ପ୍ରକଳ୍ପ ଅଛି, ପାନୀୟ ଜଳ ମିଳୁନି

ତେନ୍ତୁଳିଖୁଣ୍ଟି,୧।୫(ଡି.ଏନ.ଏ.): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ପରଜାବାରଙ୍ଗପଦର ଗ୍ରାମପଞ୍ଚାୟତ ଖାତିଗୁଡାଠାରେ ଜଳଯୋଗାଣ ପ୍ରକଳ୍ପ ରହିଛି। କିନ୍ତୁ ଏହା ଲୋକଙ୍କ ଆବଶ୍ୟକତା ପୂରଣ କରି ପାରୁ ନାହିଁ। ପ୍ରକଳ୍ପ ଥାଇ ମଧ୍ୟ ବହୁ ସାହିବାସିନ୍ଦା ପାନୀୟ ଜଳରୁ ବଞ୍ଚିତ ହେଉଛନ୍ତି। ଏହି ପ୍ରକଳ୍ପ ଦ୍ୱାରା ଖାତିଗୁଡାର ପାଇକ, ଗଉଡ, କୁମ୍ଭାର, ହରିଜନ, ଆଦିବାସୀ ଓ ଖ୍ରୀଷ୍ଟିଆନ ସାହି ସମେତ ଝାଲିଆଗୁଡା ମାର୍କେଟର ମାଉସୀମା ମନ୍ଦିର ପର୍ଯ୍ୟନ୍ତ ପାଣି ଯୋଗାଇବା ପାଇଁ ଷ୍ଟାଣ୍ଡ ପଏଣ୍ଟ ନିର୍ମାଣ କରାଯାଇଛି। ତେବେ ପ୍ରକଳ୍ପ ଆରମ୍ଭ ହେବାର କିଛି ଦିନ ପର୍ଯ୍ୟନ୍ତ ଝାଲିଆଗୁଡା ମାର୍କେଟର ପୋଲିସ ଷ୍ଟେଶନ ପର୍ଯ୍ୟନ୍ତ ପାଣି ଯୋଗାଣ ହୋଇଥିଲା । କିନ୍ତୁ ଗତ ୨ ବର୍ଷ ହେଲା ଏହି ପ୍ରକଳ୍ପ ଦ୍ୱାରା ଝାଲିଆଗୁଡା ମାର୍କେଟକୁ ଜଳଯୋଗାଣ କରାଯାଉନି । ଖାତିଗୁଡା ଗ୍ରାମର ସବୁସାହିକୁ ମଧ୍ୟ ପାଣି ଆସୁ ନଥିବାରୁ ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଜଳଯୋଗାଣ ପ୍ରକଳ୍ପର ଦୁଇଟି ଯାକ ବୋରଓ୍ବେଲରେ ମୋଟର ଫିଟିଂ କରି ଓଭରହେଡ ଟାଙ୍କିରେ ଜଳ ରଖାଯାଇ ଯୋଗାଣ କଲେ ଲକ୍ଷ୍ୟ ପୂରଣ ହୋଇପାରନ୍ତା । କିନ୍ତୁ ଜଳଯୋଗାଣ ପ୍ରକଳ୍ପର ଓଭରହେଡ ଟାଙ୍କି ନିର୍ମାଣ ଦିନଠାରୁ ଦିନଟିଏ ମଧ୍ୟ ବ୍ୟବହାର କରାଯାଇନାହିଁ । ଝାଲିଆଗୁଡା ମାର୍କେଟରେ ରହୁଥିବା ୧୩୦ ପରିବାର ପାଣି ପାଇଁ ଦୁଇଟି ନଳକୂପ ଏବଂ ଦୁଇଟି କୁଅ ଉପରେ ନିର୍ଭର କରୁଛନ୍ତି । ଝାଲିଆଗୁଡା ମାର୍କେଟ ଅଞ୍ଚଳକୁ ଜଳଯୋଗାଣ କରିବା ପାଇଁ ସରପଞ୍ଚ ବିଜୟ ଝୋଡିଆ କନିଷ୍ଠ ଯନ୍ତ୍ରୀ ଶିବରାମ ଦୀକ୍ଷିତଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳି ନାହିଁ। ତୁରନ୍ତ ସମସ୍ୟାର ସମାଧାନ କରା ନଗଲେ ଜଳଯୋଗାଣ ପ୍ରକଳ୍ପରେ ତାଲା ପକାଯିବା ସହ ଆନ୍ଦୋଳନାତ୍ମକ ପଦକ୍ଷେପ ନିଆଯିବ ବୋଲି ଚେତାବନୀ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବ ଗଛରୁ ପଡ଼ି ଯୁବକ ଗୁରୁତର : ରାସ୍ତା ଦେଇ ଆସୁଥିବା ଆଇଟିଡିଏ ଅଧିକାରୀ…

କଲ୍ୟାଣସିଂହପୁର,୧୪।୪ (ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥିବା ଏକ ଆମ୍ବ ଗଛରୁ ପଡ଼ି ସୋମବାର ଜଣେ…

ନିୟମଗିରି ଦୁର୍ଗମ ଅଞ୍ଚଳରେ ଲୋକଙ୍କ ସମସ୍ୟା ବୁଝିଲେ ଜିଲାପାଳ

କଲ୍ୟାଣସିଂହପୁର,୧୪।୪ (ଦୀପକ କୁମାର ପରିଡା): ରାୟଗଡା ଜିଲାପାଳ ଆଶୁତୋଷ କୁଲକର୍ଣ୍ଣି ସୋମବାର କଲ୍ୟାଣସିଂହପୁର ବ୍ଲକ୍‌ ପାର୍ସଲି ପଞ୍ଚାୟତର ନିୟମଗିରି ପାହାଡ଼ରେ ଥିବା ଦୁର୍ଗମ ଅଞ୍ଚଳ ପରିଦର୍ଶନ କରି…

ସରିଥିଲା ନିର୍ବନ୍ଧ ହୋଇଥାନ୍ତା ବାହାଘର: ହେଲେ ଜନ୍ମଦିନରେ ଜଳିଲା ଜୁଇ

ଟିକିରି,୧୪।୪ (ପ୍ରଫୁଲ୍ଲ କୁମାର ବେହେରା): ସୋମବାର ପାଳନ କରିଥାନ୍ତେ ୨୮ ତମ ଜନ୍ମଦିନ। ହେଲେ ବିଧିର ବିଧାନ କିଛି ଥିଲା ଅଲଗା । ଜନ୍ମଦିନ ପାଳନ କରିବା…

ଅଂଶୁଘାତରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ଗୁଣୁପୁର, ୧୩।୪(ସଂକେତ ପାତ୍ର): ଖରାଦିନ ଆରମ୍ଭ ସହିତ ଅଂଶୁଘାତ ଜନିତ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ରାୟଗଡା ଜିଲା ଗୁଣୁପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର…

ବନ୍ଧାହେଲେ କୁବେର ଗୁଡାରି ରେଞ୍ଜର

ଗୁଡାରି,୧୩।୪(ପ୍ରମୋଦ କୁମାର ପତି): ଗୁଡାରି ରେଞ୍ଜର ସୁକୁମାର ଦୁଖୁ ରବିବାର ରାତିରେ ଓଡିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଗୁଡାରି ରେଞ୍ଜର ନିଜ ଅଫିସ ଗାଡ଼ି (ବୋଲେରୋ…

ଗାଁରେ ନଛାଡି ବାଟରେ ମୃତଦେହ ଓହ୍ଲାଇଦେଲା ଆମ୍ବୁଲାନ୍ସ, ରାସ୍ତା ନ ଥିବାରୁ କାନ୍ଧରେ ବୋହିଲେ ଗ୍ରାମବାସୀ

ଗୁଡାରି,୧୩ା୪( ପ୍ରମୋଦ କୁମାର ପତି ): ଡାକ୍ତରଖାନାରୁ ମୃତଦେହ ଗ୍ରାମକୁ ନେଲାନି ଆମ୍ବୁଲାନ୍ସ । ରାସ୍ତା ଖରାପ ଯାଇହେବନି କହି ମୃତଦେହ ଓହ୍ଲାଇ ଦେଲା ଗ୍ରାମଠାରୁ ୩…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି କରି ଶପଥ ନେଲା ସୁରକ୍ଷା ସମିତି

ଗୁଣପୁର,୧୨ା୪(ସୁଜାତା ପାଢ଼ୀ): ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି ନେଇ ଏକ ଅଭିନବ ଢଙ୍ଗରେ ନଦୀ ତଟବର୍ତ୍ତୀ ଗ୍ରାମ ଗଜପତି ଜିଲା ସାରା ଗ୍ରାମରେ ଜଳସଂକଳ୍ପ ଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri