ପ୍ରଧାନମନ୍ତ୍ରୀଙ୍କୁ ଖୋଲାଚିଠି ଲେଖି: ଫସିଲେ ୫୦ ସେଲିବ୍ରିଟି

ନୂଆଦିଲ୍ଲୀ: ଦେଶରେ ବଢ଼ିଚାଲିଥିବା ଭିଡ଼ହିଂସା ନେଇ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସେଲିବ୍ରିଟିମାନଙ୍କୁ ମହଙ୍ଗା ପଡ଼ିଛି। ବିହାରର ମୁଜାଫରପୁର ଜିଲାରେ ଏକ ସ୍ଥାନୀୟ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୫୦ ସେଲିବ୍ରିଟିଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯିବା ପରେ ବିବାଦ ମୁଣ୍ଡ ଟେକିଛି। ସେଲିବ୍ରିଟିମାନେ ଆଇନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବଲିଉଡ୍‌ ଅଭିନେତ୍ରୀ କୋଙ୍କଣ ସେନ, ଅପର୍ଣ୍ଣା ସେନ ଶର୍ମା, ପ୍ରଯୋଜକ ମଣିରନତ୍ମ, ନିର୍ଦ୍ଦେଶକ ଶ୍ୟାମ୍‌ ବେନେଗାଲ, ଅନୁରାଗ କଶ୍ୟପ ଓ ଐତିହାସିକ ରାମଚନ୍ଦ୍ର ଗୁହା ଏବଂ ଅନ୍ୟ ୪୫ ସେଲିବ୍ରିଟି ଗତ ଜୁଲାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଏକ ଖୋଲାଚିଠି ଲେଖିଥିଲେ। ମୁସ୍‌ଲିମ, ଦଳିତ ଓ ଅନ୍ୟ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଭିଡ଼ହିଂସା ତୁରନ୍ତ ବନ୍ଦ କରାଯିବା ଜରୁରୀ ବୋଲି ଏଥିରେ ସେମାନେ ଦର୍ଶାଇଥିଲେ। ‘ଜୟ ଶ୍ରୀରାମ’ସ୍ଲୋଗାନ କିପରି ଏକ ‘ଉତ୍ତେଜକ ଯୁଦ୍ଧ ଘୋଷଣା’ରେ ସୀମିତ ହୋଇଯାଇଛି ତାହା ଉଲ୍ଲେଖ କରିବା ସହ ଦେଶରେ ଗଣତନ୍ତ୍ର ଭୁଶୁଡ଼ିପଡ଼ିଥିବା ସେମାନଙ୍କ ଅସନ୍ତୋଷରୁ ସ୍ପଷ୍ଟ ହେଉଛି ବୋଲି ଲେଖିଥିଲେ। ଏହାକୁ ନେଇ ଦୁଇମାସ ତଳେ ସୁଧୀର କୁମାର ଓଝା ନାମକ ଜଣେ ଆଇନଜୀବୀ ବିଚାରବିଭାଗୀୟ ମୁଖ୍ୟ ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟରେ ଏକ ପିଟିଶନ ଦାଏର କରିଥିଲେ। ଏଥିରେ ସେ ପ୍ରାୟ ୫୦ ସ୍ବାକ୍ଷରକାରୀଙ୍କୁ ଅଭିଯୁକ୍ତ ଦର୍ଶାଇ ଉଲ୍ଲେଖ କରିଥିଲେ, ସେମାନେ ଦେଶର ଛବିକୁ ମଳିନ କରିଛନ୍ତି। ଏହାସହ ପୃଥକୀକରଣ ପ୍ରବୃତ୍ତିକୁ ସମର୍ଥନ ଦେବା ସଙ୍ଗେ ସଙ୍ଗେ ପ୍ରଧାନମନ୍ତ୍ରୀଙ୍କ ପ୍ରଭାବଶାଳୀ ପ୍ରଦର୍ଶନକୁ ନୂ୍ୟନ କରିଦେଇଛନ୍ତି। ସିଜେଆଇ ସୂର୍ଯ୍ୟକାନ୍ତ ତିଓ୍ବାରି ଉକ୍ତ ଆବେଦନର ଶୁଣାଣି କରି ସେଲିବ୍ରିଟିମାନଙ୍କ ବିରୋଧରେ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏକ ସ୍ଥାନୀୟ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ସଦର ଥାନାରେ ଗୁରୁବାର ମାମଲା ରୁଜୁ ହୋଇଥିବା ମୁଜାଫରପୁର ଜିଲା ପୋଲିସର ଅଧିକାରୀମାନେ କହିଛନ୍ତି। ସେଲିବ୍ରିଟିମାନେ ଏହାକୁ ନେଇ ଶୁକ୍ରବାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅପର୍ଣ୍ଣା ସେନ କହିଛନ୍ତି, ଦେଶଦ୍ରୋହ ମାମଲା ରୁଜୁ କରିବା ହାସ୍ୟାସ୍ପଦ ଓ ସମ୍ପୂର୍ଣ୍ଣ ଭାବେ ହଇରାଣ କରିବା ପାଇଁ ଉଦ୍ଦିଷ୍ଟ। ଆମ ଗଣତାନ୍ତ୍ରିକ ଅଧିକାରଗୁଡ଼ିକୁ ଏଭଳି ଭାବେ କ୍ରମଶଃ ଛଡ଼ାଇ ନିଆଯାଉଛି। ସେଲିବ୍ରିଟିଙ୍କ ବିରୋଧରେ ମାମଲା କରିବା ଓକିଲ ସୁଧୀର ଓଝାଙ୍କ ପୁରୁଣା ଅଭ୍ୟାସ। ପୂର୍ବରୁ ସେ ମୁଜାଫରପୁର ଜିଲା କୋର୍ଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସମେତ ସଚିନ ତେନ୍ଦୁଲକର(୨୦୧୩ରେ ଭାରତ ରନତ୍ ପାଇବାବେଳେ), ଶାହରୁଖ୍‌ ଖାନ, ସଲମାନ ଖାନ, କଟ୍ରିନା କୈଫ୍‌, ଅରବିନ୍ଦ କେଜ୍‌ରିଓ୍ବାଲ ଓ ଆନ୍ନା ହାଜାରେଙ୍କ ବିରୋଧରେ ମଧ୍ୟ ଏପରି ପିଟିଶନ ଦାଏର କରିଥିଲେ। ଏହି ମାମଲା ପାଟନା ହାଇକୋର୍ଟକୁ ଯିବା ପରେ ଖାରଜ ହୋଇଯିବ। ଶ୍ୟାମ ବେନେଗାଲ କହିଛନ୍ତି, ଭିଡ଼ହିଂସା ଏକ ଗଣତାନ୍ତ୍ରିକ ସମାଜରେ ଗ୍ରହଣୀୟ ନୁହେଁ। ଏହା ବିରୋଧରେ ସ୍ବର ଉଠାଇବା ଯଦି ଦେଶଦ୍ରୋହ ତେବେ ସଂଜ୍ଞାଗୁଡ଼ିକ ବଦଳିବାରେ ଲାଗିଛି ବୋଲି ଧରିବାକୁ ହେବ। ସେହିପରି ଖୋଲାଚିଠିରେ ସ୍ବାକ୍ଷର କରିଥିବା ମାଲୟାଲମ ଫିଲ୍ମ ପ୍ରଯୋଜକ ଅଦୂର ଗୋପାଳକ୍ରିଷ୍ଣନ୍‌ କହିଛନ୍ତି, ଦେଶରେ ବିଚିତ୍ର ଘଟଣାମାନ ଘଟୁଛି। ଆମ ଦେଶରେ ଜଣେ ମହିଳା ନାଥୁରାମ ଗଡସେଙ୍କୁ ସ୍ମରଣ କରିବାକୁ ଯାଇ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିକୁ ଗୁଳି କରିଥିବାବେଳେ ତାଙ୍କ ବିରୋଧରେ କୌଣସି କୋର୍ଟରେ ମାମଲା ରୁଜୁ ହୋଇନାହିଁ। ସେହି ମହିଳା ଏବେ ପାର୍ଲାମେଣ୍ଟ ସଦସ୍ୟ। ଆମ ବିରୋଧରେ ମାମଲା ରୁଜୁ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ଆଇନ ବ୍ୟବସ୍ଥାକୁ ନେଇ ସନ୍ଦେହ ସୃଷ୍ଟି କରୁଛି। ସେହିପରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିଜ ସଂସଦୀୟ ଆସନ ଓ୍ବାୟନାଡରେ କହିଛନ୍ତି, ପ୍ରଧାନମନ୍ତ୍ରୀ କିମ୍ବା ସରକାରଙ୍କ ବିରୋଧରେ ଯିଏ କିଛି କହୁଛନ୍ତି ତାଙ୍କୁ ଜେଲରେ ପୂରାଇ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କର୍ନାଟକ ବିଧାନସଭା ନିର୍ବାଚନ: ବୟସ୍କ ଏବଂ ଦିବ୍ୟାଙ୍ଗଙ୍କ ପାଇଁ ଭୋଟ ଫ୍ରମ ହୋମ୍‌ର ବ୍ୟବସ୍ଥା

ବେଙ୍ଗାଲୁରୁ,୩୦।୪: ପ୍ରାୟ ଏକ ସପ୍ତାହ ପରେ କର୍ନାଟକରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ସବୁ ଦଳ ଜୋରଦାର ପ୍ରଚାର ପ୍ରସ୍ତୁତି କରିବା ସହ ନିର୍ବାଚନ...

ଏନ୍‌ଏଚ୍‌ରେ ଅବତରଣ କରିବ ବାୟୁସେନା ବିମାନ, ସେପ୍ଟେମ୍ବର ୮ରେ ମିଳିବ ପ୍ରଥମ ଏନ୍‌ଏଚ୍‌…

ନୂଆଦିଲ୍ଲୀ,୬।୯: ଦେଶରେ ଏପରି ଏକ ପ୍ରଥମ ଜାତୀୟ ରାଜପଥ ବାୟୁସେନାକୁ ପ୍ରଦାନ କରାଯିବ। ଯେଉଁଠାରେ ଯୁଦ୍ଧ ବିମାନ ଅବତରଣ କରହେବ। ସଡକ ଓ ପରିବହନ ମନ୍ତ୍ରୀ...

ସାଙ୍ଗକୁ ଭରସା କରି ଗିରଫ ହେଲେ ଯୁବକ

ରାୟପୁର,୨୭।୬: କ୍ରାଇମ କରି ଆଇନ ହାତରୁ ବଞ୍ଚିବା ସମ୍ଭବ ନୁହେଁ। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଛତିଶଗଡ଼ର ରାଜଧାନୀ ରାୟପୁରରୁ। ୧୦ ବର୍ଷ ତଳର...

ଲାକ୍ଷାଦ୍ୱୀପର ୧୫ ଭାଜପା ନେତାଙ୍କ ଇସ୍ତଫା

କୋଚି, ୧୩।୬: ଅଭିନେତ୍ରୀ ତଥା ମଡେଲ ଆଇଶା ସୁଲତାନାଙ୍କ ବିରୋଧରେ ଦେଶଦ୍ରୋହ ମାମଲାକୁ ବିରୋଧ କରି ଲାକ୍ଷାଦ୍ୱୀପ ଭାଜପା ସାଧାରଣ ସମ୍ପାଦକ ଅବଦୁଲ ହମିଦ ମୁଲ୍ଲିପୁଝାଙ୍କ...

ଭାଇରାଲ ହେଉଛି ଯୋଗୀ ଆଦିତ୍ୟନାଥଙ୍କ ପ୍ରଥମ ସେଲ୍‌ଫି

ଲକ୍ଷ୍ନୌ,୧୨।୧୨: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶେଷରେ ସେଲ୍‌ଫି ମାୟାରେ ପଡି ଯାଇଛନ୍ତି। ସେ କାନପୁର ଗସ୍ତ କରିବା ସମୟରେ ଏକ ସେଲ୍‌ଫି ନେଇଥିବା...

ଗହଳିରୁ ରକ୍ଷାକରିବ ଏୟାର ଟାକ୍ସି

ବେଙ୍ଗାଲୁରୁ: ରାସ୍ତାରେ ଟ୍ରାଫିକ୍‌ ଜାମ୍‌ ହେଲେ ଦୀର୍ଘ ସମୟ ଅପେକ୍ଷା କରିବା ଅଧିକାଂଶଙ୍କ ପାଇଁ କାଠିକର ପାଠ। ଅନେକେ ଭାବନ୍ତି ଯଦି ଭିଡ଼ରୁ ଉଡ଼ିକରି ଯିବାର...

ନୁହରେ ଇଣ୍ଟରନେଟ-ଏସଏମଏସ ସେବା ଉପରେ ପ୍ରତିବନ୍ଧକ ଅଗଷ୍ଟ ୮ ପର୍ଯ୍ୟନ୍ତ ବୃଦ୍ଧି

ଚଣ୍ଡିଗଡ,୬।୮: ନୁହ ହିଂସା ପରେ ଶାନ୍ତି ଫେରିଛି। କର୍ଫ୍ୟୁ ଏବେ ମଧ୍ୟ ସେଠାରେ ଅଛି। ଏଥିସହ ସରକାର ମୋବାଇଲ ଇଣ୍ଟରନେଟ ସେବା, ବଲ୍କ ଏସଏମଏସ ଏବଂ...

ମୁଁ ବିଶ୍ୱର ସବୁଠୁ ଭଲ ଆତଙ୍କବାଦୀ: କେଜ୍‌ରିଓ୍ବାଲ୍‌

ନୂଆଦିଲ୍ଲୀ,୧୮।୨: ଆମ ଆଦମୀ ପାର୍ଟି(ଏଏପି) ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ କୁମାର ବିଶ୍ୱାସଙ୍କ ଅଭିଯୋଗ ଉପରେ ମୁହଁ ଖୋଲିଛନ୍ତି। ଏକ ସାକ୍ଷାତକାରରେ ସେ...

Advertisement
Archives

Model This Week