Posted inଜାତୀୟ

ପ୍ରତିରୋଧ କ୍ଷମତାକୁ ନେଇ ଭାରତ ଦୃଢ଼

ନୂଆଦିଲ୍ଲୀ, ୧୬ା୬: ଭାରତ ଅପେକ୍ଷା ପାକିସ୍ତାନରେ ରହିଛି ଅଧିକ ଅଣୁଅସ୍ତ୍ର। ଚାଇନା ପାଖରେ ପାକିସ୍ତାନ ଅପେକ୍ଷା ଦୁଇଗୁଣା ଅଧିକ ଅଣୁଅସ୍ତ୍ର ରହିଛି। ହେଲେ ଭାରତର ପ୍ରତିରୋଧ କ୍ଷମତା ବେଶ୍‌ ସଦୃଢ଼। ଷ୍ଟକ୍‌ହୋମ ଅନ୍ତର୍ଜାତୀୟ ଶାନ୍ତି ଗବେଷଣା ପ୍ରତିଷ୍ଠାନ ରିପୋର୍ଟରେ ଦର୍ଶାଯାଇଛି ଯେ, ପାକିସ୍ତାନ ପାଖରେ ୧୬୦ ଅଣୁଅସ୍ତ୍ର ରହିଥିବା ବେଳେ ଚାଇନା ପାଖରେ ୩୨୦ ଅଣୁଅସ୍ତ୍ର ମହଜୁଦ ହୋଇ ରହିଛି। ତେବେ ଭାରତରେ ମାତ୍ର ୧୫୦ ଏଭଳି ଅସ୍ତ୍ର ରହିଥିବା କୁହାଯାଇଛି। ସୀମା ବିବାଦକୁ ନେଇ ଭାରତ ଓ ଚାଇନା ପୂର୍ବ ଲଦାଖରେ ଟଣାଓଟରା ହେଉଥିବା ବେଳେ ଏହି ରିପୋର୍ଟ ପ୍ରକାଶ ପାଇଛି। ଦୁଇଦେଶ ୩,୪୮୮ କି. ମି. ପ୍ରକୃତ ନିୟନ୍ତ୍ରଣ ରେଖା(ଏଲ୍‌ଏସି)ରେ ସେନା ମୁତୟନ କରି ରଖିଥିବାବେଳେ ସମସ୍ୟାର ସମାଧାନ ଲାଗି ସେନାଧିକାରୀସ୍ତରୀୟ ଆଲୋଚନା ଜାରି ରହିଛି।
ସେହିଭଳି ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ୭୭୮ କି. ମି. ନିୟନ୍ତ୍ରଣ ରେଖା ନିକଟରେ ସବୁବେଳେ ଗୁଳି, ମୋର୍ଟାର ମାଡ଼ ଜାରି ରହିଛି। କେତେବେଳେ କିଭଳି ପରିସ୍ଥିତି ସୃଷ୍ଟିହେବ କହିବା ମୁସ୍କିଲ। ସୀମା ବିବାଦକୁ ନେଇ ଦୀର୍ଘଦିନ ହେବ ଏଭଳି ଶତ୍ରୁତା ଲାଗି ରହିଥିବା ବେଳେ ଏହାର ସମାଧାନ ପନ୍ଥା ବାହାରି ପାରୁନାହିଁ। ପାକିସ୍ତାନ ବାରମ୍ବାର ଅଣୁଅସ୍ତ୍ରର ଧମକ ଦେଇଆସୁଛି। ଚାଇନା ବି ବଡ଼ଭାଇପଣିଆ ଛାଡ଼ୁନି କି ସମାଧାନ ଦିଗ ପ୍ରତି ଦୃଷ୍ଟିଦେଉନି।
ବିଶ୍ୱରେ ୨୦୨୦ ସୁଦ୍ଧା ମୋଟ ୧୩,୪୦୦ ଅଣୁଅସ୍ତ୍ର ରହିଥିବା ବେଳେ ଆମେରିକା ପାଖରେ ୫,୮୦୦ ଓ ରୁଷିଆ ପାଖରେ ୬,୩୭୫ ଅଣୁଅସ୍ତ୍ର ରହିଥିବା ଷ୍ଟକ୍‌ହୋମ ଅନ୍ତର୍ଜାତୀୟ ଶାନ୍ତି ଗବେଷଣା ପ୍ରତିଷ୍ଠାନ ରିପୋର୍ଟରେ ଦର୍ଶାଯାଇଛି। ୨୦୧୯ରେ ମୋଟ ଅଣୁଅସ୍ତ୍ର ୧୩,୮୬୫ ଥିବା ଦର୍ଶାଯାଇଥିଲା। ଫ୍ରାନ୍ସ ପାଖରେ ୨୯୦, ବ୍ରିଟେନର ୨୧୫, ଇସ୍ରାଏଲର ୯୦ ଓ ଉତ୍ତର କୋରିଆର ୩୦-୪୦ ଅଣୁଅସ୍ତ୍ର ରହିଛି। ଭାରତ ଓ ପାକିସ୍ତାନ ଧୀରେ ଧୀରେ ସେମାନଙ୍କର ଅଣୁଅସ୍ତ୍ର ଆକାର ଓ ଭିନ୍ନତା ଆଣିବାରେ ଲାଗିଛନ୍ତି। ଏହି ଦୁଇଦେଶ ସେମାନଙ୍କ କ୍ଷେପଣାସ୍ତ୍ର ପରୀକ୍ଷା ସମ୍ପର୍କରେ ସୂଚନା ଦେଉଥିଲେ ହେଁ ଅସ୍ତ୍ରାଗାରର ଆକାର ସମ୍ପର୍କରେ ତଥ୍ୟ ପ୍ରଦାନ କରୁନାହାନ୍ତି ବୋଲି ପ୍ରତିଷ୍ଠାନ ପକ୍ଷରୁ କୁହାଯାଇଛି। ଆମେରିକା, ରୁଷିଆ ଭଳି ଚାଇନା ଅତ୍ୟାଧୁନିକ ଅଣୁଅସ୍ତ୍ରରେ ଆଗୁଆ ହେବାରେ ଲାଗିଛି ବୋଲି ଏଥିରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

CJPକୁ କଡ଼ା କଟାକ୍ଷ କଲେ କଙ୍ଗନା, ଏମାନଙ୍କୁ ଜନ୍ମ କିଏ ଦେଇଛି…

ନୂଆଦିଲ୍ଲୀ, ୨୭।୭: ଦିଲ୍ଲୀର ଜନ୍ତର ମନ୍ତରରେ ଛାତ୍ର ପ୍ରତିବାଦ ସମୟରେ ପୋଲିସ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟମାନେ ସୋମବାର ଲୋକ ସଭାରେ ହଟ୍ଟଗୋଳ କରିଥିଲେ ।…

ଧାନ ବୋଝେଇ ଟ୍ରକ ସମ୍ମୁଖକୁ ଆସିଗଲା ଗାଈ, ତାପରେ ଚାଷଜମିକୁ…

ଦିଗପହଣ୍ଡି, ୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଆସିକା ୩୨୬ ନଂ ମୁଖ୍ୟରାସ୍ତାର ଚାଞ୍ଚଡାପଲ୍ଲୀ ଗାଁ ଛକ ନିକଟରେ ଏକ ଧାନ ବୋଝେଇ ଟ୍ରକ ଚାଷଜମିକୁ ଓଲଟି…

ଭାଜପା ଜ଼ିଲା ଉପସଭାପତିଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ: ତାଲା ଭାଙ୍ଗି ୭୦ ଭରି ସୁନା,୨ ଲକ୍ଷ ଟଙ୍କା ଲୁଟ

ଗୁଣପୁର,୨୭/୭(ସୁଜାତା ପାଢ଼ୀ):ରାୟଗଡ଼ା ଜିଲା ପଦ୍ମପୁର ଥାନା ଅନ୍ତର୍ଗତ କେନ୍ଦୁଗୁଡ଼ା ଗ୍ରାମରେ ଏକ ଲୁଟ ଘଟଣା ସାମ୍ନାକୁ ଆସିଛି। ଘର ବନ୍ଦ ଥିବାର ସୁଯୋଗ ନେଇ କଳା କନା…

ଧରିତ୍ରୀ ପ୍ରଭାବ…କାଇଁଚପୁର ପଞ୍ଚାୟତକୁ ଗଡ଼ିଲା ମୁଖ୍ୟମନ୍ତ୍ରୀ ବସ୍, ବିଡ଼ିଓଙ୍କୁ କୃତଜ୍ଞତା

ଗଞ୍ଜାମ,୨୭।୭(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଁଚପୁର ପଞ୍ଚାୟତକୁ ଗଡୁନଥିଲା ମୁଖ୍ୟମନ୍ତ୍ରୀ ବସ୍ । ଏନେଇ ଶନିବାର ଧରିତ୍ରୀରେ ଖବର ପ୍ରସାରଣ ହୋଇଥିଲା । ଯାହାକୁ…

ବିଦ୍ୟୁତ ଖୁଣ୍ଟକୁ ପିଟିଲା ସ୍କୁଲ ଭ୍ୟାନ୍‌: ଆଉ ତା’ପରେ ଘଟିଲା…

ଗୁଣପୁର,୨୭।୭(ସୁଜାତା ପାଢ଼ୀ):ରାୟଗଡ଼ା ଜିଲା ଗୁଣପୁର ସହରରେ ଥିବା ଲଣ୍ଡନ କିଡ୍ସ ନାମକ ଏକ ଘରୋଇ ସ୍କୁଲରୁ ପିଲାଙ୍କୁ ସ୍କୁଲ ଭ୍ୟାନ୍‌ଟି ନେଇ ଯାଉଥିବାବେଳେ କୌଣସି କାରଣବଶତଃ ବିକ୍ରମପୁର…

ଦୀର୍ଘ ୧୫ ବର୍ଷ ଧରି ମରାମତି ହେଉନାହିଁ ରାସ୍ତା, ରାଜରାସ୍ତାକୁ ଓହ୍ଲାଇବା ଚେତାବନୀ ଦେଲେ ଅଞ୍ଚଳବାସୀ

ଧାମନଗର,୨୭।୭( ସନ୍ତୋଷ କୁମାର ମହାପାତ୍ର): ଧାମନଗର ବ୍ଲକ ଭଗବାନପୁର ପଞ୍ଚାୟତ ସ୍ଥିତ ବାଇଦିପୁର ଗ୍ରାମ ( ୱାର୍ଡ ନଂ ୩) ମୁଖ୍ୟ ରାସ୍ତା ଦୀର୍ଘ ବର୍ଷ ହେବ…

ସରକାରଙ୍କୁ CJPର ଚେତାବନୀ: ଛାତ୍ରଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ବନ୍ଦ କର, ନଚେତ୍ ପୁଣି…

ନୂଆଦିଲ୍ଲୀ, ୨୭।୭: ଜନ୍ତର ମନ୍ତରରେ ସିଜେପିର ଧାରଣା ଶେଷ ହୋଇଥିଲେ ମଧ୍ୟ ପୁଣିଥରେ ଆନ୍ଦୋଳନକୁ ନେଇ ସରକାରଙ୍କୁ ଚେତାବନୀ ଦେଇଛି । CJP ମୁଖପାତ୍ର ଆଶୁତୋଷ ରାଙ୍କା…

ଇସ୍ତଫା ଦିଅନ୍ତୁ ଗଣଶିକ୍ଷା ମନ୍ତ୍ରୀ: ଗର୍ଜିଲା ସିପିଆଇ

ଛତ୍ରପୁର,୨୭।୭(ଦିଲ୍ଲୀପ ସାମଲ): ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଗଞ୍ଜାମ ଜିଲା କମିଟି ପକ୍ଷରୁ ଦିଲ୍ଲୀସ୍ଥିତ ଜନ୍ତରମନ୍ତରଠାରେ ହୋଇଥିବା ଯୁବଛାତ୍ର ଆନ୍ଦୋଳନର ସଫଳତା ପରିପ୍ରେକ୍ଷୀରେ ଦେଶର ଅଗଣିତ ଛାତ୍ରୀଛାତ୍ର ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri