ପୋଲିସ ପାଖରେ ରହୁନି ବିଦେଶୀଙ୍କ ତଥ୍ୟ

ଯୁଧିଷ୍ଠିର ମହାରଣା
ସର୍ବଭାରତୀୟ ସ୍ତରରେ ଓଡ଼ିଶା ପୋଲିସର ଦକ୍ଷତା, ପ୍ରତିବଦ୍ଧତା, ସାଧୁତା ଓ କର୍ତ୍ତବ୍ୟନିଷ୍ଠା ଯଥେଷ୍ଟ ଆଗରେ। ଅନେକ ଘଡ଼ିସନ୍ଧି ମୁହୂର୍ତ୍ତ ଓ ପ୍ରତିକୂଳ ପରିବେଶରେ ପୋଲିସ ବିଭାଗ କାର୍ଯ୍ୟ କରିଥାଏ। ତେବେ ଜାତୀୟ ସୁରକ୍ଷା ସମ୍ବନ୍ଧିତ ବିଦେଶୀଙ୍କ ତଥ୍ୟ ପୋଲିସ ପାଖରେ ରହୁ ନ ଥିବାରୁ ଅନେକ ସମୟରେ ନାନା ଅଘଟଣ ଘଟୁଛି। ଏକ ପରିସଂଖ୍ୟାନ ଅନୁଯାୟୀ, ପ୍ରତିବର୍ଷ ୧୫ ହଜାରରୁ ଊର୍ଦ୍ଧ୍ୱ ବିଦେଶୀ ପର୍ଯ୍ୟଟକ ଓଡ଼ିଶା ଆସୁଛନ୍ତି। ବୌଦ୍ଧକୀର୍ତ୍ତି ବିମଣ୍ଡିତ ହୀରକ ତ୍ରିଭୁଜ କ୍ଷେତ୍ର ତଥା ଦ୍ୱୈତନଗରୀ କଟକ-ଭୁବନେଶ୍ୱର ସେମାନଙ୍କର ମୁଖ୍ୟ ପର୍ଯ୍ୟଟନ କେନ୍ଦ୍ର। ଏହା ବ୍ୟତୀତ ଅନେକ ବିଦେଶୀ ବିଶେଷଜ୍ଞ, ଗବେଷକ, ଛାତ୍ରୀଛାତ୍ର ବିଭିନ୍ନ କମ୍ପାନୀରେ କାର୍ଯ୍ୟରତ। ଆଇନ ଅନୁଯାୟୀ ବିଦେଶୀଙ୍କ ସମ୍ପୂର୍ଣ୍ଣ ତଥ୍ୟ ଇଣ୍ଡିଆନ ଭିଜା ଫରେନର ରେଜିଷ୍ଟର ଆକ୍ଟ ଅନୁସାରେ ସ୍ଥାନୀୟ ପୋଲିସ ପାଖରେ ରହିବା କଥା। ସେହିପରି ହୋଟେଲ ହେଉ ବା କମ୍ପାନୀ, ଶିକ୍ଷାନୁଷ୍ଠାନ ବା ଡାକ୍ତରଖାନା, ସେମାନଙ୍କ ପାଖକୁ ଆସୁଥିବା ବିଦେଶୀଙ୍କ ସବିଶେଷ ତଥ୍ୟ ତତ୍କାଳ ସ୍ଥାନୀୟ ପୋଲିସକୁ ଦେବା କଥା। ମାତ୍ର କେତେକ ହାତଗଣତି କ୍ଷେତ୍ରକୁ ଛାଡ଼ିଦେଲେ ଅନ୍ୟ ଜାଗାରେ ପୋଲିସ ଏ ତଥ୍ୟ ପାଉନାହିଁ, ଯାହାଦ୍ୱାରା ପରବର୍ତ୍ତୀ ସମୟରେ କୌଣସି ଅଘଟଣ ଘଟିଲେ ପୋଲିସର ତଦନ୍ତ ବାଉଳା ହୋଇଯାଉଛି। ବିଦେଶୀ କଲ୍‌ଗାର୍ଲ ର଼୍ୟାକେଟ୍‌ ହେଉ ବା ବ୍ୟାଙ୍କ ଠକେଇ ଓ ବର୍ତ୍ତମାନ ସାଇବର ଠକେଇରେ ବିଦେଶୀମାନଙ୍କ ସମ୍ପୃକ୍ତି ଓଡ଼ିଶା ପୋଲିସର ମୁଣ୍ଡବ୍ୟଥାର କାରଣ ପାଲଟିଛି। ୨୦୧୫ରେ ୧୪,୫୨୬, ୨୦୧୬-୧୭ରେ ୧୮,୩୧୨ ଓ ୨୦୧୭-୧୮ରେ ୧୫,୬୯୧ ବିଦେଶୀ ପର୍ଯ୍ୟଟକ ଓଡ଼ିଶା ଆସିଛନ୍ତି। ହେଲେ ଏମାନଙ୍କ ମଧ୍ୟରୁ ସମସ୍ତଙ୍କ ତଥ୍ୟ ଓଡ଼ିଶା ପୋଲିସ ପାଖରେ ନାହିଁ। ସେମାନେ କେଉଁ ଉଦ୍ଦେଶ୍ୟରେ, କେତେ ଦିନ ପାଇଁ ଅନୁମୋଦିତ ଭିଜା ନେଇ ଏଠି ପହଞ୍ଚତ୍ଛନ୍ତି, ଏ ତଥ୍ୟ ପୋଲିସ ପାଖରେ ରହୁନାହିଁ।
୨୦୧୭ ଅକ୍ଟୋବର ୧୭ରେ ବିଦେଶୀ ପର୍ଯ୍ୟଟକ ଓ ଅପରାଧୀମାନଙ୍କ ଉପରେ କଡ଼ା ନଜର ରଖିବା ପାଇଁ କମିଶନରେଟ ପୋଲିସ ଏକ ବିଧିବଦ୍ଧ ଗାଇଡ୍‌ଲାଇନ ପ୍ରସ୍ତୁତ କରିଥିଲା। ହୋଟେଲରେ ରହୁଥିବା ବିଦେଶୀଙ୍କ ପରିଚୟ ଓ ରହଣି ଅବଧି ସ୍ଥାନୀୟ ପୋଲିସକୁ ପ୍ରଦାନ କରିବା ଏବଂ ହୋଟେଲର ପ୍ରବେଶ ପ୍ରସ୍ଥାନ ଫାଟକ, ପାର୍କିଂ ସ୍ଥାନ ଓ ସମସ୍ତ ଅଞ୍ଚଳରେ ସିସିଟିଭି ଲଗାଇବା ସହ ଲଗେଜ ସ୍କାନର ଦ୍ୱାରା ସେମାନଙ୍କ ଜିନିଷପତ୍ର ସ୍କାନ କରିବା ଓ ମେଟାଲ ଡିଟେକ୍ଟର ଲଗାଇବା ବାଧ୍ୟତାମୂଳକ କରାଯାଇଥିଲା। ହୋଟେଲର ପଞ୍ଜୀକରଣ ଠିକ୍‌ ସମୟରେ ନବୀକରଣ କରିବା ସହ ନିର୍ଦ୍ଦିଷ୍ଟ ସମୟରେ ବାର୍‌ ବନ୍ଦ କରିବା ପାଇଁ ଆଇନରେ ବ୍ୟବସ୍ଥା ରହିଛି। ଅଗ୍ନିନିର୍ବାପକ ବ୍ୟବସ୍ଥା ସହ ଫାୟାର ସେଫ୍ଟି ଡ୍ରିଲକୁ ବାଧ୍ୟତାମୂଳକ କରାଯାଇଛି। କିନ୍ତୁ ଅନେକ କ୍ଷେତ୍ରରେ ଦେଖାଯାଉଛି ଏହି ଗାଇଡ୍‌ଲାଇନ ଯେପରି ପାଣିରେ ଗାର। ବଜାର ତୁଳନାରେ କମ୍‌ ମୂଲ୍ୟରେ ଓଡ଼ିଶାରେ ପର୍ଯ୍ୟାପ୍ତ ଭ୍ରମଣ ଓ ଆନୁଷଙ୍ଗିକ ସୁବିଧା ରହିଥିବାରୁ ଏବଂ ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ ହୋଇଥିବାରୁ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ୁଛି। କୋଣାର୍କ, ଗୋପାଳପୁର, ଶିମିଳିପାଳ ସହ ବିଭିନ୍ନ ଅଭୟାରଣ୍ୟ ଓ ହଲିଡେ ରିସର୍ଟରେ କିଛିଦିନ ବିତାଇବା ପାଇଁ ବିଦେଶୀମାନେ ଓଡ଼ିଶାକୁ ଅଗ୍ରାଧିକାର ଦେଉଛନ୍ତି। ସେହିପରି ଓଡ଼ିଶାରେ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତିକ ସ୍ତରର କ୍ରୀଡ଼ା ମହୋତ୍ସବ ଓ ବିଭିନ୍ନ ସଂସ୍ଥାଗତ ସମ୍ମିଳନୀ ହେଉଥିବାରୁ ବିଦେଶୀ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି।
ବିଭିନ୍ନ ବହୁରାଷ୍ଟ୍ରୀୟ କମ୍ପାନୀ ଓଡ଼ିଶାରେ ସେମାନଙ୍କ ବ୍ୟବସାୟିକ କ୍ଷେତ୍ର ଓ ପ୍ରକଳ୍ପ ଗଢ଼ି ତୋଳୁଥିବାରୁ ସେଠାରେ କାର୍ଯ୍ୟ କରିବା ପାଇଁ ଓ ଗବେଷଣା ନିମିତ୍ତ ବିଦେଶୀମାନଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଛି। କୌଣସି ପର୍ଯ୍ୟଟକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ସ୍ଥାନୀୟ ପୋଲିସର ସୂଚନାରେ ରହୁ ନ ଥିବାରୁ ସେମାନଙ୍କର ଭିଜା ଅବଧି ଜଣାପଡ଼ୁନାହିଁ। ଫଳରେ ପରବର୍ତ୍ତୀ ସମୟରେ ସେମାନଙ୍କ ଦ୍ୱାରା କୌଣସି ଅଘଟଣ ଘଟିଲେ ଏହାର ଟେର୍‌ ପୋଲିସ ପାଉନାହିଁ। ୨୦୧୨ରେ ଇଟାଲୀ ନାଗରିକ ବସୁସ୍କୋ ପାଉଲୋ ଓ କ୍ଲାଉଡିଓ କୋଲାଞ୍ଜିଲୋ ମାଓବାଦୀ ଉପଦ୍ରୁତ ଅଞ୍ଚଳକୁ ବୁଲି ଯାଇଥିବା ବେଳେ ମାଓବାଦୀଙ୍କ ଦ୍ୱାରା ଅପହୃତ ହୋଇଥିଲେ। ସେମାନଙ୍କୁ ମୁକୁଳାଇବା ପାଇଁ ଓଡ଼ିଶା ପୋଲିସ ଓ ସରକାରଙ୍କୁ ନାକେଦମ୍‌ ହେବାକୁ ପଡ଼ିଥିଲା। ସେହିପରି ୨୦୧୬ ମାର୍ଚ୍ଚ ୨୩ରେ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଜଣେ ବିଦେଶିନୀଙ୍କୁ ହାଇପ୍ରୋଫାଇଲ ସେକ୍ସ ର଼୍ୟାକେଟରେ ଧରାଯାଇଥିଲା। ୨୦୧୭ ଜୁଲାଇ ୨୩ରେ ଭୁବନେଶ୍ୱର ଶ୍ରୀୟା ଛକ ନିକଟ ଫୁଟ୍‌ପାଥ୍‌ରୁ ପୋଲିସ ଜଣେ ବିଦେଶିନୀଙ୍କୁ ନିଶାଗ୍ରସ୍ତ ଅବସ୍ଥାରେ ଉଦ୍ଧାର କରିଥିଲା, ଯିଏକି ସେକ୍ସ ର଼୍ୟାକେଟ୍‌ରେ କାର୍ଯ୍ୟରତ ବୋଲି ଜଣାପଡ଼ିଥିଲା। ୨୦୧୭ ନଭେମ୍ବର ୧୭ରେ ଖାରବେଳ ନଗର ପୋଲିସ ନିକଟ ଅଞ୍ଚଳର ଏକ ସ୍ପା ସେଣ୍ଟରରୁ ତିନିଜଣ ଥାଇଲାଣ୍ଡ ଯୁବତୀଙ୍କୁ ଉଦ୍ଧାର କରିଥିଲା। ସେମାନେ ଟୁରିଷ୍ଟ ଭିଜାରେ ଦେହ ବ୍ୟବସାୟରେ ଲିପ୍ତ ଥିଲେ ବୋଲି ପୋଲିସ ସ୍ପଷ୍ଟ କରିଥିଲା।
୨୦୧୮ ମେ ୧୯ରେ ବାପୁଜୀ ନଗରର ଏକ ସ୍ପା ସେଣ୍ଟରରୁ ୮ଜଣ ଥାଇଲାଣ୍ଡ ଯୁବତୀ ଉଦ୍ଧାର ହୋଇଥିଲେ। ବିଦେଶୀମାନଙ୍କୁ ଗିରଫ କଲା ପରେ ପ୍ରବାସୀ ଆଇନ ଅନୁଯାୟୀ ଓଡ଼ିଶା ପୋଲିସ ସମ୍ପୃକ୍ତ ଦୂତାବାସ ସହ ଯୋଗାଯୋଗ କରି ଆଇନଗତ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିଥାଏ। ତେବେ ଓଡ଼ିଶା ପୋଲିସରେ ଦିନକୁ ଦିନ କର୍ମଚାରୀ ସଂଖ୍ୟା କମ୍‌ ଥିବାବେଳେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବ୍ୟତୀତ ଏହି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ଓ ତଦନ୍ତ ପୋଲିସ ଉପରେ ବଡ଼ ଚାପ ସୃଷ୍ଟି କରୁଛି। ଭାରତର ସୀମାକୁ ଲାଗିଥିବା ପାକିସ୍ତାନ, ବାଂଲାଦେଶ, ମ୍ୟାନ୍‌ମାର ଓ ନେପାଳ ଦେଶର ଅନେକ ଅପରାଧୀ ସନ୍ତର୍ପଣରେ ସୀମାରେ ଅନୁପ୍ରବେଶ କରି ଅସାମାଜିକ କାର୍ଯ୍ୟ କରି ଫେରାର ହୋଇଯାଉଛନ୍ତି। ତେବେ ବିଦେଶୀଙ୍କ ତଥ୍ୟ ରଖିବା, ଯାଞ୍ଚ କରିବା ଓ ଆପରାଧିକ କାର୍ଯ୍ୟର ତଦନ୍ତ ପାଇଁ ଓଡ଼ିଶା ପୋଲିସର ସ୍ବତନ୍ତ୍ର ସେଲ୍‌ ଗଠନ ହେବା ଜରୁରୀ। ସେହିପରି କୋର୍ଟରେ ଏହି ମାମଲାକୁ ଫାଷ୍ଟଟ୍ରାକ୍‌ ମାମଲା ଭାବେ ତ୍ୱରିତ ଶୁଣାଣି ପାଇଁ ଆଇନଜୀବୀ ଓ ବିଚାରପତିଙ୍କ ମନୋନୟନ ଅତ୍ୟନ୍ତ ପ୍ରାସଙ୍ଗିକ। ଭାରତର ବିଭିନ୍ନ ରାଜ୍ୟରେ ଏହି ମାମଲା ପାଇଁ ସ୍ବତନ୍ତ୍ର ସେଲ୍‌ ରହିଥିବା ବେଳେ ଓଡ଼ିଶାରେ କିନ୍ତୁ ଓଲଟା। ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ଼ କରିବାକୁ ହେଲେ ଓଡ଼ିଶା ପୋଲିସ ଏ ଦିଗଟିକୁ ଅଣଦେଖା ନ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବା ଅତ୍ୟନ୍ତ ଜରୁରୀ।
ମୋ- ୯୪୩୭୧୬୩୫୨୮, judhister009moharana@gmail.com


Enter your email to get our daily news in your inbox.

All Right Reserved By Dharitri.Com

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri