Posted inଜାତୀୟ

ପ୍ରଧାନମନ୍ତ୍ରୀଙ୍କ ସମ୍ପତ୍ତି ୨.୫୧ କୋଟି

ବାରାଣସୀ,୨୭ା୪(ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣସୀ ଲୋକ ସଭା ଆସନ ଲାଗି ଶୁକ୍ରବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। ନିର୍ବାଚନ କମିଶନଙ୍କ ପାଖରେ ଦାଖଲ ସତ୍ୟପାଠରେ ପ୍ରଧାନମନ୍ତ୍ରୀ ନିଜର ସମ୍ପତ୍ତି ପରିମାଣ ୨.୫୧ କୋଟି ଟଙ୍କା ବୋଲି ଉଲ୍ଲେଖ କରିଛନ୍ତି। ସେଥିରେ ରହିଛି ଗୁଜରାଟର ଗାନ୍ଧୀନଗରରେ ଏକ ବାସୋପଯୋଗୀ ଜମି, ୧.୨୭ କୋଟି ଟଙ୍କାର ସ୍ଥାୟୀ ଜମା ଏବଂ ନଗଦ ୩୮,୭୫୦ ଟଙ୍କା। ମୋଟ ସମ୍ପତ୍ତି ମଧ୍ୟରୁ ଅସ୍ଥାବର ସମ୍ପତ୍ତି ୧.୪୧ କୋଟି ଟଙ୍କା ହୋଇଥିବାବେଳେ ସ୍ଥାବର ସମ୍ପତ୍ତି ପରିମାଣ ୧.୧ କୋଟି ଟଙ୍କା ବୋଲି ଦର୍ଶାଯାଇଛି। ଟିକସ ସଞ୍ଚୟ ଇନ୍‌ଫ୍ରା ବଣ୍ଡ୍‌ରେ ସେ ୨୦ ହଜାର ଟଙ୍କା ରଖିଥିବାବେଳେ ଜାତୀୟ ସଞ୍ଚୟ ସାର୍ଟିଫିକେଟ୍‌(ଏନଏସସି)ରେ ୭.୬୧ ଲକ୍ଷ ଏବଂ ଏଲ୍‌ଆଇସିରେ ୧.୯ ଲକ୍ଷ ଟଙ୍କା ଜମା କରିଛନ୍ତି। ସଞ୍ଚୟ ବ୍ୟାଙ୍କ ଖାତାରେ ମୋଦିଙ୍କର ୪୧୪୩ ଟଙ୍କା ରହିଛି। ଏହାବ୍ୟତୀତ ତାଙ୍କର ୪୫ ଗ୍ରାମ ଓଜନର ୪ଟି ସୁନା ମୁଦି ରହିଛି, ଯାହାର ମୂଲ୍ୟ ୧.୧୩ ଲକ୍ଷ ଟଙ୍କା। ଗାନ୍ଧୀନଗର ସେକ୍ଟର-୧ରେ ପ୍ରଧାନମନ୍ତ୍ରୀଙ୍କର ୩୫୩୧ବର୍ଗଫୁଟ୍‌ର ଏକ ପ୍ଲଟ ରହିଛି, ଯାହାର ଦାମ୍‌ ୧.୧ କୋଟି ଟଙ୍କା ହେବ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ସେ ସରକାରୀ ବେତନ ଏବଂ ବ୍ୟାଙ୍କ ସୁଧକୁ ଆୟ ଉତ୍ସରେ ସାମିଲ କରିଥିଲାବେଳେ ସ୍ତ୍ରୀଙ୍କ ଆୟ ଉତ୍ସ ଏବଂ ବୃତ୍ତି କିମ୍ବା ପେସା ସମ୍ପର୍କରେ ଜାଣି ନ ଥିବା ଲେଖିଛନ୍ତି।
ପ୍ରଧାନମନ୍ତ୍ରୀ ଗୁଜରାଟ ବିଶ୍ୱବିଦ୍ୟାଳୟରୁ ୧୯୮୩ରେ ଏମ୍‌.ଏ. ଡିଗ୍ରୀ ହାସଲ କରିଛନ୍ତି। ଏହା ପୂର୍ବରୁ ସେ ୧୯୭୮ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ କଳାରେ ସ୍ନାତକ ଏବଂ ୧୯୬୭ରେ ଗୁଜରାଟ ବୋର୍ଡରୁ ଏସଏସସି ପରୀକ୍ଷାରେ ପାଶ୍‌ କରିଥିଲେ। ଯଶୋଦାବେନ୍‌ ତାଙ୍କ ସ୍ତ୍ରୀ ବୋଲି ମୋଦି ସତ୍ୟପାଠରେ ଦର୍ଶାଇଛନ୍ତି। ମୋଦିଙ୍କ ନାମରେ କୌଣସି ଅପରାଧ ମାମଲା ନାହିଁ ଏବଂ ସରକାରଙ୍କର ତାଙ୍କର ଉପରେ କୌଣସି ବକେୟା ନ ଥିବା ସେ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ୨୦୧୪ରେ ନାମାଙ୍କନପତ୍ର ଦାଖଲ ବେଳେ ମୋଦି ତାଙ୍କର ମୋଟ ସମ୍ପତ୍ତି ପରିମାଣ ୧.୬୫ କୋଟି ଟଙ୍କା ଦର୍ଶାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ପ୍ରଧାନମନ୍ତ୍ରୀ ମୋଦିଙ୍କ ସାମ୍ନାରେ AI ମହାରଥିଙ୍କ ମଧ୍ୟରେ କୋଲ୍ଡ ଓ୍ବାର…, କମ୍ପିଟିଟର୍ସ ପରସ୍ପରକୁ ଦେଖି…

ନୂଆଦିଲ୍ଲୀ,୧୯।୨: ଗୁରୁବାର (୧୯ ଫେବୃଆରୀ, ୨୦୨୬) ଇଣ୍ଡିଆ AI ଇମ୍ପାକ୍ଟ ସମିଟ ୨୦୨୬ରେ ଏକ ଘଟଣା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଯେତେବେଳେ ଭାରତ ଏବଂ ବିଦେଶର…

ରାଜନୀତିରେ ଏଣ୍ଟ୍ରି କରିବେ ରୀନା ପାସଓ୍ବାନ? ପ୍ରସ୍ତୁତ ହେଲେଣି ଚିରାଗ, ଭାଜପାର ମୋହରକୁ ଅପେକ୍ଷା!

ନୂଆଦିଲ୍ଲୀ,୧୯।୨: ବିହାରର ପାଞ୍ଚଟି ରାଜ୍ୟ ସଭା ଆସନ ଖାଲି ହେବାକୁ ଯାଉଛି। ୨୦୨୬ ମାର୍ଚ୍ଚ ୧୬ରେ ଭୋଟ ହେବ। ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ବିହାରରେ ରାଜନୈତିକ…

ରାହୁଲ ଗାନ୍ଧୀଙ୍କ ସମେତ ୨୫ କଂଗ୍ରେସ ଏମ୍‌ପିଙ୍କୁ ଗୁଳି କରିବାକୁ ଧମକ

ନୂଆଦିଲ୍ଲୀ,୧୯।୨: ରାଜସ୍ଥାନ ପୋଲିସ କୋଟାର ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି ଯିଏ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ୨୫ ଜଣ କଂଗ୍ରେସ ଏମପିଙ୍କୁ ଗୁଳି କରିବାକୁ…

ନିର୍ବାଚନ ପୂର୍ବରୁ ‘ଫ୍ରିବିଜ୍, ରାଜ୍ୟଗୁଡ଼ିକୁ ଭତ୍ସନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୯।୨: ଦେଶରେ ବଢୁଥିବା ‘ମାଗଣା ରାଜନୀତି’ ବା ଫ୍ରିବିଜ୍ ସଂସ୍କୃତିକୁ ନେଇ ସୁପ୍ରିମକୋର୍ଟ କଡା ଟିପ୍ପଣୀ କରିଛନ୍ତି। ନିର୍ବାଚନ ଜିତିବା ପାଇଁ ରାଜ୍ୟ ସରକାରମାନେ ଘୋଷଣା କରୁଥିବା…

AI ହେଉଛି ଭବିଷ୍ୟତ: MANAV ଭିଜନ୍‌ ଉପସ୍ଥାପନ କଲେ ମୋଦି

ନୂଆଦିଲ୍ଲୀ,୧୯।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ମଣ୍ଡପମରେ ଅନୁଷ୍ଠିତ ଇଣ୍ଡିଆ AI ଇମ୍ପାକ୍ଟ ସମିଟ ୨୦୨୬କୁ ସମ୍ବୋଧିତ କରିଛନ୍ତି। ସେ ଏହି ସମିଟକୁ ବିଶ୍ୱର ସର୍ବବୃହତ ଏବଂ…

ମାଓବାଦୀଙ୍କୁ ଧରାଇଦେଲେ ୧ କୋଟି ଟଙ୍କା ପର୍ଯ୍ୟନ୍ତ ପୁରସ୍କାର: ମାର୍ଚ୍ଚ ୩୧ ଡେଡ୍‌ଲାଇନ

ନୂଆଦିଲ୍ଲୀ,୧୯ା୨ (ପିଟି/ଏଜେନ୍ସି):୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଭାରତକୁ ମାଓବାଦମୁକ୍ତ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଥିବାବେଳେ ଉକ୍ତ ଡେଡ୍‌ଲାଇନ୍‌ ପାଖେଇ ଆସିଲାଣି। ଏହି ପରିପ୍ରେକ୍ଷୀରେ ସୁରକ୍ଷା ବଳର…

ମା’ଝିଅଙ୍କୁ ଜାଳିଦେଲେ ସମ୍ପର୍କୀୟ: କାରଣ ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ରାଞ୍ଚି,୧୯ା୨:ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲା କାଲାଇୟା ଗ୍ରାମରେ ଗୁଣିଗାରେଡ଼ି ସନ୍ଦେହରେ ଜଣେ ୩୨ ବର୍ଷୀୟା ମହିଳା ଓ ତାଙ୍କ ୨ ମାସର ଝିଅଙ୍କୁ ସମ୍ପର୍କୀୟମାନେ ଜାଳି ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri