Posted inUncategorized

ପ୍ରଥମ ଦରମା ଟଙ୍କା ଖର୍ଚ୍ଚକୁ ନେଇ ଚିନ୍ତିତ କି…

ଭବିଷ୍ୟତ ପାଇଁ ପ୍ରତ୍ୟେକଙ୍କୁ ଚାକିରୀ ଟିଏ ନିତ୍ୟାନ୍ତ ଆବଶ୍ୟକ। ତେବେ ଚାକିର ପ୍ରଥମ ଦରମା ଯେତିକି ଖୁସି ଦେଇଥାଏ, ତାହାକୁ ଖର୍ଚ୍ଚ କରିବା ପାଇଁ ମଧ୍ୟ ସେତିକି ଚିନ୍ତାରେ ପକାଇ ଥାଏ। ପ୍ରଥମ ଦରମାକୁ କିପରି ଖର୍ଚ୍ଚ କରିବେ ସେ ନେଇ ଅନେକ ଚିନ୍ତାରେ ପଡିଯାନ୍ତି। ମାତ୍ର ଏହାକୁ ଭୁଲ ଉପାୟରେ ଖର୍ଚ୍ଚ କରିବା ଫଳରେ ଟଙ୍କା କିପରି ଖର୍ଚ୍ଚ ହୋଇଯାଏ ଜଣାପଡ଼ି ନ ଥାଏ। ଏହି ଭଳି ଅଭ୍ୟାସରୁ ବଞ୍ଚିବାପଇଁ ଯୋଜନା ପ୍ରସ୍ତୁତ କରି ଟଙ୍କା ଖର୍ଚ୍ଚ କରନ୍ତୁ। ତେବେ ଜାଣନ୍ତୁ ସେ ସମ୍ପର୍କରେ କିଛି ଟିପ୍ସ…

ବଜେଟ୍‌
ପ୍ରଥମେ ଆପଣଙ୍କୁ ବ୍ୟୟ ଓ ଆୟର କଳନା କରିବାକୁ ପଡିବ। ଯଦି ଖର୍ଚ୍ଚ ଅଧିକ ହୋଇଥାଏ ତେବେ ଜାଣିବାକୁ ଚେଷ୍ଟା କରନ୍ତୁ ଆପଣଙ୍କ କଷ୍ଟ ଅର୍ଜିତ ଟଙ୍କାକୁ କେଉଁଥିରେ ଖର୍ଚ୍ଚ କରିଛନ୍ତି ।

ସଞ୍ଚୟ

ଖର୍ଚ୍ଚର ହିସାବ ରଖିବା ପରେ କିଛି ଟଙ୍କା ସଞ୍ଚୟ ରଖିବା ଜରୁରୀ । ସଞ୍ଚୟ ଟଙ୍କାର ମାତ୍ରା ଯେତେ ଛୋଟ ହେଉଥାଉ ନା କାହିଁକି। ଏହା ଆପଣଙ୍କୁ ଖର୍ଚ୍ଚକୁ କମ୍‌ କରିଥାଏ। ଏହା ସହ ଆବଶ୍ୟକ ବେଳେ ଆପଣଙ୍କୁ କାହାର ସାହାଯ୍ୟ ନେବାକୁ ପଡିବନି।

ନିବେଶ
ଟଙ୍କାକୁ କେବଳ ସଞ୍ଚୟ କରି ନୁହେଁ ବରଂ ଏହାକୁ ଅନ୍ୟ ସ୍ଥାନରେ ନିବବେଶ କରିବା ମଧ୍ୟ ସିଖନ୍ତୁ। ଆପଣ ମ୍ୟୁଚୁଆଲ ଫଣ୍ଡ ଫିକ୍ସ ଡିପୋଜିଟ ଆଦିରେ ନିବେଶ କରିପାରିବେ।

କ୍ରେଡିଟ କାଡ ପ୍ରୟୋଗ ବନ୍ଦ କରନ୍ତୁ

ଅଧିକାଂଶ ଯୁବପିଢ଼ୀଙ୍କ ଏହା ଅଭ୍ୟାସ ହୋଇଗଲାଣି ବ୍ୟାଙ୍କରୁ କ୍ରେଡିଟ କାଡ ନେଇ ଆବଶ୍ୟକରୁ ଅଧିକ ଟଙ୍କା ଖର୍ଚ୍ଚ କରିବା। ଏହାକୁ ବନ୍ଦ କରିବା ଆବଶ୍ୟକ। ନଚେତ କରଜରେ ବୁଢ଼ିବା ଥୟ।


Enter your email to get our daily news in your inbox.

All Right Reserved By Dharitri.Com

ଇଂଲଣ୍ଡ ଗସ୍ତ ପୂର୍ବରୁ ଆୟର୍ଲାଣ୍ଡରେ ଟି୨୦ ସିରିଜ ଖେଳିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୯ା୩: ବିଶ୍ୱ ଚାମ୍ପିୟନ ଭାରତ, ଇଂଲଣ୍ଡରେ ଧଳା ବଲ ସିରିଜ୍‌ ଖେଳିବା ପୂର୍ବରୁ ଆସନ୍ତା ଜୁନରେ ଆୟର୍ଲାଣ୍ଡ ବିପକ୍ଷରେ ଏକ ଟି୨୦ ସିରିଜ୍‌ ଖେଳିବ। ଆୟର୍ଲାଣ୍ଡର ଡାଇରେକ୍ଟର…

କାଳବୈଶାଖୀ: ଉଡ଼ିଲା ଘର ଛପର, ଭାଙ୍ଗିଲା ଗଛ

ବିନିକା,୧୯ା୩ (ରାମ ଗୋପାଳ ବାଘ): ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷତି ହୋଇଛି l ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଘର ଛପର ଉଡାଇ…

ଗୋଟିଏ ଦିନରେ IPLରୁ ୩ ବଡ଼ ଖେଳାଳି ବାହାର, ଲିଗ୍‌ ଆରମ୍ଭ ପୂର୍ବରୁ ହଇଚଇ

ନୂଆଦିଲ୍ଲୀ, ୧୯।୩: ଆଇପିଏଲ୍‌ର ନୂଆ ସିଜନ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଏକାଧିକ ଫ୍ରାଞ୍ଚାଇଜ ପାଇଁ ଅଡୁଆ ବଢ଼ିବାରେ ଲାଗିଛି।…

ଗିରଫ ମାଓବାଦୀ ଖୋଲିଲେ ବଡ଼ ଗୁମର

ବଣାଇଁ,୧୯।୩(ପ୍ରଦୀପ ତ୍ରିପାଠୀ): ଓଡ଼ିଶା ଝାଡ଼ଖଣ୍ଡ ସୀମା ସଂଲଗ୍ନ ଝାଡ଼ଖଣ୍ଡ ଲାତେହାର ଜିଲାରେ ଚାଲିଥିବା ମାଓବାଦୀ ବିରୋଧୀ ଅଭିଯାନ କ୍ରମେ ଚଳିତ ମାସ ୧୪ ତାରିଖ ସୁରକ୍ଷାକର୍ମୀ ୨ଜଣ…

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

ବଜ୍ରପାତରେ ଜଳିଗଲା ନଡ଼ିଆ ଗଛ

ଢେଙ୍କିକୋଟ,୧୯ା୩(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟଠାରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସାଙ୍ଗକୁ ବର୍ଷା ହୋଇଥିଲା। ବଜ୍ରପାତରେ ଢେଙ୍କିକୋଟ ବଜାରସ୍ଥିତ ରାମଚନ୍ଦ୍ର ସାହୁଙ୍କ ବାଡ଼ିରେ ଥିବା ନଡ଼ିଆ ଗଛ…

ପୁଣି କିମ୍‌ ଯଙ୍ଗ୍‌ ଉନ୍‌ ବିଜୟୀ

ପୋଙ୍ଗୟାଙ୍ଗ୍‌ ,୧୯ା୩: ଉତ୍ତର କୋରିଆ ଶାସକ କିମ୍‌ ଯଙ୍ଗ୍‌ ଉନ୍‌ ଜାତୀୟ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ୧୫ତମ ସୁପ୍ରିମ ପିପୁଲ୍ସ ଆସେମ୍ବ୍ଲି ପାଇଁ ଗତ…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଘୋଷଣା ହେଲା ତାରିଖ ଏବଂ ସ୍ଥାନ, ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୩: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୮ମ ସଂସ୍କରଣ ୨୦୨୭ ଅକ୍ଟୋବର ୨୯ରୁ ନଭେମ୍ବର ୪ ମାଲ୍‌ଟା ଓ ଗୋଜୋରେ ହେବ। ଉଦ୍‌ଘାଟନୀ ଉତ୍ସବ ଅକ୍ଟୋବର ୨୯ରେ ଏହାପଛକୁ ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri