Posted inଜାତୀୟ

ପ୍ରଧାନମନ୍ତ୍ରୀଙ୍କୁ ଆଇଏମ୍‌ଏ କହିଲା: ପ୍ରମାଣ କର, ନଚେତ୍‌ କ୍ଷମା ମାଗ

ନୂଆଦିଲ୍ଲୀ,୧୭।୧:ଫାର୍ମାସ୍ୟୁଟିକାଲ୍‌ କମ୍ପାନୀଗୁଡ଼ିକ ଅନୁଗ୍ରହ ଲାଭ ପାଇଁ ଡାକ୍ତରମାନଙ୍କୁ ମହିଳା ଯୋଗାଉଥିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ତଥାକଥିତ ମନ୍ତବ୍ୟ ଝଡ଼ ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ଉକ୍ତ ରିପୋର୍ଟକୁ ଖଣ୍ଡନ କରିନାହିଁ। ତେଣୁ ପ୍ରଧାନମନ୍ତ୍ରୀ ନିଜେ ଏହାକୁ ପ୍ରମାଣ କିମ୍ବା ଖଣ୍ଡନ କରନ୍ତୁ, ନଚେତ୍‌ କ୍ଷମାମାଗନ୍ତୁ ବୋଲି ଇଣ୍ଡିଆନ୍‌ ମେଡିକାଲ ଆସୋସିଏଶନ (ଆଇଏମ୍‌ଏ) ପକ୍ଷରୁ ଦାବି କରାଯାଇଛି।
ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଜାନୁୟାରୀ ୨ରେ ନୂଆଦିଲ୍ଲୀରେ ଜାଇଦସ କାଡିଲା, ଟୋରେଣ୍ଟ ଫାର୍ମାସ୍ୟୁଟିକାଲ୍ସ ଏବଂ ଓ୍ବକ୍‌ହାର୍ଡଟ ଭଳି ଓଷଧ ପ୍ରସ୍ତୁତକାରୀ କମ୍ପାନୀଗୁଡ଼ିକ ସହ ପ୍ରଧାନମନ୍ତ୍ରୀ ମୋଦି ବୈଠକ କରିଥିଲେ। ଉକ୍ତ ବୈଠକରେ ମୋଦି କୁଆଡ଼େ କହିଥିଲେ ଯେ ବଡ଼ ବଡ଼ ଫାର୍ମାସ୍ୟୁଟିକାଲ୍‌ କମ୍ପାନୀଗୁଡ଼ିକ ଡାକ୍ତରମାନଙ୍କୁ ଲାଞ୍ଚ ଦେଉଛନ୍ତି। ଡାକ୍ତରମାନଙ୍କୁ ମହିଳା, ଗେଜେଟ୍ସ ଓ ବିଦେଶ ଯାତ୍ରା ଭଳି ଲାଞ୍ଚ ନ ଦେବା ପାଇଁ ସେ ଉକ୍ତ କମ୍ପାନୀଗୁଡ଼ିକୁ ତାଗିଦ କରିଥିଲେ ବୋଲି ଜାତୀୟ ସ୍ତରର ଏକ ନ୍ୟୁଜ୍‌ ଓ୍ବେବ୍‌ସାଇଟ୍‌ରେ ରିପୋର୍ଟ ପ୍ରକାଶ ପାଇଛି। ଫାର୍ମା କମ୍ପାନୀଗୁଡ଼ିକର ମେଡିକାଲ୍‌ ରିପ୍ରେଜେଣ୍ଟେଟିଭ୍‌ମାନେ ଡାକ୍ତରମାନଙ୍କ ଅନୁଗ୍ରହ ହାସଲ ପାଇଁ ଅନୈତିକ ଉପାୟ ଅବଲମ୍ବନ କରୁଛନ୍ତି। ଏପରି କି ସେମାନେ ମହିଳା ଓ ବିଭିନ୍ନ ସାମଗ୍ରୀ ଯୋଗାଇବା ସହ ବିଦେଶ ଗସ୍ତ ପାଇଁ ବ୍ୟବସ୍ଥା କରୁଛନ୍ତି ବୋଲି ‘ସପୋର୍ଟ ଫର୍‌ ଆଡ୍‌ଭୋକେସି ଆଣ୍ଡ ଟ୍ରେନିଂ ଟୁ ହେଲ୍‌ଥ’ ନାମକ ଏକ ବେସରକାରୀ ସଙ୍ଗଠନ (ଏନ୍‌ଜିଓ) ପକ୍ଷରୁ ଜାରି ଏକ ରିପୋର୍ଟ ପରେ ପ୍ରଧାନମନ୍ତ୍ରୀ ଉକ୍ତ ବୈଠକ କରିଥିଲେ। ମୋଦି ସେମାନଙ୍କୁ ଆହୁରି କହିଥିଲେ ଯେ ମେଡିସିନ ମାର୍କେଟିଂ ପାଇଁ ଏପରି ଉପାୟ ଆପଣାଇଲେ ସରକାର କଠୋର ଆଇନ ପ୍ରଣୟନ କରିବାକୁ ବାଧ୍ୟହେବେ। ଉକ୍ତ ବୈଠକରେ ଯୋଗଦେଇଥିବା ପିଏମ୍‌ଓର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି ବୋଲି ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ଏଭଳି ଆପତ୍ତିଜନକ ମନ୍ତବ୍ୟକୁ ନେଇ ଭାରତର ଡାକ୍ତରମାନଙ୍କ ସର୍ବବୃହତ୍‌ ସଙ୍ଗଠନ ଆଇଏମ୍‌ଏ କ୍ଷୋଭ ପ୍ରକାଶ କରିଛି। ଏ ସଂକ୍ରାନ୍ତରେ ଆଇଏମ୍‌ଏ ପକ୍ଷରୁ ଜାରି ଏକ ପତ୍ରରେ କୁହାଯାଇଛି ଯେ ଏପରି କୌଣସି ବୈଠକ ଅନୁଷ୍ଠିତ ହୋଇଥିଲା କି? ଯଦି ବୈଠକ ହୋଇଥିଲା ପ୍ରଧାନମନ୍ତ୍ରୀ ଏଭଳି ମନ୍ତବ୍ୟ ଦେଇଥିଲେ କି ? ଏନେଇ ପିଏମ୍‌ଓ ସ୍ପଷ୍ଟୀକରଣ ଦେଉ। ପିଏମ୍‌ଓ ଉକ୍ତ ରିପୋର୍ଟକୁ ଖଣ୍ଡନ କରି ନାହିଁ। ତେଣୁ ଡାକ୍ତରମାନଙ୍କୁ ମହିଳା ଯୋଗାଉଥିବା କମ୍ପାନୀଗୁଡ଼ିକ ସମ୍ପର୍କରେ ବିସ୍ତୃତ ତଥ୍ୟ ଥିଲେ ସରକାର ତାହା ପ୍ରଦାନ କରନ୍ତୁ। ଅନ୍ୟପକ୍ଷରେ ସରକାର ଏହାକୁ ପ୍ରମାଣ କରିପାରିବେ ନାହିଁ ବୋଲି ଆଇଏମ୍‌ଏ ସନ୍ଦେହ ବ୍ୟକ୍ତ କରିଛି। ଯଦି ଯାଞ୍ଚ କରାଯାଇ ନ ଥିବା ସୂଚନା ଆଧାରରେ ପ୍ରଧାନମନ୍ତ୍ରୀ ଏପରି ମନ୍ତବ୍ୟ ଦେଇଛନ୍ତି ତେବେ ସେ ଦେଶର ଡାକ୍ତରମାନଙ୍କୁ କ୍ଷମାମାଗିବା ହିଁ ଉଚିତ ହେବ ବୋଲି ଆଇଏମ୍‌ଏ ନିଜ ବିବୃତିରେ ଦାବି କରିଛି। ପିଏମ୍‌ଓଠାରୁ ଆସିଥିବା ବିଷୟବସ୍ତୁ ଓ ଭାଷା ଚକିତ କରିଦେବା ଭଳି। ଏହା ପିଏମ୍‌ଓକୁ ଶୋଭା ଦେଉନାହିଁ ବୋଲି ଆଇଏମ୍‌ଏ ଅଧ୍ୟକ୍ଷ ରାଜନ ଶର୍ମା ସମାଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟଙ୍କ ଭଲପାଇବା ଆଗରେ ନତମସ୍ତକ ଇରାନ: କହିଲା- ‘Thank You India, ଆଉ ସାହାଯ୍ୟ ଦରକାର ନାହିଁ’

ନୂଆଦିଲ୍ଲୀ,୧୧।୪: “ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ” – ଏହି କଥାକୁ ପୁଣିଥରେ ପ୍ରମାଣିତ କରିଛନ୍ତି ଭାରତବାସୀ। ଆମେରିକା ଏବଂ ଇସ୍ରାଏଲ ସହ ଜାରି ରହିଥିବା…

କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୦ଜୀବନ

କଟିହାର,୧୧ା୪: ବିହାରର କଟିହାର ଜିଲାରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌, ଟ୍ରକ୍‌ ଏବଂ ପିକ୍‌ଅପ୍‌ ମଧ୍ୟରେ ଧକ୍କା ହୋଇ ୧୦ଜଣଙ୍କ ମୃତ୍ୟୁ ଘଟିଥିବା…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

ବାହାରେ ବୁଲିବା ପଡ଼ିଲା ମହଙ୍ଗା

ଗୁଡ଼ାରି,୧୧।୪ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକର ବିଭିନ୍ନ ବିଦ୍ୟାଳୟର ୧୩ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ…

ହାର୍ଦ୍ଦିକଙ୍କ ପରେ ଜାଡେଜା ହାସଲ କଲେ ଏହି ମାଇଲଖୁଣ୍ଟ

ଗୁଆହାଟୀ,୧୧ା୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ବିପକ୍ଷ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri