ପ୍ରସ୍ତୁତି ଶେଷ, ଆଜି ରଥଯାତ୍ରା

କଟକ ଅଫିସ,୪ା୭: ଗୁରୁବାର ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଭାଇଚାରାର ସହର କଟକରେ ରଥଯାତ୍ରା ଆନନ୍ଦଉଲ୍ଲାସରେ ପାଳନ କରାଯାଏ। ଏଥିପାଇଁ ସହରର ସମସ୍ତ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଅଧିକାଂଶ ସ୍ଥାନରେ ସହର ବାହାରୁ କାରିଗରମାନେ ଆସି ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ରଥର ଚକ, ଚାରି ନାହାକା, ଚଉଦ ନାହାକା, ଦୁଆରବେଢ଼ା, ଉପରଭୂମି, ପ୍ରଭା, ପାରାଭାଡ଼ି, ପୋଟଳ ଓ ଦଧିନଉତି ଓ କପଡା ଲଗାଯିବା କାମ ବୁଧବାର ସୁଦ୍ଧା ଶେଷ ହୋଇଛି। ଗୁରୁବାର ଭୋରରୁ ଶ୍ରଜୀଉଙ୍କ ମଙ୍ଗଳ ଆଳତି କରାଯିବା ପରେ, ମଇଲମ, ତଡ଼ପ ଲାଗି, ଅବକାଶ ନୀତି, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଗୋପାଳବଲ୍ଲଭ ସହ ଖେଚୁଡ଼ି ଭୋଗ କରାଯିବ। ଏଥିସହ ରଥ ପ୍ରତିଷ୍ଠା କରାଯାଇ ଟାହିଆଲାଗି, ପନ୍ତିଭୋଗ କରାଯିବ। ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଧାଡ଼ି ପହଣ୍ଡିରେ ରଥ ଉପରକୁ ଅଣାଯିବ। ରଥରେ ଛେରାପହଁରା କରାଯିବ। ଏହାପରେ ଚାରମାଳ ଫିଟାଯିବା ସହ ଘୋଡା, ସାରଥି ଲାଗିବା ପରେ ଆରମ୍ଭ ହେବ ରଥଟଣା।

ଚାନ୍ଦିନୀଚୌକ ଜଗନ୍ନାଥ ମନ୍ଦିର
ସହରର ପ୍ରମୁଖ ଜଗନ୍ନାଥ ମନ୍ଦିର ଭାବେ ଚାନ୍ଦିନୀଚୌକ ଜଗନ୍ନାଥ ମନ୍ଦିରର ଖ୍ୟାତି ରହିଛି। ଏଠାକାର ଶ୍ରୀଜୀଉଙ୍କ ମାଉସୀ ମା’ ମନ୍ଦିର ଭାବେ ସ୍ଥାନୀୟ କାଫଲା ଫାଣ୍ଡି ଠାରେ ଏକ ଅସ୍ଥାୟୀ ମଣ୍ଡପ ନିର୍ମାଣ କରାଯାଏ। ଉକ୍ତ ମନ୍ଦିରର ରଥ ଯାତ୍ରା ନିମନ୍ତେ ଜୁଡିସିଆଲ ଏକାଡେମୀ ସମ୍ମୁଖ କାଠଯୋଡ଼ି ନଦୀକୂଳରେ ରଥଖଳା ହୋଇଛି। ରଥଗୁଡ଼ିକର ଉଚ୍ଚତା ୨୫ଫୁଟ। ଅକ୍ଷୟ ତୃତୀୟାରୁ କାରିଗର ସାଗର ମହାରଣାଙ୍କ ନେତୃତ୍ୱରେ ରଥ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ରଥ ନିର୍ମାଣ କାର୍ଯ୍ୟରେ ପୁରୀର ୧୧ଜଣ କାରିଗର ନିୟୋଜିତ ହୋଇଥିବା ସାଗର କହିଛନ୍ତି।
ଦୋଳମୁଣ୍ଡାଇ ଜଗନ୍ନାଥ ମନ୍ଦିର
ଦୋଳମୁଣ୍ଡାଇ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଲି କାରିଗର ରବୀନ୍ଦ୍ର ଭୋଇ କହିଛନ୍ତି। ଅକ୍ଷୟ ତୃତୀୟା ଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ବୁଧବାର ଦୁଆରବେଢ଼ା ଓ ଦଧିନଉତି ଲଗାଯାଇଥିଲା। ଚଳିତବର୍ଷ ବିଛଣାପଟା ଓ ରଥର ଅନ୍ୟ କିଛି ଅଂଶରେ ନୂତନ କାଠ ଲଗାଯାଇଛି ବୋଲି ରବୀନ୍ଦ୍ର କହିଥିଲେ। ବଳଭଦ୍ରଙ୍କ ରଥ ସବୁଠାରୁ ଅଧିକ ଉଚ୍ଚ ତଥା ୨୪ଫୁଟ। ୬ ଇଞ୍ଚ ଲେଖାଏ କମ୍‌ କରାଯାଇ ଜଗନ୍ନାଥ ଓ ସୁଭଦ୍ରାଙ୍କ ରଥ ନିର୍ମାଣ ହୋଇଛି। ଜେଜେବାପାଙ୍କ ଅମଳରୁ ସେ ରଥ ନିର୍ମାଣ କରି ଆସୁଛନ୍ତି ବୋଲି ରବୀନ୍ଦ୍ର କହିଥିଲେ।
ଶ୍ରୀଶ୍ରୀ ବଳଦେବଜୀଉ ମନ୍ଦିର, ରାଣୀହାଟ
ଗତ ୫ବର୍ଷ ହେବ ଏଠାରେ ରଥଯାତ୍ରା ପାଳନ ହୋଇଆସୁଛି। ଗୋଟିଏ ରଥରେ ଚତୁର୍ଦ୍ଧା ମୂର୍ତ୍ତି ରଥଯାତ୍ରାରେ ଯାଆନ୍ତି। ରାଣୀହାଟ ଦୁର୍ଗାଘର ହେଉଛି ଗୁଣ୍ଡିଚା ମନ୍ଦିର। ତେବେ କଟକର ଜିଲାପାଳ ଏହି ରଥଯାତ୍ରାରେ ଛେରାପହଁରା କରନ୍ତି। ଯାହା ଏକ ନିଆରା ପରମ୍ପରା। ଏଠାକାର ରଥର ଉଚ୍ଚତା ୨୫ଫୁଟ। ପୁରୀ ଜିଲା ପିପିଲି ଅଞ୍ଚଳର କାରିଗର ପ୍ରହଲ୍ଲାଦ ମହାରଣାଙ୍କ ନେତୃତ୍ୱରେ ରଥ ନିର୍ମାଣ ହୋଇଛି ବୋଲି ରଥଯାତ୍ରା ପରିଚାଳନା କମିଟି ସଭାପତି ବିଜୟ କୁମାର ସାହୁ କହିଛନ୍ତି।
ଶ୍ରୀଶ୍ରୀ ଜୟ ଜଗନ୍ନାଥ କଲୋନୀ, ଖପୁରିଆ
୨୦୦୦ରେ ଏଠାରେ ରଥଯାତ୍ରା ଆରମ୍ଭ ହୋଇଥିଲା। ପ୍ରଥମେ ଗୋଟିଏ ରଥରେ ଚତୁର୍ଦ୍ଧା ମୂର୍ତ୍ତି ରଥଯାତ୍ରାରେ ଯାଉଥିଲେ। ପରେ ୨୦୦୭ରୁ ତିନିଟି ରଥ ହୋଇ ଏହି ଯାତ୍ରା ଚାଲିଛି। ବଳଭଦ୍ରଙ୍କ ରଥ ୨୧ଫୁଟ ହୋଇଥିବା ବେଳେ ଅନ୍ୟ ଦୁଇଟି ରଥ ଏହାଠାରୁ କମ୍‌ ଉଚ୍ଚତା ବିଶିଷ୍ଟ। କାରିଗର ସାଗର ମହାରଣାଙ୍କ ତତ୍ତ୍ବାବଧାନରେ ରଥ ନିର୍ମାଣ ହୋଇଥିବା ରଥଯାତ୍ରା ପରିଚାଳନା କମିଟିର ଆଦିକନ୍ଦ ରାଉତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri