ପ୍ରଥମ ଦେଖାର ୪ଘଣ୍ଟା ମଧ୍ୟରେ ଦୁର୍ଗାମଣ୍ଡପରେ ବିବାହ କଲେ ପ୍ରେମୀଯୁଗଳ

ଝିଅ ପୁଅଙ୍କ ବିବାହ ପୂର୍ବରୁ ହିଁ ସ୍ବର୍ଗରେ ନିଷ୍ପତ୍ତି ହୋଇଥାଏ। ବିଶ୍ୱରେ କାହା ପାଇଁ କିଏ ନା କିଏ ନିଶ୍ଚୟ ଗଢ଼ା ହୋଇଛି। ଖାଲି ସମୟ ହେଲେ ଦୁଇ ଜଣ ଏକାଠି ହେବାର ଅପେକ୍ଷା ଥାଏ ବୋଲି କୁହାଯାଏ। ବହୁଥିର ପ୍ରଥମ ଦେଖାରେ ପ୍ରେମ ହୋଇଯାଏ ବୋଲି ଶୁଣିବାକୁ ମିଳିଛି ହେଲେ କେବେ ଦେଖିଛନ୍ତି ପ୍ରଥମ ଦେଖାରେ ବିବାହ କରିବା। କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କୋଲକାତାରେ। ଯେଉଁଠାରେ ଦୁର୍ଗାପୂଜା ଦେଖି ଆସିଥିବା ଯୁବକ ଯୁବତୀ ପ୍ରଥମ ଦେଖାରେ ହିଁ ଦୁହେଁଦୁହିଁଙ୍କୁ ନିଜର ଜୀବନ ସାଥୀ କରିଥିଲେ। ଆଉ ଏହି ବିବାହରେ ଶହ ଶହ ଲୋକ ସାଜିଥିଲେ ବରଯାତ୍ରୀ। ସୂଚନାଯୋଗ୍ୟ, ହୁଗୁଳି ଜିଲା ହିନ୍ଦ ମୋଟରର ସୁଦୀପ ଘୋଷାଲ ଓ ଶେଉରାଫୁଲିର ପ୍ରତୀମା ବାନାର୍ଜୀ ୩ ମାସ ପୂର୍ବରୁ ଫେସ୍‌ବୁକ୍‌ରେ ବନ୍ଧୁ ହୋଇଥିଲେ। ଏହାପରେ ଦୁଇ ଜଣ ସାକ୍ଷାତକାର କରିବା ପାଇଁ ଯୋଜନା କରିଥିଲେ। ହେଲେ ରବ ନେ ବନାଦି ଯୋଡି ଭଳି ଦୁର୍ଗାଷ୍ଟମୀ ଦିନ ସନ୍ଧ୍ୟାରେ ଭାଗ୍ୟବଶତଃ ଦୁଇଜଣ ଗୋଟିଏ ପେଣ୍ଡାଲକୁ ମା’ଙ୍କ ଦର୍ଶନ ପାଇଁ ଆସିଥିଲେ।

ସେଠାରେ ଦୁଇଜଣଙ୍କର ପ୍ରଥମ ଥର ଦେଖାହୋଇଥିଲା। ପ୍ରତୀମାଙ୍କୁ ଦେଖି ସୁଦୀପ ସେହି ମଣ୍ଡପରେ ସମସ୍ତଙ୍କ ସାମ୍ନାରେ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ଯୁବକଙ୍କ ଏଭଳି ଢ଼ଙ୍ଗରେ ଦେଇଥିବା ପ୍ରସ୍ତାବକୁ ମନାକରିପାରି ନ ଥିଲେ ପ୍ରତିମା। ଏହାପରେ ମାତ୍ର ୪ ଘଣ୍ଟା ମଧ୍ୟରେ ସେହି ମଣ୍ଡପରେ ଦୁଇଜଣଙ୍କର ବିବାହ ହୋଇଥିଲା। ଦୁଇଜଣଙ୍କ ଏଭଳି ବିବାହ ବେଶ୍‌ ଚର୍ଚ୍ଚା ସାଉଁଟିଥିବା ବେଳେ ତାଙ୍କର ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ତ୍ରିରଙ୍ଗା ଅଭିଯାନରେ ସାମିଲ ହେଲେ ଜିଲାପାଳ, ସ୍ବାଧୀନତା ସଂଗ୍ରାମୀ ତ୍ୟାଗ ଓ ବଳିଦାନକୁ ମନେ ପକାଇ…

ଛତ୍ରପୁର,୧୩ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ସ୍ବାଧୀନତା ଦିବସ ପୂର୍ବରୁ ଦେଶବ୍ୟାପୀ ‘ହର୍‌ଘର ତ୍ରିରଙ୍ଗା’ ଅଭିଯାନକୁ ସଫଳ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ ନିଜ ବାସଭବନରେ…

ଦାରିଙ୍ଗବାଡିରେ ହର୍‌ ଘର୍‌ ତ୍ରିରଙ୍ଗା: ଯୋଗଦେଲେ ଶହ ଶହ ଛାତ୍ରୀଛାତ୍ର

ଦାରିଙ୍ଗବାଡି, ୧୩।୮(ଅରୁଣ ସାହୁ): ଆଉ ମାତ୍ର ଗୋଟିଏ ଦିନ ପରେ ଦେଶ ପାଳିବ ସ୍ବାଧୀନତା ଦିବସ। ଏହି ଅବସରରେ ସାରା ଦେଶ ଉତ୍ସବ ମୁଖର ହୋଇଥିବାବେଳେ ଏଥିରେ…

ଆହୁରି ସକ୍ରିୟ ହେଲା ଲଘୁଚାପ, ଏହି ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କଲା IMD

ଭୁବନେଶ୍ବର,୧୩।୮: ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ ହେଲା ଲଘୁଚାପ । ଏହାର ପ୍ରଭାବରେ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।…

ଜାତି ଅଲଗା, ମମତା ଗୋଟିଏ! ଗାଈର ବାଛୁରୀକୁ ନିଜ କ୍ଷୀର ପିଆଇଲା କୁକୁର, ଭିଡିଓ ଦେଖି ଭାବବିହ୍ବଳ ଲୋକେ

ସୋସିଆଲ ମିଡିଆରେ ଏହିଦିନଗୁଡ଼ିକରେ ଏକ ଅତ୍ୟନ୍ତ ଭାବବିହ୍ବଳ କରିଦେଉଥିବା ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓଟି ଦେଖି ଲୋକଙ୍କ ହୃଦୟ ତରଳି ଯାଉଛି। ଭିଡିଓରେ ଏକ…

ହୀରାକୁଦ ଡ୍ୟାମକୁ ପ୍ରବେଶ କରୁଛି ୧ ଲକ୍ଷ ଘନଫୁଟରୁ ଅଧିକ ବନ୍ୟାଜଳ, ୨ ଗେଟ୍‌ରେ ହେଉଛି ନିଷ୍କାସନ

ସମ୍ବଲପୁର,୧୩ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାର ପୁଣି ୪ଟି ସ୍ଲୁଇସ୍‌ ଗେଟ୍‌ ବନ୍ଦ କରାଯାଇଛି ଫଳରେ ବର୍ତ୍ତମାନ କେବଳ ୨ଟି ଗେଟ୍‌ରେ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଛି। ତେବେ…

କୂଳ ଲଙ୍ଘୁଛି ସମୁଦ୍ର: ପଥର ବନ୍ଧ ନିର୍ମାଣ ଦାବି ଦୋହରାଇଲେ ଅଞ୍ଚଳବାସୀ

ଛତ୍ରପୁର,୧୩।୮(ଦିଲୀପ ସାମଲ): ଦିନକୁ ଦିନ ସମୁଦ୍ର କୂଳ ଲଘୁଂଥିବାରୁ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ସମୁଦ୍ର ଉପକୂଳରେ ସ୍ଥାୟୀ ପଥର ବନ୍ଧ…

ଗୁଟଖା-ତମାଖୁ ଉପରେ ସରକାରଙ୍କ ବଡ଼ ଆକ୍ସନ୍! ୧ ବର୍ଷ ପାଇଁ ବ୍ୟାନ୍

ବେଙ୍ଗାଲୁରୁ,୧୩।୮: ଗୁଟଖା-ତମାଖୁକୁ ନେଇ ବଡ଼ ନିଷ୍ପତ୍ତି ନେଇନ୍ତି କର୍ନାଟକ ସରକାର । ରାଜ୍ୟ ସରକାର ଗୁଟ୍‌ଖା, ପାନ ମସଲା ଏବଂ ତମାଖୁ-ନିକୋଟିନ୍‌ଯୁକ୍ତ ଉତ୍ପାଦଗୁଡ଼ିକ ଉପରେ ଏକ ବର୍ଷ…

ମାତ୍ର ୧୫ ବର୍ଷ ବୟସରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, କ୍ରିକେଟ ଜଗତରେ ପଡିଗଲା ଚହଳ

ନୂଆଦିଲ୍ଲୀ,୧୩।୮: ଭାରତୀୟ କ୍ରିକେଟରେ ସବୁଠାରୁ ବିସ୍ଫୋରକ ଯୁବ ବ୍ୟାଟରମାନଙ୍କ ମଧ୍ୟରେ ସାମିଲ ବୈଭବ ସୂର୍ଯ୍ୟବଂଶୀ ନିଜ ବ୍ୟାଟିଂରେ ଲଗାତାର ଚର୍ଚ୍ଚାରେ ରହିଛନ୍ତି। ଜିମ୍ବାୱେ ଗସ୍ତରେ ମଧ୍ୟ ବ୍ୟାଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri