ପ୍ରଦୂଷଣ ବଢ଼ାଇଲା ଦୀପାବଳି:ଅଢ଼େଇଗୁଣ ବୃଦ୍ଧି ଆଶଙ୍କା

ଅନୁଗୋଳ ଅଫିସ, ୨୯ା୧୦

ଦେଶର ପ୍ରଦୂଷିତ ଜିଲା ଓ ସହର ତାଲିକାରେ ଅନେକ ସମୟରେ ନିଜ ଉପସ୍ଥିତି ଜାହିର କରୁଥିବା ଅନୁଗୋଳର ପ୍ରଦୂଷଣ ଦୀପାବଳିରେ ବେଶ୍‌ ବଢ଼ିଯାଇଛି। ଏହାକୁ ସହରବାସୀ, ପରିବେଶବିତ୍‌ମାନେ ସିଧାସଳଖ ଅନୁଭବ କରିପାରୁଥିବା ବେଳେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଏପରି ଆଶଙ୍କା ପ୍ରକାଶ ପାଇଛି। ଯଦିଓ ପ୍ରଦୂଷଣର ମାତ୍ରା କେତେ ରହିଛି ତାହା ଆସନ୍ତା ଦୁଇ ଦିନ ମଧ୍ୟରେ ଜଣାପଡ଼ିବ ବୋଲି କୁହାଯାଇଛି ତଥାପି ସାଧାରଣ ଦିନ ଅପେକ୍ଷା ଦୀପାବଳିରେ ପ୍ରଦୂଷଣ ଦୁଇରୁ ଅଢ଼େଇ ଗୁଣ ବୃଦ୍ଧି ପାଇଥିବା ଆଶଙ୍କା ବ୍ୟକ୍ତ କରାଯାଇଛି।
ସହରବାସୀଙ୍କ କହିବା ଅନୁଯାୟୀ, ଦୀପାବଳୀରେ ଅନୁଗୋଳରେ ପାଖାପାଖି କୋଟିଏ ଟଙ୍କାର ବାଣ ଫୁଟାଯାଇଛି। ଅପରାହ୍ନରୁ ପାଖାପାଖି ରାତି ୧୨ଟା ପର୍ଯ୍ୟନ୍ତ ବାଣଫୁଟା ଯୋଗୁ ଧୂଅଁାର ବହଳିଆ ଆସ୍ତରଣ ପୂରା ସହରକୁ ଘୋଡ଼ାଇ ଦେଇଥିଲା। ସନ୍ଧ୍ୟାରୁ ମୁହଁକୁ ମୁହଁ ଦେଖିବା କଷ୍ଟକର ହୋଇପଡ଼ିଲା। ଗାଡ଼ି ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇିଥିଲା। କୁହୁଡ଼ି ଅଧିକ ହୋଇଥିଲେ ପରିସ୍ଥିତି ଅଧିକ ଖରାପ ହୋଇଥାନ୍ତା ବୋଲି ପରିବେଶବିତ୍‌ମାନେ କହିଛନ୍ତି। ଶିଳ୍ପାୟନ ଯୋଗୁ ଅନୁଗୋଳ ଜିଲା ତଥା ସହର ପ୍ରଦୂଷିତ ହେଉଥିବା ବେଳେ ଲୋକମାନେ ଏଥିପ୍ରତି ସଚେତନ ନ ହେଲେ ଆଗକୁ ଆହୁରି ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ବୋଲି ସେମାନେ କହିଛନ୍ତି। ତେବେ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, କୁହୁଡ଼ିରେ ଧୂଆଁ ବାହାରକୁ ବାହାରି ପାରେ ନାହିଁ। ସାମୟିକ କାର୍ଯ୍ୟ ହୋଇଥିବାରୁ ୨୪ ଘଣ୍ଟା ମଧ୍ୟରେ ଆକାଶରେ ଥିବା ଧୂଆଁ ଆସ୍ତରଣ ଚାଲିଯିବ। ଅନ୍ୟଦିନମାନଙ୍କରେ ବାୟୁରେ ଥିବା ଧୂଳିକଣାରେ ପ୍ରଦୂଷଣ ମାତ୍ରା ୧୦୦ ରହିବା କଥା। କିନ୍ତୁ ଏହା ଦୀପାବଳିରେ କେତେ ପ୍ରତିଶତ ହୋଇଛି ତାହା ଦୁଇ ଦିନ ମଧ୍ୟରେ ଜଣାପଡ଼ିବ। ଏପରି କି ଦୁଇ ଶହରୁ ଅଢ଼େଇଶହ ପ୍ରଦୂଷଣ ମାତ୍ରା ହୋଇଥିବ ବୋଲି ଆଶଙ୍କା କରାଯାଉଥିବା କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଥା ଶୁଣିଲେନି ଭାଉଜ, ଚା’ କରିବାକୁ ମନା କରିବାରୁ ପିଟିପିଟି ମାରିଦେଲେ ଦିଅର

ଭୋପାଳ,୨୦।୩: ମଧ୍ୟପ୍ରଦେଶର ସଲାମତପୁର ପୋଲିସ ଷ୍ଟେସନ ଅଧୀନରେ ଥିବା ଖୋହା ଗାଁରେ ଭାଉଜଙ୍କୁ ହତ୍ୟା କରିଛନ୍ତି ନିଜ ଦିଅର। ରିପୋର୍ଟ ଅନୁସାରେ, ଖୋହା ବାସିନ୍ଦା ଖେମଚାନ୍ଦ ମାଲବ୍ୟ…

୬ବର୍ଷ ପରେ ଭାରତ-ଚାଇନା ସୀମାରେ ବଡ଼ ହଲଚଲ, ହେବ କି ଯୁଦ୍ଧ?

ନୂଆଦିଲ୍‌ଲୀ,୨୦।୩: ଭାରତ ଏବଂ ଚାଇନା ମଧ୍ୟରେ ବାଣିଜ୍ୟ ସମ୍ପର୍କିତ ଏକ ନୂତନ ସୂଚନା ସାମ୍ନାକୁ ଆସିଛି। ଉଭୟ ଦେଶ ଉତ୍ତରାଖଣ୍ଡର ଲିପୁଲେଖ ସୀମାକୁ ପୁନର୍ୱାର ଖୋଲିବାକୁ ନିଷ୍ପତ୍ତି…

୩୪ ଆଦିବାସୀଙ୍କୁ ଖଲାସ ଦାବି: ୪୮ ଘଣ୍ଟିଆ ବନ୍ଦ ଡାକରା

ବାରିପଦା,୨୦।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ତିରିଂ ଥାନା ଅଞ୍ଚଳର ଜଣେ ଆଦିବାସୀ ନାବାଳିକା ଅସଦାଚରଣ ମାମଲାରେ ବହଳଦା ଠାରେ ଜାତୀୟ ରାଜପଥ ଅବରୋଧ ବେଳେ ପୋଲିସ…

ମିଲରଙ୍କ ଅସହଯୋଗରୁ ବଢୁଛି ଚାଷୀଙ୍କ ଚିନ୍ତା: ଧାନବସ୍ତା ରଖି ରାଜ୍ୟ ରାଜପଥ ଅବରୋଧ

ତିହିଡି଼,୨୦।୩(ସଞ୍ଜିତ ବଳ):ତିହିଡି଼ ବ୍ଲକ ଅଧୀନ ଚାରିତରଫ ସମବାୟ ସମିତି ମଣ୍ଡିରେ ୮ହଜାର କୁଇଣ୍ଟାଲରୁ ଅଧିକ ଧାନ ପଡ଼ି ରହିଛି l ମିଲରଙ୍କ ଅସହଯୋଗରୁ ଏହି ଧାନ ପଡ଼ି…

ଶସ୍ତା ହୋଇଯିବ ତେଲ: ଯୁଦ୍ଧ ମଧ୍ୟରେ ସାରା ବିଶ୍ୱକୁ ମିଳିବ ଆଶ୍ୱସ୍ତି

ଓ୍ବାଶିଂଟନ୍‌,୨୦।୩: ସାଧାରଣ ଜନତାଙ୍କୁ ଖୁବ୍‌ଶୀଘ୍ର ମିଳିବ ବଡ଼ ଆଶ୍ୱସ୍ତି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଖୁବ ଶୀଘ୍ର ହ୍ରାସ ପାଇପାରେ। ରିପୋର୍ଟ ଅନୁଯାୟୀ, ଆମେରିକା ଖୁବ…

ଯୁଦ୍ଧରେ ଫସିଗଲା ଆମେରିକା: ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଲା ସଂଘର୍ଷ

ଓ୍ବାଶିଂଟନ୍‌,୨୦।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଏକ ନୂତନ ମୋଡ଼ରେ ପହଞ୍ଚିବା ପରି ମନେ ହେଉଛି। ପ୍ରାୟ ୨୦ ଦିନ ଧରି ଚାଲିଥିବା…

‘୫ବର୍ଷ ପାଇଁ ଭାରତର ଗ୍ୟାସ ଯୋଗାଣ ଉପରେ ପ୍ରଭାବ…’ LNG ପ୍ଲାଣ୍ଟ ନଷ୍ଟ ହେବା ପରେ କାତାରର ବଡ଼ ବୟାନ

ନୂଆଦିଲ୍ଲୀ,୨୦।୩: କାତାର ଏନର୍ଜିର ସିଇଓ ଏବଂ ଶକ୍ତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ସାଦ ଅଲ-କାବି କହିଛନ୍ତି ଯେ ଇରାନ ଆକ୍ରମଣ କାତାରର ପ୍ରାୟ ୧୭ ପ୍ରତିଶତ ଏଲଏନଜି ରପ୍ତାନି…

୨୬ ତାରିଖ ଯାଏ ବର୍ଷା, ୧୯ ଜିଲାକୁ ସତର୍କ ସୂଚନା

ଭୁବନେଶ୍ୱର,୨୦।୩(ବନ୍ଦନା ସେଠୀ): ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଜାରି ରହିଥିବାବେଳେ ଗତ ୨୪ଘଣ୍ଟାରେ ୧୩ଟି ସ୍ଥାନରେ ବର୍ଷା ହୋଇଛି। କୋରାପୁଟର ବୋରିଗୁମ୍ମାଠାରେ ସର୍ବାଧିକ ୫୭.୪ ମି.ମି.…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri