ପୋସ୍କୋ ପରେ ଜେଏସ୍‌ଡବ୍ଲ୍ୟୁ ବିରୋଧରେ ଶାଣିତ ହେଲାଣି ସ୍ବର: ଜନଶୁଣାଣିକୁ ବିରୋଧ କରିବାକୁ ନିଷ୍ପତ୍ତି

ଜଗତ୍‌ସିଂହପୁର ଅଫିସ/କୁଜଙ୍ଗ,୩୦।୧୦(ସ୍ବ.ପ୍ର.): ଓଡ଼ିଶାରୁ ପୋସ୍କୋ ବିଦାୟ ନେବା ପରେ କମ୍ପାନୀ ପାଇଁ ଜଗତ୍‌ସିଂହପୁର ଜିଲାର ଢିଙ୍କିଆ ଚାରି ଦେଶର ଯେଉଁ ଜମି ଅଧିଗୃହିତ ହୋଇଥିଲା, ତା’ ଉପରେ ନଜର ପକାଇଛି ଜେଏସ୍‌ଡବ୍ଲ୍ୟୁ। ରାଜ୍ୟ ସରକାରଙ୍କ ସହ ବୁଝାମଣା ସର୍ତ୍ତରେ ଏଠାରେ କାରଖାନା ପ୍ରତିଷ୍ଠା ପାଇଁ ଜେଏସ୍‌ଡବ୍ଲ୍ୟୁ ପ୍ରକ୍ରିୟା ଜାରି ରଖିଛି। ଏଥିପାଇଁ ପରିବେଶ ମଞ୍ଜୁରୀ ନିମନ୍ତେ ଆସନ୍ତା ନଭେମ୍ବର ୨୨ ତାରିଖରେ ଜନଶୁଣାଣି କରାଯିବ ବୋଲି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଚିଠି ସଂଖ୍ୟା-୧୧୦୪୭ରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଫଳରେ ଏହି ଅଞ୍ଚଳରେ ଏବେ ପୁଣି ଜନଆନ୍ଦୋଳନ ସୂତ୍ରପାତ ହେବାକୁଯାଉଛି। କାରଣ ପୋସ୍କୋ ପାଇଁ ଜମି ଅଧିଗ୍ରହଣ ବେଳେ ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ଅଦ୍ୟାବଧି ପାଳନ କରାଯାଇନାହିଁ। ଏପରିକି ଅନେକ ଲୋକଙ୍କୁ କ୍ଷତିପୂରଣ ମିଳିନାହିଁ। ଏ ସବୁକୁ ଅଣଦେଖା କରି ପୁଣି ଏଠାରେ କାରଖାନା ପ୍ରତିଷ୍ଠା କରିବାକୁ ଉଦ୍ୟମ ଚାଲିଥିବାରୁ ସ୍ଥାନୀୟ ଅଞ୍ଚଳରେ ବିରୋଧର ସ୍ବର ଶାଣିତ ହେବାରେ ଲାଗିଲାଣି। ମଙ୍ଗଳବାର ଏନେଇ ଢିଙ୍କିଆ ଚାରିଦେଶର ୩ ପଞ୍ଚାୟତ ଢ଼ିଙ୍କିଆ, ନୂଆଗାଁ ଓ ଗଡ଼କୁଜଙ୍ଗର ଲୋକେ ସ୍ଥାନୀୟ ବାହ୍ଲାଢିପ ମଠରେ ଏକ ବୈଠକ କରିଛନ୍ତି। ବଂଶିଧର ମନ୍ତ୍ରୀଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ବୈଠକରେ ଆସନ୍ତା ୨୨ ତାରିଖରେ ହେବାକୁ ଥିବା ଜନଶୁଣାଣିକୁ ତୀବ୍ର ବିରୋଧ କରିବାକୁ ନିଷ୍ପତ୍ତି ହୋଇଛି। ଏଥିସହ ଜେଏସ୍‌ଡବ୍ଲ୍ୟୁର କର୍ମଚାରୀମାନେ ଯେଭଳି ଲୁଚିଛପି ଜନ ଶୁଣାଣିକୁ ସଫଳ କରିବାକୁ ସ୍ଥାନୀୟ ଯୁବକମାନଙ୍କୁ ପ୍ରଲୋଭିତ କରୁଛନ୍ତି, ତାହା ସଫଳ ହେବାକୁ ଦିଆଯିବ ନାହିଁ ବୋଲି କୁହାଯାଇଛି। ବୈଠକରେ ଭ୍ରମରବର ଦାସ, ସମରେନ୍ଦ୍ର ନାୟକ, ରଶ୍ମିରଞ୍ଜନ ନାୟକ, ପ୍ରକାଶ ଜେନା, ଟୁନା ବରାଳ, ନୃସିଂହ ବେହେରା, ପ୍ରଶାନ୍ତ ଦାସ, ଅକ୍ଷୟ ଦାସ, ଯଦୁନାଥ ପରିଡ଼ା, ନିତ୍ୟାନନ୍ଦ ସ୍ବାଇଁ, ରଞ୍ଜନ ନାୟକ, ମନୋରମା ଖଟୁଆ, ସୂଜାତା ସାହାଣୀ, ଅନିତା ପାତ୍ର ଓ ପ୍ରଶାନ୍ତ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁବୁଠି ଉଡ଼ିଲା ତ୍ରିରଙ୍ଗା

ଲାଞ୍ଜିଗଡ,୧୬।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ସ୍ଥାନରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଲାଞ୍ଜିଗଡ଼ ଯୁବକ ସଂଘ…

ଆଖି ସଂକ୍ରମଣରେ ପୀଡ଼ିତ ମାଖନା ହାତୀ: ବନ ବିଭାଗ ପକ୍ଷରୁ ମାଖନା ହାତୀର ସ୍ୱାସ୍ଥ୍ୟ ନିରୀକ୍ଷଣ

ବାଲେଶ୍ୱର,୧୫।୮( ବାଞ୍ଛାନିଧି ଦେ): ବାଲେଶ୍ୱର ବନ ବିଭାଗ ପକ୍ଷରୁ ଦୀର୍ଘ ୧୫ରୁ ୨୦ ଦିନ ଧରି କୁଲଡ଼ିହା ବନ୍ୟପ୍ରାଣୀ ରେଞ୍ଜ ପଞ୍ଚଲିଙ୍ଗେଶ୍ୱର ଅଞ୍ଚଳରେ ଏକ ମାଖନା (ଦାନ୍ତହୀନ…

ସିଜିମାଲି ପାହାଡ଼ରେ ଉଡ଼ିଲା ତ୍ରିରଙ୍ଗା

କଲ୍ୟାଣସିଂହପୁର,୧୫।୮(ଦୀପକ କୁମାର ପରିଡ଼ା): ବହୁ ଚର୍ଚ୍ଚିତ ସିଜିମାଲି ଅଞ୍ଚଳରେ ‘ମା’ ମାଟି ମାଳି ସୁରକ୍ଷା ମଞ୍ଚ’ ଆନୁକୂଲ୍ୟରେ ୮୦ତମ ସ୍ବଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ…

ସ୍ବାଧିନତା ଦିବସରେ ପୁରୁଷୋତ୍ତମପୁର NAC ଆଗରେ କାଉନସିଲର-ଜନସାଧାରଣଙ୍କ ଧାରଣା, ଆତ୍ମାହୁତି ଚେତାବନୀ

ପୁରୁଷୋତ୍ତମପୁର,୧୫।୮(ସବିତା ମିଶ୍ର): ସାରାଦେଶ ସ୍ବାଧିନତା ଦିବସକୁ ମହାଆଡ଼ମ୍ବରରେ ପାଳନ କରୁଥିବାବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସିର ଜନସାଧାରଣ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ପରାଧୀନ ଅବସ୍ଥାରେ ରହିଥିବା…

ଖୋର୍ଦ୍ଧାରେ ପତାକା ଉତ୍ତୋଳନ କଲେ ଜିଲାପାଳ

ଖୋର୍ଦ୍ଧା,୧୫।୮: ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ୮୦ତମ ଜିଲାସ୍ତରୀୟ ସ୍ବାଧୀନତା ଦିବସ ସମାରୋହ ବିଜେବି ହାଇସ୍କୁଲ ଖେଳପଡିଆରେ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ଜଲାପାଳ ଅମ୍ରିତ ଋତୁରାଜ…

କେସିଙ୍ଗାରେ ପାଳିତ ହେଲା ୮୦ ତମ ସ୍ବାଧୀନତା ଦିବସ

କେସିଙ୍ଗା,୧୫।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନଏସି କାର୍ଯ୍ୟାଳୟରେ ଅଧ୍ୟକ୍ଷ ନୃପରାଜ ଯାଦବ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସେହିପରି ବିଦ୍ୟାପୀଠ ଖେଳ ପଡିଆରେ ନାଗରିକକମିଟି ପକ୍ଷରୁ…

୪୯ ନମ୍ବର ଜାତୀୟ ରାଜପଥରେ ଭୂସ୍ଖଳନ, ଯାତାୟାତ ବାଧାପ୍ରାପ୍ତ

କେନ୍ଦୁଝର,୧୫।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ୪୯ ନମ୍ବର ଜାତୀୟ ରାଜପଥ କାଞ୍ଜିପାଣି ଥାନା ଅନ୍ତର୍ଗତ କାଞ୍ଜିପାଣି ଘାଟି ଓ…

ବ୍ରିଜ୍‌ ଉପରେ ସେଲ୍‌ଫି ନେଉନେଉ ନଦୀକୁ ଖସିପଡ଼ିଲେ ଯୁବତୀ, ଆଉ ତା’ ପରେ…

ବଲାଙ୍ଗୀର/ସଇଁନ୍ତଳା,୧୫ା୮(ସୁନିଲ କୁମାର ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁନ୍ତଳା ଥାନା ଅନ୍ତର୍ଗତ ବେଲଗାଁ ବ୍ରିଜ ଉପରେ ଜଣେ ଯୁବତୀ ସେଲ୍‌ଫି ନେଉଥିଲେ। ଏହି ସମୟରେ ହଠାତ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri