ପ୍ରଥମ ଦେଖାର ୪ଘଣ୍ଟା ମଧ୍ୟରେ ଦୁର୍ଗାମଣ୍ଡପରେ ବିବାହ କଲେ ପ୍ରେମୀଯୁଗଳ

ଝିଅ ପୁଅଙ୍କ ବିବାହ ପୂର୍ବରୁ ହିଁ ସ୍ବର୍ଗରେ ନିଷ୍ପତ୍ତି ହୋଇଥାଏ। ବିଶ୍ୱରେ କାହା ପାଇଁ କିଏ ନା କିଏ ନିଶ୍ଚୟ ଗଢ଼ା ହୋଇଛି। ଖାଲି ସମୟ ହେଲେ ଦୁଇ ଜଣ ଏକାଠି ହେବାର ଅପେକ୍ଷା ଥାଏ ବୋଲି କୁହାଯାଏ। ବହୁଥିର ପ୍ରଥମ ଦେଖାରେ ପ୍ରେମ ହୋଇଯାଏ ବୋଲି ଶୁଣିବାକୁ ମିଳିଛି ହେଲେ କେବେ ଦେଖିଛନ୍ତି ପ୍ରଥମ ଦେଖାରେ ବିବାହ କରିବା। କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କୋଲକାତାରେ। ଯେଉଁଠାରେ ଦୁର୍ଗାପୂଜା ଦେଖି ଆସିଥିବା ଯୁବକ ଯୁବତୀ ପ୍ରଥମ ଦେଖାରେ ହିଁ ଦୁହେଁଦୁହିଁଙ୍କୁ ନିଜର ଜୀବନ ସାଥୀ କରିଥିଲେ। ଆଉ ଏହି ବିବାହରେ ଶହ ଶହ ଲୋକ ସାଜିଥିଲେ ବରଯାତ୍ରୀ। ସୂଚନାଯୋଗ୍ୟ, ହୁଗୁଳି ଜିଲା ହିନ୍ଦ ମୋଟରର ସୁଦୀପ ଘୋଷାଲ ଓ ଶେଉରାଫୁଲିର ପ୍ରତୀମା ବାନାର୍ଜୀ ୩ ମାସ ପୂର୍ବରୁ ଫେସ୍‌ବୁକ୍‌ରେ ବନ୍ଧୁ ହୋଇଥିଲେ। ଏହାପରେ ଦୁଇ ଜଣ ସାକ୍ଷାତକାର କରିବା ପାଇଁ ଯୋଜନା କରିଥିଲେ। ହେଲେ ରବ ନେ ବନାଦି ଯୋଡି ଭଳି ଦୁର୍ଗାଷ୍ଟମୀ ଦିନ ସନ୍ଧ୍ୟାରେ ଭାଗ୍ୟବଶତଃ ଦୁଇଜଣ ଗୋଟିଏ ପେଣ୍ଡାଲକୁ ମା’ଙ୍କ ଦର୍ଶନ ପାଇଁ ଆସିଥିଲେ।

ସେଠାରେ ଦୁଇଜଣଙ୍କର ପ୍ରଥମ ଥର ଦେଖାହୋଇଥିଲା। ପ୍ରତୀମାଙ୍କୁ ଦେଖି ସୁଦୀପ ସେହି ମଣ୍ଡପରେ ସମସ୍ତଙ୍କ ସାମ୍ନାରେ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ଯୁବକଙ୍କ ଏଭଳି ଢ଼ଙ୍ଗରେ ଦେଇଥିବା ପ୍ରସ୍ତାବକୁ ମନାକରିପାରି ନ ଥିଲେ ପ୍ରତିମା। ଏହାପରେ ମାତ୍ର ୪ ଘଣ୍ଟା ମଧ୍ୟରେ ସେହି ମଣ୍ଡପରେ ଦୁଇଜଣଙ୍କର ବିବାହ ହୋଇଥିଲା। ଦୁଇଜଣଙ୍କ ଏଭଳି ବିବାହ ବେଶ୍‌ ଚର୍ଚ୍ଚା ସାଉଁଟିଥିବା ବେଳେ ତାଙ୍କର ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଭାକ୍ସିନ୍‌ର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ସୋମବାରରୁ ଆରମ୍ଭ

ନୂଆଦିଲ୍ଲୀ, ୬।୯: ହାଇଦ୍ରାବାଦ୍‌ର କମ୍ପାନୀ ଭାରତ ବାୟୋଟେକ୍‌ ଦ୍ୱାରା ପ୍ରସ୍ତୁତ କରୋନା ଟୀକା କୋଭାକ୍ସିନ୍‌ର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ସୋମବାରରୁ ଆରମ୍ଭ ହେବ। ଦ୍ୱିତୀୟ ପର୍ଯ୍ୟାୟରେ...

ଥରିଲା ଇନ୍ଦୋର

ଇନ୍ଦୋର,୧୯।୨: ମଧ୍ୟପ୍ରଦେଶର ଇନ୍ଦୋରରେ ରବିବାର ଅପରାହ୍ନରେ ସାମାନ୍ୟ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୩.୦ ଥିଲା। ଏହାର କେନ୍ଦ୍ର ଭୂମିଠାରୁ ୧୦...

ଘରୋଇ ବଜାରରେ କରୋନା ଭ୍ୟାକ୍ସିନର ମୂଲ୍ୟ ରହିବ ଏକ ହଜାର ଟଙ୍କା: ପୁନାୱାଲା

ପୁଣେ,୧୨ ।୧: ସାରା ଦେଶର ଜନତାଙ୍କ ଅପେକ୍ଷାର ଅନ୍ତ ଘଟାଇ ଏବେ ଉପଲବ୍ଧ ହୋଇଛି କରୋନା ଭ୍ୟାକ୍ସିନ । ଆସନ୍ତା ୧୬ ତାରିଖରୁ ଟିକାକରଣ କାର୍ଯ୍ୟକ୍ରମ...

ପ୍ରଥମ ଥର ପାଇଁ ମୋଦି ସରକାରକୁ ସମାଲୋଚନା କଲେ ଅନୁପମ

ନୂଆଦିଲ୍ଲୀ, ୧୨ା୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ଼ ସମର୍ଥକ ଭେଟେରାନ ଆକ୍ଟର ଅନୁପମ ଖେର ପ୍ରଥମ ଥର ପାଇଁ ଭାଜପା ସରକାରକୁ ସମାଲୋଚନା କରିଛନ୍ତି।...

୧୦ ବର୍ଷ ହେବ କେବଳ ବ୍ରେଡ୍‌, ଦହି ଖାଉଛନ୍ତି ୧୨ ବର୍ଷୀୟ ବାଳକ: ଆଉ କିଛି ଖାଦ୍ୟ ଦେଖିଲେ…

ଦୁନିଆରେ ଅନେକ ରୋଗ ଅଛି, ଯାହା ଅତ୍ୟନ୍ତ ବିପଜ୍ଜନକ ଏବଂ ବିଚିତ୍ର ଅଟେ। ଜଣେ ୧୨ ବର୍ଷର ବାଳକ ଏପରି ଏକ ଅଜବ ରୋଗ ସହିତ...

ପରିବା କିଣିବା ପାଇଁ ୫୦୦ ଟଙ୍କାର ଖୁଚୁରା ମିଳିଲାନି, କିଣିଲେ ଲଟେରି ଟିକେଟ; ଆଉ ତା’ ପରେ…

କାହାର ଭାଗ୍ୟ କେତେବେଳେ ବଦଳିଯିବ ସେ ବିଷୟରେ କିଛି କହି ହେବନାହିଁ। କଥାରେ ଅଛି, ଆଜି ଯିଏ ରାଜା କାଲି ସେ ଚାକର। ଆଉ କାଲି...

ଭାରତରେ ତୃତୀୟ ଲହର

ହାଇଦ୍ରାବାଦ, ୧୩।୭ : ଜୁଲାଇ ୪ରୁ ଭାରତରେ କୋଭିଡ୍‌-୧୯ର ତୃତୀୟ ଲହର ଆରମ୍ଭ ହୋଇଥିବା ଭଳି ମନେ ହେଉଥିବା ହାଇଦ୍ରାବାଦର ଜଣେ ଗବେଷକ ସୂଚନା ଦେଇଛନ୍ତି।...

ମାଲିକଙ୍କ ଏଭଳି କାମ ଯୋଗୁ ହଳଦିଆ ହୋଇଗଲା ବିଲେଇ

ଶରୀରର କୌଣସି ସ୍ଥାନରେ ଆଘାତ ଲାଗିଲେ ଘରୋଇ ଉପଚାରରେ ଉକ୍ତ ସ୍ଥାନରେ ହଳଦୀର ଲେପ ଦିଆଯାଇଥାଏ। ଫଳରେ ଆରାମ ଲାଗିଥିଲା। ଏହା କେବଳ ଭାରତରେ କରାଯାଏ।...

Advertisement
Archives

Model This Week