Posted inଜାତୀୟ

ପ୍ରଜ୍ଞା ଠାକୁର ଜଣେ ଆତଙ୍କବାଦୀ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨୮।୧୧: ନାଥୁରାମ ଗଡସେକୁ ଦେଶ ଭକ୍ତ କହି ପୁଣି ବିବାଦ ଘେରକୁ ଆସିଛନ୍ତି ଭାଜପା  ଏମ୍‌ପି ପ୍ରଜ୍ଞା ଠାକୁର। ଏଥିପାଇଁ ତାଙ୍କୁ ପଦ ହରାଇବାକୁ ପଡିଛି। ବୁଧବାର ଲୋକସଭାରେ ଏସପିଜି ସଂଶୋଧନ ବିଲ ଉପରେ ଚର୍ଚ୍ଚା ଚାଲିଥିବା ସମୟରେ ପ୍ରସଙ୍ଗ କ୍ରମେ ନାଥୁରାମଙ୍କୁ ଦେଶଭକ୍ତ ବୋଲି କହିଥିଲେ ପ୍ରଜ୍ଞା ଠାକୁର। ଯାହାକୁ ତୀବ୍ର ବିରୋଧ କରିଛି କଂଗ୍ରେସ। ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି, ପ୍ରଜ୍ଞା ଠାକୁର ଜଣେ ଆତଙ୍କବାଦୀ, ତେଣୁ ସେ ଆତଙ୍କବାଦୀ ନାଥୁରାମଙ୍କୁ ଦେଶଭକ୍ତ କହୁଛନ୍ତି। ଭାରତୀୟ ପାର୍ଲିଆମେଣ୍ଟ ଇତିହାସରେ ଏହା ଏକ ଦୁଃଖଦ ଦିନ। ସେ ଯାହା କରୁନ୍ତି ତାହା ଭାଜପା ଏବଂ ଆରଏସଏସ ହୃଦୟରେ ଅଛି। ତେଣୁ ଏଥିରେ ମୁଁ କହିପାରିବି। ଏହାକୁ ଲଚାଇ ରଖି ହେବ ନାହିଁ। ମୁଁ ସେହି ମହିଳାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ କହି ମୋ ସମୟ ନଷ୍ଟ କରିବାକୁ ଚାହୁଁନାହିଁ ବୋଲି ରାହୁଲ କହିଛନ୍ତି।
ସୂଚନାଯୋଗ୍ୟ, ଗୃହରେ ଡିଏମେକେ ଏମପି ଏ. ରାଜାଙ୍କ ନକାରାତ୍ମକ ମାନସିକତା ବିଷୟରେ ଚର୍ଚ୍ଚା କରି ଗଡସେର ଉଦାହରଣ ଦେଇଥିଲେ। ସେ କହିଥିଲେ ଗଡସେ ଗାନ୍ଧୀଙ୍କୁ ହତ୍ୟା କରିବାର କାରଣ ସେ ଏକ ନିର୍ଦ୍ଦିିଷ୍ଟ ଦର୍ଶନରେ ବିଶ୍ୱାସ କରୁଥିଲେ। ଏହାକୁ ବିରୋଧ କରି ପ୍ରଜ୍ଞା ଠାକୁର କହିଥିଲେ, ଏଠାରେ ଦେଶଭକ୍ତଙ୍କର ଉଦାହରଣ ନ ଦିଆଯାଉ। ଏହାପରେ ବିରୋଧୀ କଂଗ୍ରେସ ଏହାକୁ ତୀବ୍ର ବିରୋଧ କରିଥିଲା। ଏହା ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ପ୍ରଜ୍ଞାଙ୍କୁ ନିଜ ଆସନରେ ବସିବାକୁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୋ ସହ ଆତଙ୍କବାଦୀ ଭଳି ବ୍ୟବହାର କରାଯାଉଛି: ଆଜମ

ରାମପୁର,୨୯।୨: ଭୁଲ ତଥ୍ୟ ଦେଇଥିବା ମାମଲାରେ ଉତ୍ତର ପ୍ରଦେଶର ସୀତାପୁର ଜେଲରେ ବନ୍ଦଥିବା ସମାଜବାଦୀ ପାର୍ଟି ନେତା ତଥା ରାମପୁର ଏମ୍‌ପି ଆଜମ ଖାଁ ଉତ୍ତର...

୨୭ ସେପ୍ଟେମ୍ବର ଭାରତ ବନ୍ଦ, ଚାଷୀ ସଂଗଠନର ଡାକରା…

ଲକ୍ଷ୍ନୌ,୫।୯: ଉତ୍ତରପ୍ରଦେଶର ମୁଜାଫରନଗର ଜିଲାର ଜିଆଇସି ଗ୍ରାଉଣ୍ଡରେ କିଷାନ ମହାପଞ୍ଚାୟତରେ ସେପ୍ଟେମ୍ବର ୨୭ରେ ଭାରତ ବନ୍ଦ ଡାକରା ଦିଆଯାଇଛି। କିଷାନ ମହାପଞ୍ଚାୟତରେ ୩୦୦ରୁ ଅଧିକ ଚାଷୀ...

କମୁଛି ନୀତୀଶଙ୍କ ଲୋକପ୍ରିୟତା ଅଡୁଆରେ ଭାଜପା!

ପାଟନା,୧୮ ।୯: କିଛି ବଡ ବଡ ରାଜ୍ୟରେ ନିର୍ବାଚନରେ ହାରିବା ପରେ ଏବେ ବିହାରରେ ଆଉ ବିପଦକୁ ବରଣ କରିବାକୁ ଚାହୁଁ ନାହିଁ ଭାରତୀୟ ଜନତା...

ଚାଇନାରୁ ଫେରିଲା ସ୍ବତନ୍ତ୍ର ବିମାନ

ନୂଆଦିଲ୍ଲୀ,୧।୨: ଚାଇନାର ଉହାନରୁ ଫେରିଥିବା ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ ଶନିବାର ସକାଳେ ନୂଆଦିଲ୍ଲୀରେ ପହଞ୍ଚିଛି। ଏଥିରେ ୩୨୪ ଭାରତୀୟ ଚାଇନାରୁ ସ୍ବଦେଶ ଫେରିଛନ୍ତି। ଏମାନଙ୍କ...

ମାଗଣାରେ ଜମି ନେଇଛ, ଚିକିତ୍ସା ପାଇଁ ଟଙ୍କା ମାଗୁଛ

ନୂଆଦିଲ୍ଲୀ,୨୮ା୫(ପି.ଟି.): ସରକାରଙ୍କଠାରୁ ମାଗଣାରେ ଜମି ନେଇ ପ୍ରତିଷ୍ଠା କରାଯାଇଥିବା ଘରୋଇ ହସ୍ପିଟାଲଗୁଡ଼ିକରେ କରୋନା ରୋଗୀଙ୍କୁ କାହିଁକି ମାଗଣାରେ ଚିକିତ୍ସା କରାଯିବ ନାହିଁ। ଦେଶରେ କୋଭିଡ୍‌-୧୯ ସଂକ୍ରମଣ...

୧୦୦ ଦେଶକୁ ୬୫ ନିୟୁତ ଡୋଜ୍‌ କୋଭିଡ୍‌ ଟିକା ପଠାଇଛି ଭାରତ

ନୂଆଦିଲ୍ଲୀ, ୧୯।୧୧(ପି.ଟି.):ଚଳିତ ବର୍ଷ ଭାରତ ପାଖାପାଖି ୧୦୦ ଦେଶକୁ ୬୫ ନିୟୁତରୁ ଅଧିକ ଡୋଜ୍‌ କୋଭିଡ୍‌ ଟିକା ରପ୍ତାନି କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର...

ସୁପ୍ରିମକୋର୍ଟରେ ପ୍ରତ୍ୟକ୍ଷ ଶୁଣାଣି ପାଇଁ ଏସ୍‌ଓପି ଜାରି

ନୂଆଦିଲ୍ଲୀ, ୧।୯(ପି.ଟି.): କରୋନା ମହାମାରୀ ଯୋଗୁ ମାର୍ଚ୍ଚ ୨୫ରୁ ସୁପ୍ରିମକୋର୍ଟରେ ପ୍ରତ୍ୟକ୍ଷ ଶୁଣାଣି ବନ୍ଦ ରହିଥିବାବେଳେ ଭିଡିଓ କନ୍‌ଫରେନ୍ସ ଜରିଆରେ କେବଳ ଗୁରୁତ୍ୱପୂର୍ଣ୍ଣ ମାମଲାଗୁଡ଼ିକର ଶୁଣାଣି...

୩ ହଜାର ଜୁନିଅର ଡାକ୍ତର ଦେଲେ ଇସ୍ତଫା

ଭୋପାଳ,୪।୬: ମଧ୍ୟପ୍ରଦେଶରେ ବିଭିନ୍ନ ଦାବି ନେଇ ୬ଟି ମେଡିକାଲ କଲେଜର ଡାକ୍ତରମାନେ ହରତାଳ କରିଥିଲେ। ମାମଲା ହାଇକୋର୍ଟରେ ପହଞ୍ଚିଥିଲା। ଗୁରୁବାର ରାଜ୍ୟର ୬ ଟି ସରକାରୀ...

Advertisement


Archives

Model This Week