Posted inଜାତୀୟ

ପୋଲିସ ସହାୟତା ଲୋଡିଲେ ୧୩ ବର୍ଷର ବାଳିକା ବଧୂ: ଠିକ୍‌ ସମୟରେ ପହଞ୍ଚିପାରିଲା ନି ପୋଲିସ

ପାଟନା,୨୯।୪: ବିହାର ଭୋଜପୁର ଜିଲାରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ୧୩ ବର୍ଷର ଜଣେ ବାଳିକା ବଧୂ ବିବାହ ପୂର୍ବରୁ ପୋଲିସ ସହାୟତା ଲୋଡିଥିଲେ। ଏନେଇ ସେ ସ୍ଥାନୀୟ ମହିଳା ଥାନାକୁ ଏକ ଚିଠି ଲେଖି ବିବାହ କରିବାକୁ ତାଙ୍କର ଇଛା ନ ଥିବା ଏବଂ ବରଙ୍କ ବୟସ ୩୪ ବର୍ଷ ବୋଲି ଉଲ୍ଲେଖ କରିଥିଲେ। ତେବେ ପୋଲିସ ନିଷ୍କ୍ରିୟତା ଯୋଗୁ ତାଙ୍କର ବିବାହ ହୋଇଯାଇଥିଲା। ଏହି ଘଟଣା ପ୍ରଚାର ହେବାରୁ ସନ୍ଦେଶ ଥାନା ପକ୍ଷରୁ ୨୦ ଦିନ ପରେ ଆରମ୍ଭ ହୋଇଛି ଖୋଳତାଡ଼। ମହିଳା ଥାନା ଅଧିକାରୀ ମାଧୁରୀ କୁମାରୀ କହିଛନ୍ତି ଯେ, ଚିଠି ମିଳି ନ ଥିଲା। ତେବେ ଫୋନ୍‌ କରି ନାବାଳିକା ଜଣକ ପୋଲିସକୁ ଅବଗତ କରାଇଥିଲେ। ପୋଲିସ ବିବାହ କରିଥିବା ଅଖଗାଓ୍ବଁ ମନ୍ଦିର ପୂଜାରୀଙ୍କୁ ଏନେଇ ପଚରାଉଚରା କରିଥିଲେ। ପୂଜାରୀ କନ୍ୟାର ବୟସ ୧୮ ବୋଲି କହିଥିଲେ। ନାବାଳିକା ସ୍ଥାନୀୟ ଥାନାର ଟାଳଟୁଳ ନୀତି ଯୋଗୁ ସଦର ଏସଡିଓଙ୍କୁ ମଧ୍ୟ ଚିଠି ଲେଖିଥିଲେ। ଏସଡିଓ ଏନେଇ ତଦନ୍ତ ପାଇଁ ଧନଗାଇ ପୋଲିସ ଥାନାକୁ ନିର୍ଦ୍ଦେଶ ଦେଇଥିଲେ। ବିବାହ ହେବ ନାହିଁ ବୋଲି ପୋଲିସ ପକ୍ଷରୁ ଆଶ୍ୱାସନା ମଧ୍ୟ ଦିଆଯାଇଥିଲା। ତେବେ ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ପୋଲିସର ନିଷ୍କ୍ରିୟତା ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

ସାବରିମାଲା ଦୁର୍ନୀତିର ବଡ଼ ପର୍ଦ୍ଦାଫାଶ

କୋଚି,୧ା୧: କେରଳ ହାଇକୋର୍ଟଙ୍କ ତରଫରୁ ସାବରିମାଲା ମନ୍ଦିରର ସୁନା ଚୋରି ଘଟଣାର ତଦନ୍ତ ଆରମ୍ଭ କରିଥିବା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ମନ୍ଦିର ଗର୍ଭଗୃହର ଦ୍ୱରାପାଳକ...

ଏହି ଦିନ ଗଡ଼ିବ ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍: ବୁକ୍ କରନ୍ତୁ ଟିକେଟ୍

ନୂଆଦିଲ୍ଲୀ,୧।୧: ଭାରତୀୟ ପରିବହନ କ୍ଷେତ୍ରରେ ଏକ ଐତିହାସିକ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଘୋଷଣା ଅନୁଯାୟୀ, ଆସନ୍ତା ଅଗଷ୍ଟ ୧୫,...

୨୦୨୬ରେ ଲେଖା ହେବ ମହାକାଶ ବିଜ୍ଞାନର ନୂଆ ଅଧ୍ୟାୟ: ଭାରତ, ଆମେରିକା ରଚିବେ ଇତିହାସ

ନୂଆଦିଲ୍ଲୀ,୧।୧: ୨୦୨୬ ବର୍ଷଟି ବିଶ୍ୱ ମହାକାଶ ଇତିହାସରେ ଏକ ନୂତନ ଯୁଗର ସୂତ୍ରପାତ କରିବାକୁ ଯାଉଛି। ଭାରତର ‘ଇସ୍ରୋ’ ଏବଂ ଆମେରିକାର ‘ନାସା’ ଦୁଇଟି ଭିନ୍ନ...

ଚମକାଇ ଦେଲା ୫୩ ବର୍ଷିୟ ନ୍ୟୁରୋସର୍ଜନଙ୍କ ଅସମୟ ମୃତ୍ୟୁ, ୩ ଦିନ ପୂର୍ବରୁ କରିଥିଲେ ECG, ନର୍ମାଲ ରିପୋର୍ଟ ପରେ ହାର୍ଟ ଆଟାକରେ ହେଲା…

ନାଗପୁର,୧।୧: ନାଗପୁରର ଜଣେ ପ୍ରସିଦ୍ଧ ନ୍ୟୁରୋସର୍ଜନ ଡକ୍ଟର ଚନ୍ଦ୍ରଶେଖର ପାଖମୋଡେ ଡିସେମ୍ବର ୩୧ ତାରିଖ ସକାଳେ ୫୩ ବର୍ଷ ବୟସରେ ହୃଦଘାତରେ ମୃତ୍ୟୁବରଣ କରିଛନ୍ତି। ଏହି...

ଭାରତ-ପାକିସ୍ତାନ ପରସ୍ପରକୁ ଦେଲେ ପରମାଣୁ ଘାଟିର ଠିକଣା, କାହିଁକି ନୂଆବର୍ଷରେ ଏମିତି କଲେ ଦୁଇ ଦେଶ? ଜାଣନ୍ତୁ…

ନୂଆଦିଲ୍ଲୀ/ଇସଲାମାବାଦ,୧।୧: ଭାରତ ଏବଂ ପାକିସ୍ତାନ ଗୁରୁବାର (ଡିସେମ୍ବର ୧, ୨୦୨୫) କୂଟନୈତିକ ଚ୍ୟାନେଲ ମାଧ୍ୟମରେ ପରମାଣୁ ପ୍ରତିଷ୍ଠାନ ଏବଂ ସୁବିଧାଗୁଡ଼ିକର ତାଲିକା ଆଦାନପ୍ରଦାନ କରିଥିଲେ। ଭାରତୀୟ...

ଜିରୋ ନାଇଟ୍ ପାର୍ଟିରେ ବିରିୟାନି ଖାଇବା ହେଲା କାଳ, ଜଣେ ମୃତ ୧୫ ଅସୁସ୍ଥ

ନୂଆଦିଲ୍ଲୀ,୧।୧: ନୂଆବର୍ଷରେ ମଉଜ କରୁକରୁ ଚାଲିଗଲା ଜୀବନ । ଜାନୁଆରୀ ୧ ତାରିଖରେ ହାଇଦ୍ରାବାଦରେ ନୂତନ ବର୍ଷର ଉତ୍ସବ ଦୁଃଖଦ ହୋଇଗଲା । ବିରିୟାନି ପାର୍ଟି...

ବନ୍ଦେ ଭାରତ ସ୍ଲିପର ଟ୍ରେନର ଟପ୍‌ ସ୍ପିଡ ଦେବ ରାଜନୈତିକ ଲାଭ! ଭାଜପାକୁ ୧୮୦ ଆସନରେ ମିଳିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷର ପ୍ରଥମ ଦିନରେ, ମୋଦି ସରକାର ଏକ ବଡ଼ ଘୋଷଣା କରିଛନ୍ତି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି ଯେ ଦେଶର ପ୍ରଥମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri