Posted inଜାତୀୟ

ପ୍ରଦୂଷଣ ପାଇଁ ଚାଷୀଙ୍କୁ ଦୋଷ ଦେବା ଅନୁଚିତ: ସ୍ବାମୀନାଥନ

ନୂଆଦିଲ୍ଲୀ,୫।୧୧: ରାଜଧାନୀ ଦିଲ୍ଲୀ, ହରିୟାଣା ଆଦି ସ୍ଥାନର ବାୟୁ ପ୍ରଦୂଷଣ ପାଇଁ ଚାଷୀଙ୍କୁ ଦାୟୀ କରାଯାଉଛି। କାରଣ ଏମାନେ ବହୁ ପରିମାଣରେ ନଡା ପୋଡୁଥିବାରୁ ଏଭଳି ସମସ୍ୟା ଉପୁଜିଥିବା ନିକଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ କହିଥିଲେ। ହେଲେ ମଙ୍ଗଳବାର ବିଶିଷ୍ଟ କୃଷି ବିଜ୍ଞାନୀ ଏମ୍‌. ଏସ୍‌. ସ୍ବାମୀନାଥନ କହିଛନ୍ତି ପ୍ରଦୂଷଣ ପାଇଁ ଚାଷୀଙ୍କୁ ଦାୟୀ କରିବା ଅନୁଚିତ। ଏଥିପାଇଁ ସରକାର ବିକଳ୍ପ ଚିନ୍ତା କରନ୍ତୁ ବୋଲି ସେ ମତ ରଖିଛନ୍ତି। ତାଙ୍କ କହିବା କଥା ହେଲା ସରକାର ଏକ ଧାନ ଜୈବିକ ପାର୍କ ନିର୍ମାଣ କରିବା ଦରକାର। ଯେଉଁଠି ଚାଷୀମାନେ ଜୈବିକ ପଦ୍ଧତିରେ ଏହି ନଡା ଗୁଡିକୁ ନଷ୍ଟ କରିପାରିବେ। ଦକ୍ଷିଣ ଭାରତରେ ନଡାକୁ ଗୋଖାଦ୍ୟ ଭାବେ ବ୍ୟବହାର କରାଯାଉଥିବା ବେଳେ ଏହା ଦିଲ୍ଲୀ ବା ହରିୟାଣାରେ କରାଯାଏ ନାହିଁ। ତେଣୁ ଏହାର ବିକଳ୍ପ ସରକାର ଚିନ୍ତା ନ କରି ଚାଷୀଙ୍କୁ ଦୋଷ ଦେବା ଠିକ୍‌ ନୁହେଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋ ମୃତ୍ୟୁ ପାଇଁ ମନ୍ତ୍ରୀ ଦାୟୀ

ବେଙ୍ଗାଲୁରୁ,୧୩।୪: କର୍ନାଟକର ଗ୍ରାମାଞ୍ଚଳ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ କେ.ଏସ୍‌. ଈଶ୍ୱରପ୍ପାଙ୍କ ବିରୋଧରେ ଏକ ଠିକାକାମ ପାଇଁ ୪୦% କମିଶନ ଦାବି ଅଭିଯୋଗ ଆଣିଥିବା ଜଣେ...

ପଦ୍ମ ଧରିଲେ ଖୁଶବୁ: ୧୦ ବର୍ଷରେ ତୃତୀୟ ଦଳରେ ସାମିଲ୍‌

ଚେନ୍ନାଇ, ୧୨।୧୦: ଅଭିନେତ୍ରୀ ଖୁଶବୁ ସୁନ୍ଦର ଭାଜପାରେ ସାମିଲ ହୋଇଛନ୍ତି। ତାମିଲନାଡୁର କଂଗ୍ରେସ ପ୍ରବକ୍ତା ଭାବେ ସେ କାର୍ଯ୍ୟ କରୁଥିଲେ। ତେବେ ଦଳୀୟ ଅସନ୍ତୋଷ ଯୋଗୁ...

ମଦ, ଦୁଇଟି ଅଣ୍ଡାରେ ଦୂରେଇ ଯିବ କରୋନା, କହିଲେ ଏହି କଂଗ୍ରେସ ନେତା

ବେଙ୍ଗାଲୁରୁ,୧୯ା୭: ବିଶ୍ୱରୁ ମହାମାରୀ କରୋନା ଭୂତାଣୁ ଥମିବାର ନାଁ ନେଉନି। ଏହି ସମୟରେ ଜଣେ କଂଗ୍ରେସ ନେତା ଏପରି ବିବୃତ୍ତି ଦେଇଛନ୍ତି, ଯାହା ଶୁଣି ଲୋକେ...

ପୁଣି ବଢ଼ିଲା ଦୈନିକ ସଂକ୍ରମଣ-ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୧୯।୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ...

ଆନ୍ଧ୍ରପ୍ରଦେଶରୁ ଉଚ୍ଛେଦ ହେବ ବିଧାନ ପରିଷଦ

ଅମରାବତୀ,୨୮ା୧(ପି.ଟି.): ଆନ୍ଧ୍ରପ୍ରଦେଶରୁ ବିଧାନ ପରିଷଦ ଉଚ୍ଛେଦ ହେବାକୁ ଯାଉଛି। ଏ ନେଇ ରାଜ୍ୟ କ୍ୟାବିନେଟରେ ସୋମବାର ଏକ ପ୍ରସ୍ତାବ ଗୃହୀତ ହୋଇଛି। ଅନୁରୂପ ପ୍ରସ୍ତାବ ବିଧାନସଭାରେ...

୬୦ବର୍ଷୀୟା ବୃଦ୍ଧା ୧ ମିନିଟରେ ୬ଟି ଇଡ୍‌ଲୀ ଖାଇ ଜିତିଲେ ପ୍ରତିଯୋଗିତା

ବେଙ୍ଗାଲୁରୁ,୨।୧୦:କର୍ନାଟକ ହୁଲହଲ୍ଲୀରେ ଜଣେ ୬୦ ବର୍ଷୀୟ ବୃଦ୍ଧା ଗୋଟିଏ ମିନିଟ୍‌ରେ ୬ଟି ଇଡ୍‌ଲୀ ଖାଇ ଏକ ଖାଦ୍ୟ ପ୍ରତିଯୋଗିତା ଜିତିଛନ୍ତି। ମହୀଶୂରରେ ଦଶହରା ଉପଲକ୍ଷେ ଏକ...

ପ୍ରଳୟ କ୍ଷେପଣାସ୍ତ୍ର କିଣିବା ପାଇଁ ସେନାର ଯୋଜନା…

ନୂଆଦିଲ୍ଲୀ,୨୦।୧୨ : ଚାଇନ ସହିତ ଚାଲିଥିବା ତିକ୍ତତା ମଧ୍ୟରେ ଭାରତୀୟ ସେନା ବାଲିଷ୍ଟିକ କ୍ଷେପଣାସ୍ତ୍ର ପ୍ରଳୟ କିଣିବାକୁ ଚିନ୍ତା କରୁଛି। ଏହା ୧୫୦ ରୁ ୫୦୦...

ସଂଘ-ସରକାର-ସଂଗଠନଙ୍କ ଅଯୋଧ୍ୟା ଯୋଜନା: କାଶୀ-ମଥୁରା ନେଇ ଦିଆଯିବନି କୌଣସି ମନ୍ତବ୍ୟ

ନୂଆଦିଲ୍ଲୀ,୭।୧୧: ଅଯୋଧ୍ୟା ମାମଲାର ରାୟ ପ୍ରକାଶ ପାଇବା ପୂର୍ବରୁ ସଂଘ(ଆର୍‌ଏସ୍‌ଏସ୍‌), ସରକାର ତଥା ବିଭିନ୍ନ ସହଯୋଗୀ ସଂଗଠନ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହା ଅନ୍ତର୍ଗତ ସଂଘର...

Advertisement
Archives

Model This Week