ପ୍ରଚୁର ଜଳ ଉତ୍ସ ସତ୍ତ୍ୱେ ହେଉନି ସଂରକ୍ଷଣ : ଜାରି ରହିଛି ମହାନଦୀ ଜଳ ବିବାଦ

ଖଣ୍ଡପଡ଼ା,୨୯ା୭-ଦେଶ ସ୍ବାଧୀନ ହେବାର ୧ ବର୍ଷ ପରେ ଅର୍ଥାତ୍‌ ୧୯୪୮ ମସିହାରୁ ଓଡିଶାରେ କୃଷିର ଉନ୍ନତି ପାଇଁ ଜଳସେଚନ ଏବଂ ବିଦ୍ୟୁତ୍‌ ଦେଖାଦେଇଛି। ଉତ୍ପାଦନ ଲକ୍ଷ୍ୟରେ ମହାନଦୀର ଉପର ମୁଣ୍ଡରେ ହିରାକୁଦ ନଦୀବନ୍ଧ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୧୯୫୭ ମସିହାରେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା। ହିରାକୁଦ ତଥା ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ରାଜ୍ୟ ଇତିମଧ୍ୟରେ ଅନେକ ଛୋଟ ବଡ଼ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସମ୍ପନ୍ନ କରିଛି । ଇତିମଧ୍ୟରେ ଦୀର୍ଘ ୬୨ ବର୍ଷ ବିତିଯାଇଥିଲେ ଅନ୍ୟ କୌଣସି ପ୍ରକଳ୍ପ ଆରମ୍ଭ ହୋଇପାରିନି ଏବଂ ମହାନଦୀକୁ ନେଇ ଜାରି ରହିଛି ଆନ୍ତଃରାଜ୍ୟ ବିବାଦ । ସୂଚନାଯୋଗ୍ୟ କି, ଟିକରପଡ଼ା, ମଣିଭଦ୍ରା ଓ ପଦ୍ମାବତୀଠାରେ ବ୍ୟାରେଜ୍‌ ନିର୍ମାଣ ସର୍ଭେ କରାଯାଇଥିଲେ ସୁଦ୍ଧା ଏହାର ନିର୍ମାଣ ଫାଇଲ୍‌ ମଧ୍ୟରେ ଲୁଚିଯାଇଛି। ରାଜ୍ୟରେ ମହାନଦୀ ଭଳି ଏକ ବୃହତ୍‌ ଜଳ ସମ୍ପଦର ଉତ୍ସ ରହିଥିବାବେଳେ ଏହାର ସୁବିନିଯୋଗ ଏବଂ ସଂରକ୍ଷଣର ବ୍ୟବସ୍ଥା ନ ଥିବାରୁ ଆଜି ରାଜ୍ୟବାସୀ ଏହାର ସୁଫଳ ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ରାଜ୍ୟ ସରକାର ଯଦି ଏହାର ଛୋଟବଡ଼ ଶାଖା ନଦୀଗୁଡିକରେ ପ୍ରବାହିତ ଜଳକୁ ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ ସଂରକ୍ଷିତ କରି କୃଷି, ଶିଳ୍ପ, ମତ୍ସ୍ୟଚାଷ ଆଦି ବିଭିନ୍ନ କ୍ଷେତ୍ରରେ ବିନିଯୋଗ କରିପାରିଥାନ୍ତେ ତେବେ ଆମର ବିକାଶ ତ୍ୱରାନ୍ବିତ ହୋଇପାରନ୍ତା। କିନ୍ତୁ ଏଥିପ୍ରତି ବିଶେଷ ଦୃଷ୍ଟି ଦିଆଯାଉନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ଅଭିଯୋଗ ହେଉଛି। କିଛି ବର୍ଷ ହେବ ବୃତ୍ତଙ୍ଗ ସେତୁ ପ୍ରକଳ୍ପର କାର୍ଯ୍ୟ ବିବାଦୀୟ ଘେରରେ ଓ କାଗଜପତ୍ର ମଧ୍ୟରେ ସୀମିତ ରହିଛି। ଏହି ପ୍ରକଳ୍ପ ଯଦି କାର୍ଯ୍ୟକାରୀ ହୁଅନ୍ତା ତେବେ ଆମେ କୃଷିକ୍ଷେତ୍ରରେ ଉନ୍ନତି କରିପାରିଥାନ୍ତୁ। ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ସରକାରଙ୍କ ବନ୍ଧ ନିର୍ମାଣକୁ ନେଇ ରାଜନୈତିକ ବିବାଦ, ପ୍ରତିବାଦ, ଆନ୍ଦୋଳନ ଏପରିକି ମହିଳାମାନେ କଳସରେ ଜଳ ଆଣି ବିରୋଧ କରିଥିଲେ। ଖଣ୍ଡପଡ଼ା ଅନ୍ତର୍ଗତ ପଥରଚକଡ଼ା ପଞ୍ଚାୟତର ମାଧପୁର ପାଟ ଓ କଣ୍ଟେଇ ନାଳ, ବରକୋଳିପାଟ, ମଣିପୁରପାଟ, ସଢ଼େଇପାଟ, ଜଗନ୍ନାଥ ପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଭୋକିଲାପଡ଼ାଠାରେ କୁସୁମୀ ନଦୀରେ ମିଶିଥିବା ନାଳ, ଗୁଣ୍ଠୁଣୀ ଓ ଅଁଳାମୋଡାଠାରେ ଥିବା ଲୁଣିଝରା ନଦୀ, କୁସୁମୀ ଓ କୁଆଁରିଆ ନଦୀର ବିଭିନ୍ନ ସ୍ଥାନରେ ବନ୍ଧ ନିର୍ମାଣ କରାଯାଇ ସ୍ଲୁଇସ୍‌ ଗେଟ୍‌ କରାଯାଇ ଜଳ ସଂରକ୍ଷଣ କରିବାକୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।
ଏହାକୁ ବ୍ୟକ୍ତି ବିଶେଷଙ୍କ ମତାମତ
କଣ୍ଟିଲୋ-ଭୁବନେଶ୍ୱର ରାଜପଥ କାଳିଗିରି ପୋଲଠାରୁ ମାତ୍ର ୨ କିମି ଦୂର ଭାପୁର ବ୍ଲକ ଅନ୍ତର୍ଗତ ମହାନଦୀ କୂଳରେ ଅବସ୍ଥିତ ମଣିପୁର ଗାଁ ଲୋକେ କୁହନ୍ତି, ବେଙ୍ଗ ମୁତିଲେ ମଣିପୁର ଗାଁରେ ପାଣି। ଅର୍ଥାତ୍‌ ମହାନଦୀରେ ସାମାନ୍ୟ ବନ୍ୟା ଆସିଲେ ଏହି ଗାଁ ପାଣି ଘେରରେ ରୁହେ। ଗ୍ରାମର ୧୩୩ ଏକର ପରିମିତ କାଚେରା ପାଟରେ ବନ୍ୟା ପାଣି ଜମା ହୋଇ ରହେ। ଏହି ପାଟରେ ଜଳ ସଂରକ୍ଷଣ ପାଇଁ ସରକାରୀସ୍ତରରେ ବ୍ୟବସ୍ଥା କରାଗଲେ ପାଟ ଚତୁପାର୍ଶ୍ୱସ୍ଥ ପ୍ରାୟ ୧୧ଶହ ଏକର ଜମିରେ ସବୁଦିନିଆ ଫସଲ ହୋଇପାରିଥାନ୍ତା, ଯାହାଦ୍ୱାରା ଚାଷୀ ଉପକୃତ ହେବା ସହ ସରକାରଙ୍କ ରାଜସ୍ବ ଆଦାୟ ବୃଦ୍ଧି ପାଇପାରନ୍ତା।
ଗଣେଶ୍ୱର ଖଟେଇ, ବଡଚାଷୀ(ମଣିପୁର)
ଯଦି କେବେ ୩ୟ ବିଶ୍ୱଯୁଦ୍ଧ ହୁଏ, ବିଭିନ୍ନ ଦେଶ ମଧ୍ୟରେ ଜଳ ବିବାଦକୁ ନେଇ ଏହି ଯୁଦ୍ଧ ହେବ। କାରଣ ସମଗ୍ର ପୃଥିବୀରେ ଏବେ ଜଳ ସଙ୍କଟ ତୀବ୍ର ହେବାରେ ଲାଗିଛି। ଅତ୍ୟନ୍ତ ଦୁଃଖର କଥା, ଯେଉଁ ପରିମାଣର ଜଳ ମହାନଦୀର ତଳ ମୁଣ୍ଡରେ ପ୍ରବାହିତ ହେଉଛି, ତାହାର ସିଂହ ଭାଗ ସମୁଦ୍ରକୁ ବହିଯାଉଛି। ଓଡିଶାରେ ୯୫,୫୪୦ ନିୟୁତ ଘନ ମିଟର ଭୂପୃଷ୍ଠ ଜଳରୁ ୫୦,୬୪୦ ନିୟୁତ ଘନ ମିଟର ଜଳ ସମୁଦ୍ରରେ ମିଶୁଛି। ଜଳ ସମ୍ପଦର ସଂରକ୍ଷଣ ଅଭାବରୁ ଓଡିଶାରେ ଜଳ ସଙ୍କଟ ଦେଖାଦେଇଛି।

ଡ. ପବିତ୍ର କୁମାର ସୁବୁଦ୍ଧି, ଶିକ୍ଷାବିତ୍‌ (ପଦ୍ମାବତୀ)
ମହାନଦୀରେ ଜମା ହେଉଥିବା ପାଣିରୁ ଗାଁ ମୁଣ୍ଡରେ ଥିବା ଅକୁରାସରନାଳ ସୃଷ୍ଟି ହୋଇଛି ବୋଲି ଉଭୟ ମିଶ୍ର ଓ ଲେଙ୍କା କହିଥିଲେ। ପ୍ରାୟ ୩୦ ଏକର ପରିମିତ ଏହି ନାଳକୁ ଯଦି ଆବଶ୍ୟକ ରକ୍ଷଣାବେକ୍ଷଣ ତଥା ଜଳ ସଂରକ୍ଷଣ ପାଇଁ ସ୍ଥାୟୀ ବ୍ୟବସ୍ଥା କରାଯାଇପାରନ୍ତା ତେବେ ବଳରାମପ୍ରସାଦ ସମେତ ସିଧାମୂଳା, ଦୁଆରଗାଁ, ଗଣିଆ ବ୍ଲକ ଅନ୍ତର୍ଗତ ପତୁରିଆ, ଖଲିସରା ଆଦି ୫ ମୌଜାର ପ୍ରାୟ ଏକ ହଜାର ଏକର ଜମିରେ ବର୍ଷ ସାରା ଧାନ ଫସଲ ସହିତ ରବିି ଫସଲ ଉପତ୍ାଦିତ ହୋଇପାରନ୍ତା ବୋଲି ଭୟ ମତ ଦେଇଥିଲେ। ଜଳସେଚନର ବ୍ୟବସ୍ଥା କରିପାରିଲେ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ହଜାର ହଜାର ଏକର ଜମିରେ ସୁନାର ଫସଲ ଉତ୍ପାଦନ ହୋଇପାରନ୍ତା।
ଘନଶ୍ୟାମ ମିଶ୍ର ଓ ସନାତନ ଲେଙ୍କା(ବଳରାମ ପ୍ରସାଦ ଗ୍ରାମବାସୀ)
ଖଣ୍ଡପଡ଼ା-ପଦ୍ମାବତୀ-କରବର ମଧ୍ୟରେ ଏକ ବ୍ୟାରେଜ୍‌ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି। ଯଦି ଏହା ଗ୍ରହଣୀୟ ହୁଏ ତେବେ ସମ୍ପୂର୍ଣ୍ଣ ଭାପୁର ବ୍ଲକର କୃଷକ ଓ କୃଷିର ଉନ୍ନତି ହୋଇପାରିବ। ଏହି ପ୍ରକଳ୍ପ ପାଇଁ ପ୍ରାୟ ୨ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଏତେ ଅର୍ଥ ବ୍ୟୟ କରିବା ପାଇଁ ସରକାରଙ୍କ ପାଖରେ ସମ୍ବଳ ନାହିଁ। ପ୍ରାୟ ଅର୍ଥ କାଳିଆ ଯୋଜନାରେ ବିନିଯୋଗ ହୋଇଛି। ତେଣୁ ଏହି ଯୋଜନା କରିବା ସମ୍ଭବ ନୁହେଁ। ଯଦି ମହାନଦୀର ବିଭିନ୍ନ ସ୍ଥାନରେ ୫/୬ଟି ବ୍ୟାରେଜ୍‌ ନିର୍ମାଣ କରାଯାଆନ୍ତା ତେବେ ମହାନଦୀର ଜଳ ସମୁଦ୍ରକୁ ଯାଇ ପାରନ୍ତା ନାହିଁ। ଜଳ ସଂରକ୍ଷଣ ଫଳରେ ଜଳସେଚନର ସୁବିଧା ହୋଇପାରନ୍ତା।
ଅନୁଭବ ପଟ୍ଟନାୟକ, ପୂର୍ବତନ ବିଧାୟକ(ଖଣ୍ଡପଡ଼ା)
କୁସୁମୀ ନଦୀରୁ ସୃଷ୍ଟି ହୋଇଥିବା ନାଳ ଦୀର୍ଘ ୮/୧୦ କିମିରୁ ଊର୍ଦ୍ଧ୍ୱ ଜଗନ୍ନାଥ ପ୍ରସାଦ ଓ ବୋଲଗଡ଼ ଅଞ୍ଚଳର କିଛ ଅଂଶକୁ ପରିବ୍ୟାପ୍ତ। ଏହାର ଦୁଇ ପାର୍ଶ୍ୱରେ ପ୍ରାୟ ୫ ହଜାର ଏକରରୁ ଊର୍ଦ୍ଧ୍ୱ ଜମି ରହିଛି। ଏହି ନାଳରେ ବନ୍ଧବାନ୍ଧି ଜଳସେଚନର ସୁବିଧା କରାଗଲେ କୃଷି ଓ କୃଷକର ଉନ୍ନତି ହୋଇପାରନ୍ତା। ଏହାଛଡ଼ା ବୋରଗାଁଠାରେ ଅବସ୍ଥିତ ସଢ଼େଇପାଟକୁ ଖନନ କରାଯାଇ ଜଳସେଚନର ସୁବିଧା କରାଗଲେ ଏହାର ଚାରିପାଖସ୍ଥିତ ୩ ପଞ୍ଚାୟତର ଚାଷୀ ଉପକୃତ ହୋଇପାରନ୍ତେ।
ବିକ୍ରମ ସାହୁ, ଆଡଭୋକେଟ୍‌ ( ଖଣ୍ଡପଡ଼ା ଅଞ୍ଚଳ)

ଅଜୟ କୁମାର ମହାରଣା


Enter your email to get our daily news in your inbox.

All Right Reserved By Dharitri.Com

ଲୋକସେବା ଭବନରେ ରିଲ୍ସ ନେଇ ଆସିବ ଗାଇଡ୍‌ଲାଇନ୍‌, ମନ୍ତ୍ରୀ କହିଲେ ସତ ଜଣାପଡ଼ିଲେ…

ଭୁବନେଶ୍ୱର,୨ା୧: ଲୋକସେବା ଭବନରେ ରିଲ୍ସ କରିବାକୁ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଲୋକସେବା ଭବନରେ ରିଲ୍ସ ପାଇଁ...

ରାଜ୍ୟସ୍ତରୀୟ ଧନୁଯାତ୍ରା କୁଇଜ୍‌ ପ୍ରତିଯୋଗିତା: ପ୍ରଥମ ସ୍ଥାନରେ…

ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଐତିହ୍ୟ ଓ ପରମ୍ପରାକୁ ବର୍ତ୍ତମାନର ଛାତ୍ରୀଛାତ୍ରମାନଙ୍କୁ ଅବଗତ କରାଇବା ପାଇଁ ସ୍ଥାନୀୟ ଲେଙ୍ଗୁମିଶ୍ର ଷ୍ଟାଡିୟମରେ ଆୟୋଜିତ ହସ୍ତତନ୍ତ ମେଳା...

‘ବିହାରରେ ୨୫ ହଜାରରେ ମିଳିଯିବେ ଝିଅ’, ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ମନ୍ତ୍ରୀ ରେଖା ଆର୍ଯ୍ୟାଙ୍କ ସ୍ବାମୀ

ଡେରାଡୁନ,୨।୧: ଉତ୍ତରାଖଣ୍ଡର ମହିଳା ସଶକ୍ତିକରଣ ମନ୍ତ୍ରୀ ରେଖା ଆର୍ଯ୍ୟଙ୍କ ସ୍ବାମୀ ଗିରଧାରୀ ଲାଲ ସାହୁଙ୍କ ଏକ ବୟାନ ବର୍ତ୍ତମାନ ଉତ୍ତରାଖଣ୍ଡରେ ରାଜନୈତିକ ଝଡ଼ ସୃଷ୍ଟି କରୁଛି।...

୧୪ ଦିନ ପରେ ପଡ଼ିଥାନ୍ତା ହାତଗଣ୍ଠି, ସୁନିତାଙ୍କ ସହ ଫେରାର ହୋଇଗଲେ କନ୍ୟା: ପଛର କାରଣ ଜାଣିଲେ ଉଡ଼ିଯିବ ହୋଶ୍‌

ଚଣ୍ଡିଗଡ,୨।୧: ସମଲିଙ୍ଗୀ ବିବାହକୁ ଆଇନଗତ ଭାବରେ ସ୍ବୀକୃତି ମିଳିଥିଲେ ମଧ୍ୟ ସମାଜର ଧାରଣା ସମ୍ପୂର୍ଣ୍ଣ ବଦଳି ନାହିଁ। ପଞ୍ଜାବର ତରନତାରଣରୁ ଏକ ମାମଲା ଚର୍ଚ୍ଚାରେ ରହିଛି।...

ପୁରୀ ବଳଗଣ୍ଡି ଛକରେ ସ୍କୁଟିକୁ ଧକ୍କା ଦେଲା ବୋଲେରୋ, ନାବାଳକ ମୃତ

ପୁରୀ, ୨/୧( ଅଜିତ୍ କୁମାର ମହାନ୍ତି ): ସକାଳୁ ସକାଳୁ ବଡ଼ଦାଣ୍ଡରେ ଦୁର୍ଘଟଣା । ଶୁକ୍ରବାର ପୂର୍ବାହ୍ନରେ ପୁରୀ ବଡ଼ଦାଣ୍ଡରେ ଏକ ଅଭାବନୀୟ ଘଟଣା ଦେଖିବାକୁ...

୨୦୨୬ରେ ୩ ବଡ଼ ମାଇଲଖୁଣ୍ଟ ଅତିକ୍ରମ କରିବେ ବିରାଟ! ନ୍ୟୁଜିଲାଣ୍ଡ ସିରିଜର ପ୍ରଥମ ମ୍ୟାଚରୁ ହେବ ଆରମ୍ଭ!

ନୂଆଦିଲ୍ଲୀ,୨।୧: ୨୦୨୫ ମସିହାରେ ବିରାଟ କୋହଲିଙ୍କ ପାଇଁ ବହୁତ କିଛି ଘଟିଥିଲା। ସେ ଏପରି କିଛି ସଫଳତା ହାସଲ କରିଥିଲେ ଯାହା ସେ ଏପର୍ଯ୍ୟନ୍ତ ପାଇ...

ପର୍ଯ୍ୟଟନସ୍ଥଳୀରେ ଜମୁଛି ଲୋକଙ୍କ ଭିଡ଼, ୧୧୦ ଫୁଟ ଉଚ୍ଚର ବତିଘର ଉପରୁ ସେଲ୍‌ଫି ନେଇ…

ମହାକାଳପଡ଼ା,୨ା୧ (ପ୍ରତାପ ଚନ୍ଦ୍ର ସ୍ବାଇଁ): ନୂଆବର୍ଷରେ ବିଭିନ୍ନ ଧାର୍ମିକ ପୀଠ ଓ ପର୍ଯ୍ୟଟନ ସ୍ଥଳରେ  ଶ୍ରଦ୍ଧାଳୁମାନଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ...

ଏସବୁ ଦେଶ ସବୁଠୁ ଅଧିକ କିଣନ୍ତି ଅସ୍ତ୍ରଶସ୍ତ୍ର, ଜାଣନ୍ତୁ କେତେ ନମ୍ବରରେ ରହିଛି ଭାରତ

ନୂଆଦିଲ୍ଲୀ,୨ା୧: ଷ୍ଟକ୍‌ହୋମ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ (SIPRI)ର ସଦ୍ୟତମ ରିପୋର୍ଟ ଅନୁଯାୟୀ, ବିଶ୍ୱ ଅସ୍ତ୍ରଶସ୍ତ୍ର ବାଣିଜ୍ୟ ଉପରେ ଆଲୋକପାତ କରିଛି। ରିପୋର୍ଟ ଅନୁଯାୟୀ, ୨୦୨୦ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri