ପ୍ରଥମ ପର୍ଯ୍ୟାୟରେ ୬୪ ଜଣଙ୍କୁ ନିଯୁକ୍ତି

ଢେଙ୍କାନାଳ ଅଫିସ, ୨୪।୮: ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ କୁରୁଣ୍ଟିସ୍ଥିତ ରିମ୍‌ଝିମ୍‌ ଇସ୍ପାତ କମ୍ପାନୀରେ ଜମିହରା ପ୍ରଜାଙ୍କ ନିଯୁକ୍ତି ପ୍ରକ୍ରିୟା ନେଇ ଏକ ବୈଠକ ମଙ୍ଗଳବାର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଉପଜିଲାପାଳ ସ୍ନିଗ୍ଧାରାଣୀ ଧଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଧାୟିକା ସୀମାରାଣୀ ନାୟକ, କ୍ଷତିଗ୍ରସ୍ତ ପ୍ରଜା ସଂଘର କର୍ମକର୍ତ୍ତା, ନିଯୁକ୍ତି ଆଶାୟୀ ଉପସ୍ଥିତ ଥିଲେ। ଅବସର ସମୟରେ ଉପନୀତ ୨୫ଜଣ କ୍ଷତିଗ୍ରସ୍ତଙ୍କୁ ଥଇଥାନ କରାଯାଇଥିବା ଅବଶିଷ୍ଟ ୧୫୦ ଜଣଙ୍କ ସମ୍ପର୍କରେ ଆଲୋଚନା ହୋଇଥିଲା। ତେବେ ବୈଠକରେ କମ୍ପାନୀ ପୂର୍ବ ନିଷ୍ପତ୍ତି ପରିବର୍ତ୍ତନ କରିଥିଲା। କାରଖାନାରେ ଉତ୍ପାଦନ ଆରମ୍ଭ ହୋଇ ନ ଥିବାରୁ କାହାରିକୁ ନିଯୁକ୍ତି ଦେଇହେବ ନାହିଁ କହିବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଦୀର୍ଘ ୩ ଘଣ୍ଟାର ବିଚାରବିମର୍ଷ ପରେ ଉପଜିଲାପାଳ ଏବଂ ଆଞ୍ଚଳିକ କ୍ଷତିଗ୍ରସ୍ତ ପ୍ରଜାସଂଘ ସଭାପତି ଗଙ୍ଗାଧର ସାମଲ କାରଖାନାର ଉଚ୍ଚ କର୍ତ୍ତୃପକ୍ଷଙ୍କ ସହିତ ଫୋନରେ ଆଲୋଚନା କରିଥିଲେ। ଏହାପରେ ପ୍ରଥମ ପର୍ଯ୍ୟାୟରେ କମ୍ପାନୀ ୬୪ଜଣଙ୍କୁ ନିଯୁକ୍ତିପତ୍ର ଦେବାକୁ ସହମତି ଜଣାଇଛି।
ଏ ସଂକ୍ରାନ୍ତରେ କ୍ଷତିଗ୍ରସ୍ତ ପ୍ରଜା ଚିତ୍ତରଞ୍ଜନ ନାଥ କୁହନ୍ତି, କମ୍ପାନୀ ଜମିହରାଙ୍କୁ ଭକୁଆ ବନାଉଛି ା ବିଶ୍ୱାସକୁ ନେଇ ଖେଳ ଖେଳୁଛି। ବୈଠକରେ ପ୍ରଥମ ପର୍ଯ୍ୟାୟରେ ୬୪ ଏବଂ ୨-୩ ମାସରେ ଅନ୍ୟ ୪୦ଜଣଙ୍କୁ ନିଯୁକ୍ତି ଦେବା ପାଇଁ ନିଷ୍ପତ୍ତି ହୋଇଛି। ହେଲେ ଏହାକୁ ଭରସା ପାଉନାହିଁ। ପ୍ରତିଶ୍ରୁତି ପ୍ରତାରଣା ପାଲଟିଲେ ମାଟି ପାଇଁ ଲଢ଼େଇ ହେବ ବୋଲି ସେ ଚେତାବନୀ ଦେଇଛନ୍ତି। ଆଞ୍ଚଳିକ କ୍ଷତିଗ୍ରସ୍ତ ପ୍ରଜାସଂଘ ସଭାପତି ଗଙ୍ଗାଧର କୁହନ୍ତି, ମଙ୍ଗଳବାର ୫୦ଜଣଙ୍କୁ ଏବଂ ବୁଧବାର ଅନ୍ୟ ୫୦ଜଣଙ୍କୁ ନିଯୁକ୍ତିପତ୍ର ଦେବାକୁ ନିଷ୍ପତ୍ତି ହୋଇଥିଲା। ତେବେ ସେମାନେ ୩୪ ଜଣଙ୍କୁ ନିଯୁକ୍ତି ଦେବାକୁ କାଗଜପତ୍ର ଧରି ଆସିଥିଲେ। ଏହାର ତୀବ୍ର ପ୍ରତିବାଦ କରାଯାଇଥିଲା। ବୁଧବାର ୬୪ଜଣଙ୍କୁ ଓ ଏହା ପରେ ଅନ୍ୟ ୪୫ଜଣଙ୍କୁ ନିଯୁକ୍ତି ଦିଆଯିବ ବୋଲି ଚୂଡ଼ାନ୍ତ ନିଷ୍ପତ୍ତି ହୋଇଛି। ମାସେ ଦୁଇମାସ ମଧ୍ୟରେ କମ୍ପାନୀର ଫେରୋ ଆଲଏଜ୍‌ ୟୁନିଟ କାର୍ଯ୍ୟକ୍ଷମ ହେଲେ ଅନ୍ୟମାନଙ୍କୁ ନିଯୁକ୍ତି ପ୍ରଦାନ କରାଯିବ ବୋଲି ଆଲୋଚନା ହୋଇଛି। ଏ ସଂକ୍ରାନ୍ତରେ ବୁଧବାର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଉପଜିଲାପାଳ, ବିଧାୟିକା, କ୍ଷତିଗ୍ରସ୍ତ ପ୍ରଜା ସଂଘ, ଜମିହରା ପ୍ରଜାଙ୍କ ଉପସ୍ଥିତିରେ କମ୍ପାନୀ କର୍ତ୍ତୃପକ୍ଷ ଏକ ଏମ୍‌ଓୟୁ ସ୍ବାକ୍ଷର କରିବେ। ଏଥିରେ ଅବଶିଷ୍ଟ କ୍ଷତିଗ୍ରସ୍ତଙ୍କୁ ପର୍ଯ୍ୟାୟକ୍ରମେ ନିଯୁକ୍ତି ପ୍ରଦାନ ବିଷୟ ଉଲ୍ଲେଖ ରହିବ ବୋଲି ଗଙ୍ଗାଧର ସୂଚନା ଦେଇଛନ୍ତି। ବିଧାୟିକା କୁହନ୍ତି, ଆମେ ସମସ୍ତେ ଚାହୁଁଛୁ କମ୍ପାନୀ ରହୁ। ଜମିହରା କ୍ଷତିଗ୍ରସ୍ତଙ୍କୁ ଥଇଥାନ କରିବା ଆମର ଦାୟିତ୍ୱ ବୋଲି ବିଧାୟିକା କହିଛନ୍ତି। ଉପଜିଲାପାଳ କୁହନ୍ତି, ବିଆର୍‌ଜି କମ୍ପାନୀ ପାଇଁ ସମ୍ପୃକ୍ତ କ୍ଷତିଗ୍ରସ୍ତ ମାନେ ଜମି ହରାଇଛନ୍ତି। ଏହାକୁ ରିମଝିମ୍‌ କମ୍ପାନୀ କିଣିବା ପରେ ପୂର୍ବ କମ୍ପାନୀର ୧୭୫ କ୍ଷତିଗ୍ରସ୍ତ ପ୍ରଜାଙ୍କୁ ପର୍ଯ୍ୟାୟକ୍ରମେ ନିଯୁକ୍ତି ଦିଆଯିବା ବୋଲି ନିଷ୍ପତ୍ତି ହୋଇଛି। ପ୍ରଥମ ପର୍ଯ୍ୟାୟରେ ବୁଧବାର ୬୪ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯିବ। ଅନୁରୂପ ଭାବେ ଅବଶିଷ୍ଟଙ୍କୁ କିଭଳି ଥଇଥାନ ଓ ନିଯୁକ୍ତି ଦିଆଯିବ, ତାହା ପରବର୍ତ୍ତୀ ବୈଠକରେ ଆଲୋଚନା କରି ନିଷ୍ପତ୍ତି ନିଆଯିବ।
ବୈଠକରେ ଓଡ଼ାପଡ଼ା ତହସିଲଦାର ବାଣୀ ନିବେଦିତା ସ୍ବାଇଁ, ଅତିରିକ୍ତ ତହସିଲଦାର ସୁମନ୍ତ ନାୟକ, ଜିଲା ଶ୍ରମ ଅଧିକାରୀ ସତ୍ୟନାରାୟଣ ଆଚାର୍ଯ୍ୟ, ଆଞ୍ଚଳିକ କ୍ଷତିଗ୍ରସ୍ତ ପ୍ରଜାସଂଘ ଉପସଭାପତି ନରେନ୍ଦ୍ର ସାହୁ, ସମ୍ପାଦକ ବିଜୟ ଧଳ, ଅଖିଳ ମହାପାତ୍ର, କୁଞ୍ଜବିହାରୀ ତ୍ରିପାଠୀ, ବିନୋଦ ସାହୁ, କମ୍ପାନୀର ମାନବ ସମ୍ବଳ ମୁଖ୍ୟ ଏମ୍‌.ପି. ସିଂ ଏବଂ ଜମିହରା ପ୍ରଜାଙ୍କ ପକ୍ଷରୁ ରାଜୀବ ଲୋଚନ ସ୍ବାଇଁ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

ଜାତୀୟ ରାଜପଥରେ ପଡି ରହିଛି ପୋଡ଼ା କାର୍‌: ନିଆଁ ଲଗାଇ ଦିଆଯାଇଥିବା ସନ୍ଦେହ

ଧୂଷୁରୀ,୧୭।୨(ଦୀପ୍ତି ରଞ୍ଜନ ନାୟକ): ଧୂଷୁରୀ ଥାନା ଆରଡି ଫାଣ୍ଡି ଅଧୀନ ସାଠିବାଙ୍କୁଡା ନିକଟରେ ୨୦ ନମ୍ବର ଜାତୀୟ ରାଜପଥ ପାଶର୍‌ବରେ ଏକ କାର୍‌ ପୋଡିଯାଇ ପଡି ରହିଥିବା…

ଜଙ୍ଗଲରେ ଚାଲିଥିଲା ବଡ଼ ଧରଣର ଜୁଆ ଆଡ୍ଡା: ଗୋଡ଼ାଇ ଗୋଡ଼ାଇ ୨୦ ଜୁଆଡ଼ିଙ୍କୁ ଗିରଫ କଲା ପୋଲିସ

ଖୋର୍ଦ୍ଧା,୧୭।୨(ପ୍ରଭାତ ): ଟାଙ୍ଗୀ ପୋଲିସ ମଙ୍ଗଳବାର ଏକ ବଡ଼ଧରଣର ଜୁଆ ଆଡ୍ଡା ଉପରେ ଚଢାଉ କରିଛି। ଚଢାଉ ବେଳେ ପୋଲିସ ଜୁଆ ଆଡ୍ଡାରୁ ୧୦ଲକ୍ଷ ୩୮ ହଜାର…

ଆଉ ୨ଦିନ କଲବଲ କରିବ କୁହୁଡ଼ି

ଭୁବନେଶ୍ୱର,୧୭।୨: ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ଜିଲାରେ ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ରହିବ…

ଦଶମ ଶ୍ରେଣୀ ଦିବ୍ୟାଙ୍ଗ ଛାତ୍ରଙ୍କ ବୋର୍ଡ ପରୀକ୍ଷାକୁ ନେଇ ଅନିଶ୍ଚିତତା, କର୍ତ୍ତୃପକ୍ଷଙ୍କୁ ଦୃଷ୍ଟି ଦେବାକୁ ଦାବୀ           

ଦିଗପହଣ୍ଡି,୧୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ସରକାରୀ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ର ଗୌତମ ମହାନ୍ତିଙ୍କ ମାଟ୍ରିକ ପରୀକ୍ଷାକୁ ନେଇ ଅନିଶ୍ଚିତତା…

ରକ୍ତରେ ଭିଜିଲା ସପ୍ତାମାତୃକା ଶୈବପୀଠ, ଶହ ଶହ ପଶୁପକ୍ଷୀଙ୍କୁ ଦିଆଗଲା ବଳି

ତୁଣ୍ଡଲା,୧୭।୨(ଫିରୋଜ କୁମାର ଦାଶ): କଳାହାଣ୍ଡି ଜିଲାର କେସିଙ୍ଗା ବ୍ଲକ ବେଲଖଣ୍ଡି ସ୍ଥିତ ତେଲ ଓ ଉତେଇ ନଦୀର ସଙ୍ଗମରେ ଥିବା ସର୍ବପୁରାତନ ତଥା ଐତିହାସିକ ସପ୍ତମାତୃକା ଶୈବପୀଠ…

ଥୁଆମୂଳ ରାମପୁର: DMF ପାଣ୍ଠି ପାଇଁ ବିଡିଓଙ୍କୁ ସ୍ମାରକପତ୍ର

ଥୁଆମୂଳ ରାମପୁର,୧୭।୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକକୁ ସମ୍ପୂର୍ଣ୍ଣ ଭାବେ ଜିଲା ଖଣିଜ ପ୍ରତିଷ୍ଠାନ (DMF) ପାଣ୍ଠିରେ ଅନ୍ତର୍ଭୁକ୍ତ କରିବା ସହ ସରପଞ୍ଚମାନଙ୍କୁ କ୍ଷମତା…

ପୂର୍ବତନ ବିଧାୟକଙ୍କ ବିବାଦୀୟ ଫାର୍ମ ହାଉସରେ ମାପଚୁପ ଆରମ୍ଭ, ଜବରଦଖଲ ଅଭିଯୋଗରେ ହୋଇଥିଲା ନୋଟିସ

ଧର୍ମଶାଳା,୧୭।୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ମଧୁପୁରଗଡ଼ ଗ୍ରାମପଞ୍ଚାୟତସ୍ଥିତ ପନ୍ତୁରୀ ଠାରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତ ରାୟଙ୍କ ଫାର୍ମହାଉସରେ ଆରମ୍ଭ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri