Posted inଫୁରସତ

ପ୍ରଥମ ଦରମା ଟଙ୍କା ମା’ ହାତରେ ଦେଇଥିଲି: ପ୍ରାବନ୍ଧିକ ଡ. ଭଗବାନ ପଟେଲ

ସୁନ୍ଦରଗଡ଼ର ଦଲ୍‌ଦଲି ଗାଁରେ ମୋର ଜନ୍ମ। ଓଡ଼ିଆରେ ଏମ୍‌.ଏ ଓ ଏମ୍‌.ଫିଲ୍‌ ପାସ୍‌ କରିବା ପରେ ୧୯୮୯ ମସିହାରେ ସରଗିପାଲି ମହାବିଦ୍ୟାଳୟରେ ଓଡ଼ିଆ ଅଧ୍ୟାପକ ଭାବେ ଯୋଗଦେଇଥିଲି। ୫୨୫ ଟଙ୍କା ଥିଲା ମୋର ପ୍ରଥମ ଦରମା। ଦରମାଟିକୁ ଆଣି ମୋ ଆଦରର ମା’ ହାତରେ ଦେଇଥିଲି। ସେଦିନ ମା’ ବହୁତ ଖୁସି ହେବା ସହିତ ମୋ ମୁଣ୍ଡକୁ ଆଉଁସି ମୋତେ ଖୁବ୍‌ ଆଶୀର୍ବାଦ କରିଥିଲା। ଆଉ ତାରି ଆଶୀର୍ବାଦ ପାଇ ସମାଜରେ ମୁଁ ମୋର ଏକ ସ୍ବତନ୍ତ୍ର ପରିଚୟ ଗଢ଼ିବା ସହ ଖୁବ୍‌ ଶାନ୍ତିରେ ଅଛି। ଅବଶ୍ୟ ୟା’ଭିତରେ ମୋତେ ଅନେକ ଭଲ ଭଲ ସ୍ଥାନରୁ ଚାକିରି ଅଫର୍‌ ମିଳିଛି, କିନ୍ତୁ ସରଗିପାଲି ମହାବିଦ୍ୟାଳୟରୁ ମୁଁ ଯେହେତୁ ମୋର କ୍ୟାରିୟର ଆରମ୍ଭ କରିଥିଲି ତେଣୁ ତାକୁ ଛାଡ଼ି ଅନ୍ୟତ୍ର ଯାଇ ଅଧ୍ୟାପନା କରିବାକୁ ଉଚିତ ମଣିନି, ଯଦ୍ଦ୍ବାରା ଏବେ ବି ସେହି ମହାବିଦ୍ୟାଳୟରେ ମୁଁ ଅଧ୍ୟାପନା କରୁଅଛି। ତା’ସହିତ ‘କାବ୍ୟଶିଳ୍ପୀ ରମାକାନ୍ତ ରଥ: ଏକ ଅଧ୍ୟୟନ’ ବିଷୟ ଉପରେ ରିସର୍ଚ୍ଚ କରି ୨୦୧୩ରେ ମୁଁ ପିଏଚ୍‌.ଡି ଡିଗ୍ରୀ ହାସଲ କରିସାରିଛି। ଏହାଛଡ଼ା ନିଜସ୍ବ ଚେଷ୍ଟା ବଳରେ ସାହିତ୍ୟ କ୍ଷେତ୍ରରେ ମଧ୍ୟ ବେଶ୍‌ କିଛିପାଦ ଆଗେଇ ପାରିଛି। ଏମ୍‌ଏ ପଢ଼ିବା ସମୟରେ କବିତା ଓ ପ୍ରବନ୍ଧ ଲେଖୁଥିଲି। ସେବେଠାରୁ ଏହି ଲେଖାଲେଖିର ଧାରା ମୋର ସେମିତି ଚାଲିଛି। ୟା’ଭିତରେ ୧୯ଟି ପ୍ରବନ୍ଧ ପୁସ୍ତକ ମୋର ପ୍ରକାଶିତ ହୋଇସାରିଲାଣି। ତନ୍ମଧ୍ୟରୁ ‘ଆଧୁନିକ ଓଡ଼ିଆ କାବ୍ୟ କବିତା: ପ୍ରତିଟି ଓ ପ୍ରତ୍ୟୟ’, ‘ଆଧୁନିକ ଓଡ଼ିଆ କାବ୍ୟଧାରା: ଜୀବନ ଓ ସୃଜନ’, ‘ସାହିତ୍ୟର ପାରାବାର’, ‘ସାହିତ୍ୟ ସ୍ରୋତ’, ‘ଆଧୁନିକ ଓଡ଼ିଆ କାବ୍ୟ ଓ କବିତାର ଧରା ଏବଂ ଧାରା’, ‘ଯୁଗ ଚେତନାର କବି ବିନୋଦ ଚନ୍ଦ୍ର ନାୟକ’, ‘କବିତାର ଦୃଷ୍ଟି ଓ ଦିଗନ୍ତ: କବି ସୌଭାଗ୍ୟବନ୍ତ’ ଇତ୍ୟାଦି ପ୍ରବନ୍ଧ ପୁସ୍ତକ ହେଉଛି ଅନ୍ୟତମ। ସେହିପରି ବିଭିନ୍ନ ଖବରକାଗଜ ଓ ପତ୍ରପତ୍ରିକାରେ ବି ମୋର ଅନେକ ଲେଖା ପ୍ରକାଶିତ ହୋଇଛି। ଏହି ଲେଖାଲେଖି ପାଇଁ ମୋତେ ବିଭିନ୍ନ ଅନୁଷ୍ଠାନ ତରଫରୁ ମଧ୍ୟ ବହୁ ସମ୍ବର୍ଦ୍ଧନା ଓ ପୁରସ୍କାର ବି ମିଳିଛି। ଓଡ଼ିଶା ସାହିତ୍ୟ ଏକାଡେମୀର ମୁଁ ଜଣେ ପୂର୍ବତନ ସଦସ୍ୟ ଆଉ ଏବେ କଟକର ଓଡ଼ିଶା ଗବେଷଣା ପରିଷଦ, ରାଉରକେଲାର ପ୍ରଗତି ଉତ୍କଳ ସଂଘ, ସୁନ୍ଦରଗଡ଼ର ଜିଲା ଲେଖକ ସାମ୍ମୁଖ୍ୟ ପରି ଅନେକ ସାହିତ୍ୟାନୁଷ୍ଠାନର ଜଣେ ସକ୍ରିୟ ସଦସ୍ୟ ଭାବେ ନିଜର ଦାୟିତ୍ୱ ସୁଚାରୁରୂପେ ତୁଲାଉଅଛି। ଉଭୟ ଅଧ୍ୟାପନା ଓ ଲେଖାଲେଖିରୁ ମୋତେ ଖୁବ୍‌ ଆତ୍ମଶାନ୍ତି ମିଳୁଛି ଆଉ ଭଗବାନଙ୍କ କୃପାରୁ ଏହି ଧାରା ମୋର ସେମିତି ଜାରି ରହୁ ବୋଲି ଆଶା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

କାର୍‌ ଇଞ୍ଜିନ ଗରମ ହୋଇଯିବାରୁ ଡ୍ରାଇଭର କଲେ ଏମିତି, ଜାଣିଲେ…

ପୁରୁଣା କାର୍‌ ଇଞ୍ଜିନ ଗରମ ହୋଇଯିବାରୁ ଜଣେ ଡ୍ରାଇଭର ଏମିତି କରିଛନ୍ତି ଯାହା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ସାଧାରଣତଃ ଗାଡ଼ି ଅଧିକ ବାଟ ଯିବା ପରେ...

ମୟୂରର ଚମତ୍କାର ଡ୍ୟାନ୍ସ, ଭିଡିଓ ଦେଖିଲେ…

ଅନେକ କାରଣରୁ ମୟୂର ପୃଥିବୀର ସବୁଠାରୁ ସୁନ୍ଦର ପକ୍ଷୀମାନଙ୍କ ମଧ୍ୟରୁ ଅନ୍ୟତମ। ଏହି ଯେମିତି ଧନୁ ଆକାରର ସୁନ୍ଦର ରଙ୍ଗୀନ ପୁଚ୍ଛ ଏବଂ ସୁନ୍ଦର ଡ୍ୟାନ୍ସ...

ପରୀକ୍ଷାଗାରରେ ତିଆରି ହେବ ସାପ ବିଷ

ଭବିଷ୍ୟତରେ ସାପ ବିଷରୁ ତିଆରି ହେବାକୁ ଥିବା ଆଣ୍ଟି ଭେନମର ପ୍ରସ୍ତୁତିରେ ବଡ ସଫଳତା ମିଳିପାରେ ବୋଲି ଆଶା କରାଯାଉଛି। ବୈଜ୍ଞାନିକମାନେ ପରୀକ୍ଷାଗାରରେ ପ୍ରକୃତ ସାପର...

ବେଦୀରେ ବସିଥିବା ବର-କନ୍ୟାଙ୍କୁ ଏମିତି କରିବାକୁ କହିଲେ ପଣ୍ଡିତ: ଶୁଣି ସମସ୍ତେ ହସି ହସି ଗଡିଲେ

ବିବାହ ଋତୁରେ ଅନେକ ମଜାଳିଆ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ବିବାହରେ ଏପରି ରୀତିନୀତି ଅଛି ଯାହା ବିଷୟରେ ଲୋକଙ୍କ ଜ୍ଞାନ ବହୁତ କମ...

ଫ୍ରିଡମ୍‌ ଫାଇଟର୍‌ ହେଲେ ସାରା

ମୁମ୍ବାଇ: ବଲିଉଡ୍‌ର ଜଣେ ଆଗଧାଡିର ନାୟିକା ହେଲେ ସାରା ଅଲ୍ଲି ଖାନ୍‌। ସେ ତାଙ୍କ ଅଭିନୟର ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିବାରେ ସକ୍ଷମ ହୋଇଛନ୍ତି ।...

କଲ୍ୟାଣକାରୀ ନୀତି ଓ ପ୍ରଶାସନିକ ଅଧିକାରୀ

ଦେଶର ସରକାର ଲୋକଙ୍କ ପାଇଁ ବିଭିନ୍ନ କଲ୍ୟାଣକାରୀ ନୀତିର ପ୍ରଣୟନ କରିଥା’ନ୍ତି। ତେବେ ପ୍ରତିଟି ନୀତିର ସଫଳ ରୂପାୟନ କ୍ଷେତ୍ରରେ ପ୍ରଶାସନିକ ଅଧିକାରୀଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ...

କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ପ୍ରତିଦିନ ୪୦ ରୁଟି, ୨୫ଟି ଇଡ୍‌ଲୀ ଖାଉଛନ୍ତି ଏହି ଯୁବକ

ବିହାରର ଏକ କ୍ୱାରାଣ୍ଟାଇନ୍‌‌ ସେଣ୍ଟରରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଏଠାରେ ରହୁଥିବା ଜଣେ ଯୁବକଙ୍କ ଖାଦ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେ ଜଳଖିଆରେ...

ଆକାଶରୁ ଖସୁଛି ରହସ୍ୟମୟ ବଲ୍‌, ଲୋକେ ଆତଙ୍କିତ…

ଅହମଦାବାଦ, ୧୬।୫ : ଗୁଜରାଟର ବହୁ ଗାଁରେ ଏବେ ଆତଙ୍କ ଖେଳି ଯାଇଛି। ଏସବୁ ଗାଁରେ ଆକାଶରୁ ରହସ୍ୟମୟ ବଲ ଆକୃତିର ପଦାର୍ଥ ଖସୁଛି। ଇତିମଧ୍ୟରେ...

Advertisement
Archives

Model This Week