ପ୍ରତିରକ୍ଷା କ୍ଷେତ୍ର ଏଫ୍‌ଡିଆଇ ୭୪%କୁ ବଢ଼ିଲା

 

ନୂଆଦିଲ୍ଲୀ,୧୭।୫: ସରକାର ପ୍ରତିରକ୍ଷା କ୍ଷେତ୍ର ମାନୁଫାକଚରିଂକୁ ପ୍ରୋତ୍ସାହିତ କରିବା ଲାଗି ପଦକ୍ଷେପ ନେଇଛନ୍ତି। ୨୦ ଲକ୍ଷ କୋଟି ଟଙ୍କାର ଆର୍ଥତ୍କ ପ୍ୟାକେଜ ଅଧୀନ ୪ର୍ଥ ପର୍ଯ୍ୟାୟ ଘୋଷଣାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଏ ସମ୍ପର୍କରେ ଘୋଷଣା କରିଛନ୍ତି। ଏହି କ୍ଷେତ୍ର ଲାଗି ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶ ନିୟମକୁ କୋହଳ କରାଯାଇଛି। ସୀତାରାମନ କହିଛନ୍ତି ଯେ, ଡିଫେନ୍ସ ମାନୁଫାକଚରିଂରେ ସରକାର ଅଟୋମେଟିକ ରୁଟ୍‌ରେ ଏଫ୍‌ଡିଆଇ ସୀମାକୁ ୪୯%ରୁ ୭୪%କୁ ବଢ଼ାଇଛନ୍ତି। ଦେଶ ମଧ୍ୟକୁ ବିଦେଶୀ କମ୍ପାନୀଗୁଡିକୁ ଆକୃଷ୍ଟ କରିବା ଲାଗି ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ଏଫ୍‌ଡିଆଇ ନୀତି ଅନୁସାରେ ଉକ୍ତ କ୍ଷେତ୍ରରେ ନିବେଶ କରିବାକୁ ହେଲେ ବର୍ତ୍ତମାନ ଅଟୋମେଟିକ ରୁଟ୍‌ର ସୀମା ୪୯% ରହିଛି। ଏହାଠାରୁ ଅଧିକ ପରିମାଣର ନିବେଶ କରିବାକୁ ଚାହୁଁଥିଲେ ସରକାରଙ୍କ ମଞ୍ଜୁରର ଆବଶ୍ୟକତା ରହିଛି। ଡିସେମ୍ବର ୨୦୧୯ଠାରୁ ଏପ୍ରିଲ ୨୦୨୦ ମଧ୍ୟରେ ଭାରତର ପ୍ରତିରକ୍ଷା ମାନୁଫାକଚରିଂ କ୍ଷେତ୍ର ପ୍ରାୟ ୫୧.୯୩ କୋଟି ଟଙ୍କାର ଏଫ୍‌ଡିଆଇ ଲାଭ କରିଛି।
ଯୋଜନା ସମ୍ପର୍କରେ ସୂଚନା ରଖି ସେ କହିଛନ୍ତି ଯେ, ଏହାକୁ କାର୍ଯ୍ୟକାରୀ କରାଇବା ଲାଗି ସରକାର ଏବେ ପ୍ରସ୍ତୁତ ହେଉଛନ୍ତି। ୨୦୧୮ ଜୁଲାଇରେ ଏହି କ୍ଷେତ୍ର ଲାଗି ଅଟୋମେଟିକ ରୁଟ୍‌ରେ ଏଫ୍‌ଡିଆଇ ସୀମା ୪୯%କୁ ବଢ଼ାଯାଇଥିଲା। ମିଲିଟାରି ହାର୍ଡଓ୍ବେର ଆମଦାନୀକୁ କମାଇବା ଦିଗରେ ସରକାର ବର୍ତ୍ତମାନ ଯତ୍ନବାନ ଅଛନ୍ତି। ଆମଦାନୀକୁ ହ୍ରାସ କରିବା ତଥା ଘରୋଇ ଶିଳ୍ପକୁ ପ୍ରୋତ୍ସାହନ ଦିଗରେ ଏଭଳି ପଦକ୍ଷେପ ଘୋଷଣା କରାଯାଇଛି। ଏହି ଦିଗରେ ଭାରତରେ ଉତ୍ପାଦନ ହେଉଥିବା ସାମଗ୍ରୀକୁ କ୍ରୟ କରିବା ଏବଂ ସମାନ ସାମଗ୍ରୀ ବାହାରୁ ନ ମଗାଇବା ଲାଗି ସରକାର ବିଜ୍ଞପ୍ତି ଜାରି କରିବେ। ମିଲିଟାରି ବ୍ୟାପାର ବିଭାଗ ସହ ଆଲୋଚନା କରିବା ପରେ ଚୂଡ଼ାନ୍ତ ରୋଡ୍‌ମ୍ୟାପ ଗ୍ରହଣ କରାଯିବ ବୋଲି ଜଣାପଡିଛି। ଡିଫେନ୍ସ ଆମଦାନୀ ବିଲ୍‌କୁ ମଧ୍ୟ କମ୍‌ କରିବା ଦିଗରେ ପଦକ୍ଷେପ ନିଆଯାଇଛି। ଏହାବାଦ ବଜେଟରେ ଡୋମେଷ୍ଟିକ କ୍ୟାପିଟାଲ ପ୍ରୋକ୍ୱୋରମେଣ୍ଟ ବ୍ୟବସ୍ଥା କରାଯିବ। ଏହାବାଦ ଅର୍ଡନାନ୍ସ ଫ୍ୟାକ୍ଟ୍ରି ବୋର୍ଡର ନିଗମୀକରଣ, ଷ୍ଟକ୍‌ ବଜାରରେ ସୂଚୀଭୁକ୍ତ କରାଇବା, ଡିଫେନ୍ସ ପ୍ରୋକ୍ୱୋରମେଣ୍ଟକୁ ସମୟ ନିର୍ଦ୍ଧାରିତ କରିବା ଭଳି ଯୋଜନା ଉପରେ ସରକାର ବର୍ତ୍ତମାନ ଫୋକସ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦ ଗ୍ରାମ ସୁନା ବନ୍ଧକ ରଖିଲେ କେଉଁ ବ୍ୟାଙ୍କ ଦେବ ଅଧିକ ଲୋନ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୨: ୨୨ କ୍ୟାରେଟ୍ ସୁନାର ବର୍ତ୍ତମାନର ମୂଲ୍ୟ ପ୍ରତି ୧୦ ଗ୍ରାମ ୧,୪୩,୩୪୦ ଟଙ୍କା। ଏହି ମୂଲ୍ୟରେ ଆପଣ ସୁନା ଜମା କରି ଋଣ ନେଇପାରିବେ। ତଥାପି,…

ବିଶେଷଜ୍ଞଙ୍କ ବଡ଼ ପୂର୍ବାନୁମାନ, ଖସିବ ସୁନା ଦର! ବିକିଲେ କେତେ ଲାଭ?

ନୂଆଦିଲ୍ଲୀ,୧୯ା୨: ଗତ କିଛି ମାସ ମଧ୍ୟରେ ସୁନା ଓ ରୂପା ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଓ ଏବେ ସାମାନ୍ୟ ହ୍ରାସ ପାଉଛି। ତେଣୁ ଏଥିରେ…

ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ଭାରତରେ ଶିଶୁଙ୍କ ପାଇଁ ବ୍ୟାନ୍ ହେବ ସୋସିଆଲ ମିଡିଆ: କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୭।୨: ଭାରତରେ ଶିଶୁ ଏବଂ କିଶୋରମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ଏକ ବଡ଼ କଟକଣା ଆସିବାକୁ ଯାଉଛି। କୋମଳମତି ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ…

ମହଙ୍ଗା ହେଲା ସିଗାରେଟ୍‌: ଏସବୁ ବ୍ରାଣ୍ଡ ମୂଲ୍ୟରେ ୪୧% ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ,୧୭।୨: ଦେଶର ଅଗ୍ରଣୀ ସିଗାରେଟ୍ ପ୍ରସ୍ତୁତକାରୀ କମ୍ପାନୀ ITC ଲିମିଟେଡ୍ ଏହାର ପ୍ରମୁଖ ବ୍ରାଣ୍ଡଗୁଡ଼ିକର ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ଘଟାଇଛି। ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା…

ନିର୍ବାଚନୀ ବୈତରଣୀ ପାର ହେବାକୁ ‘ନଗଦ ଟଙ୍କା’ ମୁଖ୍ୟ ଅସ୍ତ୍ର: ଶିକ୍ଷା, ସ୍ୱାସ୍ଥ୍ୟରେ କମୁଛି ଖର୍ଚ୍ଚ

ନୂଆଦିଲ୍ଲୀ,୧୭।୨: ଭାରତୀୟ ରାଜନୀତିରେ ଏବେ ‘ସିଧାସଳଖ ନଗଦ ହସ୍ତାନ୍ତର’ ସବୁଠାରୁ ବଡ଼ ନିର୍ବାଚନୀ ଅସ୍ତ୍ର ପାଲଟିଛି। ୧୬ଶ ଅର୍ଥ କମିଶନଙ୍କ ରିପୋର୍ଟ ଅନୁଯାୟୀ, ୨୦୧୮-୧୯ରେ ରାଜ୍ୟଗୁଡ଼ିକର ମୋଟ…

ଜାନୁଆରୀରେ ବଢ଼ିଲା ହୋଲସେଲ୍ ଦରଦାମ୍: ୧୦ ମାସର ସର୍ବୋଚ୍ଚ ସ୍ତରରେ…

ନୂଆଦିଲ୍ଲୀ,୧୬।୨: ଦେଶରେ ପୁଣି ଥରେ ମହଙ୍ଗା ମାଡ଼ର ଆଭାସ ମିଳିଛି। ଜାନୁଆରୀ ମାସରେ ଭାରତର ହୋଲସେଲ୍ ଦରଦାମ୍ (WPI) ୧୦ ମାସର ସର୍ବୋଚ୍ଚ ସ୍ତର ୧.୮୧% କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri