ପ୍ରସୂତିଙ୍କୁ ଘରୋଇ ମେଡିକାଲ ନେବା ପାଇଁ ଡାକ୍ତରଙ୍କ ତାଗିଦ୍‌ ଭିଡିଓ ଭାଇରାଲ

ବାରିପଦା ଅଫିସ,୨୬ା୧୦- ବଣ ପାହାଡ଼ ଘେରା ଆଦିବାସୀ ଅଧ୍ୟୁଷିିତ ମୟୂରଭଞ୍ଜ ଜିଲାରେ ଲୋକଙ୍କୁ ଠିକ୍‌ ଭାବେ ସ୍ବାସ୍ଥ୍ୟ ସେବା ପ୍ରଦାନ ପାଇଁ ବାରିପଦାଠାରେ ମେଡିକାଲ କଲେଜ ପ୍ରତିଷ୍ଠା କରାଯାଇଛି। ତେବେ ଏଠାକୁ ଆସୁଥିବା ରୋଗୀମାନେ ବିଭିନ୍ନ ସମୟରେ ଶୋଷଣର ଶିକାର ହେଉଥିବା ଅଭିଯୋଗ ହେଉଛି। କିଛି ଦିନ ହେବ ସୋସିଆଲ ମିଡିଆରେ (ହ୍ବାଟ୍ସଆପ ଓ ଫେସ୍‌ବୁକ) ଏ ସମ୍ପର୍କିତ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ବାରିପଦା ମେଡିକାଲ କଲେଜର ସ୍ତ୍ରୀ ଓ ପ୍ରସୂତି ବିଭାଗର ଜଣେ ଡାକ୍ତର ଜଣେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଧମକ ଚମକ ଦେବା ଏବଂ ପ୍ରସୂତି ମହିଳାଙ୍କୁ ଘରୋଇ ମେଡିକାଲକୁ ନେଇଯିବାକୁ ତାଗିଦ କରୁଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ଲୋକେ ଭିନ୍ନ ଭିନ୍ନ ମତ ଦେଉଛନ୍ତି। ତେବେ ଏହାର ପ୍ରତିବାଦରେ ମୟୂରଭଞ୍ଜ ଆଦିବାସୀ ଛାତ୍ର ସଂଗଠନ(ମାସା)ର ରାଜ୍ୟ ସଭାପତି ସୁକୁଲାଲ ମାରାଣ୍ଡିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରଦୀପ ମହାପାତ୍ରଙ୍କୁ ସାକ୍ଷାତ କରି ଲିଖିତ ଭାବେ ଅଭିଯୋଗ କରିବା ସହିତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଆଗାମୀ ୭ ଦିନ ମଧ୍ୟରେ ଏହି ଡାକ୍ତରଙ୍କୁ କାର୍ଯ୍ୟରୁ ବହଷ୍କାର କରା ନ ଗଲେ ମେଡିକାଲ କଲେଜ ସମ୍ମୁଖରେ ଧାରଣା ଦିଆଯିବା ସହିତ ମୟୂରଭଞ୍ଜ ବନ୍ଦ ଡକାରା ଦିଆଯିବ ବୋଲି ମାସା ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ଡାକ୍ତରଙ୍କ ଅବହେଳା ଯୋଗୁଁ ପୂର୍ବରୁ ଜଣେ ପ୍ରସୂତି ଓ ନବଜାତକଙ୍କ ମୃତ୍ୟୁ ଅଭିଯୋଗ ହୋଇଥିବା ମଧ୍ୟ ମାସା ଦର୍ଶାଇଛି। ଏହି ପ୍ରତିନିଧି ଦଳରେ ଜିଲା ସଭାପତି ମୁକେଶ ମାରାଣ୍ଡି, ଲକ୍ଷ୍ମୀକାନ୍ତ ବାସ୍କେ, ସତ୍ୟବତୀ ମାଝୀ, ସମାୟ ମୁର୍ମୁ, ସୁଦାମ ମୁର୍ମୁ, ହରମୋହନ ମୁର୍ମୁ, କୃଷ୍ଣ ସିଂ, ରବିନ୍ଦ୍ର ମାରାଣ୍ଡି, ସତ୍ୟ ରଞ୍ଜନ ଟୁଡୁ ଓ ରଞ୍ଜନ କୁମାର ମହାନ୍ତ ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅସନବଣି ସଂରକ୍ଷିତ ଜଙ୍ଗଲରୁ ଗଳିତ ହାତୀଛୁଆ ମୃତଦେହ ଜବତକଲା ବନ ବିଭାଗ

ମୋରଡ଼ା/ବେତନଟୀ,୧୭ା୪(ଡି.ଏନ.ଏ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ବେତନଟୀ ରେଞ୍ଜ ଅଧୀନ ଜୁଆଳିଭଙ୍ଗା ପଞ୍ଚାୟତର ଭଦ୍ରାଶୋଳର ଅସନବଣି ସଂରକ୍ଷିତ ଜଙ୍ଗଲରୁ ଏକ ହାତୀଛୁଆର ଗଳିତ ମୃତଦେହ ବନ...

ରାସ୍ତା ମରାମତି ନ ହେଲେ ଭୋଟ ବର୍ଜନ

ବୈଶିଙ୍ଗା,୧୧ା୩(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ରଘୁପୁର ପଞ୍ଚାୟତର ଖୁଣ୍ଟାପୁର ଗ୍ରାମ୍ୟ ରାସ୍ତା ମରଣଯନ୍ତା ପାଲଟିଛି। ଏହି ରାସ୍ତାର ମରାମତି କାର୍ଯ୍ୟ ତୁରନ୍ତ କରା...

ବେତନଟୀ ବିଜ୍ଞାପିତ ଅଞ୍ଚଳ ହେବା ନେଇ ଆଶା ସଞ୍ଚାର, ଉପଜିଲାପାଳଙ୍କୁ ମଗାଗଲା ତଥ୍ୟ

ବାରିପଦା ଅଫିସ,୧୯।୮- ଆୟତନ ଓ ଜନସଂଖ୍ୟା ହିସାବରେ ମୟୂରଭଞ୍ଜ ରାଜ୍ୟର ସର୍ବ ବୃହତ। ଏହି ଜିଲାରେ ୨୬ ଟି ବ୍ଲକ ଥିବା ବେଳେ ଦୁଇଟି ପୌରାଞ୍ଚଳ...

ସ୍ବତନ୍ତ୍ର ଟ୍ରେନ୍‌ରେ ଫେରିିଲେ ୨୮୪ ପ୍ରବାସୀ

ବାରିପଦା ଅଫିସ,୨୭ା୫- ଲକ୍‌ଡାଉନ ଯୋଗୁ ତାମିଲନାଡ଼ୁରେ ଫସି ରହିଥିବା ୨୮୪ ପ୍ରବାସୀ ମଙ୍ଗଳବାର ସ୍ବତନ୍ତ୍ର ଟ୍ରେନ୍‌ରେ ମୟୂରଭଞ୍ଜ ଜିଲା ବାରିପଦାକୁ ଫେରିଛନ୍ତି। ଏହି ପ୍ରବାସୀମାନଙ୍କ ମଧ୍ୟରୁ...

ଅପହର୍ତ୍ତାଙ୍କ କବଳରୁ ମୁକୁଳିଲେ ଯୁବକ

ବାରିପଦା ଅଫିସ,୧୯ା୯- ମୟୂରଭଞ୍ଜ ଜିଲା ଦେଉଳି ନିକଟରେ ବୁଧବାର ଟାଉନ ପୋଲିସ ଚଢ଼ାଉ କରି ଅପହର୍ତ୍ତାଙ୍କ କବଳରୁ ଜଣେ ଯୁବକଙ୍କୁ ଉଦ୍ଧାର କରିଛି। ଯୁବକ ଜଣକ...

ଜୈନ ମନ୍ଦିର ସଦୃଶ ତୋରଣରେ ପୂଜା ପାଇବେ ଗଜାନନ

ବାରିପଦା ଅଫିସ,୨୫।୮- ବାରିପଦା ସହର ତକତପୁର ଫ୍ରେଣ୍ଡସ୍‌ ୟୁନିୟନ ପକ୍ଷରୁ ପ୍ରତିବର୍ଷ ପାଳିତ ହେଉଥିବା ଗଣେଶ ପୂଜାର ସ୍ବାତନ୍ତ୍ର୍ୟ ରହିଛି। ୨୦୦୭ ରେ ସ୍ଥାନୀୟ ଅଞ୍ଚଳର...

ଶିମିଳିପାଳ ବଫର ଅଞ୍ଚଳରେ ପଶିଲା କରୋନା: ଖଡ଼ିଆ ସମ୍ପ୍ରଦାୟର ୧୬ ସଂକ୍ରମିତ

ବାରିପଦା ଅଫିସ,୧୯ା୫- ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଥିବା ବଫର ଇଲାକାରେ ରହୁଥିବା ଖଡ଼ିଆ ଜନଜାତି ସମ୍ପ୍ରଦାୟର ଲୋକେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କୁଇକ୍‌...

ଜାଗା ଚିହ୍ନଟ ପାଇଁ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ବାରିପଦା ଅଫିସ, ୩ା୩- ମୟୂରଭଞ୍ଜ ଜିଲା ଶ୍ୟାମାଖୁଣ୍ଟା ବ୍ଲକ ଅଧୀନ ଦୁଧିଆଶୋଳ ଗ୍ରାମବାସୀ ଜମି ପଟ୍ଟା ପାଇଥିବା ବେଳେ ସେମାନଙ୍କ ଜମି ଚିହ୍ନଟ ହୋଇପାରୁ ନାହିଁ।...

Advertisement
Archives

Model This Week