ଭୁବନେଶ୍ୱର,୧୫ା୪(ବ୍ୟୁରୋ): ଗତ କିଛି ଦିନ ହେବ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅଧିକାଂଶ ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲସିୟସ୍ ଉପରକୁ ଉଠିଯାଉଛି। ତାତି ଆହୁୁରି କଲବଲ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ରିଲିଫ କମିଶନର(ଏସ୍ଆରସି)ଙ୍କ କାର୍ଯ୍ୟାଳୟ ଗ୍ରୀଷ୍ମ ପ୍ରବାହର ମୁକାବିଲା କରିବା ପାଇଁ ପ୍ରସ୍ୁତି କରିବାକୁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମଙ୍ଗଳବାର ଅତିରିକ୍ତ ମୁଖ୍ୟ ଶାସନ ସତିବ ତଥା ଏସ୍ଆରସି ପ୍ରଦୀପ କୁମାର ଜେନା ଏ ନେଇ ଜିଲାପାଳଙ୍କୁ ଚିଠି ଲେଖିଛନ୍ତି। ଚିଠିରେ କୁହାଯାଇଛ, ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇଛି। ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଥିବା କୋଭିଡ୍-୧୯ ଗାଇଡ୍ଲାଇନ ଅନୁଯାୟୀ କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ, ଜଙ୍ଗଲ କ୍ଷେତ୍ର ଏବଂ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ଏମ୍ଜିଏନ୍ଆରଇଜିଏସ୍), ମାଲ ପରିବହନ ଆଦି କାର୍ଯ୍ୟକ୍ରମ ଚାଲୁ ରହିବ। ଲୋକମାନଙ୍କୁ ଗ୍ରୀଷ୍ମ ପ୍ରକୋପରୁ ରକ୍ଷା କରିବା ଲାଗି କୋଭିଡ୍-୧୯ ସଂକ୍ରମଣ ମୁକାବିଲା କାର୍ଯ୍ୟରୁ କିଛି ସମୟ ବାହାର କରି ଗ୍ରୀଷ୍ମ ପ୍ରବାହ ମୁକାବିଲା ପ୍ରସ୍ତୁତି ନେଇ ସମୀକ୍ଷା କରିବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ପ୍ରାଣୀ ଚିକିତ୍ସାଳୟକୁ ୨୪ ଘଟିଆ ବିଦ୍ୟୁତ୍ ଯୋଗାଣ, ପାନୀୟ ଜଳ ବଣ୍ଟନର ସମୀକ୍ଷା ପାଇଁ ଜିଲାସ୍ତରରେ ଏକ ସମନ୍ବୟ ସମିତି ଗଠନ କରିବାକୁ କୁହାଯାଇଛି। ପାନୀୟ ଜଳ ଯୋଗାଣ ସମୟରେ ସାମାଜିକ ଦୂରତ୍ୱକୁ ଯେପରି କଡାକଡି ଭାବେ ପାଳନ କରାଯିବ ସେ ନେଇ ଦୃଷ୍ଟିଦେବାକୁ ପରାମର୍ଶ ଦିଆଯାଇଛି। ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପ୍ରାଣୀମାନଙ୍କ ଲାଗି ଜଳ ଯୋଗାଣ ବ୍ୟବସ୍ଥା କରିବା ସହିତ ବନ୍ୟଜନ୍ତୁଙ୍କ ଲାଗି ମଧ୍ୟ ଜଳ ଯୋଗାଣ କରିବାକୁ ଜିଲାପାଳଙ୍କୁ ଏସ୍ଆରସି ନିର୍ଦ୍ଦେଶ ଦେଇଛନ୍ତିି।

ରାଜଧାନୀରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ
ଭୁବନେଶ୍ୱର,୨୬ା୭(ବ୍ୟୁରୋ): ରାଜଧାନୀର ବ୍ୟସ୍ତବହୁଳ ଛକ ମାଷ୍ଟରକ୍ୟାଣ୍ଟିନ୍ଠାରେ ସୋମବାର ଅପରାହ୍ନରେ ନିଶା କାରବାରକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ତେବେ ଗୋଟିଏ ଗୋଷ୍ଠୀର ଦୁଇ ଜଣ...

ଆଠଗଡ଼ ସମବାୟ ବ୍ୟାଙ୍କ ଋଣ ଜାଲିଆତିି ଘଟଣା: ହାଇକୋର୍ଟରେ ଜନସ୍ବାର୍ଥ ମାମଲା
କଟକ ଅଫିସ,୩।୧୨:କଟକ ଜିଲା ଆଠଗଡ଼ ସମବାୟ ବ୍ୟାଙ୍କରେ ଋଣ ପ୍ରଦାନରେ ହୋଇଥିବା ଅନିୟମିତତା ଘଟଣାର ସିବିଆଇ କିମ୍ବା କୋର୍ଟଙ୍କ ନିରୀକ୍ଷଣରେ ଏସ୍ଆଇଟି ତଦନ୍ତ କରିବା ଦାବିରେ...

ମହାପ୍ରଭୁଙ୍କ ନବଯୌବନ ଦର୍ଶନ: ଅନୁକୂଳ ପାଗ ଯୋଗୁ ଭକ୍ତଙ୍କ ଭିଡ଼, ଭିତରକାଠ ନିକଟରେ ମହିଳାଙ୍କୁ ମାଡ଼ ଅଭିଯୋଗ
ପୁରୀ ଅଫିସ,୨ା୭: ୧୪ଦିନର ଅଣସର ବିଧି ପରେ ମଙ୍ଗଳବାର ନବଯୌବନ ରୂପରେ ଦର୍ଶନ ଦେଇଛନ୍ତି ଦରୁଦିଅଁ। ହଜାର ହଜାର ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ନବଯୌବନ ରୂପ ଦର୍ଶନ...

ଇସ୍ପାତ ଓ ଖଣି ବିଭାଗର ୧୫ କରୋନା ଆକ୍ରାନ୍ତ
ଭୁବନେଶ୍ୱର, ୧୭ା୧୨(ବ୍ୟୁରୋ):ରାଜ୍ୟରୁ କରୋନା କଟକଣା ଏକ ପ୍ରକାର କୋହଳ ହୋଇସାରିଛି। ହେଲେ କିଛିଦିନ ହେବ ସ୍କୁଲ ଶିକ୍ଷକ ଏବଂ ଚାତ୍ରୀଛାତ୍ରମାନେ କେତେଗୁଡିଏ ସ୍ଥାନରେ କରୋନା ପଜେଟିଭ...

ବିନା ବାଧାରେ ଅତ୍ୟାବଶ୍ୟକ ମାଲ ପରିବହନ ଯାନ ଚଳପ୍ରଚଳକୁ ନିଶ୍ଚିତ କର: ଜିଲାପାଳ, ଏସ୍ପିଙ୍କୁ ନିର୍ଦ୍ଦେଶ
ଭୁବନେଶ୍ୱର,୨୬ା୩(ବ୍ୟୁରୋ)- କରୋନା ଭୂତାଣୁ(କୋଭିଡ୍-୧୯)କୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ ଜଟିଳ ହୋଇପଡ଼ିଛି। ସମଗ୍ର ଦେଶରେ ଲକ୍ଡାଉନ୍ ଚାଲିଛି। ଜନସାଧାରଣଙ୍କ ନିକଟରେ କିଭଳି ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚତ୍ବ ତାହା...

ଘରକୁ ଘର ବୁଲି ବର୍ଜ୍ୟବସ୍ତୁ ସଂଗ୍ରହ କରିବେ କିନ୍ନର
ବାରିପଦା ଅଫିସ,୨୧ା୪: ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବାରିପଦା ପୌରପାଳିକାକୁ ସ୍ବଚ୍ଛ ଓ ସୁନ୍ଦର ରଖିତ୍ବା ପାଇଁ ଅଭିନବ ପଦକ୍ଷେପ ଗ୍ରହଣ...

ଦନ୍ତା ଉତ୍ପାତ, ସନ୍ଧ୍ୟା ହେଲେ ରାସ୍ତା ଶୂନଶାନ
କୁଆମରା,୭ା୧(ଡ଼ି.ଏନ୍.ଏ.)- ବାଟବଣା ହୋଇ ଘୁରି ବୁଲୁଥିବା ଦନ୍ତା ଉତ୍ପାତ ଆରମ୍ଭ କରିଛି। ଗୋପବନ୍ଧୁ ନଗର ଓ ବଡସାହି ବ୍ଲକ ସୀମା କାହ୍ନୁପୁରା ଜଙ୍ଗଲରେ ୫ ଦିନ...

ବିଶ୍ୱ ଦରବାରରେ ପହଞ୍ଚିବ କୋରାପୁଟ କଫି
କୋରାପୁଟ/ନବରଙ୍ଗପୁର, ୨୮ା୧୧(ସ୍ବ.ପ୍ର./ବି.ପ୍ର.): କୋରାପୁଟ ଓ ନବରଙ୍ଗପୁର ଜିଲାରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ ଶନିବାରଠାରୁ ଆରମ୍ଭ ହୋଇଛି। ଭର୍ଚୁଆଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦ୍ଘାଟନ...