Posted inଖେଳ

ପ୍ରଥମ ଦିନିକିଆ: ଓ୍ବେଷ୍ଟଇଣ୍ଡିଜର ସହଜ ବିଜୟ

ଲକ୍ଷ୍ନୌ,୭।୧୧- ଏଠାରେ ବୁଧବାର ଖେଳାଯାଇଥିବା ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ୍‌ ୨୧ଟି ବଲ ବାକି ରଖି ୭ ଉଇକେଟରେ ଅତି ସହଜରେ ବିଜୟ ହାସଲ କରିଛି। ଏଥିସହିତ ଓ୍ବେଷ୍ଟଇଣ୍ଡିଜ୍‌ ୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି। ଟସ୍‌ ହାରି ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ୪୫.୨ ଓଭରରେ ୧୯୪ ରନ କରି ଅଲଆଉଟ ହୋଇଥିଲା। ଦଳ ତରଫରୁ ରହମତ ଶାହ ୬୧, ଅକରାମ ଅଲିଖିଲ ୫୮, ଅସଘର ଆଫଗାନ ୩୫, ଗୁଲବଦିନ ନାଇବ ୧୭ ରନ କରି ଆଉଟ ହୋଇଥିବା ବେଳେ ଅନ୍ୟମାନେ ଦୁଇଅଙ୍କ ଛୁଇଁ ପାରି ନ ଥିଲେ। ବୋଲିଂରେ ଓ୍ବେଷ୍ଟଇଣ୍ଡିଜ ତରଫରୁ ଜାସନ ହୋଲ୍ଡର, ରୋମାରିଓ ଶେଫର୍ଡ ଓ ରୋଷ୍ଟନ ଚେଜ୍‌ ୨ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ଜବାବରେ ଓ୍ବେଷ୍ଟଇଣ୍ଡିଜ ୪୬.୩ ଓଭରରେ ୩ ଉଇକେଟ ହରାଇ ୧୯୭ ରନ କରି ବିଜୟୀ ହୋଇଥିଲା। ଦଳ ତରଫରୁ ରୋଷ୍ଟନ ଚେଜ୍‌ ସର୍ବାଧିକ ୯୪ କରିଥିବା ବେଳେ ଓପନର ସାଇ ହୋପ ୭୭ ରନ କରି ଅପରାଜିତ ରହିଥିଲେ। ଆଫଗାନିସ୍ତାନର ମୁଜିବ ଉର ରହମାନ ୨ଟି ଉଇକେଟ ନେଇଥିଲେ। ରୋଷ୍ଟନ ଚେଜ୍‌ ମ୍ୟାନ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।
ସଂକ୍ଷିପ୍ତ ସ୍କୋର:
ଆଫଗାନିସ୍ତାନ ୪୫.୨ ଓଭରରେ ୧୯୪
(ରହମତ- ୬୧, ଇକରାମ- ୫୮, ହୋଲ୍ଡର- ୨/୨୧, ଚେଜ୍‌- ୨/୩୧, ଶେଫର୍ଡ- ୨/୩୨)।
ଓ୍ବେଷ୍ଟଇଣ୍ଡିଜ୍‌ ୪୬.୩ ଓଭରରେ ୧୯୭/୩
(ଚେଜ୍‌- ୯୪, ହୋପ- ୭୭*, ରହମାନ- ୨/୩୩)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବସ୍‌ ଉପରକୁ ଗୁଳିମାଡ଼: ଚାଲିଗଲା ଫୁଟବଲ୍‌ ଖେଳାଳିଙ୍କ ଜୀବନ

ଘାନା,୧୩ା୪: ଡକାୟତଙ୍କ ଆକ୍ରମଣରେ ଘାନାନିଆନ ପ୍ରିିମିୟର ଲିଗ୍‌ କ୍ଲବର ଫୁଟବଲ ଖେଳାଳି ବେରେକୁମ୍‌ ଚେଲ୍‌ସୀର ଡୋମିନିକ୍‌ ଫ୍ରିମ୍‌ପଙ୍ଗ୍‌ ନିହତ ହୋଇଛନ୍ତି। କ୍ଲବ ସୂତ୍ରରୁ ପ୍ରକାଶ ଘାନାର ଦକ୍ଷିଣାଞ୍ଚଳରେ…

ଏହି କାର୍ଯ୍ୟ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କଠୋର ଦଣ୍ଡ ଦେଲା BCCI, ମ୍ୟାଚ ସମୟରେ ଏମିତି କ’ଣ କଲେ ଅଧିନାୟକ

ନୂଆଦିଲ୍ଲୀ,୧୩।୪: ରବିବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ରନ ଦୃଷ୍ଟିରୁ ଐତିହାସିକ ଥିଲା। ଏହି ମ୍ୟାଚ ମଧ୍ୟ ବିବାଦରେ ଫସି…

ଟି-୨୦ ବିଶ୍ୱକପ ପାଇଁ ବମ୍ଫର ପୁରସ୍କାର ରାଶି ଘୋଷଣା କଲା ICC, ଜାଣିଲେ ଉଡିଜିବ ହୋସ୍‌

ନୂଆଦିଲ୍ଲୀ,୧୩।୪: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ୨୦୨୬ ମହିଳା ଟି୨୦ ବିଶ୍ୱକପ ପାଇଁ ଏକ ରେକର୍ଡ ପୁରସ୍କାର ରାଶି ଘୋଷଣା କରିଛି। ICC ଘୋଷଣା କରିଛି ଯେ ବିଜେତା…

RCBରୁ ଆସିଲା ବଡ଼ ଖବର: ବାକି ଆଇପିଏଲ ମ୍ୟାଚ ଖେଳିବେନି କୋହଲି!

ନୂଆଦିଲ୍ଲୀ,୧୩।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ସମୟରେ ପୂର୍ବତନ ଅଧିନାୟକ ବିରାଟ କୋହଲି ଆଘାତ ପାଇଥିଲେ। ଏହା IPLର ୨୦ତମ…

‘ତୁମେ ଆମ ଟିମର ସବୁଠାରୁ ବଡ଼ ପ୍ରେରଣା’, ଏମିତି କହି ରୋହିତଙ୍କୁ ଅଭିନନ୍ଦନ ଜଣାଇଲେ ହାର୍ଦ୍ଦିକ

ନୂଆଦିଲ୍ଲୀ,୧୩।୪: ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କୁ ଫ୍ରାଞ୍ଚାଇଜ ସହିତ ୧୫ ବର୍ଷ ପୂରଣ କରିବା ପାଇଁ ଅଭିନନ୍ଦନ…

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

ନୀତୀଶ ରାଣାଙ୍କୁ ବଡ଼ ଜରିମାନା, କାହିଁକି ଜାଣନ୍ତୁ…

ଚେନ୍ନାଇ,୧୨ା୪:ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟର ନୀତୀଶ ରାଣାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୨୫ ପ୍ରତିଶତ ଜରିମାନା କରାଯାଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌…

ଭିନ୍ନ ଢଙ୍ଗରେ ଆଶା ଭୋସଲେଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା RCB, ସଙ୍ଗୀତ ସବୁବେଳେ….

ନୂଆଦିଲ୍ଲୀ,୧୨ା୪: ‘ମେଲୋଡି କ୍ୱିନ୍’ ଆଶା ଭୋସଲେଙ୍କର ରବିବାର ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ସମଗ୍ର ଭାରତରେ ଶୋକର ଛାୟା ଖେଳିଯାଇଥିଲା। ତେବେ କ୍ରୀଡା ଜଗତ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri