ପ୍ରହସନ ପାଲଟିଛି ଲକ୍‌ ଡାଉନ୍‌ କଟକଣା: ବ୍ୟାଙ୍କରେ ରହୁନି ସାମାଜିକ ଦୂରତ୍ୱ, ଲାଗୁଛି ଖାତାଧାରୀଙ୍କ ଭିଡ

କେନ୍ଦୁଝର,୧୫।୪(ସ୍ବ.ପ୍ର.): କରୋନା ମୁକାବିଲା ନିମନ୍ତେ ରାଜ୍ୟରେ ସମ୍ପ୍ରତ୍ତି ଲକ୍‌ ଡାଉନ ସ୍ଥିତି ଜାରି ରହିଛି। ତେବେ ଏହି ସମୟରେ କେବଳ ଅତ୍ୟାବଶ୍ୟକୀୟ ସେବାଗୁଡ଼ିକ ଜାରି ରହିଛି। ଏହି କ୍ରମରେ ବ୍ୟାଙ୍କ ଖୋଲା ରହିଛି। ହେଲେ କେନ୍ଦୁଝର ଜିଲାର କେତେକ ବ୍ୟାଙ୍କରେ ଉପଭୋକ୍ତାମାନଙ୍କ ପରିଚାଳନା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ନ ଥିବାରୁ ଭିଡ଼ ଜମୁଛି। ବ୍ୟାଙ୍କରୁ ଟଙ୍କା ଉଠାଇବା ଓ ଜମା କରିବା ପାଇଁ ଏହି ଭିଡ଼ ଲାଗୁଛି। ସରକାର ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କ ଖାତାରେ ସହାୟତା ରାଶି ଜମା କରିଥିବାରୁ ଏହି ଟଙ୍କା ଉଠାଇବା ପାଇଁ ଖାତାଧାରୀଙ୍କ ଭିଡ଼ ଲାଗୁଛି। ଅପେକ୍ଷା ଗୃହ ନ ଥିବାରୁ ଏବଂ ସ୍ଥାନ ଅଭାବରୁ କେତେକ ବ୍ୟାଙ୍କରେ ବାହାରେ ରାସ୍ତା ପର୍ଯ୍ୟନ୍ତ ଭିଡ଼ ଲାଗୁଥିବା ଏବଂ ସାମାଜିକ ଦୂରତ୍ୱ ପାଳନ ହେଉନଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି । କେତେକ ଏଟିଏମ୍‌ ରେ ମଧ୍ୟ ଅନେକ ସମୟରେ ଟଙ୍କା ନ ଥିବାରୁ ଲୋକ ଅସୁବିଧା ଭୋଗୁଛନ୍ତି। ଫଳରେ ବ୍ୟାଙ୍କରେ ବାଧ୍ୟ ହୋଇ ଭିଡ଼ ଜମାଉଥିବା ଅଭିଯୋଗ ହେଉଛି। କାମରେ ବ୍ୟସ୍ତ ବ୍ୟାଙ୍କ କର୍ମଚାରୀମାନେ ଏହାକୁ ଗୁରୁତ୍ୱ ଦେଉ ନ ଥିବାରୁ ସରକାରଙ୍କ ଲକ୍‌ ଡାଉନ କଟକଣା ପ୍ରହସନରେ ପରିଣତ ହେଉଛି। ଏନଇ ପଦକ୍ଷେପ ନେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ ଅଘଟଣ: ବିଧବା ମହିଳାଙ୍କୁ ଚାପିଦେଲା ଅଜଣା ଗାଡ଼ି, କ୍ଷତିପୂରଣ ଦାବି କରି…

ଲାଞ୍ଜିଗଡ଼,୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ଆଶ୍ରମପଡା ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବିଧବା ମହିଳାଙ୍କ ମୃତ୍ୟୁ ଘଟିଛି।...

ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଲେ ଯୁବ ସମିତି ସଭ୍ୟ, ନିଜ ଦରମାରୁ ଦେଇଦେଲେ ଟଙ୍କା

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତର ବୋରିଗାଁ ଗ୍ରାମର ଗାଣ୍ଡୁ ଗୌଡ଼ ଦୀର୍ଘ ଦିନ ହେବ ଅଜଣା ରୋଗରେ ପୀଡିତ ଅଛନ୍ତି...

ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ମିଡିୟୁବାନ୍ଦା ଜଳପ୍ରପାତ: VIDEO ଦେଖିଲେ ଲାଖି ଯିବ ଲାଖି

ଦାରିଙ୍ଗବାଡି,୧।୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଅନେକ ଜଳ ପ୍ରପାତ ରହିଛି। ସେଥିମଧ୍ୟରେ ଅନ୍ୟତମ ଜଳପ୍ରପାତ ହେଉଛି ମିଡିୟୁାନ୍ଦା ଜଳପ୍ରପାତ, ଯାହାକି ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ...

ଲିଟିଲ ମିସ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ବିଜେତାଙ୍କୁ ଭବ୍ୟ ସାଗତ: ଡିଜେ ବଜାଇ ପାଛୋଟି ନେଲେ..

ଲୋଇସିଂହା,୧।୧(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ଆୟୋଜିତ ଲିଟିଲ ମିସ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା...

ବିଧାୟକଙ୍କ ହୋଡିଂରେ ନାହିଁ ଟାଣୁଆ ନେତା ରାମଚନ୍ଦ୍ର ପଣ୍ଡାଙ୍କ ଫଟୋ, ସହରରେ ଚର୍ଚ୍ଚା

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଆଜି ହେଉଛି ବର୍ଷର ପ୍ରଥମ ଦିବସ ତଥା ନୂଆବର୍ଷ। ଏହି ଦିନକୁ ଗାଁଠୁ ସହର ସବୁଠି ଧୂମଧାମର ପାଳନ କରୁଛନ୍ତି ସମସ୍ତେ।...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧।୧(କୈଳାଶ ଚନ୍ଦ୍ର ପଟନାୟକ ): ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ଫଳରେ ମଝି ଚିଲିକାରେ ୫୦ ଯାତ୍ରୀ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri