ପ୍ରବାସୀ ଶ୍ରମିକଙ୍କୁ ସରପଞ୍ଚଙ୍କ ଗାଲିଗୁଲଜ ଭିଡିଓ ଭାଇରାଲ

ଦେଓଗାଁ, ୨୫ା୫(ଡି.ଏନ.ଏ.)-ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ମକୁନ୍ଦୁପୁର ପଞ୍ଚାୟତର ସରପଞ୍ଚ ବାଳକ ପଧାନ ପ୍ରବାସୀ ଶ୍ରମିକଙ୍କୁ ଫୋନରେ ଗାଲିଗୁଲଜ କରିବା ଭିଡିଓ ଭାଇରାଲ ହୋଇଛି। ଏହାକୁ ନେଇ ସରପଞ୍ଚ ଅଡୁଆରେ ପଡିଛନ୍ତି ା ସୋମବାର ମୂଳନିବାସୀ ଏକତା ମିଶନ ସଭାପତି ପ୍ରଭାତ ମହାନନ୍ଦ, ଭୀମ ଆର୍ମୀର ଶିବ ପ୍ରସାଦ ନାଗ, ଦଳିତ ଏକ୍ଟିଭିଷ୍ଟ ନେତ୍ରାନନ୍ଦ ଦୀପ ,ମାଞ୍ଚନ ବାରିକ ପ୍ରମୁଖ ବିଡିଓ ନବୀନ କିଶୋର ପାଢ଼ୀଙ୍କୁ ଭେଟି ସରପଞ୍ଚଙ୍କ ବିରୋଧରେ ତଦନ୍ତପୂର୍ବକ କାର୍ଯ୍ୟାନୁ୍‌ଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ା ସେହିପରି ଜାତିଆଣ ଆକ୍ଷେପ କରିବା ଅଭିଯୋଗରେ ବ୍ଲକ କୁଲୁତା ସମାଜ ତରଫରୁ କାନ୍ତେଶ୍ୱର ପଧାନ, ସୁରେଶ ଚନ୍ଦ୍ର ଭୋଇ, ପୂର୍ବତନ ସରପଞ୍ଚ ଅନ୍ତର୍ଯ୍ୟାମୀ ଭୋଇ, ରାଜେନ୍ଦ୍ର ବିଶ୍ୱାଳ, ଗୋବର୍ଦ୍ଧନ ସାହୁ, ସୁଶାନ୍ତ ସାହୁ ପ୍ରମୁଖ ତୁଷୁରା ଥାନାଧିକାରୀ ଯଶୋବନ୍ତ ପ୍ରଧାନୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ା ଅନ୍ୟପକ୍ଷେ ଜିଲା ଯୁବ କୁଲୁତା ସମାଜ ସଭାପତି ଅସିମ ଭୋଇଙ୍କ ନେତୃତ୍ୱରେ ଜିଲା ଜରୁରୀକାଳୀନ ଅଧିକାରୀ ଶଙ୍କର୍ଷଣ ପ୍ରଧାନଙ୍କୁ ଭେଟି ବିହିତ କାର୍ଯ୍ୟାନୁଷ୍ଠାନ ସକାଶେ ଅଭିଯୋଗ କରିଛନ୍ତି ା
ଅଭିଯୋଗ ଅନୁସାରେ ଚଳିତ ମାସ ୨୦ ତାରିଖରେ ଜାମଝରଣ, ତେଲପାଲି ଅଞ୍ଚଳର କେତେକ ପ୍ରବାସୀ ଶ୍ରମିକ ଦେଓଗାଁ ବସ୍‌ଷ୍ଟାଣ୍ଡରେ ଓହ୍ଲାଇବାପରେ ସ୍ଥାନୀୟ ନୋଡାଲ ୟୁପି ସ୍କୁଲରେ ଆଶ୍ରୟ ନେଇଥିଲେ। ସେଠାରୁ ନିଜ ପଞ୍ଚାୟତର ସରପଞ୍ଚ ବାଳକ ପଧାନଙ୍କୁ କ୍ୱାରାଣ୍ଟାଇନରେ ରଖିବା ଓ ଖାଇବା ବ୍ୟବସ୍ଥା କରିବା ପାଇଁ ଯୋଗାଯୋଗ କରିଥିଲେ ା ହେଲେ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ କୌଣସି ବ୍ୟବସ୍ଥା କରା ନ ଯିବାରୁ ସେମାନେ ପୁଣିଥରେ ସରପଞ୍ଚଙ୍କୁ ଫୋନ କରିଥଇଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ସରପଞ୍ଚ ଉକ୍ତ ପ୍ରବାସୀମାନଙ୍କୁୁ ଗାଲିଗୁଲଜ କରି ଜାତିଆଣ ଆକ୍ଷେପ କରିଥିଲେ ବୋଲି ଅଭିଯୋଗ ହୋଇଛି। ଉକ୍ତ ବାର୍ତ୍ତାଳାପକୁ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ା ଏ ନେଇ ସରପଞ୍ଚ ପଧାନଙ୍କ ମତ ଲୋଡିବାରୁ ପ୍ରବାସୀ ଶ୍ରମିକଙ୍କୁ ପ୍ରଶାସନ ଖାଇବା ଓ ରହିବା ବ୍ୟବସ୍ଥା କରିବା କଥା ା ହେଲେ ମୋତେ ସେମାନେ ବାରମ୍ବାର ଫୋନ କରି ଗାଳି କରିବାରୁ ତାର ପ୍ରତିଉତ୍ତର ଦେଇଥିଲି ା କୁଲୁତା ସମାଜକୁ ମୁଁ ସମ୍ମାନ କରେ, ଏଣୁ କିଛି ତ୍ରୁଟି ହୋଇଥିଲେ ସେଥିପାଇଁ କ୍ଷମା ପ୍ରାର୍ଥନା କରୁଛି ା ତେବେ ସମ୍ପୂର୍ଣ୍ଣ କଲ ରେକର୍ଡକୁ ଯାଞ୍ଚ କରାଗଲେ ସବୁକଥା ସାମ୍ନାକୁ ଆସିବ ବୋଲି ସେ କହିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ହାତୀର ଟ୍ରାଙ୍କୁଲାଇଜ୍‌ ଚିକିତ୍ସା ପାଇଁ ଅନୁମତି ମାଗିଥିଲା ବନ ବିଭାଗ, ହେଲେ…

ବଲାଙ୍ଗୀର,୨ା୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଟିଟିଲାଗଡ଼ ରେଞ୍ଜ ବେଲଗାଁ ସେକ୍ସନ ନାରିକଟା ବିଟ୍‌ ବିଜେପୁର ପଞ୍ଚାୟତ ବର୍ଣ୍ଣି ଜଙ୍ଗଲସ୍ଥିତ ନୀମପଡ଼ା ଗାଁର ନାଳରେ ଏକ...

ଶୋଇଥିଲେ ବି ବିକାଶ କଥା ଚିନ୍ତା କରେ: ଭାବବିହ୍ବଳ କଲେ ନରସିଂହ

ଲୋଇସିଂହା,୨।୧(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଜନକଲ୍ୟାଣ ଯୁବ ସାମ୍ମୁଖ୍ୟ କ୍ଲବ ପକ୍ଷରୁ ଅଭିନନ୍ଦନ-୨୦୨୬ ଉତ୍ସବ ପାଳିତ ହୋଇଯାଇଛି। ଉତ୍ସବକୁ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର...

ଲିଟିଲ ମିସ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ବିଜେତାଙ୍କୁ ଭବ୍ୟ ସାଗତ: ଡିଜେ ବଜାଇ ପାଛୋଟି ନେଲେ..

ଲୋଇସିଂହା,୧।୧(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ଆୟୋଜିତ ଲିଟିଲ ମିସ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ଚମକିଲେ କୁନି ଝିଅ: ଇଫ୍ରାତ୍‌ ଜୋଏଲ୍‌ଙ୍କୁ ଲିଟିଲ ମିସ୍‌ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ଟାଇଟଲ୍‌

ଲୋଇସିଂହା,୩୧ା୧୨(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗ୍‌ଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ସୋମବାର ଆୟୋଜିତ ଲିଟିଲ ମିସ୍‌ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀରର କୁନି ଝିଅ...

ବ୍ଲକ୍‌ ପ୍ରଶାସନର ବିଚିତ୍ର ନୀତି: ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ପାଇଁ ରାସ୍ତାରେ ଗାତଖୋଳା

ଲୋଇସିଂହା,୩୧ା୧୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଞ୍ଚଳର ଅନେକ ସରକାରୀ ଜମି ଜବରଦଖଲକାରୀଙ୍କ କବ୍‌ଜ୍ଜାରେ ରହିଛି। ହେଲେ ଲୋଇସିଂହା ବ୍ଲକ୍‌ ପ୍ରଶାସନ ପକ୍ଷରୁ ଏକ...

ବଣିକ ସଂଘର ନୂତନ କର୍ମକର୍ତ୍ତା ମନୋନୀତ: ସଂକ୍ଷିପ୍ତ ସଭାପତି, ରବୀନ୍ଦ୍ର ସମ୍ପାଦକ

ଲୋଇସିଂହା,୩୦ା୧୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଗାଈଖାଇ ଇକୋଟୁରିଜମ୍‌ ପ୍ରକଳ୍ପଠାରେ ଲୋଇସିଂହା ବଣିକ ସଂଘର ବାର୍ଷିକ ଅଧିବେଶନ ପୂର୍ବତନ ସଭାପତି ମୋହିତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri