Posted inଫୁରସତ

ପ୍ରଥମ ଦରମା ଟଙ୍କା ମା’ଙ୍କୁ ଦେଇଥିଲି: କେସିଙ୍ଗା ବ୍ଲକ୍‌ ବିଡିଓ ଭୀମସେନ ଶବର

କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ୍‌ର ବିଡିଓ ଭୀମସେନ ଶବର ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି…
ରାୟଗଡ଼ା ଜିଲା ଗୁଣୁପୁର ସବ୍‌ଡିଭିଜନ ଅନ୍ତର୍ଗତ ରାମନାଗୁଡ଼ା ବ୍ଲକର ବଂଶଧାରା ନଦୀକୂଳେ ଅବସ୍ଥିତ ଅନ୍ତରଝୋଲା ଗାଁରେ ମୋ ଜନ୍ମ। ଗାଁ ପ୍ରାଥମିକ ବିଦ୍ୟାଳୟରୁ ୩ୟ ଶ୍ରେଣୀ ପାସ୍‌ କରିବା ପରେ କୈଳାସପୁର ଓ କୁଜେନ୍ଦ୍ରିସ୍ଥିତ ଆଦିବାସୀ ଆବାସିକ ବିଦ୍ୟାଳୟରେ ମ୍ୟାଟ୍ରିକ୍‌ ପର୍ଯ୍ୟନ୍ତ ପଢିଥିଲି। ତା’ ପରେ ଗୁଣୁପୁର ମହାବିଦ୍ୟାଳୟରେ ଯୁକ୍ତ ୨ ଓ ଯୁକ୍ତ ୩ ପଢି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଇକୋନୋମିକ୍ସରେ ପିଜି କଲି। ପିଜି ପଢା ଚାଲିଥିବା ସମୟରେ ହିଁ ଓଡିଶା ପ୍ରଶାସନିକ ସେବାରେ ଚାକିରି ପାଇଗଲି। ୧୯୮୯ ଅକ୍ଟୋବର ୩ ତାରିଖରେ ସମ୍ବଲପୁର ଜିଲାପାଳଙ୍କ କାର୍ଯ୍ୟାଳୟରେ ସ୍ପେଶାଲ୍‌ ଅଫିସର୍‌ ଭାବେ ମୋର ପ୍ରଥମ ପୋଷ୍ଟିଂ ହେଲା। ହେଲେ ଦୁର୍ଭାଗ୍ୟ ଚାକିରିର ପ୍ରଥମ ଦରମା ପାଇଲା ବେଳକୁ ବାପାଙ୍କର ଅକାଳ ବିୟୋଗ ହୋଇସାରିଥିଲା। ତେଣୁ ମା’ ହାତରେ ଯେବେ ମୁଁ ମୋ ଦରମା ଟଙ୍କା ନେଇ ଦେଲି, ସେ ବହୁତ କାନ୍ଦିଥିଲା। ସମ୍ବଲପୁରରେ ପ୍ରାୟ ୨ବର୍ଷ କାମ କରିବା ପରେ ମାଲକାନାଗିରି ଜିଲାର ମୋଟୁ ତହସିଲ୍‌ କାର୍ଯ୍ୟାଳୟରେ ଅତିରିକ୍ତ ତହସିଲ୍‌ଦାର ପଦବୀରେ ଯୋଗ ଦେଇଥିଲି। ଏହାପରେ ୧୯୯୮ ମସିହାରେ କୋରୁକୁଣ୍ଡା ବ୍ଲକର ବିଡିଓ ଭାବେ ପ୍ରାୟ ୪ ବର୍ଷ ଦାୟିତ୍ୱ ତୁଲାଇବା ପରେ ମାଥିଲିର ବିଡିଓ ହୋଇଥିଲି। ଏଠାରେ ବି କିଛିଦିନ କାମ କରିବା ପରେ ପ୍ରାୟ ୨ବର୍ଷ କୋରାପୁଟ ଜିଲା ସେମିଳିଗୁଡ଼ା ବ୍ଲକର ବିଡିଓ ଦାୟିତ୍ୱ ତୁଲାଇଥିଲି। ତା’ପରେ ପୁଣି ୨ ବର୍ଷ ବରଗଡ଼ରେ ରେଭିନ୍ୟୁ ଅଫିସର୍‌ ଭାବେ କାମ କରି ଗୁଣୁପୁର ଆଇଡିଟିଏରେ ସ୍ପେଶାଲ୍‌ ଅଫିସର୍‌ ଭାବେ ଯୋଗ ଦେଇଥିଲି। କିଛିଦିନ ପରେ କୋରାପୁଟର ଲକ୍ଷ୍ମୀପୁର ବ୍ଲକକୁ ତହସିଲଦାର୍‌ ଭାବେ ବଦଳି ହୋଇ ଯାଇଥିଲି। ସେଠାରେ ପାଖାପାଖି ୬ ବର୍ଷ ରହି ଅନେକ ଗରିବ ଲୋକଙ୍କ ଜମିପଟା, ଘରଡିହ, ମ୍ୟୁଟେଶନ୍‌ ପ୍ରଭୃତି କାର୍ଯ୍ୟ ସୁଚାରୁରୂପେ ସମ୍ପାଦନ କରିଥିଲି। କାରଣ ମୁଁ ଗୋଟିଏ ଗରିବ ପରିବାରରୁ ଗାଈ ଚରାଇ ଝାଟିମାଟି ଘରେ ଜୀବନ ବିତାଇ ଆସିଥିଲି। ଲକ୍ଷ୍ମୀପୁର ପରେ ପୁଣି ୪ ବର୍ଷ ନବରଙ୍ଗପୁର ଜିଲାର କୋସାଗୁମୁଡ଼ା ବ୍ଲକରେ ବିଡିଓ ଭାବେ ଦାୟିତ୍ୱ ତୁଲାଇଥିଲି। ଆଉ ଗତ ବର୍ଷେ ହେବ କଳହାଣ୍ଡି ଜିଲା କେସିଙ୍ଗା ବ୍ଲକ୍‌ର ବିଡିଓ ଭାବେ ମୁଁ କାର୍ଯ୍ୟ କରୁଅଛି। ଚାକିରି କରିବା ମୋର ୟା’ ଭିତରେ ୩୦ ବର୍ଷ ଅତିବାହିତ ହୋଇଗଲାଣି। ଅନେକ ଗୁରୁତ୍ୱପୂର୍ଣ୍ଣ କାମ କରିଥିବାରୁ ଦକ୍ଷ ପ୍ରଶାସକ ଭାବେ ୧୯୯୨ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ମୋତେ ପୁରସ୍କୃତ କରିଥିଲେ। ଅନ୍ୟପକ୍ଷେ ୨୦୧୧ ମସିହାରେ ନିର୍ଭୁଲ ଭାବରେ ଜନଗଣନା କରିଥିବାରୁ ମୁଁ ମେଡାଲ୍‌ ବି ପାଇଥିଲି। ତେବେ ପ୍ରଶାସନିକ ଦାୟିତ୍ୱ ସୁଚାରୁରୂପେ ତୁଲାଇବା ସହ ମଝିରେ ମଝିରେ ସମୟ ବାହାରକରି ମୁଁ ସ୍କୁଲ୍‌, କଲେଜ ପରିଦର୍ଶନରେ ଯାଇ ଛାତ୍ରୀଛାତ୍ରଙ୍କୁ ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ବିଜ୍ଞାନ, ଅର୍ଥନୀତି ଆଦି ବିଷୟରେ ଶିକ୍ଷାଦାନ କରିଥାଏ। ସେହିପରି ଯେ କୌଣସି ସମସ୍ୟା ନେଇ ଲୋକମାନେ ମୋ ପାଖକୁ ଆସିଲେ ସେମାନଙ୍କର ସମସ୍ୟାଗୁଡ଼ିକୁ ସମାଧାନ କରିବାକୁ ମୁଁ ସର୍ବଦା ଚେଷ୍ଟାରତ ଥାଏ। ଏପରି କି ଛୁଟିଦିନରେ କେସିଙ୍ଗା ବ୍ଲକର ବିଭିନ୍ନ ଗ୍ରାମ ପରିକ୍ରମା କରି ରାସ୍ତାଘାଟ, ଗରିବ ଲୋକଙ୍କ ସମସ୍ୟା ଦେଖି ତାକୁ ସମାଧାନ କରିବାକୁ ତତ୍ପର ହୋଇଥାଏ। ବିପନ୍ନ ଲୋକଙ୍କର ଦୁଃଖ ଦେଖି ତାଙ୍କୁ ଯଥା ସମ୍ଭବ ସାହାଯ୍ୟ କରେ। ପ୍ରତି ମାସରେ କେସିଙ୍ଗା ବ୍ଲକ ଅନ୍ତର୍ଗତ ୨୬ଟି ଗ୍ରାମ ପଞ୍ଚାୟତର ୧୧୦ ଖଣ୍ଡ ଗାଁକୁ ପରିଦର୍ଶନରେ ଯାଇ ଲୋକଙ୍କର ସମସ୍ୟା ବୁଝିବାକୁ ମୁଁ ସବୁବେଳେ ଚେଷ୍ଟା କରିଥାଏ। ଚଳିତ ମାସ ୩ ତାରିଖରେ କର୍ମକ୍ଷେତ୍ରରେ ମୋର ୩୦ ବର୍ଷ ପଦାର୍ପଣ କରିଥିବାରୁ ମୁଁ ନିଜକୁ ଧନ୍ୟ ମନେକରୁଛି। ଆଉ ଅବସର ଗ୍ରହଣ ପରେ ବି ଏମିତି ଲୋକଙ୍କ ସେବା କରିବାକୁ ଦୃଢସଂକଳ୍ପ ମଧ୍ୟ ନେଇସାରିଛି। କାରଣ ସେବାରେ ଯେଉଁ ଆନନ୍ଦ ଓ ତୃପ୍ତି ମିଳେ ତାହା ଆଉ କେଉଁଥିରେ ମିଳେନା ବୋଲି ମୋର ବିଶ୍ୱାସ ରହିଛି।
-ତୁମେଶ୍ୱର ସାହୁ


Enter your email to get our daily news in your inbox.

All Right Reserved By Dharitri.Com

ପୁଅ ଦ୍ୱିତୀୟଥର ବିଧାୟକ ନିର୍ବାଚିତ, ଏବେ ବି ଗାଡି ପଙ୍କଚର ମାରୁଛନ୍ତି ପିତା

ଭୋପାଳ,୧୩।୨: ଭୋପାଳର ବୋଗଦା ଅଞ୍ଚଳରେ ଥିବା ଏକ ଛୋଟ ଗ୍ୟାରେଜ୍‌ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଗ୍ୟାରେଜ୍‌ର ମାଲିକ ହେଉଛନ୍ତି ଦିଲ୍ଲୀର ଜଙ୍ଗପୁରା ବିଧାନସଭା...

କୋଟିକୋଟି ପ୍ରଶଂସକ, ବହୁ ସମ୍ପତ୍ତିର ମାଲିକ ତଥାପି ହଠାତ୍‌ ଗାଏବ ହୋଇଗଲେ ଏହି ଅଭିନେତ୍ରୀ

ଚାଇନାର ଶି ଜିନଫିଙ୍ଗ୍‌ ସରକାର ଦେଶର ଲୋକପ୍ରିୟ ଅଭିନେତ୍ରୀ ଝାଓ ଓ୍ବେଇଙ୍କୁ ରାତାରାତି ଅନ୍‌ଲାଇନ ପ୍ଲାଟ୍‌ଫର୍ମରୁ ହଟାଇ ଦେଇଛନ୍ତି। ଝାଓଙ୍କ ଫିଲ୍ମ କିମ୍ବା ତାଙ୍କ ସହିତ...

ଫୁଲ ପରି ବନ୍ଧାକୋବି

ବନ୍ଧାକୋବି ଖାଇବାକୁ କିଏ ପସନ୍ଦ କରନ୍ତି ତ ଆଉ କିଏ ନୁହେଁ। କିନ୍ତୁ ଏମିତି ଏକ ପ୍ରକାରର ବନ୍ଧାକୋବି ଅଛି, ଯାହାକୁ ଦେଖୁ ଦେଖୁ ଭଲ...

କବିତାର ଲକ୍ଷଭେଦୀ ଶାୟକ : ବିପିନ ନାୟକ

କବିତା ତାଙ୍କର ପ୍ରାଣ ସ୍ପନ୍ଦନ । ସ୍ପନ୍ଦିତ ଆବେଗରେ ଖଞ୍ଜି ହୋଇଥାଏ ଯେମିତି ଭାଷା, ଭାବ ଓ ଗୁଞ୍ଜରଣ । ତାଙ୍କ ଜୀବନଚର୍ଯ୍ୟାଠାରୁ ଆରମ୍ଭ କରି...

ଗଛ ଭିତରେ ଅଛି ଏମିତି ପକ୍ଷୀ : ଦେଖିଲେ ହେବେ ଆଶ୍ଚର୍ଯ୍ୟ

ପ୍ରାୟତଃ ପଶୁ ପକ୍ଷୀଙ୍କୁ ନେଇ ସୋସିଆଲ ମିଡ଼ିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ...

କ୍ୟାନସରକୁ ଡରୁଥିଲେ ମହିଳା, ପୁଅକୁ ବାଥ୍‌ଟବରେ ବୁଡ଼ାଇ ମାରି ଶେଷରେ ନିଜେ କଲେ ଆତ୍ମହତ୍ୟା

ସେଣ୍ଟ ପିଟରସବର୍ଗ,୧୭ା୧୨: ଏହି ମାତ୍ର କିଛି ସମୟ ପୂର୍ବରୁ ଗୁରୁବାର ଲଣ୍ଡନରେ ଜଣେ ମହିଳା ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। କାରଣ ମହିଳା ଜଣକ କ୍ୟାନସରରେ...

ବିୟରର ନାମ ‘କରୋନା’

ସମଗ୍ର ବିଶ୍ୱରେ କରୋନା ଭାଇରସ୍‌ ଆତଙ୍କ ଖେଳାଇ ଚାଲିଛି। ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିବା ଏହି ଭାଇରସ୍‌ ଏବେ ବିଶ୍ୱର ସମସ୍ତ ଦେଶକୁ ଗ୍ରାସ...

ଦୁଇ ଭଉଣୀଙ୍କୁ ମାସ୍କ ପିନ୍ଧିବାକୁ କହିଲେ ସୁରକ୍ଷାକର୍ମୀ, ତା’ପରେ ଘଟିଲା ଏମିତି

ଚିକାଗୋ,୨୯।୧୦:ଆମେରିକାର ଚିକାଗୋରେ ଏକ ଅଭାବନୀୟ ଘଟଣା ଘଟିଛି। ଦୁଇ ଭଉଣୀଙ୍କୁ ମାସ୍କ ପିନ୍ଧିବାକୁ ସୁରକ୍ଷାକର୍ମୀ କହିବାରୁ ଦୁହେଁ ଛୁରି ସାହାଯ୍ୟରେ ୨୭ ଥର ତାଙ୍କ ଉପରେ...

Advertisement
Archives

Model This Week