ପ୍ରକଳ୍ପ ଥାଇ ବି ପୋଖରୀ ଭରସା

ଆରଡ଼ି, ୧୩।୧୨ (ଡି.ଏନ.ଏ.)- ଗ୍ରାମାଞ୍ଚଳରେ ଲୋକଙ୍କୁ ସୁବିଧାରେ ପାନୀୟଜଳ ଯୋଗାଇ ଦେବା ପାଇଁ ନିର୍ମାଣ କରାଯାଇଛି ଜଳ ପ୍ରକଳ୍ପ। ସେଥିଲାଗି ଆଉ ଗାଁରେ ସରକାରୀ ନଳକୂପ ବସାଯାଉନି। ହେଲେ ପ୍ରକଳ୍ପ ଚଳାଇବା ପାଇଁ ନିଯୁକ୍ତ କର୍ମଚାରୀଙ୍କ ଖାମଖିଆଲି ନୀତି ଯୋଗୁ ଗାଁ ଲୋକେ ପାଇପ୍‌ ପାଣି ପାଇବାରେ ହଇରାଣ ହେଉଛନ୍ତି। ଗାଁରେ ଏକମାତ୍ର ନଳକୂପ ଥିବାବେଳେ ତାହା ବହୁଦିନର ହୋଇଯାଇଥିବାରୁ ଗୋଟିଏ ମାଠିଆ ପୂରିବାକୁ ପ୍ରାୟ ୧୦ ମିନିଟ୍‌ ଲାଗୁଛି। ନଳକୂପ ଅଚଳ ହୋଇଗଲେ ଗାଁ ପୋଖରୀ ହିଁ ସାହା ଭରସା। ଏହା କୌଣସି ଉପାନ୍ତ ଅଞ୍ଚଳର ସମସ୍ୟା ନୁହେଁ ଭଦ୍ରକ ଜିଲା ତିହିଡ଼ି ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ତଳଦୁମୁକା ମହାକୁଡ଼ ସାହିରେ ଏଭଳି ସମସ୍ୟା ଲାଗି ରହିଛି।
ସୂଚନା ଅନୁଯାୟୀ, ଏହି ସାହିର ଲୋକସଂଖ୍ୟା ୫ ଶହରୁ ଊର୍ଦ୍ଧ୍ୱ। ପାନୀୟ ଜଳ ଯୋଗାଣ ପାଇଁ ଗାଁରେ ନିର୍ମିତ ହୋଇଛି ଜଳ ପ୍ରକଳ୍ପ। ଆବଶ୍ୟକ ଅନୁସାରେ ପାଣି ପାଇପାରୁ ନାହାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଆସୁଥିଲେ ମଧ୍ୟ କେହି ସେମାନଙ୍କ କଥା ଶୁଣୁ ନ ଥିବା କୁହାଯାଇଛି। ଲୋକେ ସାହିରେ ଥିବା ଏକମାତ୍ର ନଳକୂପରୁ ପାଣି ନେଇ ପିଉଛନ୍ତି। ନଳକୂପଟି ପୁରୁଣା ହୋଇଥିବାରୁ ସେଥିରୁ ଠିକ୍‌ ଭାବେ ପାଣି ବାହାରୁ ନାହିଁ। ସକାଳ ଓ ସନ୍ଧ୍ୟା ସମୟରେ ନଳକୂପ ପାଖରେ ଲୋକଙ୍କ ପ୍ରବଳ ଭିଡ଼ ଜମୁଛି। ନଳକୂପ ଖରାପ ହେଲେ ମରାମତି ପାଇଁ ୧୦ ଦିନରୁ ଅଧିକ ସମୟ ଲାଗୁଛି। ଏଣୁ ନଳକୂପ ଖରାପ ସମୟରେ ଲୋକେ ବାଧ୍ୟହୋଇ ଗଁା ପୋଖରୀ ପାଣିକୁ ପାନୀୟଜଳ ରୂପେ ବ୍ୟବହାର କରୁଛନ୍ତି। ପାନୀୟ ଜଳ ଯୋଗାଣ ଦାୟିତ୍ୱ ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଉପରେ ନ୍ୟସ୍ତ କରାଯାଇଥିବାବେଳେ ଏହି ସାହିରେ ଉତ୍କଟ ଜଳ ସମସ୍ୟା ପ୍ରତି ଦୃଷ୍ଟି ପଡୁ ନ ଥିବା କେତେକ ଲୋକ ପ୍ରକାଶ କରିଛନ୍ତି। ସେହିପରି ଜଳ ପ୍ରକଳ୍ପ କର୍ମଚାରୀ ମଧ୍ୟ ନିଜ ମନମାନିରେ ପାଣି ଯୋଗାଇଥାନ୍ତି ବୋଲି ଅଭିଯୋଗ ହୋଇଛି। ଖାଲି ସେତିକି ନୁହେଁ ସାଆଁଳପୁର ବିଦ୍ୟୁତ୍‌ ଷ୍ଟ୍ରକ୍‌ଚରଠାରୁ ପ୍ରାୟ ୧୫ କି.ମି. ଦୂରରେ ଏହି ଗାଁ ଥିବାରୁ ବିଦ୍ୟୁତ୍‌ ସମସ୍ୟା ସୃଷ୍ଟି ହେଉଛି। ବେଳେବେଳେ ୨ ଦିନ ଧରି ମଧ୍ୟ ଏହି ଗାଁକୁ ବିଦ୍ୟୁତ୍‌ ଯୋଗାଣ ବନ୍ଦ ରହେ। ଏହାଦ୍ୱାରା ପାଇପ୍‌ ପାଣି ଯୋଗାଣ ହୋଇପାରେ ନାହିଁ। ଫଳରେ ଲୋକେ ପାନୀୟଜଳ ପାଇବାରୁ ବଞ୍ଚିତ ହୁଅନ୍ତି। ମାସକ ମଧ୍ୟରେ ପାନୀୟଜଳ ସମସ୍ୟାର ସମାଧାନ କରା ନ ଗଲେ ଗ୍ରାମବାସୀ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବେ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଶ୍ୟାମସୁନ୍ଦରପୁର ସରପଞ୍ଚ ଝରଣା ବାରିକଙ୍କୁ ପଚାରିବାରୁ ସେ କହିଛନ୍ତି, ସେହି ଗାଁରେ ଜଳ ପ୍ରକଳ୍ପ ଥିବାରୁ ସେଠାରେ ନଳକୂପ ଆଉ ବସିପାରିବ ନାହିଁ। ଏହାଛଡ଼ା ସେହି ସାହିରେ ଥିବା ନଳକୂପ ଖରାପ ହେଲେ ମରାମତି ପାଇଁ ତୁରନ୍ତ ପଦକ୍ଷେପ ନିଆଯାଇଛି। ଗ୍ରାମବାସୀଙ୍କୁ ପାନୀୟଜଳ ଯୋଗାଣ ଲାଗି କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ସେଥିରେ ତ୍ରୁଟି ଥିଲେ ସୁଧାର ଆଣିବା ଲାଗି ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଦାଲତଙ୍କ ବିନା ଆଦେଶରେ ଗର୍ଭପାତ କରାଇପାରିବେ ଡାକ୍ତରୀ ଟିମ୍‌: ହାଇକୋର୍ଟ

କଟକ ଅଫିସ,୧୦।୪: ଗର୍ଭବତୀ ହୋଇଥିବା ଏକ ନାବାଳିକାର ଗର୍ଭପାତ ଲାଗି ଶୁକ୍ରବାର ହାଇକୋର୍ଟ ଏସ୍‌ସିବିର ଏକ ୩ଜଣିଆ ଡାକ୍ତରୀ ଟିମ୍‌ ଗଢ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି...

ଛାତ୍ରଙ୍କ ଆକାଉଣ୍ଟରୁ ୩୨ ହଜାର ଗାଏବ

ଭଞ୍ଜନଗର,୨୬।୬(ଡି.ଏନ.ଏ): ଭଞ୍ଜନଗର ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାରେ ଅନ୍‌ଲାଇନ ଠକେଇ ଦିନକୁ ଦିନ ବଢ଼ିବାରେ ଲାଗିଛି। ଶୁକ୍ରବାର ପୂର୍ବାହ୍ନରେ ସ୍ଥାନୀୟ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର...

ଶବରପଡ଼ା ଗାଁକୁ ନାହିଁ ସବୁଦିନିଆ ରାସ୍ତା

କୋକସରା,୭ା୧୨(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଡୁଡକାଠେଙ୍ଗା ପଞ୍ଚାୟତ ଶବରପଡା ଗାଁକୁ ସବୁଦିନିଆ ଭଲ ରାସ୍ତା ନାହିଁ। ଲୋକଙ୍କୁ ଯାତାୟାତ ପାଇଁ ଜମି ହିଡ ହିଁ...

ସାଳନ୍ଦୀ ହସ୍ପିଟାଲରେ ହେବ କରୋନା ରୋଗୀଙ୍କ ଚିକିତ୍ସା, ୧୨୦ ଶଯ୍ୟା ପ୍ରସ୍ତୁତ

ଭଦ୍ରକ ଅଫିସ,୮ା୪: କରୋନା ମହାମାରୀର ମୁକାବିଲା ଲାଗି ଜାରି ରହିଥିବା ଲକ୍‌ଡାଉନ୍‌ ପରିସ୍ଥିତିରେ ଭଦ୍ରକ ସହର ସକାଳ ୬ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ଦୋକାନ...

ନିଜ ଗଡ଼ ସୁରକ୍ଷିତ ରଖିପାରିଲେନି ପିସିସି ସଭାପତି

ଆନନ୍ଦପୁର,୨୬ା୩(ସ୍ବ.ପ୍ର.): ଆନନ୍ଦପୁର ପୌରପାଳିକାରେ କଂଗ୍ରେସର ଶୋଚନୀୟ ପରାଜୟ ବରଣ କରିଛି। ଖୋଦ୍‌ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଓ୍ବାର୍ଡ ନଂରେ କଂଗ୍ରେସର ଶୋଚନୀୟ ପରାଜୟ ହେବା...

୨୪ ସ୍ବାସ୍ଥ୍ୟକେନ୍ଦ୍ରକୁ ମିଳିବ କାୟାକଳ୍ପ ପୁରସ୍କାର

ଛତ୍ରପୁର,୨ା୩(ଡି.ଏନ.ଏ.) ସ୍ବାସ୍ଥ୍ୟକେନ୍ଦ୍ରର ସ୍ବଚ୍ଛତା ଓ ସଂକ୍ରମଣ ନିୟନ୍ତ୍ରଣ ପଦକ୍ଷେପକୁ ଦେଖି ଜାତୀୟ ସ୍ବାସ୍ଥ୍ୟ ମିଶନ ପକ୍ଷରୁ ପ୍ରତିବର୍ଷ କାୟାକଳ୍ପ ପୁରସ୍କାର ପ୍ରଦାନ କରାଯାଉଛି। ୨୦୧୯-୨୦ ବର୍ଷ ପାଇଁ...

ଅନ୍ତର୍ଜାତୀୟ ବ୍ରାଣ୍ଡ୍‌ର ଚାହିଦା ବଢ଼ୁଛି

ଜାତୀୟ ତଥା ଅନ୍ତର୍ଜାତୀୟ ବ୍ରାଣ୍ଡ୍‌ଗୁଡ଼ିକର ଆଦର ଆମ ରାଜ୍ୟରେ ବଢ଼ିଚାଲିଛି। ଗ୍ରାହକମାନେ ନିଜ ରୁଚିର ପୋଷାକ ବାଛିବାରେ ମନ ବଳାଉଛନ୍ତି। ଏହି ପରିପ୍ରେକ୍ଷୀରେ ବିଭିନ୍ନ ସହରରେ...

ଯୁକ୍ତ୨ ପରୀକ୍ଷା ଆରମ୍ଭ: କପି କରି ଧରାପଡ଼ିଲେ ୧୧ ବିଜ୍ଞାନ ଛାତ୍ରୀଛାତ୍ର

ଭୁବନେଶ୍ୱର, ୪ା୩(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ବିଜ୍ଞାନ ଛାତ୍ରୀଛାତ୍ର ମାତୃଭାଷା ଓଡ଼ିଆ...

Advertisement
Archives

Model This Week