Posted inଫୁରସତ

ପ୍ରଥମ ଦରମା ବାପାଙ୍କ ହାତରେ ଦେଇଥିଲି: ସାହିତି୍ୟକ ତଥା ଅବସରପ୍ରାପ୍ତ ଲ୍ୟୁଟ୍‌ନାଣ୍ଟ କର୍ନେଲ ଶିବରାମ ଶତପଥୀ

ଗୁଣପୁର ନିକଟବର୍ତ୍ତୀ ପ୍ରଧାନୀଗୁଡ଼ା ଶାସନରେ ମୋ ଜନ୍ମ। ୮ ଭଉଣୀଭାଇ (୩ ଭାଇ ଓ ୫ ଭଉଣୀ)ଙ୍କ ମଧ୍ୟରୁ ମୁଁ ଥିଲି ଦ୍ୱିତୀୟ ସନ୍ତାନ। ଗୁଣପୁର ଉଚ୍ଚ ବିଦ୍ୟାଳୟରୁ ୧୯୬୧ ମସିହାରେ ଏକାଦଶ ଶ୍ରେଣୀ ପାସ୍‌ କରି ପାରଳାଖେମୁଣ୍ଡିସ୍ଥିତ ଏସ୍‌କେସିଜି କଲେଜରେ ପ୍ରି-ୟୁନିର୍ଭସିଟି ଓ ପ୍ରି-ପ୍ରଫେସନାଲ ଏବଂ ତା’ ପରେ ବୁର୍ଲା ଇଞ୍ଜିନିୟରିଂ କଲେଜରେ ସିଭିଲ ଇଞ୍ଜିନିୟରିଂ ପଢ଼ିଥିଲି। ଭଲ ପଢୁଥିବାରୁ ସପ୍ତମ ଶ୍ରେଣୀରୁ ଇଞ୍ଜିନିୟରିଂ ପଢ଼ିବା ପର୍ଯ୍ୟନ୍ତ ମୋତେ ସ୍କଲାରଶିପ୍‌ ମିଳି ଆସୁଥିଲା। ଆଉ ମୁଁ ସବୁ ଟଙ୍କାକୁ ନେଇ ବାପାଙ୍କ ହାତରେ ଦେଉଥିଲି। ପରେ ସେହି ଟଙ୍କା ମୋ ପାଠପଢ଼ାରେ ହିଁ ଖର୍ଚ୍ଚ ହେଉଥିଲା। ତା’ସହ ମୁଁ ସ୍କଲାରଶିପ୍‌ ପାଇବା ପରଠୁ ବାପା ଖୁସି ହୋଇ ପ୍ରତିବର୍ଷ ଗାଁ ଶିବ ମନ୍ଦିରରେ ପ୍ରାୟ ଶହେ ଜଣ ଗରିବଙ୍କୁ ଖାଇବାକୁ ଦେବାର ଏକ ପରମ୍ପରା ବି ଆରମ୍ଭ କରିଥିଲେ। ଏହାଦ୍ୱାରା ତାଙ୍କୁ ଖୁବ୍‌ ଆତ୍ମଶାନ୍ତି ମିଳୁଥିଲା। ତେବେ ଇଞ୍ଜିନିୟରିଂ ପଢ଼ା ସରିବା ପରେ ସୁନାବେଡ଼ାରେ କେନ୍ଦ୍ର ସରକାରଙ୍କ ଏକ ଯୋଜନା ଉପରେ କାମ କରିବାର ସୁଯୋଗ ମୁଁ ପାଇଥିଲି। ଏଥିପାଇଁ ମୋତେ ୨୫୦ ଟଙ୍କା ଲେଖାଏଁ ପାରିଶ୍ରମିକ ବି ମିଳୁଥିଲା। ଏହାକୁ ବି ମୁଁ ବାପାଙ୍କ ହାତରେ ଦେଇଥିଲି। ପାଖାପାଖି ବର୍ଷେ ଏଠାରେ କାମ କରିବା ପରେ ଆଲ୍ଲାହାବାଦ ସର୍ଭିସ୍‌ ସିଲେକ୍‌ସନ୍‌ ବୋର୍ଡରେ ସିଲେକ୍ଟ ହୋଇ ଇଣ୍ଡିଆନ୍‌ ଆର୍ମିରେ ଜଏନ୍‌ କରିଥିଲି। ପ୍ରଥମ ପୋଷ୍ଟିଂ ୧୯୭୧ ମସିହାରେ ଲ୍ୟୁଟ୍‌ନାଣ୍ଟ ଭାବେ ଜମ୍ମୁ ଓ କଶ୍ମୀରରେ ହୋଇଥିଲା। ତେବେ ଇଣ୍ଡିଆନ୍‌ ଆର୍ମିରେ ପ୍ରାୟ ୩୩ ବର୍ଷର ଅଭିଜ୍ଞତା ନେଇ ଶେଷରେ ୨୦୦୪ ମସିହାରେ ଲ୍ୟୁଟ୍‌ନାଣ୍ଟ କର୍ନେଲ ଭାବେ ଚାକିରିରୁ ଅବସର ନେଇଥିଲି। ଆଉ ଏହା ଭିତରେ ଭିନ୍ନ ଭିନ୍ନ ସ୍ଥାନରେ ଓ ପଦପଦବୀରେ ରହି ଅନେକ ଗୁରୁତ୍ୱପୂର୍ଣ୍ଣ କାମ କରିବା ସହ ବହୁ ଅଭିଜ୍ଞତା ହାସଲ କରିବାର ସୁଯୋଗ ବି ମୁଁ ପାଇଥିଲି। ଯେମିତିକି ୧୯୭୧ରେ ଭାରତ-ପାକିସ୍ତାନ ଯୁଦ୍ଧ, ୧୯୭୩-୭୪ ବମ୍ବେ ଇଞ୍ଜିନିୟରିଂ ଗ୍ରୁପ୍‌ ଆଣ୍ଡ ସେଣ୍ଟରରେ ଟ୍ରେନିଂ ଅଫିସର୍‌, ୧୯୭୪-୭୭ ଗୁଆହାଟୀ ଇଞ୍ଜିନିୟରିଂ କଲେଜରେ ଏନ୍‌ସିସି ଅଫିସର୍‌ କମାଣ୍ଡିଂ, ୧୯୭୭-୮୦ ଚିଲିକା ନାଭାଲ୍‌ ପ୍ରୋଜେକ୍ଟରେ ଆସିଷ୍ଟାଣ୍ଟ ଗାରିଶନ୍‌ ଇଞ୍ଜିନିୟର୍‌, ୧୯୮୦-୮୨ ଇଞ୍ଜିନିୟର୍‌ ରେଜିମେଣ୍ଟ, ଚଣ୍ଡୀମନ୍ଦିର, ୧୯୮୨-୮୪ ନାଗାଲାଣ୍ଡ ଓ ମଣିପୁରର ବିଦ୍ରୋହ ଦମନ, ୧୯୮୪-୮୬ ଇଞ୍ଜିନିୟର ଇକ୍ୟୁପ୍‌ମେଣ୍ଟ କଣ୍ଟ୍ରୋଲର୍‌, ପୁନେ, ୧୯୮୬-୮୮ ଆଇପିକେଏଫ୍‌ (ଶ୍ରୀଲଙ୍କା), ୧୯୮୮-୯୨ ସୀମା ସଡ଼କ ସଂସ୍ଥା (ଭୁଟାନ), ୧୯୯୨-୯୫ ପ୍ରମାଣ ଓ ପ୍ରୟୋଗ ସଂସ୍ଥା, ଚାନ୍ଦିପୁର (ବାଲେଶ୍ୱର), ୧୯୯୬-୯୮ ଆଭ୍ୟନ୍ତରୀଣ ଜଳ ପରିବହନ ସଂସ୍ଥା, ଗୁଆହାଟୀ, ୧୯୯୮-୨୦୦୦ ଚିଫ୍‌ ଇଞ୍ଜିନିୟର, ଶିଲିଂ ଜୋନ୍‌, ୨୦୦୦-୦୩ ଡାଇରେକ୍ଟର ଜେନେରାଲ୍‌ ନାଭାଲ ପ୍ରୋଜେକ୍ଟ, ବିଶାଖାପାଟଣା, ୨୦୦୩-୦୪ ଇଞ୍ଜିନିୟର ଷ୍ଟୋର ଡିପୋ, କାକିନଡା (୨୪ ପ୍ରଗଣା) ଆଦିରେ କାର୍ଯ୍ୟ କରିଥିଲି। ଚାକିରି ଜୀବନ ବାଦ୍‌ ଲେଖାଲେଖିରେ ବି ମୋର ରୁଚି ରହିଛି। ମାତ୍ର ୯ବର୍ଷ ବୟସରୁ କବିତା ଲେଖିବା ଆରମ୍ଭ କରିଥିଲି। କ୍ରମେ କ୍ଷୁଦ୍ରଗଳ୍ପ ଓ ପ୍ରବନ୍ଧ ବି ଲେଖିଲି। ୟା’ଭିତରେ ୧୧ଟି କବିତା ସଂକଳନ, ୧୪ଟି କ୍ଷୁଦ୍ର ଗଳ୍ପ ସଂକଳନ, ୧୦ଟି ପ୍ରବନ୍ଧ, ୨ଟି ଧର୍ମ ପୁସ୍ତକ ମୋର ପ୍ରକାଶିତ ହୋଇସାରିଲାଣି। ଆଉ ସାହିତ୍ୟ ପ୍ରୀତି ପାଇଁ ମୋତେ ଅନେକ ସମ୍ମାନ ମଧ୍ୟ ମିଳିସାରିଲାଣି। ଗୁଣପୁର ସୁସ୍ଥ ସାହିତ୍ୟ ସମାଜ, ଭୁବନେଶ୍ୱର ଉତ୍କଳ ସାହିତ୍ୟ ସଂସ୍କୃତି ପ୍ରତିଷ୍ଠାନ ତଥା ନବଗୁଞ୍ଜର, ଗଣିଆ ଓ ନୟାଗଡ଼ ଦ୍ୱାରା ବିଶିଷ୍ଟ ସାହିତି୍ୟକ ଭାବେ ସମ୍ମାନିତ ହୋଇସାରିଲିଣି। ଏପିରିକି ଜୟପୁର ସାହିତ୍ୟ ପରିଷଦ ଦ୍ୱାରା ଏବଂ ଦଶମ ଗଞ୍ଜାମ ପୁସ୍ତକ ମେଳା, ବ୍ରହ୍ମପୁରରେ ୨୦୧୫ରେ ସୁସାହିତି୍ୟକ ଭାବେ ମଧ୍ୟ ସମ୍ମାନିତ ହୋଇସାରିଛି। ତା’ ଛଡ଼ା ଓଡ଼ିଆ ଭାଷା ବିଶ୍ୱବିଦ୍ୟାଳୟ ଗଞ୍ଜାମରୁ ସମ୍ମାନସୂଚକ ଡକ୍ଟରେଟ୍‌ ଉପାଧି ବି ପାଇସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

ଆଜି ଚକୋଲେଟ୍‌ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ

ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍‌, ସିନେମା ହଲ୍‌ ଓ ବିଭିନ୍ନ ମଲ୍‌ରେ ଏବେ…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପ୍ରଥମ ରୋଜଗାର ଟଙ୍କା ବାପା-ବୋଉ ହାତକୁ ବଢାଇ ଦେବାର ସତ୍‌ ସାହସ ନ ଥିଲା: ପରେ ମୋ ପଇସାରେ ବାପାଙ୍କ ଲୋନ୍‌ କ୍ଲିଅର କରିଥିଲି

ଏତେ ବର୍ଷ ପରେ ନିଜ ପହିଲି ରୋଜଗାରର ପୁଲକ ବିଷୟରେ କିଛି ଲେଖିବାକୁ ଆରମ୍ଭ କଲା ବେଳେ ଟିକେ ଭାବପ୍ରବଣ ହୋଇ ଉଠୁଛି ମନ। ଦୃଶ୍ୟପଟ୍ଟରେ ଭାସି…

ସ୍ବେଚ୍ଛାଚାରୀ ଶାସକ ଭାବେ ପରିଚିତ ହିଟଲର୍‌ଙ୍କୁ ବି ହୋଇଥିଲା ପ୍ରେମ: ଜାଣନ୍ତୁ ତାଙ୍କ ରୋଚକ ପ୍ରେମକାହାଣୀ

ସତରେ ! ପ୍ରେମ କାହାକୁ ବି ହୋଇପାରେ, ସେଇଥିପାଇଁ ବୋଧେ ସମଗ୍ର ବିଶ୍ୱରେ କ୍ରୁର ଓ ସ୍ବେଚ୍ଛାଚାରୀ ଶାସକଭାବେ ପରିଚିତ ହିଟଲର୍‌ ବି ଏଥିରୁ ବାଦ୍‌ ଯାଇ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

ଏହି ଗାଁରେ ଦୁଇ ମହଲା ଘର ତିଆରି କରିବାକୁ ଡରନ୍ତି ଗ୍ରାମବାସୀ, କାରଣ ଜାଣିଲେ…

ଭାରତରେ ଅନେକ ଗାଁ ରହିଛି। ଗାଁରେ ଅନେକ ଆଶ୍ଚର୍ଯ୍ୟଜନକ କାହାଣୀ ବି ଶୁଣିବାକୁ ମିଳେ। ପ୍ରତ୍ୟେକ ଗାଁର ନିଜସ୍ବ ପରମ୍ପରା ଏବଂ ସଂସ୍କୃତି ଅଛି। ଏପରି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri