Posted inଜାତୀୟ

ପୋଲିସ ହାତରୁ ବନ୍ଧୁକ ଛଡାଇ ନେଇଥିଲେ ଅଭିଯୁକ୍ତ: କମିଶନର

ହାଇଦ୍ରାବାଦ,୬।୧୨: ଏବେ ସାରା ଦେଶରେ ଚର୍ଚ୍ଚିତ ଖବର ପାଲଟିଛି ହାଇଦ୍ରାବାଦ ଏନ୍‌କାଉଣ୍ଟର। ଏହାକୁ ନେଇ ଶୁକ୍ରବାର ଅପରାହ୍ନରେ ସାଇବରାବାଦ ପୋଲିସ କମିଶନର ଭିସି ସାଜନର ଏକ ଖବରଦାତା ସମ୍ମିଳନୀର ଆୟୋଜନ କରି କହିଛନ୍ତି ଅଭିଯୁକ୍ତମାନେ ପୋଲିସଠାରୁ ବନ୍ଧୁକ ଛଡାଇ ନେଇ ପ୍ରଥମେ ଫାଇରିଂ କରିଥିଲେ। କେବଳ ସେତିକି ନୁହେଁ ଅଭିଯୁକ୍ତମାନେ ପୋଲିସକୁ ପଥର ମାଡ କରିବା ସହ ସେଠାରେ ଥିବା ବାଡି ଓ ଅନ୍ୟ ଉପକରଣ ମାଧ୍ୟମରେ ଆକ୍ରମଣ କରିବା ଆରମ୍ଭ କରି ଦେଇଥିଲେ। ଶେଷରେ ପୋଲିସ ବାଧ୍ୟ ହୋଇ ଏନ୍‌କାଉଣ୍ଟର କରିଥିଲା। ସୂଚନାଯୋଗ୍ୟ, ଗତ ନଭେମ୍ବର ୨୭ରେ ହାଇଦ୍ରାବାଦରେ ଜଣେ ମହିଳା ଭେଟରିନାରୀ ଡାକ୍ତରଙ୍କୁ ବଳାତ୍କାର କରିବା ପରେ ଜିଅନ୍ତା ଜାଳି ଦେଇଥିଲେ ଅଭିଯୁକ୍ତ। ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିବା ସହ ଶୁକ୍ରବାର ଭୋର ପ୍ରାୟ ୩ଟା ସମୟରେ ଘଟଣାସ୍ଥଳକୁ ନେଇ ସିନ ରିକ୍ରିଏଟ୍‌ କରିବାର ଯୋଜନା ରଖିଥିଲା। ହେଲେ ଅଭିଯୁକ୍ତମାନେ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ପାଲଟା ଆକ୍ରମଣ କରି ଫେରାର ହୋଇଯିବାକୁ ଚେଷ୍ଟା କରୁଥିବା ବେଳେ ଏନ୍‌କାଉଣ୍ଟରରେ ସମସ୍ତ ୪ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଥିଲା। ଆଉ ଏହି ଖବର ପାଇବା ପରେ ସାରା ଦେଶରେ ଲୋକେ ଖୁସି ମନାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଶିଲ୍ଡର ଦ୍ୱିତୀୟ ଡୋଜ୍‌ ଅବଧି ବଢ଼ିଲା

ନୂଆଦିଲ୍ଲୀ, ୧୪ା୫: ସିରମ୍‌ ଇନ୍‌ଷ୍ଟିଚ୍ୟୁଟ ପ୍ରସ୍ତୁତ କୋଭିଶିଲ୍ଡ ଟିକା ପ୍ରଥମ ଡୋଜ୍‌ ନେବାର ୧୨ରୁ ୧୬ ସପ୍ତାହ ପରେ ଦ୍ୱିତୀୟ ଡୋଜ୍‌ ନେବାକୁ ସରକାରୀ କମିଟି...

ହିମାଚଳରେ ରୋଚକ ସ୍ଥିତିରେ ଫଳାଫଳ…

ଶିମଲା,୮।୧୨ : ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣନା ଗୁରୁବାର ସକାଳ ୮ଟାରୁ ଆରମ୍ଭ ହୋଇଛି। ପ୍ରାରମ୍ଭିକ ଗଣତିରେ ରାଜ୍ୟର ୬୮ ବିଧାନସଭା...

ୟୁକ୍ରେନ୍ ବିବାଦକୁ କଥାବାର୍ତ୍ତା ଓ କୁଟନୀତି ଦ୍ୱାରା ସମାଧାନ କରିହେବ: ମୋଦି

ନୂଆଦିଲ୍ଲୀ,୨ ।୩: ରାଜଧାନୀ ଦିଲ୍ଲୀରେ ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନିଙ୍କ ସହ ସାକ୍ଷାତ୍ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ପ୍ରଧାନମନ୍ତ୍ରୀ ମେଲୋନିଙ୍କ ପ୍ରଥମ...

ଲାଇଭ ଟେଲିକାଷ୍ଟ ସୁପ୍ରିମ କୋର୍ଟକୁ ଜନତାଙ୍କ ହୃଦୟ ପର୍ଯ୍ୟନ୍ତ ପହଞ୍ଚାଇ ପାରିଛି, ସିଜେଆଇ ଚନ୍ଦ୍ରଚୁଡ

ନୂଆଦିଲ୍ଲୀ,୧୦।୫: ଭାରତର ସୁପ୍ରିମ କୋର୍ଟ ଖୁବଶୀଘ୍ର ସେଠାରେ ହେଉଥିବା ମାମଲାର ଶୁଣାଣି ଅନଲାଇନରେ ପ୍ରସାରଣ ହେଉଥିବା ବେଳେ ଏହାକୁ ଭାରତୀୟ ଭାଷାରେ ପ୍ରସାରଣ କରିବାର ବ୍ୟବସ୍ଥା...

ବିହାରରେ ହେବନାହିଁ ଜାତି ଜନଗଣନା, ହାଇକୋର୍ଟଙ୍କ ରାୟକୁ କାଏମ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮।୫: ବିହାରରେ ଜାତି ଜନଗଣନାକୁ ନେଇ ଗୁରୁବାର ନୀତୀଶ ସରକାରଙ୍କୁ ସୁପ୍ରିମକୋର୍ଟ ପକ୍ଷରୁ ଏକ ଝଟକା ଲାଗିଛି। ସୁପ୍ରିମକୋର୍ଟ ଜାତି ଆଧାରିତ ଜନଗଣନା ସମ୍ପନ୍ଧିତ ଆବେଦନ...

ଆରଏସଏସକୁ ଚ୍ୟାଲେଞ୍ଜ୍‌ ଦେଲେ କମଲ ନାଥ

ନୂଆଦିଲ୍ଲୀ,୪।୧୨: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ଆରଏସଏସ ଏବଂ ବିଶ୍ୱ ହିନ୍ଦୁ ପରିଷଦକୁ ଚ୍ୟାଲେଞ୍ଜ କରିଛନ୍ତି। ଧର୍ମ ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କ ସହ ଯେକୌଣସି...

ଦ୍ୱିତୀୟ ପର୍ଯ୍ୟାୟରେ ମୁମ୍ବାଇ ଫେରିଲେ ୨୪୬ ଭାରତୀୟ

ମୁମ୍ବାଇ,୨୭ା୪ : ସୁଦାନରେ ସେନା ସଂଘର୍ଷ ଲାଗିରହିଥିବା ବେଳେ ଫସିରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ଲାଗି ଅପରେଶନ କାବେରୀ ସୋମବାର ଆରମ୍ଭ ହୋଇଛି। ବୁଧବାର ପ୍ରଥମ...

୫୫ ହଜାର ଟଙ୍କାରେ ଚନ୍ଦ୍ରରେ ଜାଗା କିଣିଲେ ସୁଶାନ୍ତଙ୍କ ପ୍ରଶଂସକ

ଆଗ୍ରା, ୨୬।୯: ତାଜ୍‌ ନଗରୀ ଆଗ୍ରାର ଜଣେ ଯୁବକ ଚନ୍ଦ୍ରରେ ଜାଗା କିଣିଛନ୍ତି। ଯୁବକ ଜଣଙ୍କ କହିଛନ୍ତି, ସେ ତାଙ୍କ ପରିବାର ଲୋକଙ୍କ ଲାଗି ଏପରି...

Advertisement
Archives

Model This Week