ପୋଷ୍ଟ ଅଫିସ୍‌ରେ ମିଳିବ କ୍ଷୁଦ୍ର ଋଣ

ନୂଆଦିଲ୍ଲୀ,୩-୮: ଏନ୍‌ଡିଏ ସରକାର କ୍ଷମତାରେ ଫେରିବା ପରେ ପୋଷ୍ଟ ଅଫିସ୍‌ର କାୟାକଳ୍ପ ବଦଳିବାରେ ଲାଗିଛି। ଚିଠି, ପାର୍ସଲ ମନିଅର୍ଡର ବାଣ୍ଟୁଥିବା ପୋଷ୍ଟ ଅଫିସ ଆଜି ବ୍ୟାଙ୍କିଙ୍ଗ୍‌ ସେବା ଯୋଗାଇବାରେ ଲାଗିଛି। ଇଣ୍ଡିଆ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କ(ଆଇପିପିବି) ଖୋଲିଯିବା ପରେ ପୋଷ୍ଟ ଅଫିସରେ ଅନ୍‌ଲାଇନ ବ୍ୟାଙ୍କିଙ୍ଗ୍‌ ସୁବିଧା ମିଳୁଛି। ପୋଷ୍ଟ ଅଫିସ ଏବେ ସେଭିଙ୍ଗସ୍‌ ଆକାଉଣ୍ଟ ଏବଂ ଫିକ୍ସଡ ଡିପୋଜିଟ ଭଳି ବ୍ୟାଙ୍କିଙ୍ଗ୍‌ ସେବା ଦେଉଥିବା ବେଳେ ଆଗାମୀ ଦିନରେ କ୍ଷୁଦ୍ର ଋଣ ପ୍ରଦାନ ସୁବିଧା ଯୋଗାଇଦେବ। ଏଣିକି ଆବଶ୍ୟକ ଥିବା ବେଳେ ଯେ କୌଣସି ବ୍ୟକ୍ତି ଖାତାଧାରୀ ହୋଇଥିଲେ ଋଣ ନେଇପାରିବେ। ଆଇପିପିବିକୁ କ୍ଷୁଦ୍ର ଫାଇନାନ୍ସ ବ୍ୟାଙ୍କ ଭାବେ ପରିଚାଳିତ କରିବାକୁ ପୋଷ୍ଟାଲ ବିଭାଗ ନିଷ୍ପତ୍ତି ନେଇଛି। ଜୁଲାଇ ୨୯ରୁ ୩୧ ଯାଏ ଜମ୍ମୁ-କଶ୍ମୀରରେ ଅନୁଷ୍ଠିତ ବାର୍ଷିକ ହେଡ୍‌ସ ଅଫ୍‌ ସର୍କଲ୍ସ କନ୍‌ଫରେନ୍ସରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ନ୍ୟୁ ଇଣ୍ଡିଆ’ ପଦକ୍ଷେପ ସହ ତାଳ ଦେଇ କାର୍ଯ୍ୟ କରିବା ଲକ୍ଷ୍ୟରେ ପୋଷ୍ଟାଲ ବିଭାଗ ପକ୍ଷରୁ ୫ ବର୍ଷିୟା ଲକ୍ଷ୍ୟ ନେଇ ୧୦୦ ଦିନିଆ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ପୋଷ୍ଟ ଅଫିସ ବର୍ତ୍ତମାନ ଗ୍ରାହକଙ୍କୁ ସେଭିଙ୍ଗସ ଆକାଉଣ୍ଟ, କରେଣ୍ଟ ଆକାଉଣ୍ଟ ଖୋଲିବା, ଗ୍ରୁପ୍‌ ଟର୍ମ ଇନ୍‌ସ୍ୟୁରାନ୍ସ, ବିଲ୍‌ ପେମେଣ୍ଟସ ଓ ରିଚାର୍ଜ, ରେମିଟାନ୍ସ ଆଣ୍ଡ ଫଣ୍ଡ ଟ୍ରାନ୍ସଫର, ଡୋରଷ୍ଟେପ୍‌ ବ୍ୟାଙ୍କିଙ୍ଗ୍‌, ଡିଓପି ପ୍ରଡକ୍ଟ ପେମେଣ୍ଟ ଓ ଡାଇରେକ୍ଟ ବେନିଫିଟ୍‌ ଟ୍ରାନ୍ସଫର ସୁବିଧା ଯୋଗାଇ ଦେଉଛି। ଆଇପିପିବି ଖାତାକୁ ପୋଷ୍ଟ ଅଫିସ୍‌ ଋଣ ସହ ଯୋଡାଯାଇପାରିବ। ତେବେ ପୋଷ୍ଟ ଅଫିସ୍‌ରେ ଖୋଲାଯାଇଥିବା ଆର୍‌ଡି


Enter your email to get our daily news in your inbox.

All Right Reserved By Dharitri.Com

ଇଲେକ୍ଟ୍ରୋନିକ୍ସ ହବ୍ ହେବ ଭାରତ: ଘରୋଇ ଉତ୍ପାଦନ ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ୪.୬ ବିଲିୟନ ଡଲାର ଅନୁଦାନ

ନୂଆଦିଲ୍ଲୀ,୨ା୧: ଭାରତ ସରକାର ଦେଶର ଇଲେକ୍ଟ୍ରୋନିକ୍ସ ଯୋଗାଣ ଶୃଙ୍ଖଳାକୁ ଅଧିକ ସୁଦୃଢ଼ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଶୁକ୍ରବାର ଆଇଟି (IT) ମନ୍ତ୍ରଣାଳୟ...

ଯିବାକୁ ପଡିବନି RTO: ଏଣିକି ଘରେ ବସି ରିନ୍ୟୁ ହେବ ଡ୍ରାଇଭିଂ ଲାଇସେନ୍ସ, ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨।୧: ଯଦି ଆପଣଙ୍କର ଡ୍ରାଇଭିଂ ଲାଇସେନ୍ସ (DL) ୨୦୨୬ରେ ଶେଷ ହେବାକୁ ଯାଉଛି, ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଭାରତରେ ଆପଣଙ୍କର ଡ୍ରାଇଭିଂ...

ନୂଆବର୍ଷରେ ଖୁସି ଖବର, ଶସ୍ତା ହେଲା ଘରୋଇ ଗ୍ୟାସ

ନୂଆଦିଲ୍ଲୀ,୨।୧: ନୂଆବର୍ଷ ଆରମ୍ଭ ହେବା ପୂର୍ୱରୁ, ଗ୍ୟାସ ଗ୍ରାହକଙ୍କ ପାଇଁ ଏକ ଖୁସି ଖବର। ସାର୍ୱଜନୀନ କ୍ଷେତ୍ରର କମ୍ପାନୀ ଗେଲ ଗ୍ୟାସ ଲିମିଟେଡ ଘରୋଇ ରୋଷେଇ...

ଏହି ନୂଆବର୍ଷରେ ଘର ତିଆରି ହେବ ମହଙ୍ଗା, ବୃଦ୍ଧି ପାଇବ ସିମେଣ୍ଟ ଦର, ବ୍ୟାଗ୍‌ ପିଛା…

ନୂଆଦିଲ୍ଲୀ,୨ା୧: ନୂଆବର୍ଷ ଅବସରରେ ମୁଦ୍ରାସ୍ଫୀତି ସମ୍ପର୍କରେ ନିରାଶାଜନକ ଖବର ଆସିଛି। ପ୍ରକୃତରେ କମ୍ପାନୀଗୁଡ଼ିକ ସିମେଣ୍ଟର ମୂଲ୍ୟ ବୃଦ୍ଧି କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏକ ରିପୋର୍ଟ ଅନୁଯାୟୀ,...

LICକୁ ଲାଗିଲା ଝଟକା: ୨ ଦିନରେ ବୁଡିଗଲା ୧୧୪୦୦ କୋଟି ଟଙ୍କା, ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୧: ସରକାରଙ୍କ ସିଗାରେଟ୍‌ ବିଡ଼ି ଏବଂ ପାନ ମସଲା ଗୁଟଖାର ମୂଲ୍ୟ ବୃଦ୍ଧି ନିଷ୍ପତ୍ତି ପରେ, ITC ଶେୟାରରେ ତୀବ୍ର ହ୍ରାସ ଘଟୁଛି। ଏହା ଉଲ୍ଲେଖନୀୟ...

ଡିସେମ୍ବରରେ ବଢ଼ିଲା GST ସଂଗ୍ରହ: ୧.୭୪ ଲକ୍ଷ କୋଟି ଟଙ୍କା ଛୁଇଁଲା ରାଜସ୍ୱ

ନୂଆଦିଲ୍ଲୀ,୧।୧: ଦେଶରେ ବସ୍ତୁ ଓ ସେବା କର (GST) ସଂଗ୍ରହ କ୍ଷେତ୍ରରେ ପୁଣି ଉତ୍ସାହଜନକ ଅଭିବୃଦ୍ଧି ଦେଖିବାକୁ ମିଳିଛି। ଗତ ନଭେମ୍ବର ମାସର ମନ୍ଥରତା ପରେ...

ସିଗାରେଟ୍‌, ବିଡ଼ି, ପାନ ମସଲା ହେବ ମହଙ୍ଗା: ଏହି ତାରିଖରୁ ଲାଗୁ ହେବାକୁ ଯାଉଛି ନୂଆ TAX

ନୂଆଦିଲ୍ଲୀ,୧।୧: ଯଦି ସିଗାରେଟ, ବିଡ଼ି, ପାନ ମସଲା ଇତ୍ୟାଦି ଆପଣଙ୍କ ଅଭ୍ୟାସର ଅଂଶ ଏବଂ ଆପଣ ଏହା ବିନା କିଛି ଅଭାବ ଅନୁଭବ କରୁଛନ୍ତି, ତେବେ...

Stock Market Today: ନୂଆବର୍ଷର ପ୍ରଥମ ଦିନରେ ଉପର ମୁହାଁ ଷ୍ଟକ ମାର୍କେଟ, ମାଲେମାଲ ନିବେଶକ

ନୂଆଦିଲ୍ଲୀ,୧।୧: ନୂତନ ବର୍ଷର ପ୍ରଥମ ଦିନ, ଜାନୁଆରୀ ୧, ୨୦୨୬ ରେ ଭାରତୀୟ ଷ୍ଟକ୍ ବଜାର ଜୋରଦାର ଆରମ୍ଭ ହୋଇଛି । ସକାଳ ପ୍ରାୟ ୯ଟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri