ପ୍ରଫେସର ଅନ୍ତର୍ଯ୍ୟାମୀ ଆଚାର୍ଯ୍ୟ ଥିଲେ ଜଣେ କର୍ତ୍ତବ୍ୟନିଷ୍ଠ ବୈଜ୍ଞାନିକ

ବୈଜ୍ଞାନିକମାନେ ସାଧାରଣତଃ ଉଦାର ମନୋଭାବ ସମ୍ପନ୍ନ ହୋଇଥାନ୍ତି, କିନ୍ତୁ ସେମାନଙ୍କ ସାମାଜିକ ସମ୍ପର୍କ ଥାଏ ସୀମିତ। କାରଣ ସେମାନେ ବିଜ୍ଞାନାଗାରର ଚାରିକାନ୍ଥ ମଧ୍ୟରେ ଗବେଷଣାରତ ରହିବାକୁ ଅଧିକ ପସନ୍ଦ କରନ୍ତି। କେବଳ କେହି କେହି ଥାଆନ୍ତି ଏଥିରୁ ବ୍ୟତିକ୍ରମ। ସେମାନେ ଗବେଷଣା ସହିତ ସମାଜସେବା ଏବଂ ଜନସମ୍ପର୍କ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରଦର୍ଶନ କରିପାରିଥାନ୍ତି। ଏହା ଫଳରେ ସେମାନେ ବିଜ୍ଞାନକୁ ଜନସାଧାରଣଙ୍କ ନିକଟକୁ ନେବାରେ ସମର୍ଥ ହୁଅନ୍ତି। ପ୍ରଫେସର ଅନ୍ତର୍ଯ୍ୟାମୀ ଆଚାର୍ଯ୍ୟ ଥିଲେ ଏହିଭଳି ଜଣେ ବୈଜ୍ଞାନିକ।
ଜିଲାର ପୁରୁଷୋତ୍ତମପୁର ବ୍ଲକସ୍ଥିତ ଏକ ଅଖ୍ୟାତ ପଲ୍ଲୀ ଗ୍ରାମ ପ୍ରତାପପୁରରେ ୧୯୫୨ ମସିହା ଜାନୁୟାରୀ ୧୨ ତାରିଖରେ ସେ ନଟବର ଏବଂ ଶ୍ରୀମତୀ ଆଚାର୍ଯ୍ୟଙ୍କ କୋଳମଣ୍ଡନ କରି ଜନ୍ମଲାଭ କରିଥିଲେ। ସେ ଥିଲେ ତାଙ୍କର ୩ ଭାଇ ଏବଂ ୨ ଭଉଣୀଙ୍କ ମଧ୍ୟରେ ସର୍ବକନିଷ୍ଠ। ଅତି ବାଲ୍ୟକାଳରୁ ମାତାଙ୍କୁ ହରାଇଲା ପରେ ତାଙ୍କ ସମସ୍ତ ଲାଳନପାଳନ ଦାୟିତ୍ୱ ପଡ଼ିଥିଲା ପିତାଙ୍କ ଉପରେ। ଜଣେ ନୀତିବାଦି ଧର୍ମପରାୟଣ ବ୍ୟକ୍ତି ହିସାବରେ ସେ ପିଲାମାନଙ୍କୁ ଉପଯୁକ୍ତ ଶିକ୍ଷା ଦେବା ସଙ୍ଗେ ସଙ୍ଗେ ଉତ୍ତମ ମଣିଷ ହେବା ଲାଗି ଦିଗ୍‌ଦର୍ଶନ ଦେଇଥିଲେ, ଯାହାକି ପ୍ରସ୍ଫୁଟିତ ହୋଇଥିଲା ପ୍ରଫେସର ଆଚାର୍ଯ୍ୟଙ୍କ ଚରିତ୍ରରେ। ତାହାହିଁ ତାଙ୍କୁ ଜଣେ ବୈଜ୍ଞାନିକ ହେବା ସଙ୍ଗେ ସଙ୍ଗେ ସଫଳ ମଣିଷଟିଏ କରି ଗଢ଼ିଥିଲା।
ଗ୍ରାମ ଉଚ୍ଚ ବିଦ୍ୟାଳୟରୁ ୧୯୬୮ ମସିହାରେ କୃତିତ୍ୱର ସହ ମାଧ୍ୟମିକ ଏବଂ ୧୯୭୦ ମସିହାରେ ଖଲିକୋଟ ମହାବିଦ୍ୟାଳୟରୁ ବିଜ୍ଞାନରେ ଉଚ୍ଚ ମାଧ୍ୟମିକ ଶିକ୍ଷା ସମ୍ପନ୍ନ କଲାପରେ ସେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧୀନ କୃଷି ମହାବିଦ୍ୟାଳୟରେ ଛାତ୍ର ରୂପେ ଯୋଗଦେଇଥିଲେ। ସେଠାରୁ ସେ ୧୯୭୪ ମସିହାରେ ସ୍ନାତକ ଏବଂ ୧୯୭୬ ମସିହାରେ ସୂତ୍ରକୀଟ ବିଜ୍ଞାନ ବା ନେମାଟୋଲୋଜିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କଲେ। ତତ୍ପରେ ବାରିପଦାଠାରେ ଆରମ୍ଭ ହୋଇଥିବା ଜାତୀୟ କୃଷି ବିକାଶ ଯୋଜନାରେ ଗବେଷଣା ଅଧିକାରୀ ରୂପେ ଯୋଗଦେଲେ। ଏଥିରେ ତାଙ୍କୁ ନିୟୋଜିତ କରିବାକୁ ପଡ଼ିଥିଲା ତାଙ୍କ ବୈଜ୍ଞାନିକ କୃତିତ୍ୱ ସହିତ ସମାଜସେବାର ପରାକାଷ୍ଠା। କାରଣ ଏ ଯୋଜନାର ଲକ୍ଷ୍ୟ ଥିଲା ବିବିଧ ନୂତନ କିସମର ଅଧିକ ଅମଳକ୍ଷମ ଧାନ ତଥା ଅନ୍ୟାନ୍ୟ ଫସଲକୁ ଚାଷୀମାନଙ୍କ ନିକଟରେ ପହଞ୍ଚାଇବା ଏବଂ ତାଙ୍କୁ ଏହାର ଚାଷ ପାଇଁ ଆବଶ୍ୟକ ନୂତନ ଜ୍ଞାନକୌଶଳ ଶିକ୍ଷା ଦେବା। ଫଳରେ କୃଷି ସମ୍ପର୍କିତ ନୂତନ ପ୍ରଯୁକ୍ତିବିଦ୍ୟାକୁ ବିଜ୍ଞାନାଗାରରୁ କୃଷି କ୍ଷେତ୍ରକୁ ସ୍ଥାନାନ୍ତର କରିବାରେ ସେ ନିଜର ଏକ ବିଶିଷ୍ଟ ପରିଚୟ ସୃଷ୍ଟି କରିପାରିଥିଲେ। ଇତିମଧ୍ୟରେ ୧୯୮୧ ମସିହାରେ ତାଙ୍କର ବିବାହ ସମ୍ପନ୍ନ ହୋଇଥିଲା ସର୍ବଗୁଣସମ୍ପନ୍ନା ବିଷ୍ଣୁପ୍ରିୟାଙ୍କ ସହିତ। ଏହାପରେ ସେଠାରୁ ବଦଳି ହୋଇ ସେ ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଉଦ୍ଭିଦ ରୋଗ ନିଦାନ ବିଭାଗରେ ଆରମ୍ଭ ହୋଇଥିବା ପାନଚାଷ ଉପରେ ସର୍ବଭାରତୀୟ ଗବେଷଣା କାର୍ଯ୍ୟକ୍ରମରେ ସହ ଗବେଷକ ରୂପେ ଯୋଗଦେଲେ। ସେତେବେଳେ ଆମ ରାଜ୍ୟର ପାନବରଜଗୁଡ଼ିକ ବହୁଳଭାବେ ନାନାଦି ସୂତ୍ରକୀଟମାନଙ୍କ ଦ୍ୱାରା ସଂକ୍ରମିତ ହେଉଥାନ୍ତି। ତେଣୁ ସେ ସମଗ୍ର ରାଜ୍ୟ ଭ୍ରମଣକରି ତାହାର ସର୍ବେକ୍ଷଣ କଲେ। ସେଗୁଡ଼ିକୁ ଚିହ୍ନଟକରି ତାହାର ପ୍ରତିଷେଧକ ବ୍ୟବସ୍ଥା ସ୍ଥିରକଲେ। ପୁନଶ୍ଚ ଚେର ଗଣ୍ଠି ଖାଇଯାଉଥିବା ସୂତ୍ରକୀଟଙ୍କ ଉପରେ ଅଧ୍ୟୟନକରି ସେହି ଗବେଷଣାର ଫଳାଫଳ ଉପରେ ନିବନ୍ଧ ଲେଖି ଡକ୍ଟରେଟ୍‌ ଉପାଧି ଅର୍ଜନ କଲେ। ଏହାପରେ ତାଙ୍କୁ ସୂତ୍ରକୀଟ ବିଜ୍ଞାନ ବିଭାଗର ଆସୋସିଏଟ୍‌ ପ୍ରଫେସର ପଦକୁ ପଦୋନ୍ନତି ଦିଆଗଲା। ସେଠାରୁ ସେ ପ୍ରଫେସର ଏବଂ ବିଭାଗୀୟ ମୁଖ୍ୟ ରୂପେ କାର୍ଯ୍ୟ କରି ୨୦୧୨ ମସିହାରେ ସେବା ନିବୃତ୍ତ ହେଲେ।
ତଥା ଅନ୍ୟାନ୍ୟ ଫସଲରେ ଲାଗୁଥିବା ସୂତ୍ରକୀଟଙ୍କ ଉପରେ ଗବେଷଣା କ୍ଷେତ୍ରକୁ ପ୍ରଫେସର ଆଚାର୍ଯ୍ୟଙ୍କର ଅବଦାନ ଥିଲା ଉଲ୍ଲେଖନୀୟ। ଏ ସମ୍ପର୍କରେ ଗବେଷଣାରତ ଛାତ୍ରୀଛାତ୍ରଙ୍କୁ ଦିଗ୍‌ଦର୍ଶନ ଦେବା ସଙ୍ଗେ ସଙ୍ଗେ ସେ ବିବିଧ ସୁନାମଧନ୍ୟ ଗବେଷଣା ପତ୍ରିକାରେ ପ୍ରକାଶ କରିଥିଲେ ୪୦ଟିରୁ ଊର୍ଦ୍ଧ୍ୱ ଗବେଷଣାପତ୍ର। ଏହା ବ୍ୟତୀତ ଚାଷୀ ଏବଂ ସର୍ବସାଧାରଣଙ୍କୁ ଏ ବିଷୟରେ ସଚେତନ କରିବା ଲାଗି ମଧ୍ୟ ସେ ଅନେକ ଜନପ୍ରିୟ ପ୍ରବନ୍ଧ ରଚନା କରିଥିଲେ।
ଆଚାର୍ଯ୍ୟ ଥିଲେ ଜଣେ କର୍ତ୍ତବ୍ୟନିଷ୍ଠ ଶିକ୍ଷକ ଓ ଗବେଷକ ଏବଂ ପରୋପକାରୀ ସାମାଜିକ କର୍ମୀ। ସେ ଥିଲେ ଅଜାତଶତ୍ରୁ, କାରଣ ଶତ୍ରୁକୁ ମଧ୍ୟ ସ୍ନେହ ଦେଇ ଆପଣାର କରିବା କଳା ତାଙ୍କୁ ଜଣା ଥିଲା। ମସ୍ତିଷ୍କ ଅର୍ବୁଦ ହେତୁ ଦୀର୍ଘଦିନ ଧରି ଶଯ୍ୟାଶାୟୀ ହେଲା ପରେ ମାର୍ଚ୍ଚ ୩୧ ତାରିଖ ୨୦୧୯ରେ ସେ ସ୍ବର୍ଗାରୋହଣ କଲେ। ଫଳରେ ଆମ ରାଜ୍ୟ ହରାଇଲା ଜଣେ ବିଶିଷ୍ଟ କୃତବିତ୍‌ କୃଷିବିଜ୍ଞାନୀଙ୍କୁ । କୃଷକମାନେ ହରାଇଲେ ଜଣେ ପରାମର୍ଶଦାତାଙ୍କୁ ଏବଂ ସମାଜ ହରାଇଲା ପରକୁ ଆପଣାର କଲା ଭଳି ଆଦର୍ଶ ଚରିତ୍ରଧାରୀ ଜଣେ ଉଚ୍ଚକୋଟୀର ମଣିଷଙ୍କୁ।

ପ୍ର. ରମେଶ ଚନ୍ଦ୍ର ପରିଡ଼ା

-୧୨୪/୨୪୪୫,
ଖଣ୍ଡଗିରି ବିହାର, ଭୁବନେଶ୍ୱର,
ମୋ-୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

ଆସୁଛି ହୋଲି: ରଙ୍ଗ ଖେଳିବା ବେଳେ ସୌନ୍ଦର୍ଯ୍ୟ ସହ କରନ୍ତୁ ନାହିଁ ବୁଝାମଣା

ରଙ୍ଗର ପର୍ବ ହୋଲି। ଏହି ପର୍ବକୁ ଆଉ ଅଳ୍ପ କେତେଟା ଦିନ ବାକି ଅଛି। ଏହି ଦିନକୁ ସମସ୍ତେ ମନଭରି ଉପଭୋଗ କରିିବାକୁ ଚାହିଥାନ୍ତି। ମାତ୍ର...

ମୁଣ୍ଡବ୍ୟଥାର ଘରୋଇ ଉପଚାର

ମୁଣ୍ଡବ୍ୟଥା ଆଜିକାଲି ଏକ ସାଧାରଣ ସମସ୍ୟା ପାଲଟି ଗଲାଣି। ତେବେ ଏପରି କେତେକ ଘରୋଇ ଉପଚାର ରହିଛି, ଯାହାଦ୍ୱାରା ଏଥରୁ ଅନେକାଂଶରେ ଉପଶମ ମିଳିପାରିବ। ସେ...

ତମ୍ବା ପାତ୍ରର ଖାଦ୍ୟ ଶରୀର ପାଇଁ କ୍ଷତିକାରକ

ବର୍ତ୍ତମାନ ଲୋକେ ଯେତେ ସ୍ବାସ୍ଥ୍ୟ ସଚେତନ ହୋଇଛନ୍ତି ପୂର୍ବରୁ ତାହା ଏତେଟା ନ ଥିଲା। ଏହା ସତ ହେଲେ ଏବେ ଅଧିକାଂଶ ଲୋକେ ବିଭିନ୍ନ ରୋଗର...

ନୀରବ ଘାତକ ମଧୁମେହ

ମଧୁମେହ ସାମ୍ପ୍ରତିକ ସମୟରେ ଘୋର ସମସ୍ୟା ଭାବେ ଉଭା ହୋଇ ସାଂଘାତିକ ଭାବେ ବ୍ୟାପୁଛି। ସ୍ବାସ୍ଥ୍ୟ କ୍ଷେତ୍ରରେ ଏହା ଏକ ପ୍ରକାର ଆତଙ୍କ ସୃଷ୍ଟି କରିଛି।...

ଘରେ ବି ସହଜରେ କରିହେବ ଥାଇରଏଡ୍‌ ପରୀକ୍ଷା…

ଥାଇରଏଡ୍‌ ସମସ୍ୟା ଥିଲେ ମେଟାବୋଲିକ୍‌ ପ୍ରକ୍ରିୟା ଉପରେ ପ୍ରଭାବ ପଡ଼ିଥାଏ। ଏହା ସାଧାରଣତଃ ଦୁଇ ପ୍ରକାର। ହାଇପୋଥାଇରଏଡ୍‌ ଏବଂ ହାଇପର୍‌ଥାଇରଏଡ୍‌। ହାଇପୋଥାଇରଏଡ୍‌ରେ ଥାଇରଏଡ୍‌ ଗ୍ଲାଣ୍ଡ୍‌ରୁ ହରମୋନ୍‌...

ଏହିପରି ପିଲା ସତ୍ୟଠାରୁ ବହୁ ଦୂରରେ, କେବେବି ହାସଲ କରିପାରିବେନି ଶିକ୍ଷା

ଜୀବନ ସହ ଜଡ଼ିତ ସମସ୍ୟାର ସମାଧାନ ପାଇଁ ଚାଣକ୍ୟ ଅନେକ ନୀତି ବର୍ଣ୍ଣନା କରିଛନ୍ତି। ଏଥିରେ ଏକ ଶ୍ଳୋକ ମାଧ୍ୟମରେ ସେ କହିଛନ୍ତି, କେଉଁ ପ୍ରକାରର...

କରୋନା ଭାଇରସ୍‌ ପ୍ରତିଷେଧକ ଟିକା

”କରୋନା ଭାଇରସ୍‌ର ସଫଳ ମୁକାବିଲା କରିବା ନିମନ୍ତେ ପ୍ରତିଷେଧକ ଟିକା ହିଁ ଏକ ମାତ୍ର ଫଳପ୍ରଦ ବ୍ୟବସ୍ଥା । ଏହି ଭାଇରସ୍‌ର ଆବିର୍ଭାବର ମାତ୍ର ଅଳ୍ପ...

ବିବାହ ପରେ କାହିଁକି ପାଉଁଜି-ଝୁଣ୍ଟିଆ ପିନ୍ଧିଥାନ୍ତି ମହିଳା? ଜାଣନ୍ତୁ ଏହା ପଛରେ ଥିବା ଧାର୍ମିକ-ବୈଜ୍ଞାନିକ ମାନ୍ୟତା ବିଷୟରେ…

ଭାରତୀୟ ପରମ୍ପରାରେ ପାଉଁଜି ଏବଂ ଝୁଣ୍ଟିଆର ବଡ଼ ମହତ୍ତ୍ୱ ରହିଛି। ହିନ୍ଦୁ ମହିଳାମାନେ ବିବାହ ପରେ ନାନାଦି ଶୃଙ୍ଗାର କରିଥାନ୍ତି। ଏହାପଛରେ ଧାର୍ମିକ ମହତ୍ତ୍ୱ ସହ...

Advertisement


Archives

Model This Week