ପ୍ରହଲ୍ଲାଦ ନାଟକର ଶାସ୍ତ୍ରୀୟ ଉପସ୍ଥାପନାରେ ଦର୍ଶକ ମନ୍ତ୍ରମୁଗ୍ଧ

କୋଣାର୍କ,୫ା୧୨(ଡି.ଏନ.ଏ.): ସୂର୍ଯ୍ୟମନ୍ଦିର ପାଦଦେଶ ମୁକ୍ତାକାଶ ରଙ୍ଗମଞ୍ଚରେ ଚାଲିଥିବା କୋଣାର୍କ ଉତ୍ସବର ଚତୁର୍ଥ ସାରେ କଳାକାରମାନେ କୁଚିପୁଡ଼ି ଓ ଓଡ଼ିଶୀରେ ଦେଶଭକ୍ତି ଓ ପୁରାଣର ପ୍ରସଙ୍ଗ ନିଖୁଣ ଉପସ୍ଥାପନ କରିଥିଲେ। ସାର ପ୍ରଥମ ପ୍ରସ୍ତୁତି ଥିଲା କୁଚୁପୁଡ଼ି ଶାସ୍ତ୍ରୀୟ ନୃତ୍ୟରେ ଭାରତ-ଭାରତୀ। ସୁପ୍ରସିଦ୍ଧ କୁଚିପୁଡ଼ି ନୃତ୍ୟଗୁରୁ ଦମ୍ପତି ରାଜା ଓ ରାଧା ରେଡ୍ଡୀ ନିଜ ସଂଯୋଜନାରେ ଭାରତ-ଭାରତୀରେ ଏକ ନୂତନ ଭାରତକୁ ପ୍ରତ୍ୟକ୍ଷ କରିଥିଲେ, ଯାହା କଳା, ସଂସ୍କୃତିର ପୃଷ୍ଠଭୂମି ଉପରେ ଦଣ୍ଡାୟମାନ ଥିଲା। ସାର ଦ୍ୱିତୀୟ ପ୍ରସ୍ତୁତି ଥିଲା, ଗଞ୍ଜାମ ଜିଲାର ଜଳନ୍ତର ରାଜ୍ୟରେ ଜନ୍ମ ନେଇଥିବା ପ୍ରହଲ୍ଲାଦ ନାଟକର ଶାସ୍ତ୍ରୀୟ ରୂପାନ୍ତର। ପୁରାଣ ଆଧାରିତ ଶ୍ରୀବିଷ୍ଣୁଙ୍କ ନୃସିଂହ ଅବତାରକୁ ନେଇ ଉପସ୍ଥାପିତ ପ୍ରହଲ୍ଲାଦ ନାଟକର ଭାଷା, ବେଶଭୂଷା, ସଂଗୀତ, ଅଭିନୟ ଏକ ଶାସ୍ତ୍ରୀୟ ଲୀଳା ନାଟକ ଭାବେ ପରିବେଷିତ ହୋଇ ଦର୍ଶକଙ୍କ ମନକୁ ଛୁଇଁ ପାରିଥିଲା। ଡ.ଶାନ୍ତୁନ କୁମାର ରଥଙ୍କ କଳାମତ୍କ ସଂରଚାନ ଓ ଗୁରୁ ରାମହରି ଦାସଙ୍କ ସଂଗୀତ ସଂଯୋଜନାକୁ ଗୁରୁ ଗଜେନ୍ଦ୍ର ପଣ୍ଡା ଓ ତ୍ରିଧାରା ଅନୁଷ୍ଠାନର ଶିଳ୍ପୀଗଣ ମଂଚରେ ପରଶିଦେଇ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ଡ. ମୃତ୍ୟୁଞ୍ଜୟ ରଥ ଏବଂ ଡ. ସାଧନା ଶ୍ରୀବାସ୍ତବଙ୍କ ମଞ୍ଚ ସଂଯୋଜନାକୁ ନେଇ ଚତୁର୍ଥ ସାଂ ଶୁଭାରମ୍ଭ ହୋଇଥିଲା। ଅତିଥିଭାବେ ଓଡ଼ିଶା ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି କଳ୍ପେଶ ସତେନ୍ଦ୍ର ଝାଭେରୀ, ପୂର୍ବତଟ ରେଲଓ୍ବେ ମହାପ୍ରବନ୍ଧକ ବିଦ୍ୟା ଭୂଷଣ, ପର୍ଯ୍ୟଟନ ସଚିବ ବିଶାଲ କୁମାର ଦେବ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ଡ. ସଂଗୀତା ଗୋସାଇଁ, ବିଜୟ କୁମାର ଜେନା, ପର୍ଯ୍ୟଟନ ବିଭାଗର ବରିଷ୍ଠ ଅଧିକାରୀ ଉପତ୍ଳ ପତି, ରତିକାନ୍ତ ପଟ୍ଟନାୟକ, ସରୋଜକାନ୍ତ ପ୍ରଧାନ ପରିଚାଳନା କରିଥିଲେ। ଏହି ପରିପ୍ରେକ୍ଷୀରେ ଚନ୍ଦ୍ରଭାଗାଠାରେ ବାଲୁକା କଳା ମହୋତ୍ସବ ଅନୁଷ୍ଠିତ ହୋଇଥିଲା, ଯାହାକୁ ଦେଖିବାକୁ ବେଳାଭୂମି କୂଳରେ ପ୍ରବଳ ଭିଡ଼ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରେ ଆଳୁ ସଙ୍କଟ, ଓଡ଼ିଶାରେ ହାହାକାର

ଭୁବନେଶ୍ୱର,୨୭।୭: ରାଜ୍ୟରେ ଆଳୁ ଦର ହୁ ହୁ ହୋଇ ବଢୁଛି । କଟକ, ଭୁବନେଶ୍ବର, ବ୍ରହ୍ମପୁର, ବାଲେଶ୍ବର, ସମ୍ବଲପୁର ସବୁଠି ଆଳୁ ଦର ୫୦ ଟଙ୍କା...

ତେଲ ନଦୀ ଉପରେ ୪ ଫୁଟ ପାଣି: ଭାସିଗଲା କ୍ରେନ୍‌

ପାଟଣା,୨୭।୭(ବୀରକିଶୋର ଦାଶ): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ସାହାରପଡା ବ୍ଲକ ବେହାଲ ହୋଇପଡିଛି। ସାହାରପଡ଼ା ବ୍ଲକ କୁମୁଳା ବାହାଳୀ ନିକଟ ତେଲ ନଦୀ ପୋଲଉପରେ ଶନିବାର...

ରାଜ୍ୟରେ ଆଗାମୀ ୪ ଦିନ ଯାଏ ପ୍ରବଳ ବର୍ଷା, ୧୦ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୨୭।୭: ଉତ୍ତର ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ଉତ୍ତର ଓ ଓ ଉପକୂଳ ଓ ପ୍ରବଳ ବର୍ଷା ହେବାର...

ନୂଆ ବିଧାୟକମାନେ ଶୁଣାଇଲେ ନିଜ ଅଞ୍ଚଳର ସମସ୍ୟା

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ଅପରାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ସୁରୁଖୁରୁରେ ଚଳାଇବା ଲାଗି ପ୍ରଥମେ ପରାମର୍ଶଦାତା କମିଟି ଗଠିତ ହୋଇଛି। ଏଥିରେ ବାଚସ୍ପତି...

ଚତୁର୍ଥ ଲଘୁଚାପରୁ ବନ୍ୟା ଆଶଙ୍କା

ଭୁବନେଶ୍ୱର,୨୭ା୭(ଅନୁରାଧା ମହାରଣା): ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ ବିଲବାଡ଼ି ଜଳାର୍ଣ୍ଣବ...

ବଢ଼ିପାରେ ମଧ୍ୟାହ୍ନଭୋଜନ ମୁଣ୍ଡ ପିଛା ଖର୍ଚ୍ଚ

ଭୁବନେଶ୍ୱର,୨୭ା୭(ଅନିଲ ଦାସ): ସ୍କୁଲରେ ଛାତ୍ରୀଛାତ୍ରମାନଙ୍କୁ ଦିଆଯାଉଥିବା ମଧ୍ୟାହ୍ନଭୋଜନ ମୁଣ୍ଡପିଛା ମୂଲ୍ୟ ବଢ଼ିପାରେ। ଏ ନେଇ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ବିଜେଡି ସଭ୍ୟ ରଣେନ୍ଦ୍ର ପ୍ରତାପ...

ଆଳୁ ଅଭାବ: ଦର ବଢ଼ିଲା

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ସପ୍ତାହକ ମଧ୍ୟରେ ଆଳୁ ଦର ୧୫ ଟଙ୍କାରୁ ଅଧିକ ବୃଦ୍ଧି ପାଇସାରିଲାଣି। ଆଳୁ ଏବେ କେଉଁଠି ୪୫ ଟଙ୍କା ତ ଆଉ...

ସରକାର ନିଜ ଦୋଷ ଲୁଚାଉଛନ୍ତି: ବିରୋଧୀ

ଭୁବନେଶ୍ୱର,୨୭ା୭(ଅନିଲ ଦାସ): ରଥ ଉପରୁ ବଡ଼ ଠାକୁର ଖସିପଡ଼ିବା, ଦଳାଚକଟାରେ ଜଣଙ୍କ ମୃତ୍ୟୁ ହେବା, ଟ୍ରାଫିକ ଅବ୍ୟବସ୍ଥା, ଅଣ ସେବାୟତ ରଥ ଉପରେ ଚଢ଼ିବା ପ୍ରସଙ୍ଗକୁ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri