ପୌର ପ୍ରଶାସନର କାର୍ଯ୍ୟକୁ ନେଇ ସନ୍ଦେହରେ କର୍ମଚାରୀ;୯ ମାସ ହେବ ଜମା ହେଉନି ଇପିଏଫ୍‌ ଅର୍ଥ

ଅନୁଗୋଳ ଅଫିସ, ୧୭ା୧୦: ଅନୁଗୋଳ ପୌରପାଳିକାରେ କାର୍ଯ୍ୟରତ କର୍ମଚାରୀଙ୍କ ଦରମାରୁ ପ୍ରତି ମାସରେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍‌) ବାବଦ ଅର୍ଥ କଟୁଛି। କିନ୍ତୁ କଟାଯାଉଥିବା ଅର୍ଥକୁ ପୌର ପ୍ରଶାସନ ଇପିଏଫ୍‌ ଫଣ୍ଡରେ ଜମା କରୁନାହିଁ। ଦୀର୍ଘ ୯ ମାସ ହେବ କର୍ତ୍ତୃପକ୍ଷଙ୍କ ଏପରି କାର୍ଯ୍ୟକୁ ନେଇ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ଏପରି ଖାମଖିଆଲି କାର୍ଯ୍ୟ ଯୋଗୁ ଆଗାମୀ ଦିନରେ ପୌର ପ୍ରଶାସନକୁ ହଜାର ହଜାର ଟଙ୍କା ଅଯଥାରେ ଜରିମାନା ବାବଦକୁ ଦେବାକୁ ପଡ଼ିବ। ତେବେ ଉକ୍ତ ଜରିମାନା ଅର୍ଥ ପୌରପାଳିକା କେଉଁ ଫଣ୍ଡରୁ ନେବ ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି।
ଅନୁଗୋଳ ପୌରପାଳିକାରେ ଏବେ ପ୍ରାୟ ୮୦ ଜଣ କର୍ମଚାରୀଙ୍କ ଦରମାରୁ ଇପିଏଫ ବାବଦ ଅର୍ଥ କଟାଯାଉଛି। କର୍ମଚାରୀଙ୍କ ଦରମାରୁ ୧୨.୫ ପ୍ରତିଶତ କଟୁଥିବା ବେଳେ ନିୟମ ଅନୁଯାୟୀ ପୌରପାଳିକା ୧୨.୫ ପ୍ରତିଶତ ଜମା କରୁଛି। ହେଲେ ଗତ ଜାନୁୟାରୀ ମାସରୁ ଏହା ସିଧାସଳଖ ଇପିଏଫ୍‌ ଫଣ୍ଡରେ ଜମା ନ କରାଯାଇ ବ୍ୟାଙ୍କରେ ରଖାଯାଉଛି। କେଉଁ କାରଣରୁ ପୌର କର୍ତ୍ତୃପକ୍ଷ ଟଙ୍କା ଇପିଏଫ୍‌ ଫଣ୍ଡରେ ଜମା କରୁନାହାନ୍ତି ସେ ନେଇ କେହି ମୁହଁ ଖୋଲୁ ନ ଥିବା ବେଳେ ଏଣେ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ନିୟମ ଅନୁଯାୟୀ ପ୍ରତି ମାସର ଦରମାରୁ କଟିଥିବା ଇପିଏଫ୍‌ ଅର୍ଥ ପରବର୍ତ୍ତୀ ମାସ ମଧ୍ୟରେ ଜମା ହେବା କଥା। ନଚେତ ଭବିଷ୍ୟନିଧି ବିଭାଗ ପକ୍ଷରୁ ଉକ୍ତ କାର୍ଯ୍ୟାଳୟ ଉପରେ ପେନାଲ ଡ୍ୟାମେଜ ଚାର୍ଜ ଲଗାଯାଇଥାଏ। ଏହାକୁ ଦୃଷ୍ଟିରେ ରଖିଲେ ପୌରପାଳିକା ଉପରେ ୯ ମାସର ପେନାଲ ଡ୍ୟାମେଜ ଚାର୍ଜ ଲାଗିବ। ସ୍ଲାବ ଅନୁଯାୟୀ ଚାର୍ଜ ଲାଗୁ କରାଯାଉଥିବାରୁ ଜରିମାନା ବାବଦରେ ପୌରପାଳିକାକୁ ବହୁ ପରିମାଣର ଅର୍ଥ ଜମା କରିବାକୁ ପଡ଼ିବ। ସେହିପରି ପୌରପାଳିକା ଇପିଏଫ ଟଙ୍କା ଯେଉଁ ବ୍ୟାଙ୍କ ଆକାଉଣ୍ଟରେ ଜମା କରୁଛି ତାହା ଇପିଏଫ ବିଭାଗ ସହ ଲିଙ୍କ୍‌ ନ ଥିବାରୁ ସେଥିରୁ ଟଙ୍କା ଭରଣା କରିବା ମଧ୍ୟ ସମସ୍ୟା ହେଉଛି। କିନ୍ତୁ ଏହା ପଛରେ ପ୍ରକୃତରେ କ’ଣ କାରଣ ରହିଛି ତାହାକୁ ନେଇ କର୍ମଚାରୀଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଛି। ଏ ନେଇ ପୌରନିର୍ବାହୀ ଅଧିକାରୀ ପଣ୍ଡା କହିଛନ୍ତି, କିଛି ଅସୁବିଧା ଥିବାରୁ ଏହା ଜମା ହୋଇପାରିନାହିଁ। ତୁରନ୍ତ ଅର୍ଥ କିପରି ଇପିଏଫ୍‌ ଫଣ୍ଡରେ ଜମା କରାଯିବ ସେ ନେଇ ବ୍ୟବସ୍ଥା କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ଡିିଜେଏମ୍‌ଙ୍କ ରାୟକୁ ଚାଲେଞ୍ଜ କଲେ ତପସ୍ବିନୀ

ବ୍ରହ୍ମପୁର ଅଫିସ,୨୨।୧୨: ବହୁ ଚର୍ଚ୍ଚିତ ଡା.ସୁମିତ ସାହୁ-ତପସ୍ବିନୀ ଦାଶଙ୍କ ବିବାଦ ଏବେ ଦିନକୁ ଦିନ ଭିନ୍ନ ମୋଡ଼ ନେଉଛି। ନ୍ୟାୟ ଭିକ୍ଷା କରି ବୋହୂ ତପସ୍ବିନୀ...

ବଜ୍ରପାତରେ ମହିଳା ମୃତ, ଯୁବକ ଗୁରୁତର

ପାଟଣା,୨୫ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଚିନାବାଳିପଶି ପଞ୍ଚାୟତ କେତାଙ୍ଗ ଗ୍ରାମରେ ଗୁରୁବାର ଅପରାହ୍ନରେ ବଜ୍ରପାତରେ ଜଣେ ବିବାହିତା ମହିଳାଙ୍କ ମୃତ୍ୟୁ ଘଟିଛି। ମହିଳା ଜଣକ...

ସେବାୟତଙ୍କୁ ହାତ ଉଠାଇବା ଅଭିଯୋଗରେ କନଷ୍ଟେବଳଙ୍କ ବଦଳି

ଆରଡ଼ି, ୨ା୯ (ଡି.ଏନ.ଏ.)- ଭଦ୍ରକ ଜିଲାର ଶୈବପୀଠ ଆଖଣ୍ଡଳମଣି ମନ୍ଦିର ପରିସରରେ ସୋମବାର ପୂର୍ବାହ୍ନରେ ଜଣେ ସେବାୟତଙ୍କୁ ହାତ ଉଠାଇବା ଅଭିଯୋଗରେ ଆରଡ଼ି ଫାଣ୍ଡିର ଜଣେ...

ଉଦଳା ନିର୍ବାଚନମଣ୍ଡଳୀରେ ବିଜେଡି ଆଗୁଆ

ବାରିପଦା ଅଫିସ,୨୩ା୫: ମୟୂରଭଞ୍ଜ ଜିଲା ଉଦଳା ନିର୍ବାଚନମଣ୍ଡଳୀରେ ବିଜେଡି ଆଗୁଆ ରହିଛି। ବିଜେଡିର ଶ୍ରୀନାଥ ସୋରେନ ୨୭୮୪ ଖଣ୍ଡ ଭୋଟରେ ଆଗୁଆ ଥିବାବେଳେ ଭାଜପାର ଭାସ୍କର...

କଟକର ଏକ କୋଚିଂ ସେଣ୍ଟର ସିଲ୍‌ କଲା ସିଏମ୍‌ସି

କଟକ ଅଫିସ,୮।୪: କଟକର ଅରୁଣଦୋୟ ନଗରସ୍ଥିତ ଏକ କୋଚିଂ ସେଣ୍ଟରକୁ ଗୁରୁବାର ସିଏମ୍‌ସି ସିଲ୍‌ କରିଛି। କୋଭିଡ୍‌ ଗାଇଡ୍‌ଲାଇନ୍‌ ଉଲ୍ଲଂଘନ ଅଭିଯୋଗରେ ଏହି ସେଣ୍ଟରକୁ ସିଲ୍‌...

କାକଟପୁର, ଅସ୍ତରଙ୍ଗରେ ସ୍ବାଧୀନତା ଦିବସ

କାକଟପୁର,୧୫ା୮(ଡି.ଏନ୍‌.ଏ.): ପୁରୀ ଜିଲା କାକଟପୁର ଓ ଅସ୍ତରଙ୍ଗ ଅଞ୍ଚଳରେ ଗୁରୁବାର ୭୩ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ପ୍ରବଳ ବର୍ଷା ସତ୍ତ୍ୱେ କାକଟପୁର ମିନିଷ୍ଟାଡ଼ିୟମ୍‌ଠାରେ କାକଟପୁର...

ନାଲ୍‌କୋ ସ୍ମେଲଟର ପୂର୍ବତନ ଜିଏମ୍‌ଙ୍କୁ ୨ ବର୍ଷ ଜେଲ

ଅନୁଗୋଳ ଅଫିସ, ୨୭।୯-ନାଲ୍‌କୋର ପୂର୍ବତନ ମହାପ୍ରବନ୍ଧକ ଶମ୍ଭୁ ଦୟାଲ ଚୌହାରିଆଙ୍କୁ ଅନୁଗୋଳ ଏସ୍‌ଡିଜେଏମ୍‌ କୋର୍ଟ ଗୁରୁବାର ଏକ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ୨ ଜଣଙ୍କ...

ଆଇସୋଲେଶନ କେନ୍ଦ୍ର ପରିଦର୍ଶନ କଲେ ଦେବଗଡ଼ ବିଧାୟକ

ଦେବଗଡ଼,୧୦ା୪(ଡି.ଏନ୍‌.ଏ.): କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଜିଲାର ବିଭିନ୍ନ ପଞ୍ଚାୟତରେ ଆଇସୋଲେଶନ କେନ୍ଦ୍ର କରାଯାଇଛି। ଇତିମଧ୍ୟରେ ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଜିଲାର...

Advertisement
Archives

Model This Week