ପ୍ରଥମେ ଲିଜ୍‌, ପରେ ହତ୍ୟା ଧମକ: ରିସୋର୍ଟ ମାଲିକ ଗିରଫ

ଦାରିଙ୍ଗବାଡ଼ି,୯।୧୧(ଡି.ଏନ.ଏ)- ଦାରିଙ୍ଗବାଡ଼ି ଥାନା ଅଞ୍ଚଳର ଏକ ରିସୋର୍ଟକୁ ପ୍ରଥମେ ଲିଜ୍‌ ସୂତ୍ରରେ ପ୍ରଦାନ ଏବଂ ପରେ ଲିଜ୍‌ଧାରୀଙ୍କ ସହ ଗଣ୍ଡଗୋଳ ଓ ହତ୍ୟା ଧମକ ଦେବା ଅଭିଯୋଗରେ ରିସୋର୍ଟ ମାଲିକଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ନୟାଗଡର ଦେବରାଜ ସାହୁ। ଦୀର୍ଘଦିନ ହେଲା ଦେବରାଜ ଦାରିଙ୍ଗବାଡ଼ି ସାରିଙ୍ଗିଇପିଠାରେ ଏକ ରିସୋର୍ଟ କରି ଚଳାଇଆସୁଥିଲେ। ଚଳିତ ମାସ ୧ରୁ ଏହାକୁ ଦେବରାଜ ପଶ୍ଚିମବଙ୍ଗର ଅଭିଜିତ ରାୟଙ୍କୁ ଲିଜ୍‌ ସୂତ୍ରରେ ପ୍ରଦାନ କରିଥିଲେ। ବର୍ଷକୁ ୨୦ଲକ୍ଷ ଟଙ୍କା ହିସାବରେ ୫ ବର୍ଷ ପାଇଁ ଲିଜ୍‌ ଦେଇଥିଲେ। ଅଭିଜିତ ଅଗ୍ରୀମ ଦେବାସହ ପ୍ରାୟ ୮ଲକ୍ଷ ୬୪ ହଜାର ଟଙ୍କା ରିସୋର୍ଟରେ ଖର୍ଚ୍ଚ କରିଥିଲେ। ତେବେ ଶୁକ୍ରବାର ସକାଳ ପ୍ରାୟ ୬ଟାରେ ଦେବରାଜ ଏବଂ ତାଙ୍କ ସମର୍ଥକ ଲୁହାରଡ଼ ଓ କାଠଫାଳିଆ ଧରି ରିସୋର୍ଟରେ ପହଞ୍ଚତ୍ ଅଭିଜିତ୍‌ଙ୍କୁ ଧମକ ଦେବାସହ ଛାଡ଼ି ପଳାଇବାକୁ ଚେତାବନୀ ଦେଇଥିଲେ। ଅଭିଜିତ ଏବଂ ରିସୋର୍ଟ କର୍ମଚାରୀ ପ୍ରାଣ ଭୟରେ ସେଠାରୁ ଆସି ଦାରିଙ୍ଗବାଡ଼ି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝି ସଦଳବଳ ରିସୋର୍ଟରେ ପହଞ୍ଚତ୍ଥିଲେ। ପୋଲିସକୁ ଦେଖି ଦେବରାଜ ଏବଂ ତାଙ୍କ ସମର୍ଥକ ଫେରାର ହୋଇଯାଇଥିଲେ। ପୋଲିସ ଦେବରାଜଙ୍କ ମୋବାଇଲ୍‌ ଫୋନ୍‌ ଟ୍ରାକ୍‌ କରି ଶନିବାର ନୟାଗଡ଼ ଜିଲାରୁ ଗିରଫ କରିଥିଲା। ନଂ.୧୨୦/୧୯ରେ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଥାନା ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବର୍ଣ୍ଣ ଜିତି ସୁନାମ ଅର୍ଜନ କଲେ ଛତ୍ରପୁର ବାସିନ୍ଦା ରମେଶ: ଦେଶ ପାଇଁ ଆଣିଲେ ଗୌରବ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଛତ୍ରପୁର, ୧୩।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ନାଇଜେରିଆର ଲାଗୋସ ସହରରେ ଆୟୋଜିତ କମନୱେଲଥ ପାରା ଫେନ୍ସିଂ ଚାମ୍ପିଅନସିପ ୨୦୨୬ରେ କୃତିତ୍ୱ ଅର୍ଜନ କରିଛନ୍ତି ଓଡ଼ିଆ ପୁଅ ଭି.…

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଲୀନ ହେବା ପୂର୍ବରୁ ବଞ୍ଚାଅ: ଦୀର୍ଘକାଳୀନ ପଦକ୍ଷେପ ଦାବି

ଛତ୍ରପୁର, ୧୩।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲାର ଛତ୍ରପୁର ନିକଟସ୍ଥ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ସମୁଦ୍ର କ୍ରମଶଃ କୂଳ ଲଙ୍ଘି ଗାଁ ଆଡକୁ ମାଡ଼ି ଆସୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ…

ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ: ଯୋଗଦେଲେ ଫୁଲବାଣୀ ବିଧାୟକ

ଜି.ଉଦୟଗିରି,୧୩।୮(ଚିନ୍ମୟ କୁମାର ସେଠୀ): ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ସମସ୍ତ ସ୍କୁଲ,କଲେଜ ଛାତ୍ରୀଛାତ୍ରମାନଙ୍କୁ ନେଇ ଘର ଘର ତ୍ରିରଙ୍ଗା ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ…

ପୂର୍ବାଫାଲ୍ଗୁନୀ ନକ୍ଷତ୍ରରେ ସୂର୍ଯ୍ୟଙ୍କ ଗୋଚର ଦେବ ବଡ଼ ଫାଇଦା, ମେଷ-ମିଥୁନ ସମେତ ୫ ରାଶିଙ୍କ ପାଇଁ ବଲ୍ଲେ-ବଲ୍ଲେ

ବୈଦିକ ଜ୍ୟୋତିଷରେ ପୂର୍ବା ଫାଲ୍ଗୁନୀ ୨୭ଟି ନକ୍ଷତ୍ର ମଧ୍ୟରୁ ୧୧ତମ ନକ୍ଷତ୍ର, ଯାହାର ସ୍ବାମୀ ଶୁକ୍ର। ଏହି ନକ୍ଷତ୍ରର ସମ୍ପର୍କ କଳା, ସଙ୍ଗୀତ, ସୌନ୍ଦର୍ଯ୍ୟ ଏବଂ ସାଜସଜ୍ଜା…

କୋଚିଙ୍ଗ ସେଣ୍ଟର୍‌ ଝରକା ଗ୍ରିଲ କାଟି ୪ ଦଶମ ଶ୍ରେଣୀ ଛାତ୍ର ଫେରାର

ପାଟଣା,୧୩।୮(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇ ପୋଷିସ୍ଥିତ ଏକ ଘରୋଇ ରେସି ଡେଣ୍ଟାଲ କୋଚିଂ ସେଣ୍ଟରରୁ ବୁଧବାର ବିଳମ୍ବିତ ରାତିରେ କୋଚିଂ ସେଣ୍ଟରର ଝରକା…

ଆମ ପୋଲିସ-ଆମ ସାଥୀ ଅଭିଯାନ: ସାଇବର ସୁରକ୍ଷା ନେଇ ସଚେତନତା

ରାଇକିଆ,୧୩।୮: କନ୍ଧମାଳ ଜିଲା ପୋଲିସର ‘ଆମ ପୋଲିସ-ଆମ ସାଥୀ’ ଅଭିଯାନ ପକ୍ଷରୁ ରାଇକିଆ ବ୍ଲକ ସୁଗଡ଼ାବାଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ ହୋଇଛି। ଥାନା ଅଧିକାରୀ…

ଶୋଇଥିବାବେଳେ ବିଳମ୍ବିତ ରାତିରେ ସୁରେନ୍ଦ୍ରଙ୍କ ଘରେ ଲାଗିଲା ନିଆଁ, ଚାହୁଁ ଚାହୁଁ ଚାରିଆଡେ ବ୍ୟାପିଗଲା…

ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମ ପାଣ୍ଡା ଛକ ନିକଟ ଉଲୁକପଲ୍ଲୀ ସାହିର ସୁରେନ୍ଦ୍ର ସାହୁଙ୍କ ଘରେ ବୁଧବାର ବିଳମ୍ବିତ…

ଭାରତରେ ପେଟ୍ରୋଲ-ଡିଜେଲ ଦର କମିବା ଆଶା! ୫ ଦିନର ଦ୍ରୁତ ବୃଦ୍ଧି ପରେ ଖସିଲା…

ନୂଆଦିଲ୍ଲୀ,୧୩।୮: ଅନ୍ତର୍ଜାତୀୟ ବଜାରରେ କଚା ତେଲ (Crude Oil) ଦରରେ ଗତ ୫ ଦିନ ଧରି ଚାଲିଆସୁଥିବା ବୃଦ୍ଧିରେ ଶେଷରେ ବ୍ରେକ ଲାଗିଛି। ୧୩ ଅଗଷ୍ଟ ୨୦୨୬ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri