ପୋଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁ ଆହତ

ଆସିକା,୫।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଆସିକା-ବାଲିପଦର ମୁଖ୍ୟ ରାସ୍ତାର ଚାରିମଇଲି ନିକଟରେ ସୋମବାର ଭୋର ସମୟରେ ଆସିକା ପୋଲିସ ପକ୍ଷରୁ ହୋଇଥିବା ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁଚରଣ ସ୍ବାଇଁ (୨୯) ଗୁରୁତର ହୋଇଛନ୍ତି। ତାଙ୍କ ବାମଗୋଡ଼ର ପଛପଟ ଆଣ୍ଠୁ ଉପରକୁ ଗୁଳି ମାଡ଼ ହୋଇଥିବାରୁ ଚିକିତ୍ସା ଲାଗି ଆସିକା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅପରପକ୍ଷେ ଅପରାଧୀଙ୍କ ପକ୍ଷରୁ ମଧ୍ୟ ପୋଲିସ ଉପରକୁ ୨ ରାଉଣ୍ଡ୍‌ ଗୁଳିଚାଳନା ସହ ବୋମାମାଡ଼ କରାଯାଇଥିଲା। ବୋମାମାଡ଼ରେ ଏଏସ୍‌ଆଇ ଯୁଧିଷ୍ଠିର ମାଝି ଓ ଓଡ଼ିଶା ସଶସ୍ତ୍ର ବାହିନୀର ଜଣେ କନଷ୍ଟେବଳ ହରେକୃଷ୍ଣ ଶବର ଆହତ ହୋଇଛନ୍ତି। ଆହତ ପୋଲିସ କର୍ମଚାରୀଙ୍କୁ ମଧ୍ୟ ଆସିକା ଡାକ୍ତରଖାନାରେ ପ୍ରାଥମିକି ଚିକିତ୍ସା ପରେ ବ୍ରହ୍ମପୁର ପଠାଯାଇଛି। ଗୁରୁ ତାଙ୍କର ଅନ୍ୟ ଜଣେ ସହଯୋଗୀ ଦାଦାବଟି ସଂଗ୍ରହ ପାଇଁ ଏକ ନମ୍ବର ବିହୀନ ବାଇକ୍‌ରେ ଯାଇଥିବାବେଳେ ପୋଲିସ ଖବର ପାଇ ତାଙ୍କ ପିଛା କରିଥିଲା। ଘଟଣାସ୍ଥଳରୁ ପୋଲିସ ଗୋଟିଏ ବନ୍ଧୁକ, ୨ଟି ଅଫୁଟା ଗୁଳି, ୨ଟି ଖୋକା ଓ ଗୋଟିଏ ବାଇକ୍‌ ଜବତ କରିଛି। ତେବେ ଗୁରୁ ସହ ଥିବା ଅନ୍ୟ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ତାଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି। ଗୁରୁଙ୍କ ନାମରେ ବିଭିନ୍ନ ଥାନାରେ ୧୩ଟି ହତ୍ୟା, ଡକାୟତି, ଦାଦାବଟି ଆଦାୟ ପରି ସଙ୍ଗୀନ ଅଭିଯୋଗସବୁ ଥିବା ଜାଣିବାକୁ ମିିଳିଛି। ଆସିକା ଥାନାଧିକାରୀ ପୀତବାସ ଧାରୁଆଙ୍କ ନେତୃତ୍ୱରେ ଏହି ଏନ୍‌କାଉଣ୍ଟର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ବ୍ୟାପିଲା କରୋନା, ଗଲା ୨ ଜୀବନ

ଭୁବନେଶ୍ୱର,୧୫।୪(ବ୍ୟୁରୋ): ଦେଶର ବିଭିନ୍ନ ରାଜ୍ୟରେ ଏବେ କରୋନା ବ୍ୟାପିବାରେ ଲାଗିଛି। ପ୍ରଥମେ ଦିଲ୍ଲୀ, ମହାରାଷ୍ଟ୍ର ଆଦି ରାଜ୍ୟରେ ସଂକ୍ରମଣ ବଢ଼ୁଥିଲା। ଏବେ ଓଡ଼ିଶାର ସ୍ଥିତି ମଧ୍ୟ...

ଭାଜପା ପ୍ରାର୍ଥୀଙ୍କ କାର୍‌କୁ ବୋମାମାଡ଼ : ଅଳ୍ପକେ ବର୍ତ୍ତିଲେ ଜଗନ୍ନାଥ ପ୍ରଧାନ

ଭୁବନେଶ୍ୱର,୨୨ା୪ (ବ୍ୟୁରୋ)- ଭୁବନେଶ୍ୱର-ମଧ୍ୟ ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଉପରେ ପୁଣି ଆକ୍ରମଣ ହୋଇଛି। ଦୁର୍ବୃତ୍ତମାନେ ତାଙ୍କ କାର ଉପରକୁ ବୋମାମାଡ଼ କରିଛନ୍ତି। ତେବେ...

ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓ କଟକ ବଡ଼ ମେଡିକାଲରେ ଭର୍ତ୍ତି

କଟକ ଅଫିସ,୨୫।୧୨: ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓ ପୁଣି ଅସୁସ୍ଥ ହୋଇପଡ଼ିଛନ୍ତି। ଶୁକ୍ରବାର ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ସ୍ବାସ୍ଥ୍ୟାବସ୍ଥା ଗୁରୁତର...

ଛକନା ହତ୍ୟାକାଣ୍ଡ: ବୀମା ଟଙ୍କା ପାଇଁ ମା’ଙ୍କୁ ହତ୍ୟା, ଲୁଣା ନଦୀରେ ଫିଙ୍ଗିଥିଲେ; ସାବତ ପୁଅ, ବୋହୁ, ସହଯୋଗୀ ଗିରଫ

କେନ୍ଦ୍ରାପଡା ଅଫିସ, ୨୩।୮- କେନ୍ଦ୍ରାପଡ଼ା ସଦର ଥାନା ଛକନା ଗ୍ରାମର ଅଲେଖ ଚନ୍ଦ୍ର ବିଶ୍ୱାଳଙ୍କ ସ୍ତ୍ରୀ ସସ୍ମିତା ହତ୍ୟାକାଣ୍ଡ ମାମଲାରେ ଶୁକ୍ରବାର ୩ଜଣ ଗିରଫ ହୋଇଛନ୍ତି।...

ଅଧ୍ୟୟନ ଜାରି ରଖିଲେ ସୁ ନାଗରିକ ହୋଇପାରିବ

ତାଳଚେର,୧୨।୭(ନି.ପ୍ର.) ତାଳଚେର ପୌରାଞ୍ଚଳରେ ଥିବା ହାଇସ୍କୁଲ, ବିଦ୍ୟାମନ୍ଦିରଗୁଡିକରେ ଚଳିତ ଦଶମ ପରୀକ୍ଷାରେ ୯୦ ପ୍ରତିଶତରୁ ଊର୍ଦ୍ଧ୍ୱ ନମ୍ବର ରଖି ସଫଳତା ହାସଲ କରିଥିବା ୧୭ ଛାତ୍ରୀଛାତ୍ରଙ୍କୁ...

ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଲେ ସୌମ୍ୟରଞ୍ଜନ

ରାଜନଗର,୧୬ା୫(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଶ୍ରୀଶ୍ରୀଜଗନ୍ନାଥ ମହାବିଦ୍ୟାଳୟର ଛାତ୍ର ସୌମ୍ୟରଞ୍ଜନ ବଳ ପାଟିରେ କଲମ ମାଧ୍ୟମରେ ଭାରତ ମାନଚିତ୍ର ଆଙ୍କି ଅଞ୍ଚଳ ପାଇଁ ଗୌରବ...

ଜାତୀୟ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଭାଗ ନେବ କଳାହାଣ୍ଡିର ନୃତ୍ୟ ଦଳ

ଭବାନୀପାଟଣା,୧।୧(ଡି.ଏନ.ଏ.): କଳାହାଣ୍ଡି ଜିଲା ଭାନୀପାଟଣା ପ୍ରତିଭା ଅନୁଷ୍ଠାନର ବଜାଶାଲ ନୃତ୍ୟ ଦଳ ଜାତୀୟ ପରେଡ୍‌ରେ ଯୋଗଦେବା ପାଇ ମନୋନୀତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଧ୍ୟାନାନନ୍ଦ ପଣ୍ଡା...

ଆଗକୁ ବିସ୍ଫୋରକ ସ୍ଥିତି ଆସୁଛି, ସଚେତନ ନ ହେଲେ ମେ’ ଶେଷ ସୁଦ୍ଧା ୧୦ ଲକ୍ଷ ଛୁଇଁପାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ବାଗ୍‌ଚୀ

ଭୁବନେଶ୍ୱର,୨୪।୩(ବ୍ୟୁରୋ): ଆଜିଠାରୁ ମାତ୍ର ୪ ମାସ ତଳେ ଚାଇନାର ଉହାନରେ ପ୍ରଥମେ କରୋନା ଭୂତାଣୁ ଚିହ୍ନଟ କରାଯାଇଥିଲା। ଏବେ ଏହା ସାରା ବିଶ୍ୱରେ ଏହି ମହାମାରୀ...

Advertisement
Archives

Model This Week