ପ୍ରଶାସନ ପକ୍ଷରୁ ୨ୟ ପର୍ଯ୍ୟାୟ ଉଚ୍ଛେଦ ମାଟିରେ ମିଶିଲା ଛୋଟାଙ୍କ ଆଉ ୨୪ ବଖରା

ଖୋର୍ଦ୍ଧା ଅଫିସ,୨୨। ୭

ବ୍ରାଉନସୁଗାର ଓ ପଥର ବ୍ୟବସାୟୀ ସୁଧାଂଶୁ ପରିଡା ଓରଫ ଛୋଟା ଏସଟିଏଫ ରିମାଣ୍ଡ ଅବଧି ସରିଲା ପରେ ଏବେ ଖୋର୍ଦ୍ଧା ସବ୍‌ଜେଲରେ ଅଛନ୍ତି। ଏଭଳିସ୍ଥଳେ ପ୍ରଥମ ପର୍ଯ୍ୟାୟରେ ଛୋଟାଙ୍କ ୧୪ ବଖରା ଉଚ୍ଛେଦ ହୋଇଥିବାବେଳେ ୨ୟ ପର୍ଯ୍ୟାୟ ସୋମବାର ଆଉ ୨୪ ବଖରା ଅର୍ଦ୍ଧନିର୍ମିତ ଘରକୁ ପ୍ରଶାସନ ଭାଙ୍ଗିଛି। ଭାରପ୍ରାପ୍ତ ଉପଜିଲାପାଳ ତଥା ଖୋର୍ଦ୍ଧା ତହସିଲଦାର ଶୁଭେନ୍ଦୁ ସାମଲଙ୍କ ନେତୃତ୍ୱରେ ୨ ପ୍ଲାଟୁନ ଫୋର୍ସ ଉପସ୍ଥିତିରେ ଉଚ୍ଛେଦ ପ୍ରକ୍ରିୟା ହୋଇଥିଲା। ଖୋର୍ଦ୍ଧା ଏସଡିପିଓ ସୁଶୀଲ ମିଶ୍ର ଓ ଖୋର୍ଦ୍ଧା ଆଦର୍ଶ ଥାନା ଆଇଆଇସି ଉମାପ୍ରସାଦ ସିଂ ଉପସ୍ଥିତ ଥିଲେ। ଏହି ଅର୍ଦ୍ଧନିର୍ମିତ ଘରଗୁଡିକ ବିଶ୍ୱସ୍ତ ସହଯୋଗୀଙ୍କ ପାଇଁ ନିର୍ମାଣ କରାଯାଉଥିଲା। ଏଥିସହ ସ୍ଥାନୀୟ ଅଞ୍ଚଳରେ ସରକାରୀ ଜମିରେ ବହୁ ବେଆଇନ ଘର ମଧ୍ୟ ରହିଛି। ଏ ନେଇ ତହସିଲଦାରଙ୍କୁ ପଚାରିବାରୁ ଜିଲାପାଳଙ୍କ ସହ ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

ଫନୀ ପ୍ୟାକେଜ୍‌
ଫନୀ ବାତ୍ୟାରେ ଘର ଭାଙ୍ଗି ଯାଇଥିବା ଓ କ୍ଷତିଗ୍ରସ୍ତ ହୋଇଥିବା ବିପନ୍ନ ପରିବାରକୁ ଛୋଟା ପ୍ୟାକେଜ ଦେଇଥିଲା। ତେବେ ଛୋଟା ଆଧାର କାର୍ଡର ଜେରକ୍ସ ନେଇ ପରିବାର ପିଛା ୨ ହଜାର ଟଙ୍କା ଦେଇଥିଲେ। ଯେଉଁମାନଙ୍କର ଅଧିକ କ୍ଷତି ହୋଇଥିଲା ୫ ହଜାର ଟଙ୍କା ଦେଇଥିଲା। ଘର ତିଆରି ପାଇଁ ଛୋଟା ଶ୍ରମିକ ଓ ରାଜମିସ୍ତ୍ରି ଯୋଗାଇ ଦେଇଥିଲା। ମିସ୍ତ୍ରିକୁ ଦିନକୁ ୧ ହଜାର ଟଙ୍କା, ଖାଇବା ଓ ଶ୍ରମିକଙ୍କୁ ଖାଇବା ସହ ୫୦୦ ଟଙ୍କା ଦେଉଥିଲା। ଫଳରେ ସେ ସମୟରେ ଶ୍ରମିକ ଓ ରାଜମିସ୍ତ୍ରିମାନେ ଅନ୍ୟ କାହାରି କାମ ନ କରି କେବଳ ଛୋଟାଙ୍କ କାମ କରୁଥିଲେ।

ଗୁରୁଜଙ୍ଗରେ ବ୍ୟବସାୟ ପାଇଁ ଛୋଟାଙ୍କୁ ଅଫର

ବ୍ରାଉନସୁଗାର କାରବାର କରିବାକୁ ଛୋଟାଙ୍କୁ ଗୁରୁଜଙ୍ଗ ଆମନ୍ତ୍ରଣ କରାଯାଇଥିଲା। ସ୍ବଳ୍ପ ଦାମରେ ସରକାରୀ ଜମି ଯୋଗାଇ ଦିଆଯିବାର ପ୍ରତିଶ୍ରୁତି ସହ ଉଚ୍ଛେଦ ହେବନାହିଁ ବୋଲି କୁହାଯାଇଥିଲା। ଏପରିକି ବ୍ରାଉନସୁଗାର ବ୍ୟବସାୟରେ ଆଞ୍ଚ ଆସିବନି, ଅବାଧରେ କାରବାର ଚାଲିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ଏହି ଅଫର ଛୋଟାଙ୍କୁ ପୂର୍ବତନ କାଉନସିଲର ଦେଇଥିଲେ। ଛୋଟା ଜମି କିଣି ଘର କରିବା ସମୟରେ ପୂର୍ବତନ କାଉନସିଲର ସମସ୍ତ ପ୍ରକାରର ସହଯୋଗ କରିଥିଲେ। ପ୍ରାୟ ୨ କୋଟି ଟଙ୍କାର ଘର ନିର୍ମାଣ ସମୟରେ ରାଜସ୍ବ ବିଭାଗ କେବଳ ନୋଟିସ୍‌ କରି ଦେଇ ଚୁପ ରହିଥିଲା। ଅନ୍ୟପକ୍ଷେ ବ୍ୟବସାୟକୁ ଭୟ ନ ଥିଲା। ପ୍ରତି ବଦଳରେ ଛୋଟା ପୂର୍ବତନ କାଉନ୍‌ସିଲରଙ୍କୁ ମାସକୁ ଦରମା ଦେବା ସହ ବିଭିନ୍ନ ସମୟରେ ଭଲ ପ୍ୟାକେଜ୍‌ ଦେଇଥିଲେ। ତେବେ କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ ଚଢ଼ାଉର ସାମ୍ନା କରି ପାରି ନ ଥିଲେ ପୂର୍ବତନ କାଉନସିଲର। ସମସ୍ତ ପ୍ରକାରର ରାଜନୈତିକ ପ୍ରୋତ୍ସାହନ ଏସ୍‌ଟିଏଫ୍‌ ଆଗରେ ହାର ମାନିଥିଲା। ଶେଷରେ ଛୋଟାଙ୍କୁ ଆତ୍ମସମର୍ପଣ କରିବାକୁ ପୂର୍ବତନ କାଉନ୍‌ସିଲର କହିଥିଲେ। ଏପରିକି କୋର୍ଟରେ ଯେତେବେଳେ ଏସ୍‌ଟିଏଫ୍‌ ପହଞ୍ଚତ୍ ଛୋଟାଙ୍କୁ ଗିରଫ କରିବାକୁ ଉଦ୍ୟମ କରିଥିଲା ସେତେବେଳେ ପୂର୍ବତନ କାଉନସିଲର ସହଯୋଗ କରି କିଛି ଆଇନଜୀବୀଙ୍କ ମାଧ୍ୟମରେ ରକ୍ଷା ପାଇ ଯାଇଥିଲେ। ଏବେ ଏସ୍‌ଟିଏଫ୍‌ ପଞ୍ଝାରୁ ଖସାଇ ନେବାକୁ ଉଦ୍ୟମ ଅବ୍ୟାହତି ରଖିଛନ୍ତି। କୋର୍ଟରୁ କିପରି ଛୋଟା ଜାମିନ ପାଇବେ ସେନେଇ ପୂର୍ବତନ କାଉନସିଲର ଲାଗି ପଡିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri