ପୋଲିସର କାର୍ଯ୍ୟକୁ ନେଇ ସନ୍ଦେହରେ ସାହିବାସୀ:ଯୁବକଙ୍କ ସହ ୨ ଏସ୍‌ଆଇ ରାତି ସାରା ଅଟକ

ପରଜଙ୍ଗ,୧୩ା୮(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ଖାଲପାଳ ଡାଇ ସାହିରେ ଚୋରି ବଢୁଥିବାବେଳେ ପୋଲିସର କାର୍ଯ୍ୟକଳାପକୁ ନେଇ ସନ୍ଦେହରେ ପଡିଛନ୍ତି ଲୋକେ। ରବିବାର ବିଳମ୍ବିତ ରାତିରେ ଘଟିଥିବା ଏକ ଘଟଣା ସାହିବାସୀଙ୍କୁ ଏପରି ସନ୍ଦେହରେ ପକାଇଥିଲା ଯେ ସେମାନେ ବାହାର ଅଞ୍ଚଳର ଜଣେ ଯୁବକଙ୍କ ସହ ଥାନାର ୨ଜଣ ଏସ୍‌ଆଇଙ୍କୁ ରାତି ସାରା ଅଟକ ରଖିଥିଲେ। ଖବରପାଇ ସୋମବାର ସକାଳେ ଥାନା ଅଧିକାରୀ ଆନନ୍ଦ ଡୁଙ୍ଗଡୁଙ୍ଗ ପହଞ୍ଚି ବୁଝାଶୁଝା କରିବା ସହ ଯୁବକ ଜଣକ ପୋଲିସର ସୂଚନାଦାତା ବୋଲି ପରିଚୟ ଦେବା ପରେ ସାହିବାସୀ ଅଟକଙ୍କୁ ଛାଡିଦେଇଥିଲେ।
ସାହିବାସୀଙ୍କ କହିବା ଅନୁଯାୟୀ, ୩ ଦିନ ତଳେ ନର ବେହେରାଙ୍କ ଘରୁ ଚୋରି ହୋଇଥିଲା। ଏହାପରେ ଚୋରି ରୋକିବାକୁ ସାହିର ଲୋକମାନେ ରାତିରେ ସଜାଗ ରହୁଥିଲେ। ରବିବାର ରାତି ପ୍ରାୟ ୧୨ଟାରେ ଏକ କାର୍‌ ସାହି ଆଡ଼େ ଆସୁଥିବା ବେଳେ ଲୋକମାନଙ୍କୁ ଦେଖି ପଛକୁ ଫେରି ଅନ୍ୟଆଡ଼େ ପଳାଇଥିଲା। ଏହି ସମୟରେ ବାହାର ଅଞ୍ଚଳର ଜଣେ ଯୁବକ ଏକ ବାଇକ୍‌ (ନଂ. ଓଡି୧୯ଜି-୫୦୭୦)ରେ ସେଠାରେ ପହଞ୍ଚିଥିଲେ। ଲୋକେ ତାଙ୍କୁ ଘେରିଯାଇ ପଚରାଉଚରା କରିବାରୁ ସେ ନିଜକୁ ସାଦା ପୋଷାକରେ ଥିବା ପୋଲିସ ବୋଲି କହିଥିଲେ। ଏପରି କି ଫୋନ କରି ପୋଲିସକୁ ଡାକୁଛି କହି ଜଣେ ଅଧିକାରୀଙ୍କୁ ଫୋନ କରିଥିଲେ। ଫୋନ ଯିବାର ମାତ୍ର କିଛି ସମୟ ମଧ୍ୟରେ ଥାନାର ଦୁଇ ଏସ୍‌ଆଇ ଜନ୍ମେଜୟ ପାତ୍ର ଓ ବ୍ରଜକିଶୋର ମଲ୍ଲିକ ସେଠାରେ ପହଞ୍ଚିବା ପରେ ଲୋକଙ୍କ ସନ୍ଦେହ ବଢିଯାଇଥିଲା। ଥାନାର ଦୂରତା ୧୦ କିମିରୁ ଅଧିକ ହୋଇଥିବାବେଳେ ଏତେ ଶୀଘ୍ର ପୋଲିସ କିପରି ପହଞ୍ଚିଲା ତାହାକୁ ନେଇ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହାଛଡ଼ା ପୋଲିସ ପରିଚୟ ଦେଉଥିବା ଯୁବକ ଜଣକ ପୂର୍ବରୁ ଆପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତି ଥିବା ଆଲୋଚନା ହେଉଥିବାରୁ ଲୋକଙ୍କ ସନ୍ଦେହ ଅଧିକ ବଢ଼ିଯାଇଥିଲା। ଏପରି ଜଣେ ଯୁବକଙ୍କ ସହ ପୋଲିସର କି ସମ୍ପର୍କ ରହିଛି ସେ ନେଇ ଗ୍ରାମବାସୀ ପ୍ରଶ୍ନ କରିବା ସହ ସେମାନଙ୍କୁ ଅଟକ ରଖିଥିଲେ। ସକାଳ ପ୍ରାୟ ୭ଟାରେ ଥାନା ଅଧିକାରୀଙ୍କ ସମେତ ଏସ୍‌ଆଇ ସମରଜିତ ନାୟକ, ସରାଙ୍ଗ ଫାଣ୍ଡି ଅଧିକାରୀ ଦାମୋଦର ସାହୁ ପ୍ରମୁଖ ପହଞ୍ଚି ସାହିବାସୀଙ୍କ ସହ ଆଲୋଚନା କରି ୨ ଅଧିକାରୀଙ୍କୁ ମୁକୁଳାଇଥିଲେ। ଏଥିସହ ଯୁବକଙ୍କୁ ଲୋକେ ପୋଲିସ ଜିମା ଦେଇଥିଲେ।
ଏ ସମ୍ପର୍କରେ ଅଟକ ଯୁବକ କହିଛନ୍ତି, ସେ ପୋଲିସର ସୂଚନାଦାତା ଭାବେ କାର୍ଯ୍ୟ କରୁଛନ୍ତି। ରାତିରେ ସାହି ଆଡ଼କୁ ଯାଉଥିବା କାର୍‌କୁ ସେ ଫଲୋ କରୁଥିବା ବେଳେ ସାହିବାସୀ ତାଙ୍କୁ ଅଟକ ରଖିଥିଲେ। ସେହିପରି ଅଟକ ଥିବା ଏସଆଇ ଜନ୍ମେଜୟ ପାତ୍ର ଓ ବ୍ରଜକିଶୋର ମଲ୍ଲିକ କହିଛନ୍ତି, ଖାଲପାଳରେ ଲୋକେ ଜଣକୁ ଅଟକ ରଖିଥିବା ଉଚ୍ଚପଦସ୍ଥ ଅଧିକାରୀଙ୍କଠାରୁ ଖବରପାଇ ଯାଇଥିଲୁ। ପିତିରି ଅଞ୍ଚଳରେ ରାତ୍ର ପାଟ୍ରୋଲିଂ କରୁଥିବାରୁ ଅଳ୍ପ ସମୟରେ ସାହିରେ ପହଞ୍ଚି ଯାଇଥିଲୁ। ଲୋକେ ଯୁକ୍ତିତର୍କ କରିବାରୁ ଯୁବକଙ୍କୁ ଚିହ୍ନି ନ ଥିବା କହିଥିଲୁ। ଥାନା ଅଧିକାରୀ ଡୁଙ୍ଗ ଡୁଙ୍ଗ କହିଛନ୍ତି, ପୋଲିସ ଯୁବକ ଜଣକୁ ଚିହ୍ନିଛି। ସେ ମଧ୍ୟ ପୋଲିସକୁ ସୂଚନା ଦେଉଛନ୍ତି। ଏ ନେଇ ଥାନାରେ କିଛି ଅଭିଯୋଗ ହୋଇ ନ ଥିବା ଡୁଙ୍ଗଡୁଙ୍ଗ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ମନଇଛା ଘରଭଡା ବଢାଇପାରିବେ କି ମାଲିକ? ଓଡ଼ିଶାରେ ଭଡାଘର ଏଗ୍ରିମେଣ୍ଟକୁ ନେଇ ବଦଳିଲା ନିୟମ

ଭୁବନେଶ୍ୱର,୧୩ା୬: ରାଜ୍ୟରେ ଘର ଭଡ଼ା ବ୍ୟବସ୍ଥାକୁ ଆଧୁନିକ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ, ୨୦୨୬’ର ଚିଠା ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri