମ୍ବାଇ ଇଣ୍ଡିଆନ୍ସ ମହିଳା ପ୍ରିମିୟର ଲିଗ ୨୦୨୬ ପାଇଁ ସେମାନଙ୍କର ନୂତନ ଜର୍ସି ଉନ୍ମୋଚନ କରିଛି। ଦଳଟି ସେମାନଙ୍କର ଅଫିସିଆଲ ସୋସିଆଲ ମିଡିଆରେ ଏକ...

ପ୍ରସ୍ତୁତି ଚୂଡ଼ାନ୍ତ: ୪ରୁ ସମ୍ବଲପୁର ଲୋକ ମହୋତ୍ସବ

ସମ୍ବଲପୁର,୨ା୧(ବି.ଶଙ୍କର): ଓଡ଼ିଶା ସରକାରଙ୍କ ଭଷା, ସାହିତ୍ୟ, ସଂସ୍କୃତି ବିଭାଗ ଓ ଜିଲା ସଂସ୍କୃତି ପରିଷଦ ସମ୍ବଲପୁରର ମିଳିତ ଆନୁକୂଲ୍ୟରେ ଲୋକ ମହୋତ୍ସବ-୨୦୨୬ ଚଳିତ ମାସ ୪ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri