ପ୍ରଧାନମନ୍ତ୍ରୀ ଫସଲ ବୀମା ଦଲାଲଙ୍କୁ ଗିରଫ ନିର୍ଦ୍ଦେଶ

ଛତ୍ରପୁର,୨୫।୬(ଡି.ଏନ.ଏ) – ଗଞ୍ଜାାମ ଜିଲାର କେତେକ ଅଞ୍ଚଳରେ ଖଳ ପ୍ରକୃତିର ଲୋକ ପ୍ରଧାନମନ୍ତ୍ରୀ ଫସଲ ବୀମା ନାମରେ ଦଲାଲଗିରି କରି ଚାଷୀ ମାନଙ୍କୁ ମିଥ୍ୟା ବୀମା ପରିଚୟପତ୍ର ପ୍ରଦାନ କରି ଅର୍ଥ ଆଦାୟ କରୁଥିବା ନେଇ ପ୍ରଶାସନ ଦୃଷ୍ଟିକୁ ଆସିଛି। ଏପରି ବ୍ୟକ୍ତିଙ୍କୁ ଚିହ୍ନଟ କରି ସେମାନଙ୍କ ନଁାରେ ସ୍ଥାନୀୟ ଥାନାରେ ଏତଲା ଦେଇ ଗିରଫ କରାଇବାକୁ ଅତିରିକ୍ତ ଜିଲାପାଳ (ରାଜସ୍ବ) ଲକ୍ଷ୍ମୀକାନ୍ତ ସେଠୀ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ଖରିଫ କୃଷି ନିର୍ଦ୍ଧାରଣ କମିଟି ବୈଠକରୁ ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ଫସଲବୀମା ସମ୍ପର୍କରେ ଗଁା ଗହଳିରେ ବ୍ୟାପକ ପ୍ରଚାର କରାଯିବ। ପ୍ରତ୍ୟେକ ଚାଷୀଙ୍କୁ ଏଥିରେ ସାମିଲ କରିବାକୁ କୁହାଯାଇଛିା ବୀମା କମ୍ପାନୀ ଏଜେଣ୍ଟମାନେ ପଞ୍ଚାୟିତିରାଜ ପ୍ରତିନିଧିମାନଙ୍କ ସହାୟତାରେ ଚାଷୀଙ୍କୁ ସଚେତନ କରାଇବେ। ଧାନ ସହ କପା, ଚିନାବାଦାମ, ମକା, ଧାନ, ମାଣ୍ଡିଆ ଓ ହରଡ ଫସଲ ଉପରେ ଚାଷୀମାନେ ବୀମା କରାଇପାରିବେ। ଜୁଲାଇ ୩୧ ତାରିଖ ବୀମା ପଞ୍ଜୀକରଣ ଶେଷ ଦିବସ ଧାର୍ଯ୍ୟ ହୋଇଛି। ଜିଲାରେ ଚଳିତ ବର୍ଷ ୩୯ ହଜାର ମେଟ୍ରିକ୍‌ ଟନ୍‌ ୟୁରିଆ ସାରର ଆବଶ୍ୟକତା ରହିଛି। ଏହାକୁ ତୁରନ୍ତ ମହଜୁଦ ରଖିବାକୁ ବୈଠକରେ କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସାର ଦୋକାନୀମାନଙ୍କର ଲାଇସେନ୍ସ ଯାଞ୍ଚ ହେବ। ପ୍ରତ୍ୟେକ ଦୋକାନରେ ସାରର ନିର୍ଦ୍ଧାରିତ ମୂଲ୍ୟ ତାଲିକା ଓ ଗଚ୍ଛିତ ପରିମାଣ ସ୍ବତନ୍ତ୍ର ବୋର୍ଡରେ ଲିପିବଦ୍ଧ ରହିବା ବାଧ୍ୟତାମୂଳକ। ଜିଲାରେ କେଉଁ କେଉଁ ଅଞ୍ଚଳର ମୃତ୍ତିକା ଧାନ ଚାଷ ଓ ଉଦ୍ୟାନ କୃଷି ପାଇଁ ଅନୁକୂଳ ତା’ର ବିଧିବଦ୍ଧ ଚିଠା ପ୍ରସ୍ତୁତ ହୋଇ ଜିଲା ପ୍ରଶାସନ ପାଖରେ ରହିବ। ଚାଷୀମାନଙ୍କୁ ଆବଶ୍ୟକ ଧାନ ବିହନ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛିା ଶ୍ରୀ ପ୍ରଣାଳୀ ଧାନ ଚାଷକୁ ବ୍ୟାପକ କରିବା ପାଇଁ କୁହାଯାଇଛି। ଧାନ ଚାଷରେ ଜଳ ପରିଚାଳନା ବାବଦରେ ଚାଷୀଙ୍କୁ ସଚେତନ କରାଯିବ। ଜିଲାରେ ଚଳିତ ବର୍ଷ ୪୬୫ ସୌର ଜଳନିଧି ପ୍ରକଳ୍ପ ମଞ୍ଜୁର ହୋଇଛି। ଖରିଫ ଫସଲ ପାଇଁ ଜିଲାରେ ୪୬୩ କୋଟି ଟଙ୍କା ସମବାୟ କୃଷି ଋଣ ପ୍ରଦାନ ପାଇଁ ଲକ୍ଷ୍ୟ ରଖାଯାଇଛି। ଏଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୪୦ ହଜାର ୩୮୬ ଚାଷୀଙ୍କୁ ୧୩୫ କୋଟି ଟଙ୍କା ପ୍ରଦାନ କରାଯାଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ଅବଶିଷ୍ଟ ଅର୍ଥ ଋଣ ଆକାରରେ ଆବଣ୍ଟନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ବୈଠକରେ କୃଷି ଉପନିର୍ଦ୍ଦେଶକ ମନୋଜ କୁମାର ବେହେରା, ଲିଡ୍‌ ବ୍ୟାଙ୍କ ମ୍ୟାନେଜର ସୁରେନ୍ଦ୍ର କୁମାର ଚୌଧୁରୀ, ସମବାୟ ଉପନିବନ୍ଧକ ସୁଶାନ୍ତ ପଣ୍ଡା, ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ଦିଗମ୍ବର ପଣ୍ଡାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହୁମ୍ମା ଫାଣ୍ଡି ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ବିନାୟକ ଦାସ: ଟ୍ରାଫିକ-ଆଇନ ଶୃଙ୍ଖଳାକୁ ପ୍ରାଥମିକତା

ଗଞ୍ଜାମ,୧୦।୪(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ଅଧୀନସ୍ଥ ହୁମ୍ମା ଫାଣ୍ଡିର ନୂତନ ଫାଣ୍ଡି ଅଧିକାରୀ ଭାବେ ବିନାୟକ ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ…

ଭାଲିଡେସନ ଆକ୍ଟକୁ ନେଇ ପେନସନଭୋଗୀଙ୍କ ମନରେ ଭୟ: ବିରୋଧ କଲେ ଅବସରପ୍ରାପ୍ତ କର୍ମଚାରୀ ସଂଘ

ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସଭାରେ ଦିଗପହଣ୍ଡି ଅବସରପ୍ରାପ୍ତ କର୍ମଚାରୀ…

ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ; ଜୟନ୍ତୀ ପଢିଆରି-ମହେଶ ମହାନ୍ତିଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, ଭଞ୍ଜନଗରରେ ଖୁସିର ଲହରୀ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ): ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ଵତନ୍ତ୍ର ସ୍ଥାୟୀ ନିମନ୍ତ୍ରୀତ ସଦସ୍ୟ ଏବଂ ସ୍ୱତନ୍ତ୍ର ନିମନ୍ତ୍ରୀତ ସଦସ୍ୟ ତାଲିକା ଶୁକ୍ରବାର ଘୋଷଣା ହୋଇଛି । ଏଥିରେ…

ଘୋଡାହାଡ ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ଥିଲେ ବୃଦ୍ଧ: ଆଜି ମିଳିଲା ମୃତଦେହ, କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ

ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ…

ଫୁଲବାଣୀରୁ ବେଙ୍ଗାଲୁରୁକୁ ଗଞ୍ଜେଇ ଚାଲାଣ କରୁଥିଲେ ଭାଇ-ଭଉଣୀ, ଅଚାନକ ପହଞ୍ଚିଗଲା ପୋଲିସ, ତା’ପରେ…

ଛତ୍ରପୁର, ୧୦।୪(ଦିଲ୍ଲୀପ ସାମଲ): ବେଆଇନ ଭାବେ ଫୁଲବାଣୀରୁ ବେଙ୍ଗାଲୁରୁ ଗଞ୍ଜେଇ ଚୋରାଚାଲାଣ ବେଳେ ମାଡି ବସିଲା ଛତ୍ରପୁର ଅବକାରୀ ଭ୍ରାମ୍ୟମାଣ ଥାନା । ଗୁରୁବାର ଅପରାହ୍ନରେ ଏକ…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri