Posted inଫୁରସତ

ପ୍ରଥମ ଟଙ୍କା ବାପା,ମା’ଙ୍କୁ ଦେଇଥିଲି: ସାମାଜିକ କର୍ମୀ ଅରବିନ୍ଦ ମିଶ୍ର

ଭୁବନେଶ୍ୱରର ଲକ୍ଷ୍ମୀସାଗରଠାରେ ମୋର ଜନ୍ମ। ଲକ୍ଷ୍ମୀସାଗର ଉଚ୍ଚ ବିଦ୍ୟାଳୟରୁ ୧୯୮୫ ମସିହାରେ ଦଶମ ପାସ୍‌ କରିବା ପରେ ରାଜଧାନୀ କଲେଜରେ ବି.ଏ. ଯାଏଁ ପଢ଼ିଥିଲି। ତା’ପରେ କ୍ୟାପିଟାଲ୍‌ ଲ’ କଲେଜରେ ଏଲ୍‌ଏଲ୍‌ବି କଲି। ପଢ଼ା ସରିବା ପରେ ସେଣ୍ଟ୍ରାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପ୍ଲାଷ୍ଟିକ୍‌ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିରେ ଆଡ୍‌ମିନିଷ୍ଟ୍ରେଟିଭ୍‌ ଆସିଷ୍ଟାଣ୍ଟ ଭାବେ ଯୋଗ ଦେଇଥିଲି। ଏହିଠାରୁ ହିଁ ମୋର ପ୍ରଥମ ରୋଜଗାର ହେଲା। ଯାହା ଦରମା ପାଇଲି ତାକୁ ନେଇ ବାପାମା’ଙ୍କ ହାତରେ ଦେଇଥିଲି। ପ୍ରାୟ ୩ ବର୍ଷ ଏଠାରେ କାମ କରିବା ପରେ ଲଘୁ ଉଦ୍ୟୋଗ ବିକାଶ ବ୍ୟାଙ୍କ ପାଇଁ ଏକ ଇଣ୍ଟରଭ୍ୟୁ ବାହାରିଲା। ମୁଁ ସେହି ଇଣ୍ଟରଭ୍ୟୁ ଦେଇ ସିଲେକ୍ଟ ହୋଇ ସେଥିରେ ଆସିଷ୍ଟାଣ୍ଟ ମ୍ୟାନେଜର୍‌ ଗ୍ରେଡ୍‌ରେ ଯୋଗ ଦେଲି। ଏହି ଚାକିରିରେ ମୋର ପ୍ରଥମ ପୋଷ୍ଟିଂ ଗୁଆହାଟୀରେ ହୋଇଥିଲା। ତା’ପରେ କିଛିଦିନ ଭୂବନେଶ୍ୱର, କୋଲକାତା ଏବଂ ବମ୍ବେରେ ବି କାମ କରିଥିଲି। ଆଉ ଏବେ ଲକ୍ଷ୍ମୌରେ କାର୍ଯ୍ୟରତ ଅଛି। ୟା’ଭିତରେ ମୋର ପ୍ରମୋଶନ ମଧ୍ୟ ହୋଇସାରିଲାଣି। ଏବେ ମୁଁ ଆସିଷ୍ଟାଣ୍ଟ ଜେନେରାଲ୍‌ ମ୍ୟାନେଜର୍‌ ଗ୍ରେଡ୍‌ରେ କାମ କରୁଛି। ଚାକିରି ଜୀବନ ବାଦ୍‌ ‘ବେଦାନ୍ତୀ’ ନାମକ ଏକ ଇ-ପତ୍ରିକାର ମୁଁ ହେଉଛି ପ୍ରତିଷ୍ଠାତା। ସାଧାରଣରେ କହିବାକୁ ଗଲେ ଏହା ହେଉଛି ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ସମ୍ପୂର୍ଣ୍ଣ ଓଡ଼ିଆରେ ପ୍ରକାଶିତ ଏକ ପାରିବାରିକ ମାସିକ ଇ-ପତ୍ରିକା। ଏଭଳି ଏକ ପତ୍ରିକା କରିବା ପଛରେ ମୋର ଏକ ମହତ୍‌ ଉଦ୍ଦେଶ୍ୟ ଲୁଚି ରହିଥିଲା। ସେହି ଉଦ୍ଦେଶ୍ୟ ବିଷୟରେ କହିବା ପୂର୍ବରୁ ଏଠାରେ ମୁଁ ଜଣାଇ ଦେବାକୁ ଚାହେଁ ଯେ, ପିଲାଟି ଦିନରୁ ବିଭିନ୍ନ ପ୍ରକାର ବହି, ମାଗାଜିନ୍‌ ପଢ଼ିବା ମୋର ଏକ ଅଭ୍ୟାସ। ଖାସ୍‌କରି ଆମ ମାତୃଭାଷା ଆଉ ଆମ ସଂସ୍କୃତି, ପରମ୍ପରା ବିଷୟରେ ପ୍ରକାଶ ପାଉଥିବା ବିଭିନ୍ନ ଲେଖା ପଢ଼ିବାକୁ ମୋତେ ବହୁତ ଭଲ ଲାଗେ। ହେଲେ ଯେତେବେଳେ ବ୍ୟାଙ୍କ ଚାକିରି ପାଇ ଓଡ଼ିଶା ବାହାରେ କାମ କରିବାକୁ ଲାଗିଲି, ମୋତେ ଆଉ ସେଠାରେ ଓଡ଼ିଆ ମାଗାଜିନ୍‌ ହାତପାହାନ୍ତାରେ ମିଳିଲା ନାହିଁ। ଏପରିକି ସେତେବେଳେ ଅନ୍‌ଲାଇନ୍‌ରେ ବି ଓଡ଼ିଆ ମାଗାଜିନ୍‌ ପଢ଼ିବାର କୌଣସି ସୁବିଧା ନ ଥିଲା। ସେତେବେଳେ ମୁଁ ଚିନ୍ତା କଲି ମୋ ଭଳି ଓଡ଼ିଶା ବାହାରେ ତଥା ଦେଶ ବିଦେଶରେ ଏମିତି ଅନେକ ଓଡ଼ିଆ ଲୋକ ବି ଥିବେ, ଯେଉଁମାନେ ଓଡ଼ିଆ ବହି କିମ୍ବା ମାଗାଜିନ୍‌ ପଢ଼ିବାକୁ ଝୁରି ହେଉଥିବେ। ତେଣୁ ସେମାନଙ୍କୁ ଏହି ଇ-ପତ୍ରିକା ମାଧ୍ୟମରେ ସାହାଯ୍ୟ କରିହେବ ଭାବି ମୁଁ ଏହାକୁ ଆରମ୍ଭ କଲି। ଖୁବ୍‌ କମ୍‌ ଦିନ ଭିତରେ ଏହି ପତ୍ରିକାଟି ପାଠକମାନଙ୍କ ଦ୍ୱାରା ବେଶ୍‌ ଆଦୃତ ହେବାକୁ ଲାଗିଲା। ଏପରିକି ଦେଶବିଦେଶରେ ଥିବା ଅନେକ ଓଡ଼ିଆ ପାଠକ ଏହି ମାଗାଜିନ୍‌ ପାଇଁ ଲେଖା ମଧ୍ୟ ପଠାଇବାକୁ ଲାଗିଲେଣି। ତେଣୁ ଏବେ ମୁଁ ହୃଦ୍‌ବୋଧ କରିପାରୁଛି ଯେ, ଯେଉଁ ମହତ୍‌ ଉଦ୍ଦେଶ୍ୟ ନେଇ ଏହି ମାଗାଜିନ୍‌ଟି ପ୍ରକାଶ କରିଥିଲି, ଭଗବାନଙ୍କ କୃପାରୁ ତାହା ସଫଳ ହେବାରେ ଲାଗିଛି। ଆଉ ଏହି ସଫଳତା ପଛରେ ବେଦାନ୍ତୀ ପତ୍ରିକାର ସମ୍ପାଦିକା ମମତା ଦାଶଙ୍କର ବି ଅନେକ ସହଯୋଗ ରହିଛି। ଏସବୁ ବାଦ୍‌ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାକୁ ବି ମୁଁ ଖୁବ୍‌ ଆଗ୍ରହ ପ୍ରକାଶ କରିଥାଏ। ଏଥିରୁ ମୋତେ ବେଶ୍‌ ଆତ୍ମଶାନ୍ତି ମିଳେ।


Enter your email to get our daily news in your inbox.

All Right Reserved By Dharitri.Com

ମଞ୍ଚ ଉପରେ କନ୍ୟାଙ୍କୁ ଲ୍ୟାପ୍‌ଟପ୍‌ରେ କାମ କରୁଥିବା ଦେଖି ଏଭଳି କହିଲେ ଅତିଥି…

ମୁମ୍ବାଇ,୪।୭: କରୋନା ଭାଇରସ୍‌ ସଂକ୍ରମଣ ଯୋଗୁ ଏବେ ସରକାରୀ ହେଉ କି ବେସରକାରୀ ସମସ୍ତ କାର୍ଯ୍ୟାଳୟରେ କମ୍‌ କର୍ମଚାରୀଙ୍କୁ ନେଇ କାମ କରାଯାଉଛି। ବାକି ଅନ୍ୟମାନେ...

ଅଗଷ୍ଟ ୧୪ରେ ଦୁଇଭାଗ ହୋଇଥିଲା ଦେଶ; ଲୁହରେ ଭିଜିଥିଲା ଭାରତ ମା’ର ପଣତ

ଭାରତ ଇତିହାସରେ ଅଗଷ୍ଟ ୧୪ ତାରିଖକୁ ଲୁହରେ ଲେଖାଯାଇଛି। କାରଣ ଏହି ଦିନ ଦେଶ ବିଭାଜିତ ହୋଇଥିଲା। ୧୯୪୭ ଅଗଷ୍ଟ ୧୪ରେ ପାକିସ୍ତାନ ଏବଂ ୧୯୪୭...

ଦୋଳିରୁ ଡେଇଁ ଏମିତି ପ୍ୟାଣ୍ଟ ପିନ୍ଧିଲେ ବ୍ୟକ୍ତି, ଆଉ ତା ପରେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା...

୨୦୨୦ ଏହି ଗାଁ ପାଇଁ ଶୁଭ: ଜାଣନ୍ତୁ କାହିଁକି…

ସମଗ୍ର ବିଶ୍ୱରେ ଜନସଂଖ୍ୟା ଦୃଷ୍ଟିରୁ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। ପ୍ରଥମ ସ୍ଥାନରେ ରହିଛି ଚାଇନା। ଜନସଂଖ୍ୟା ବୃଦ୍ଧିକୁ ନେଇ ବିଶେଷଜ୍ଞମାନେ ଚିନ୍ତାରେ ପଡ଼ିଛନ୍ତି। ତେଣୁ...

ଶନିବାର କରନ୍ତୁ ଏପରି, ହେବ ସୌଭାଗ୍ୟ ପ୍ରାପ୍ତି

କାଶୀ,୧୨।୨: ଜୀବନରେ ଶନିମହାଗ୍ରହଙ୍କ ଯୋଗୁ ବିଭିନ୍ନ ବାଧାବିଘ୍ନ ଆସିଥାଏ। କେତେକ ଶନିଙ୍କୁ ଭୟ କରି ଥାନ୍ତି। ତେବେ ଶନି ମହାଗ୍ରହ ନ୍ୟାୟ କାରକ ଗ୍ରହ। ସେ...

ମା-ବାପା ଗାଳି କରିବାରୁ ନାବାଳକ ନେଲେ ଏମିତି ନିଷ୍ପତ୍ତି, ଯାହା ଆଗରୁ କେବେ ଶୁଣି ନ ଥିବେ

ପିଲାମାନେ ଦୁଷ୍ଟ ହେଲେ କିମ୍ବା କିଛି ଭୁଲ କଲେ ମା-ବାପା ଗାଳି ଦେବା ସାଧାରଣ କଥା। ମାତ୍ର ଜଣେ ନାବାଳକ ମା-ବାପାଙ୍କ ଗାଳି ଶୁଣି ରାଗି...

ଶିଡ଼ିରୁ ଖସିପଡ଼ିଲେ କନ୍ୟା, ବରଯାତ୍ରୀଙ୍କୁ ନେଇ ହସ୍ପିଟାଲରେ ପହଞ୍ଚିଲେ ବର, ଆଉ ତା’ ପରେ…

କୁହାଯାଏ, ବିବାହ ସାତଜନ୍ମର ବନ୍ଧନ। ବିବାହକୁ ସ୍ମରଣୀୟ କରିବା ପାଇଁ ପରିବାର ସଦସ୍ୟ ବର୍ଷ ବର୍ଷ ପୂର୍ବରୁ ଅନେକ ପ୍ରସ୍ତୁତି କରିଥାନ୍ତି। ବରକନ୍ୟାଙ୍କ ମଧ୍ୟରେ ବିବାହକୁ...

ଜାଣନ୍ତି କି କୂଅର ଆକାର କାହିଁକି ହୋଇଥାଏ ଗୋଲାକାର…

ଦୁନିଆରେ ଏପରି ଅନେକ ଜିନିଷ ଅଛି, ଯାହାକୁ ଅନେକ ଥର ଦେଖିଥିବେ, କିନ୍ତୁ ଏପରି ଜିନିଷ ତିଆରି କରିବାର କାରଣ କ’ଣ ହୋଇପାରେ ତାହା ଜାଣି...

Advertisement
Archives

Model This Week